ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

False Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦାବି କରାଯାଇଛି ଯେ ଆନ୍ଧ୍ରପ୍ରଦେଶର ଇଡାଲପଡୁରେ ମା ସୀତାଙ୍କ ପାଦ ପଡ଼ିଥିବା ସ୍ଥାନରେ ଖ୍ରୀଷ୍ଟିଆନମାନେ ବେଆଇନ କ୍ରସ ସ୍ଥାପନ କରାଯାଇଛି। ଏହି ଫଟୋର ପଛ ଭାଗରେ ପ୍ରଭୁ ନରସିଂହଙ୍କର ଏକ ପ୍ରତିମୂର୍ତ୍ତି ଅଛି।  ଅନ୍ୟ ଫଟୋରେ କ୍ରସ ଚିହ୍ନ ସହିଛି। 

2 ମାର୍ଚ୍ଚରେ ତରୁଣ କୁମାର ଜାଲବାନୁଆର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଆନ୍ଧ୍ରପ୍ରଦେଶ, ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଏକ ବିଶାଳ ଖ୍ରୀଷ୍ଟିଆନ କ୍ରସ ଆକୃତିର ବୋଲି ହିନ୍ଦୁ ହଟେଇବା ପାଇଁ ଅଭିଯୋଗ କରିଛନ୍ତି। ଆମ ଅନୁସନ୍ଧା ପୂର୍ବରୁ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମିଳିବା ସହ ପୋଷ୍ଟକୁ ଅଧିକ ସେୟାର ମଧ୍ୟ କରାଯାଇଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ। 

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନ ମାଫିଆ କ୍ରଶ ପ୍ରତିଷ୍ଠା କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। thenewsminute ପେଜରେ ଆମକୁ ଭାଇରାଲ ଫଟୋ ମିଳିଲା। ଯାହାକି 2 ମାର୍ଚ୍ଚରେ ପୋଷ୍ଟ କରାଯାଇଛି। ଖବର ଅନୁସାରେ ଭାଇରାଲ ଫଟୋରେ ପୋଷ୍ଟ କରାଯାଇଥିବା ସ୍ଥାନ ଦୁଇଟି ଅଲଗା ଅଲଗା ଅଟେ। ଏହା ସହ ସ୍ପଷ୍ଟ କରାଯାଇଛି ଯେ, ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ଅଟେ।ପରେ ଆମକୁ Guntur rural district policeର ଟ୍ୱିଟର ଆକାଉଣ୍ଟ ମିଳିଲା। ଯେଉଁଥିରେ ସ୍ପଷ୍ଟ କରାଯାଇଛି ଯେ, ଫଟୋରେ ଦେଖାଯାଉଥିବା ପାହାଡ଼ ସଂପୂର୍ଣ୍ଣ  ଭିନ୍ନ ଭିନ୍ନ ଅଟେ। ଏବଂ ସେଠାରେ ପାହାଡର କୌଣସି ଜାଗା ନାହିଁ ଯେଉଁଠାରେ ନରସିଂହ ସ୍ୱାମୀ ମୂର୍ତ୍ତି ଅଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମକୁ Guntur Collector ଟ୍ୱିଟର ଆକାଉଣ୍ଟରେ ଭାଇରାଲ  ଖବର ସମ୍ପର୍କରେ ସୂଚନା ମିଳିଲା। ଟ୍ୱଟରେ ଲେଖାଯାଇଛି ଯେ, ଗୁଣ୍ଟୁର  ଏସପି  ଏବଂ ସବ୍ କଲେକ୍ଟରଙ୍କ ରିପୋର୍ଟ ଅନୁଯାୟୀ, ଯେଉଁଠାରେ ସୀତା ମାତା ପାଦଚିହ୍ନ ଏବଂ ପ୍ରଭୁ ନରସିଂହଙ୍କ ଖୋଦିତ ଥିଲା ସେଠାରେ କ୍ରସ ନିର୍ମାଣ କରାଯାଇ ନାହିଁ। ସୀତା ମାତା ପାଦଚିହ୍ନ ଥିବା ପାହାଡଟି କ୍ରସ୍ ଥିବା ପାହାଡଠାରୁ ଭିନ୍ନ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ପରେ ଏହାର ସ୍ପଷ୍ଟି କରଣ ପାଇଁ ଆମେ Edlapaduର SHO  Mr D.SRIHARI ସହ ସମ୍ପର୍କ କରିଲୁ। ସେ ସୂଚନା ଦେଲେ ଯେ, ଭାଇରାଲ୍ ପୋଷ୍ଟ ଫେକ ଅଟେ।  ଫଟୋରେ ଦେଖାଯାଉଥିବା ଉଭୟ ସ୍ଥାନ ପରସ୍ପର ଠାରୁ ପ୍ରାୟ 500 ମିଟରରୁ ଅଧିକ ଦୂର ଅଟେ । ସ୍ୱାମୀ ନରସିଂହଙ୍କ ମନ୍ଦିର ନିକଟରେ କୌଣସି କ୍ରସ ନିର୍ମାଣ କରାଯାଇ ନାହିଁ। କ୍ରସ ନିର୍ମାଣ ହେଇଥିବା ପାହାଡ଼ ଏବଂ ସ୍ୱାମୀ ନରସିଂହଙ୍କ ପ୍ରତିମା ଥିବା ପାହାଡ ପ୍ରାୟ 500 ମିଟର ଦୂରତାରେ ଅବସ୍ଥିତ। ସ୍ୱାମୀ ନରସିଂହଙ୍କ ପ୍ରତିମା ଥିବା ପାହାଡରେ କୌଣସି କ୍ରସ ନିର୍ମାଣ କରାଯାଇ ନାହିଁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ସ୍ୱାମୀ ନରସିଂହଙ୍କ ପ୍ରତିମା ଥିବା ପାହାଡ ଏବଂ ଖ୍ରୀଷ୍ଟିୟାନମାନେ କ୍ରସ ନିର୍ମାଣ କରୁଥିବା ପାହାଡ଼ ଦୁଇଟି ଭିନ୍ନ ସ୍ଥାନ ଅଟେ। ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନ ମାଫିଆ କ୍ରଶ ପ୍ରତିଷ୍ଠା କରୁଥିବା ଦାବି ମିଥ୍ୟା ଅଟେ।

Avatar

Title:ଆନ୍ଧ୍ରପ୍ରଦେଶରେ ହିନ୍ଦୁମାନଙ୍କର ପବିତ୍ର ସ୍ଥାନରେ ଖ୍ରୀଷ୍ଟିଆନମାନେ କ୍ରଶ ପ୍ରତିଷ୍ଠା କରିଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *