କ’ଣ ଭାଇରାଲ ହେଉଥିବା ଫୋଟୋ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ ନିର୍ମିତ ହେଇଥିବା କରୋନାର ଡାକ୍ତରଖାନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

False Social

ଅନେକ ସାମାଜିକ ସଂଗଠନ କରୋନାର ଏହି ଦ୍ଵିତୀୟ ଲହର ସମୟରେ ଲୋକଙ୍କ ସେବା କରିବା ପାଇଁ ଆଗେଇ ଆସିଛନ୍ତି। ବର୍ତ୍ତମାନ ସୋସିଆଲ ମଇଦାରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି ଏବଂ ଦାବି କରା ଯାଇଅଛି ଯେ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ କରୋନା ରୋଗୀଙ୍କ ପାଇଁ ଏକ ଡାକ୍ତରଖାନା ସ୍ଥାପନ କରା ଯାଇଅଛି। 

ଫେକ୍ଟ କୃସେଣ୍ଡୋ ପୋଷ୍ଟରେ ଥିବା ଦାବିକୁ ମିଥ୍ୟା ବୋଲି ପାଇଲା।

କ’ଣ ଦାବି ଏହି ପୋଷ୍ଟର?

ମୁମ୍ବାଇର ସ୍ବାମିନାରାୟଣ ମନ୍ଦିର କୁ କୋଭିଡ୍ ମେଡିକାଲ ରେ ପରିଣତ କରାଗଲା ।। ସବୁଠାରୁ ସୁନ୍ଦର କଥା ଯେ ସେଠାରେ ଯେଉଁ ମାନେ ଚିକିତ୍ସା ହେବେ ସେମାନଙ୍କ ଖର୍ଚ୍ଚ ମନ୍ଦିର ବହନ କରିବ 

fb.jpg

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ 14 ଏପ୍ରିଲରେ ଟିଭି୯ ଗୁଜୁରାତିର ୟୁଟ୍ୟୁବ ଚ୍ୟାନାଲରେ ଗୋଟିଏ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଅନୁଯାୟୀ ଗୁଜୁରାଟର ବଡୋଦରା ନିକଟରେ ସ୍ଵାମୀ ନାରାୟଣ ମନ୍ଦିରରେ ୫୦୦ ବେଡ୍ ଥିବା କୋରୋନା ଡାକ୍ତରଖାନା ସ୍ଥାପନା କରା ଯାଇଅଛି। 

ଏହି ସୂଚନା ଆମକୁ ଦିବ୍ୟଭାସ୍କର ପତ୍ରିକାରେ ମଧ୍ୟ ପ୍ରକାଶିତ ହେଇଥିବା ମିଳିଲା। ଏହି ପତ୍ରିକାରେ କୁହା ଯାଇଅଛି ଯେ ବଡୋଦରା ନିକଟରେ ସ୍ଵାମୀ ନାରାୟଣ ମନ୍ଦିରରେ ୫୦୦ ବେଡ୍ ଥିବା କୋରୋନା ଡାକ୍ତରଖାନା ସ୍ଥାପନା କରା ଯାଇଅଛି। ବର୍ତ୍ତମାନ ସେଠାରେ ୨୦୦ କରୋନା ରୋଗୀଙ୍କର ଚିକିତ୍ସା ହେଉଛି। 

DB.jpg

Divyabhaskar | Archive

ସ୍ଵାମୀ ନାରାୟଣ ମନ୍ଦିର ଦ୍ଵାରା ଆରମ୍ଭ ହୋଇଥିବା କୋଭିଡ କେନ୍ଦ୍ର ବିଷୟରେ ଅଧିକ ସୂଚନା ଯାଞ୍ଚ କରୁଥିବାବେଳେ ଫେସବୁକରେ କରୋନା ବିଷୟରେ କିଛି ସୂଚନା ଏବଂ ମନ୍ଦିରରେ ଆରମ୍ଭ ହୋଇଥିବା ବ୍ୟବସ୍ଥା ବିଷୟରେ ଏକ ଭିଡିଓ ଫେସବୁକରେ ପ୍ରସାରିତ ହେଇଛି ଯାହା ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରନୁହେଁ ବୋଲି ପ୍ରମାଣିତ ହେଇଛି। 

ଏହା ପରେ ଆମେ ବିଏପିଏସ ସ୍ଵାମୀ ନାରାୟଣ ସଂସ୍ଥାର ଅଫିସିଆଲ ୱେବସାଇଟ ଯାଇ ଏହି ବିଷୟରେ ସର୍ଚ କରିଲୁ କିନ୍ତୁ ଫଳାଫଳରେ ଆମକୁ ମୁମ୍ବଇରେ କରୋନା ଡାକ୍ତରଖାନା ସ୍ଥାପନା ହେଇଥିବାର କୌଣସି ସୂଚନା ମିଳିଲା ନାହିଁ। 

ଶେଷକଥା: 

ଆମର ଅନୁସନ୍ଧାନରେ ଉପରୋକ୍ତ ପୋଷ୍ଟ ମିଥ୍ୟା ପ୍ରମାଣିତ ହେଇଛି, କାରଣ ପୋଷ୍ଟ ସହିତ ଶେୟାର ହେଇଥିବା ଫୋଟୋ ଗୁଜୁରାଟର ଭଦୋଦରା ନିକଟ ଅତାଲାରାର ସ୍ଵାମୀ ନାରାୟଣ ମନ୍ଦିର ଅଟେ। ଏଠାରେ ଏକ ୫୦୦ ବେଡ୍ ଥିବା କରୋନା ଡାକ୍ତରଖାନା ସ୍ଥାପନା କରା ଯାଇଅଛି। ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ କରୋନା ଡାକ୍ତରଖାନା ସ୍ଥାପନା କରା ଯାଇଥିବା ଦାବି ସମ୍ପୂର୍ଣ ଭାବରେ ମିଥ୍ୟା ଅଟେ।

Avatar

Title:କ’ଣ ଭାଇରାଲ ହେଉଥିବା ଫୋଟୋ ମୁମ୍ବଇର ସ୍ଵାମୀ ନାରାୟଣ ମନ୍ଦିରରେ ନିର୍ମିତ ହେଇଥିବା କରୋନାର ଡାକ୍ତରଖାନାର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *