ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

False Social

ସୋସିଆଲ ମିଡିଆରେ କୋରୋନା ଉପଚାରକୁ ନେଇ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏହି ପରି ଏକ ପୋଷ୍ଟ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଇଛି ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର ରାମ କୋଭିଡ-19 ଚିକିତ୍ସା ବା ମୁକାବିଲା ପାଇଁ ଏକ ଘରୋଇ ଉପଚାର ଯାହା ଆବିଷ୍କାର କରିଛନ୍ତି। ଏହାକୁ WHO ମଧ୍ୟ ଅନୁମୋଦନ ଦେଇଛି। ସେ ପ୍ରମାଣ କରିଛନ୍ତି ଯେ, ଗୋଟିଏ ଚାମଚ ହଳଦୀ ପାଉଡର, ଦୁଇ ଚାମଚ ମହୁ ଲଗାତାର 5 ଦିନ ଯାଏଁ ଅଳ୍ପ ଅଦା ରସ ସହ ସେବନ କଲେ କୋରୋନା ପ୍ରଭାବକୁ 100% ପର୍ଯ୍ୟନ୍ତ ଦୂର କରିପାରିବ। ସମଗ୍ର ବିଶ୍ୱ ଏହି ଚିକିତ୍ସା ପଦ୍ଧତିକୁ ଏବେ ଅନୁକରଣ କରି ଆରମ୍ଭ କରିଛି। ଏହା ପ୍ରତିଟି ଭାରତୀୟଙ୍କ ପାଇଁ ଖୁସିର ଅନୁଭୂତି। 

ଏହି ପୋଷ୍ଟଟି ଆମକୁ ହ୍ୱାଟ୍ସପରେ ପଠାଯାଇଛି। ଏବଂ ପୋଷ୍ଟ ପଛର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 

ତେବେ କଣ ହଳଦି ପାଉଡରରେ ଦୁଇ ଚାମଚ ମହୁ ଲଗାତାର 5 ଦିନ ଅଳ୍ପ ଅଦା ସହ ଖାଇଲେ  କୋରୋନା 100% ଦୂର ହୋଇଯିବା। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଖବର ସମ୍ପର୍କରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। WHO ପେଜରେ ପ୍ରକାଶିତ ହୋଇଥିବା ନୋଟିସ ଅନୁସାରେ Covid-19 ରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ଔଷଧ ଉପଲବ୍ଧ ନାହିଁ।  ତଥାପି, କେତେକ ପାରମ୍ପାରିକ ଏବଂ ଘରୋଇ ଉପଚାର Covid-19 ର ସାମାନ୍ୟ ଲକ୍ଷଣକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ।  କିନ୍ତୁ କୋରୋନାର ସମ୍ପୁର୍ଣ୍ଣ ନିରାକରଣ କରାଯାଇପାରିବ ପୋଲି କୁହା ଯାଇପାରିବ ନାହିଁ।  ମହୁ ଏବଂ ଅଦା କାଶ ପାଇଁ ଘରୋଇ ଉପଚାର ଅଟେ।  ଏହା କରୋନାକୁ ଭଲ କରେ ନାହିଁ କିମ୍ବା ନଷ୍ଟ କରେ ନାହିଁ।  ଯଦିଓ ଏହି ସମସ୍ତ ପଦାର୍ଥରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି, ସେଗୁଡିକ କରୋନା ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- WHOArchive

ଏହା ପରେ ଆମେ ଭାଇରାଲ ପୋଷ୍ଟରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ସମ୍ପର୍କରେ କୌଣସି ଉପଚାର କାଢ଼ିଥିବାର ଖବର ଗୁଗୁଲରେ ସର୍ଚ୍ଚ କରିଲୁ। PIB fact check ଭାଇରାଲ ଖବରକୁ ମିଥ୍ୟା ପ୍ରମାଣିତ କରିଛି। ପୋଷ୍ଟ ଅନୁସାରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ଖବର ମିଥ୍ୟା ଅଟେ। କୋରୋନା ସହ ଜଡ଼ିତ ଏପରି ଖବର ଭାଇରାଲ ନ କରିବା ପାଇଁ ନିବେଦନ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ଭାଇରାଲ ପୋଷ୍ଟରେ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ କାଢ଼ିଥିବା ଉପଚାର ମିଥ୍ୟା ଅଟେ। WHO ଏପରି କୌଣସି ଉପଚାରକୁ ଅନୁମୋଦନ ଦେଇ ନାହିଁ।

Avatar

Title:ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଜଣେ ଭାରତୀୟ ଛାତ୍ର କୋରୋନା ନିରାକରଣ ପାଇଁ ଉପଚାର କାଢ଼ିଥିବା ଖବର ମିଥ୍ୟା ଅଟେ।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *