କ’ଣ ଭାଇରାଲ ହେଉଥିବା ଏହି ଭିଡିଓ ୟାସ ବାତ୍ୟାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

False Social

ଏହି ମାସ ଭାରତକୁ ଦୁଇଟି ବାତ୍ୟାର ବିନାଶର ସାମନା କରିବାକୁ ପଡ଼ିଛି। ପ୍ରଥମେ ଆରବ ସାଗରରେ ଜନ୍ମ ନେଇଥିବା ଟାଉତେ ବାତ୍ୟା କେରଲ, ମହାରାଷ୍ଟ୍ର ଏବଂ ଗୁଜୁରାତରେ ବିନାଶ ସୃଷ୍ଟି କରି ସାରିଲା ପରେ କିଛି ଦିନ ପୂର୍ବରୁ ବଙ୍ଗୋପ ସାଗରରେ ୟାସ ବାତ୍ୟା ଓଡ଼ିଶା ଏବଂ ପଶ୍ଚିମବଙ୍ଗକୁ ପ୍ରଭାବିତ କରିଥିଲା। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଦେଖିବାକୁ ମିଳିଛି ଯେଉଁଟା ୟାସ ବାତ୍ୟା ସମୟରେ ଓଡ଼ିଶାର ବାଲାସୋର ଜିଲାର ଦୃଶ୍ୟ ଦାବି ସହିତ ଭାଇରାଲ ହେଉଛି।  

ଫେକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ କରି ଭିଡିଓର ଦାବିକୁ ମିଥ୍ୟା ବୋଲି ପାଇଲା। 

Sharechat | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଇନଭିଡ ଵେ ଭେରିଫାଇ ଏକ୍ସଟେନସନ୍ ଟୁଲ୍ ସାହାଜ୍ୟତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚ କରିଲା ପରେ ଫଳାଫଳରେ ଆମକୁ ୩୦ ମଇ ୨୦୧୬ ମସିହାରେ ଏହି ଭିଡିଓ ୟୁଟ୍ୟୁବରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓ ଫୁଟନୋଟ୍ ରେ “ଡୋଲୋରେସରେ ବାତ୍ୟା” ବୋଲି ଲେଖା ଯାଇଥିବା ମିଳିଲା। 

ଏହା ପରେ ଆମେ ଗୁଗୁଲରେ ଯାଇ ଡୋଲୋରେସ ସହର କେଉଁ ଦେଶରେ ଅଛି ଜାଣିବାକୁ ଚେଷ୍ଟା କରିଲୁ। ଆମ ସର୍ଚରେ ଆମେ ଦେଖିଲୁ ଯେ ଡୋଲୋରେସ ଉରୁଗୁଏ ଦେଶରେ ସ୍ଥିତ ଏକ ସହର। 

WP.jpg

କିନ୍ତୁ କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ କ;ଣ ଡୋଲୋରେସ ସହରର? ଏହା ଜାଣିବା ପାଇଁ ଆମେ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓରେ ଗୋଟିଏ ସ୍ଥାନରେ BBVA ବୋଲି ଲେଖା ଯାଇଅଛି। ଆମେ ଗୁଗୁଲ ମ୍ୟାପରେ ଯାଇ ବିବିଭିଏ(BBVA) ଡୋଲୋରେସ ଲେଖି ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ଏହି ସମାନ ସ୍ଥାନ ଉରୁଗୁଏରେ ଦେଖିବାକୁ ମିଳିଲା। ଗୁଗୁଲ ମ୍ୟାପ ସାହାଜ୍ଯତାରେ ଆମେ ଭିଡିଓରେ ଥିବା BBVA ବିଲଡିଙ୍ଗକୁ ଖୋଜି ବାହାର କରିଲୁ। 

GM.jpg

Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ହେଉଥିବା ଭିଡିଓ ୨୦୧୬ ମସିହାରେ ଉରୁଗୁଏ ଦେଶର ଡୋଲୋରେସ ସହରରେ ଆସିଥିବା ବାତ୍ୟାର ଭିଡିଓ ଅଟେ। ଏହି ପୁରୁଣା ଭିଡିଓକୁ ପରବର୍ତ୍ତୀ ସମୟରେ ବାଲାସୋର ରେ ଆସିଥିବା ୟାସ ବାତ୍ୟା ଦାବି ସହିତ ଭାଇରାଲ କରା ଯାଉଅଛି।

Avatar

Title:କ’ଣ ଭାଇରାଲ ହେଉଥିବା ଏହି ଭିଡିଓ ୟାସ ବାତ୍ୟାର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *