
12 ଜୁଲାଇରେ ଓଡ଼ିଶାର ପର୍ବ ରଥଜାତ୍ରା ଆୟୋଜିତ କରାଯାଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ପୋଷ୍ଟ କରାଯାଇଛି। ତେବେ କୋରୋନା କଟଣାକୁ ନେଇ ଫଟୋ ମାଧ୍ୟରେ ପ୍ରଶ୍ନ କରାଯାଉଛି। ଏହି ପରି ଲୋକଙ୍କ ଭିଡ଼ଥିବା ରଥଯାତ୍ରାର ଫଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ଆମ ଅନୁସନ୍ଧାନରେ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
12 ଜୁଲାଇରେ India 24 Live News ନାମକ ଖବର ପେଜରେ ଭାଇରାଲ ଫଟୋ ପୋଷ୍ଟ କରାଯାଇଥିଲା। ପୋଷ୍ଟରେ ଲେଖାଯାଇଛି ଯେ, Puri Jagannath Rath Yatra begins in The state of Odisha today on July 12th. Which happens every year.This year in Covid, This Yatra got permission with the same crowd & rituals.( ପୁରୀ ଜଗନ୍ନାଥ ରଥ ଯାତ୍ରା ଆଜି ଜୁଲାଇ 12 ତାରିଖ ଦିନ ଓଡ଼ିଶା ରାଜ୍ୟରେ ଆରମ୍ଭ ହୋଇଛି। ଯାହାକି ପ୍ରତିବର୍ଷ ଆୟୋଜିତ ହୋଇଛି। ଏହି ବର୍ଷ କୋଭିଡରେ, ଏହି ଯାତ୍ରା ସମାନ ଭିଡ଼ ଏବଂ ରୀତିନୀତି ସହିତ ଅନୁମତି ପାଇଲା। ଆମ ଅନୁସନ୍ଧାନ ପୂର୍ବରେ ଭାଇରାଲ ଫଟୋକୁ ଅଧିକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଲୋକଙ୍କ ଭିଡ଼ଥିବା ରଥଜାତ୍ରାର ଫଟୋ 2021ର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରଲିୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ସମସ୍ତ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ୍ ମିଳିଲା।
ପ୍ରଥମ ଫଟୋ-
ପ୍ରଥମ ଫଟୋ ଆମକୁ local guides connect ପେଜରେ ମିଳିଲା। ଯାହାକି 13 ଜୁଲାଇ 2018ରେ ପ୍ରକାଶିତ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋର 2021 କୋରୋନା ସମୟର ରଥଯାତ୍ରା ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- local guides connect । Archive
ଦ୍ୱିତିୟ ଫଟୋ-
ଦ୍ୱିତିୟ ଫଟୋକୁ ମଧ୍ୟ ଆମେ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ hinduism facts ପେଜରେ ଭାଇରାଲ ଫଟୋ ମିଳିଲା। ଯାହାକି 1 ଏପ୍ରିଲ 2011ରେ ପ୍ରକାଶିତ କରାଯାଇଥିଲା। ଭାଇରାଲ ଫଟୋ ପ୍ରତିଛବିଟି ପ୍ରତିନିଧିତ୍ୱ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥିଲା। ଏହା ସ୍ପଷ୍ଟ ଭାବରେ ସୂଚିତ କରେ ଯେ ଫଟୋଗୁଡିକର ବର୍ତ୍ତମାନ ରଥଯାତ୍ରା ସହ କୌଣସି ସମ୍ପର୍କ ନାହିଁ।

ଏଠାରେ ଲିଙ୍କ ଦେଖନ୍ତୁ- hinduism facts । Archive
ତୃତିୟ ଫଟୋ-
ତୃତିୟ ଭାଇରାଲ ଫଟୋ ଆମକୁ shutterstock ପେଜରେ ମିଳିଲା। ଯାହାକି 2011ରେ ପୋଷ୍ଟ କରାଯାଇଥିଲା। ଭାଇରାଲ ଫଟୋରେ କୌଣସି ବ୍ୟକ୍ତି ମାସ୍କ ନ ପିନ୍ଧିଥିବାର ଦେଖାଯାଉଛନ୍ତି। ଏଥିରୁ ସମ୍ପୁର୍ଣ୍ଣ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଫଟୋ ବର୍ତ୍ତମାନ କୋରୋନା ମହାମାରି ସମୟର ନୁହେଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- shutterstock। Archive
ତେବେ ବର୍ତ୍ତମାନ 12 ଜୁଲାଇ 2021ରେ ହୋଇଥିବା ରଥଯାତ୍ରାର ଭିଡିଓ ଆମେ ସର୍ଚ୍ଚ କରିଲୁ। Doordarshan National ଚ୍ୟାନେଲରେ 2021 ରଥଯାତ୍ରାର ସିଧାପ୍ରସାରଣ ଦେଖନ୍ତୁ। ଯେଉଁଥିରେ ସମ୍ପୁର୍ଣ୍ଣ କୋରୋନା ନିୟମ ଅନୁସାରେ ରଥାଯାତ୍ରା ଆୟୋଜନ କରାଯାଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, କୋରୋନା କଟକଣା ନମାନି ରଥଯାତ୍ରା ଉତ୍ସବ ପାଳନ ହୋଇଥିବା ଦାବିରେ ଭାଇରାଲ ଫଟୋ ପୁରୁଣା ଅଟେ। ଫଟୋର ବର୍ତ୍ତମାନ କୋରୋନା ମହାମାରି ସହ କୌଣସି ସମ୍ପର୍କ ନାହିଁ।
Title:କୋରୋନା କଟକଣା ନମାନି ପୁରିରେ ରଥଯାତ୍ରା ଉତ୍ସବର ଦୃଶ୍ୟ ?
Fact Check By: Saritadevi SamalResult: False


