
ପଶୁ ଏବଂ ମଣିଷ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହି ଆସିଛି। ସମୟ ସମୟରେ ଆମେ ଦେଖିଛୁ ଯେ ମଣିଷ ପଶୁ ମାନଙ୍କୁ ସୁରକ୍ଷା ଏବଂ ଭଲପାଇ ଆସିଛି ଏବଂ ବେଳେବେଳେ ପଶୁ ମାନେ ମଧ୍ୟ ମଣିଷ ମାନଙ୍କ ପ୍ରତି ସମାନ ସ୍ନେହ ପ୍ରଦଶନ କରନ୍ତି। ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି ଯେଉଁଥିରେ ଆମେ ଏକ ମାଙ୍କଡକୁ ଜଣେ ବୃଦ୍ଧା ମହିଳାଙ୍କ ପାଖରେ ବସିଥିବାର ଦେଖିବାକୁ ପାଇଲୁ ଏବଂ କିଛି ସମୟ ପରେ ସେହି ମାଙ୍କଡ ମହିଳା ଜଣଙ୍କୁ ଆଲିଙ୍ଗନ କରି ଚାଲିଗଲା।
ଫ୍ୟାକ୍ଟ କୃସେଣ୍ଡୋ ଭିଡିଓ ସହିତ ଭାଇରାଲ ହେଉଥିବା ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି ଏହି ପୋଷ୍ଟର?
ଭିଡିଓରେ ଦାବି କରା ଯାଇଅଛି ଯେ ଏହି ବୃଦ୍ଧା ମହିଳା ମାଙ୍କଡକୁ ପ୍ରତ୍ୟେକ ଦିନ ମାଙ୍କଡକୁ ଖାଇବାକୁ ଦେଉଥିଲେ। ଅସୁସ୍ଥ ହୋଇଥିବା କାରଣରୁ ମାଙ୍କଡକୁ ଖାଇବାକୁ ନଦେଇ ପାରିଥିବାରୁ ମାଙ୍କଡ ଏହି ବୃଦ୍ଧା ମହିଳାଙ୍କ ପାଖକୁ ପହଞ୍ଚି ଥିଲା ଏବଂ ମହିଳାଙ୍କୁ ଦେଖି ଭାବୁକ ହୋଇ ତାଙ୍କୁ ଆଲିଙ୍ଗନ କରିଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ଆମେ ଗୁଗୁଲରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଏହି ଭିଡିଓ ରାଜସ୍ଥାନର ଯୋଧପୁରର ଫଲୌଦି ଗ୍ରାମର ଭିଡିଓ ହୋଇଥିବା ପ୍ରମାଣ ମିଳିଲା। ୨୪ ଜୁନ ରେ ଜି ନ୍ୟୁଜ ପତ୍ରିକା ୱେବସାଇଟରେ ଏହି ଘଟଣା ବିଷୟରେ ଏକ ଖବର ପ୍ରକାଶିତ ହୋଇଛି। ଏହି ଖବରରେ କୁହା ଯାଇଅଛି ଯେ ୯୦ ବର୍ଷ ବୟସର ଏହି ବୃଦ୍ଧା ମହିଳାଙ୍କ ନାମ ଭାନବାରି ଦେବୀ ଅଟେ। ହଟାତ ଏହି ମାଙ୍କଡ ତାଙ୍କ ପାଖରେ ଆସି ବସି ଯାଇଥିଲା। ଭାନବାରି ଦେବୀ ମାଙ୍କଡକୁ ଥାପୁଡେଇବାରୁ ସେହି ମାଙ୍କଡ ତାଙ୍କୁ ଆଲିଙ୍ଗନ କରିଥିଲା। ଗଣମାଧ୍ୟମ ସହିତ ସାକ୍ଷାତରେ ଭାନବାରି ଦେବୀଙ୍କ ପରବାର ଲୋକେ କହିଛନ୍ତି ଯେ ଏହି ମାଙ୍କଡ ହଟାତ ଘରେ ଆସି ମହିଳାଙ୍କୁ ଆଲିଗନ କରିଲା ଆଉ ନିଜେ ନିଜେ ପଳାଇଲା।

ଏହି ଭିଡିଓ ଜଡିତ ସମ୍ବାଦ ଆମକୁ ୨୭ ଜୁନ ରେ ଚ୍ୟାନାଲ ୨୪ ପ୍ଲସ୍ ନ୍ୟୁଜ ନାମକ ୟୁଟ୍ୟୁବ ଏକାଉଣ୍ଟରେ ପ୍ରସାରିତ ହେଇଥିବା ମିଳିଲା। ଏହି ସମ୍ବାଦ ଅନୁଯାୟୀ ଘର ଭିତରେ ହଟାତ ମାଙ୍କଡ ପଶି ଯିବାରୁ ପରିବାର ଲୋକେ ଭୟଭୀତ ହୋଇଯାଇଥିଲେ। ମାଙ୍କଡ ଆସି ବୃଦ୍ଧା ମହିଳାଙ୍କ ପାଖରେ ବସି ଯାଇଥିଲା। ଘର ଲୋକେ ଭୟଭୀତ ହୋଇ ମାଙ୍କଡକୁ ଆମ୍ବ, ଟମାଟ ଇତିୟାଦୀ ଖାଇବାକୁ ଦେଲେ କିନ୍ତୁ ମାଙ୍କଡ କିଛି ଖାଇଲା ନାହିଁ ଏବଂ ସେହି ମହିଳାଙ୍କୁ ଆଲିଙ୍ଗନ କରିଲା। ଭିଡିଓରେ ବୃଦ୍ଧ ମହିଳା କହିଛନ୍ତି, “ଏହି ମାଙ୍କଡ ଘରକୁ ଆସି ଚାଲିବା ଆରମ୍ଭ କରିଲା। ତ’ପରେ ସେ ବିଛଣାରେ ମୋ ପାଖକୁ ଆସି ବସିଗଲା। ସେ ମତେ ସ୍ନେହରେ ଆଲିଙ୍ଗନ କରିଲ। ଆମେ ତାକୁ ବିସ୍କୁଟ ସମେତ ଅନେକ ଖାଦ୍ୟ ପ୍ରଦାନ କରିଥିଲୁ, କିନ୍ତୁ ସେ ସେଗୁଡିକ ଖାଇଲା ନାହିଁ। ଏହି ମାଙ୍କଡ କୌଣସି ଅନିଷ୍ଟ କରି ନାହିଁ ଏବଂ କାହାରୀକୁ କ୍ଷତି କରି ନାହିଁ।”
ଭାନବାରି ଦେବୀ ଏହି ମାଙ୍କଡକୁ ପ୍ରତିଦିନ ଖାଇବାକୁ ଦେଉଥିବା ଦାବି ମିଥ୍ୟା ପ୍ରମାଣ ହେଲା। ବୃଦ୍ଧା ମହିଳାଙ୍କ ବହୁ କହିଛନ୍ତି ଯେ ତାଙ୍କ ଘରକୁ ପ୍ରଥମ ଥର ପାଇଁ ମାଙ୍କଡ ଆସିଥିଲା। “ଏହି ପ୍ରକାରର ମାଙ୍କଡ କେବେବି ସେମାନଙ୍କ ଘରକୁ କିମ୍ବା ଭାନବାରି ଦେବୀ ନିକଟକୁ ଆସି ନାହିଁ। ଏହି ମାଙ୍କଡ ପ୍ରାର୍ଥମ ଥର ଆମ ଘରକୁ ଆସିଛି। ଆମେ ଘରେ ଥିବା ବେଳେ ଏହି ମାଙ୍କଡ ହଠାତ୍ ଆସିଥିଲା। ଏହା କେଉଁଠାରୁ ଆସିଛି ତାହା କେହି ଜାଣନ୍ତି ନାହିଁ। ପିଲା ମାନେ ତାକୁ ଦେଖି କାଁଡିବାକୁ ଲାଗିଲେ। ମାଙ୍କଡ ଘର ଭିତରକୁ ଆସି ବିଚଣାରେ ସୋଇଥିବା ଜେଜେମାଙ୍କ ନିକଟକୁ ଗଲା ମୁଁ ତାଙ୍କୁ କହିଲି ଭୟ କର ନାହିଁ। ମାଙ୍କଡ ତାଙ୍କୁ ଆଲିଙ୍ଗନ କରିଲା।”
ଶେଷକଥା:
ପୋଷ୍ଟରେ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ବୃଦ୍ଧା ମହିଳା ମାଙ୍କଡକୁ ନିୟମିତ ଖାଇବାକୁ ଦେଉନଥିଲେ। ମାଙ୍କଡ ହଠାତ୍ ଘରେ ପସି ତାଙ୍କୁ ଆଲିଙ୍ଗନ କରିଥିଲା। ବୃଦ୍ଧା ମହିଳା ମାଙ୍କଡକୁ ପ୍ରଥମ ଥର ଦେଖିଥିଲେ।

Title:ଏହି ଭିଡିଓରେ ମାଙ୍କଡ ଏବଂ ବୃଦ୍ଧ ମହିଳାଙ୍କ ମଧ୍ୟରେ କାହାଣୀର ବାସ୍ତବତା କ’ଣ?
Fact Check By: Siddharth SahuResult: False
