
୪ ଡିସେମ୍ବରରେ ନାଗାଲାଣ୍ଡରେ ଭାରତୀୟ ସେନା ପେଟ୍ରୋଲିଂ କରୁଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହିତ ଏକ ଲଢେଇ ହେବାରୁ ଗୁଳିଚାଳନାରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକେ ଆଘାତ ହୋଇଥିଲେ। ସୈନ୍ୟମାନେ ଦାବି କରିଛନ୍ତି ଯେ ଏହା ଭୁଲ ବୁଝାମଣା କାରଣରୁ ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକେ ଏହି ଦାବିର ଖଣ୍ଡନ କରିଥିଲେ।
ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେଉଛି ଯେଉଁଥିରେ ସ୍ଥାନୀୟ ଲୋକେ ଚାଷ ଜମିରେ ସୈନ୍ୟ ମାନଙ୍କ ସହିତ ଲଢେଇ କରୁଛନ୍ତି। ଦାବି ଅନୁଯାୟୀ ସ୍ଥାନୀୟ ଲୋକମାନେ ନାଗାଲାଣ୍ଡର ଅଟନ୍ତି ଏବଂ ସେମାନେ ସେନା ଯବାନଙ୍କ ଠାରୁ ତାଙ୍କ ବନ୍ଧୁକ ଛଡେଇ ନେବାର ଚେଷ୍ଟା କରିଥିଲେ। ଉତ୍ତରରେ ସେନା ତାଙ୍କୁ ଚେତାବନୀ ଦେବା ପରେ ଗୁଳିଚାଳନା କରିଥିଲେ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଭାରତର ନୁହେଁ। ଏହା କୋଲୋମ୍ବିଆ ଦେଶର ଭିଡିଓ ଅଟେ।
କ’ଣ ଦାବି ଏହି ପୋଷ୍ଟର?
୮ ଡିସେମ୍ବରରେ ପୂର୍ଣଚନ୍ଦ୍ର ମିଶ୍ର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ କିଛି ସ୍ଥାନୀୟ ଲୋକଙ୍କର ସେନା ଯବାନଙ୍କ ଶୀତ ଲଢେଇ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି, “ନାଗାଲାଣ୍ଡରେ ସୈନିକଙ୍କ ଦ୍ଵାରା ଗୁଳିଚାଳନାର ସତ୍ୟତା… ତଥାକଥିତ ଗ୍ରାମବାସୀଙ୍କ ଦ୍ଵାରା ଯବାନଙ୍କ ବେକରେ ଖଣ୍ଡା ଲଗାଇ ରାଇଫେଲ ଛଡାଇବାକୁ ଚେଷ୍ଟା କରା ଯାଇଥିଲା। ବର୍ତ୍ତମାନ ଏପରି ପରିସ୍ଥିତିରେ ସୈନିକ ମାନେ ଗୁଳି ଚଳାଇବେ ନାହିଁ ତେବେ କେବେ ଚଳାଇବେ? କଂଗ୍ରେସ ଏବଂ ବିପକ୍ଷି ଦଳ ଏହି ଘଟଣାରେ ମଧ୍ୟ ଆମ ଯବାନକ ଭୁଲ ଦେଖୁଛି। ବନ୍ଧୁଗଣ ମୁଁ ନାଗାଲାଣ୍ଡରେ ଏପରି ଦୃଶ୍ୟ ପୂର୍ବରୁ ମଧ୍ୟ ଦେଖିଛି। ଜୁନ୍ ୨୦୧୫ ରେ, କୋହିମା ନିକଟ ସେନାପତି ସୀମାରେ, ମୋର ସାଥିଙ୍କ ବେକରେ ଏକ ଖଣ୍ଡା ରଖି ମୋ ଠାରୁ ଟଙ୍କା ଲୁଟିବା ସହିତ ଅନ୍ୟ ୨୦ ଗାଡିରେ ଥିବା ଲୋକଙ୍କ ସହିତ ମଧ୍ୟ ସମାନ ବ୍ୟବହାର କରା ଯାଇଥିଲା। ଖୋଲା ରାସ୍ତାରେ ପ୍ରାୟ ୫୦ ଲୋକେ ବନ୍ଦୀ ଥିଲେ ଏବଂ ପରସ୍ପର ସହିତ କଥା ହେବାକୁ ମଧ୍ୟ ଅନୁମତି ନଥିଲା। ଏମାନେ କୌଣସି ଗ୍ରାମବାସୀ ନୁହନ୍ତି, ଏକ ଆତଙ୍କବାଦୀ ଦଳ ଅଟନ୍ତି ଯିଏ ବର୍ତମାନ ଚୀନ ପାଇଁ କାମ କରୁଛନ୍ତି।”
ଆମ ଅନୁସନ୍ଧାନ:
ଆମ ଆଉସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଭିଡିଓ ୨୦୧୮ ମସିହାରୁ ଇଣ୍ଟର୍ନେଟ୍ ରେ ଉପଲବ୍ଧ ଅଛି। ୭ ଜାନୁଆରୀ ୨୦୧୮ ରେ ଅପ୍ଲୋଡ୍ ହେଇଥିବା ଏହି ଭିଡିଓର ଶୀର୍ଷକରେ ଲେଖା ଯାଇଛି ଯେ କୋଲୋମ୍ବିଆ ସୈନିକ ମାନଙ୍କ ଉପରେ ଆଦିଆସି ନାଗରିକ ମାନେ ଆକ୍ରମଣ କରିଥିଲେ।
ଗଭୀରତା ସହିତ ଅନୁସନ୍ଧାନ କରିଲା ପରେ ଆମକୁ ଏହି ଭିଡିଓ ପ୍ରସଙ୍ଗରେ ଏକ ସମ୍ବାଦ ମିଳିଲା। ଭିଡିଓ ଅନୁଯାୟୀ କୋଲୋମ୍ବିଆର କୋରିଣ୍ଟୋରେ ଥିବା ସ୍ଥାନୀୟ ଲୋକ ମାନେ ସୈନିକଙ୍କ ସହିତ ଯୁକ୍ତିତର୍କ କରିଥିଲେ। ଚିନୀ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଆଖୁ ଚାଷକୁ ଜବତ କରିବାକୁ ସ୍ଥାନୀୟ ବିକ୍ଷୋଭକାରୀ ଏବଂ ସୈନିକଙ୍କ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା।
ସ୍ଥାନୀୟ ସମ୍ବାଦ ପତ୍ରିକା କାରାକୋଲ ଟିଭି ଅନୁଯାୟୀ ଏହି ଭିଡିଓ ୫ ଜାନୁଆରୀରେ ଅରିଣ୍ଟୋର ଗ୍ରାମୀଣ ଅଞ୍ଚଳରେ ଘଟିଥିଲା। ସୈନ୍ୟବାହିନୀର ସୂଚନା ଅନୁଯାୟୀ ପ୍ରାୟ ୫୦ ଆଦିବାସୀ ନାଗରିକ ଖଣ୍ଡା ଭଳି ଅସ୍ତ୍ରରେ ସୈନିକ ମାନଙ୍କୁ ଆକ୍ରମଣ କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ନାଗାଲାଣ୍ଡର ନୁହେଁ ବରଂ କୋଲୋମ୍ବିଆ ଦେଶର ଅଟେ। କୋଲୋମ୍ବିଆ ଦେଶର ଆଦିବାସୀ ନାଗରିକ ଏବଂ ସୈନ୍ୟ ମାନଙ୍କ ମଧ୍ୟରେ ହେଇଥିବା ସଂଘର୍ଷକୁ ନାଗାଲାଣ୍ଡର ଘଟଣା କହି ଗୁଜବ ସୃଷ୍ଟି କରା ଯାଇଛି।

Title:କ’ଣ ସେନା ଯବାନଙ୍କ ସହିତ ଲଡେଇ କରୁଥିବା ସ୍ଥାନୀୟ ଲୋକଙ୍କର ଏହି ଭିଡିଓ ନାଗାଲାଣ୍ଡର ଅଟେ?
Fact Check By: Siddharth SahuResult: False
