
ସାଧାରଣତ ସବୁ ଜୀବଜନ୍ତୁ ନିଜ ରୂପରେ ଛୁଆକୁ ଜନ୍ମ ଦେଇଥାନ୍ତି, ଯଦି ସେ ମଣିଷ ଛୁଆ ଭଳି ଦେଖା ଯାଉଥିବା କେଉଁ ଛୁଆକୁ ଜନ୍ମ ଦେଇ ଥାଏ, ତାହେଲେ ମଣିଷ ମାନେ ଆଶ୍ଚର୍ଯ୍ୟ ତ ହେବେ। ୧୫ ଜାନୁଆରୀରେ ଓଡ଼ିଆ ଦୁନିଆ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ଗୋଟିଏ ଛେଲି ମଣିଷ ପରି ଛୁଆ ଜନ୍ମ ଦେଇଛି ଓ ଶେଠୀ ପାଇଁ ଏହି ଛୁଆର ଫୋଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପୋସ୍ତରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଘଟଣାଟି କର୍ଣାଟାକା ରାଜ୍ୟର ମାଇସୁର ଜିଲାର ଅଟେ। ଏହି ଛୁଆର ଦୁଇଟି ହାତ, ମୂହ, ଶରୀର ଓ ଆଖି ସହିତ ଶରୀର ଗଠନ ଏକଦମ ମଣିଷ ପରି ହୋଇଛି। ପୋଷ୍ଟରେ ଏହା ମଧ୍ୟ ଦାବି କରା ଯାଇଅଛି ଯେ ଏହି ଛେଲି ଭାସ୍କର ନାମ ଲୋକର। ଏହି ଛେଲି ଛୁଆର ଅଧାରୁ ଅଧିକ ଗଠନ ମଣିଷ ପରି କେବଳ କାନ ଆଉ ଗୋଡ଼ ଛେଲି ପରି।

ଏହି ଖବର ଫେସବୁକରେ ମଧ୍ୟ ଭାଇରାଲ ହେଇଅଛି।

ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ ପ୍ପଢନ୍ତୁ।
ଆମ ଅନୁସନ୍ଧାନ:
ଏହି ପୋଷ୍ଟ ବିଷୟରେ ସତ୍ୟ ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ପୋଷ୍ଟରେ ଥିବା ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମେ ଏହି ବିଷୟ ନେଇ କିଛି ତଥ୍ୟ ସାମନା କୁ ଆସିଲୁ।
୨୦ ନଭେମ୍ବର ୨୦୧୮ ମସିହାରେ ମିରର ନ୍ଯୁଜ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହି ବିଷୟରେ ବିସ୍ତାରରେ ଲେଖା ଯାଇଅଛି। ଏହି ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଯେତେବେଳେ ଜଣେ ଚାଷୀ ନିଜ ଛେଲିକୁ ଅଧା ମଣିଷ ଓ ଅଧା ଛେଲିକୁ ଜନ୍ମ ଦେବାର ଦେଖିଲେ, ସେ ଆଶ୍ଚର୍ଯ୍ୟ ହେଇ ଗଲେ। ସେ ଏହା ଭାବୁଛନ୍ତି ଯେ ଏହି ଛୁଆଟି ଶ୍ରାପିତ ବୋଲି ଓ ତାଙ୍କ ଭାଗ୍ୟ ଏହା ଯୋଗୁ ଖରାବ ହେଇଯିବା। ଏହି ଘଟଣାଟି ଫିଲିପିନ୍ସ ର ସୁଲ୍ତାନ କୁଡାରାତ ନାମ ଜାଗାର ଗୋଟିଏ ଛୋଟ ଚାଷ ଜମିରେ ଘଟିତ। ସେହି ଚାଷୀଙ୍କ ନାମ ହେଲା ଜୋସେଫିନ। ଜୋସେଫିନଙ୍କ କହିବ ମୁତାବକ ଏହି ଛୁଆଟି ଘୁଷୁରି ପରିକା ଦେଖିବା ସାହାତେ ମଣିଷ ପରିକା ମଧ୍ୟ ଦେଖା ଯାଉଅଛି। ଜନ୍ମ ନେଲା କିଛି ସମୟ ପରେ ଏହି ଛୁଆର ମୃତ୍ୟୁ ହେଇଯାଇ ଥିଲା।

୨୦ ନଭେମ୍ବର ୨୦୧୮ ରେ ଡେଲି ମେଲ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ଲେଖା ଯାଇଅଛି ଯେ ଜୋସେଫିନ ନାମକ ଚାଷୀ ଯେତେବେଳେ ନିଜ ଛେଲିକୁ ଅଧା ଘୁଷୁରି ଓ ଅଧା ମଣିଷ ପରି ଛୁଆ ଦେବା ଦେଖି ଡଋ ଯାଇଥିଲେ। ଏହି ଛୁଆ ଦେଖିବା କୁ ଗୋଲାପି ରଙ୍ଗ ର ଓ ଏହାର ଗୋଦା ଘୁଷୁରି ପରିକା ଥିଲା ଏବଂ ନାଭି ମଣିଷ ପରିକା। ଏହି ଖବର ସୁଣୀ ପଡିସା ଲୋକେ ତାଙ୍କ ଘରକୁ ପସି ଏହି ଜୀବକୁ ଦେଖିବାକୁ ଲାଗିଲେ। ସେଠିକାର ପଶୁ ବିଜ୍ଞାନ ଡାକ୍ତର ଅଗପିତା ସାଳସେସ କହିଛନ୍ତିଜେ ଛେଲି ମାଁକୁ ଋଫ୍ଟ ଭେଲି ରୋଗ ଯୋଗୁ ଏପରି ଛୁଆ ଜନ୍ମ କରିବା ସମ୍ଭାବନା ଅଛି।

ଶେଷକଥା:
ଏହି ବିଷୟରେ ଅନୁସସନ୍ଧାନ କରିବା ପରେ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହି ଘଟଣାଟି ୨୦୧୮ ମସିହାରେ ଫିଲିପିନ୍ସର ସୁଲ୍ତାନ କୁଡରାତ ନାମ ଜିଲାରେ ଘଟିତ। ପୋଷ୍ଟରେ ଦାବି କରା ଯାଇଥିବା କଥନ ଯେ ଏହା କରନାଟକାର ମାଇସୁର ସହର ର ଘଟଣା କଥା ସମ୍ପୂର୍ଣ ଭାବେ ମିଥ୍ୟା।
Title:କ’ଣ ଗୋଟିଏ ଛେଲି ମଣିଷ ଛୁଆକୁ ଜନ୍ମ ଦେଇଛି? କେଉଁଠି ଘଟିଛି ଏହି ଘଟଣା? ଜାଣନ୍ତୁ ସତ।
Fact Check By: Siddharth SahuResult: False

