ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି। 

Communal False

ଜଣେ ବ୍ୟକ୍ତିଙ୍କର ହିନ୍ଦୁ ମାନଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ମୁସ୍ଲିମ ଲୋକଙ୍କ ଧାର୍ମିକ ଟୋପି ପିନ୍ଧିଥିବା ଏହି ବ୍ୟକ୍ତି କହୁଛନ୍ତି ଯେ ରାମ ମନ୍ଦିର ନିର୍ମାଣ ପରେ ମଧ୍ୟ ହିନ୍ଦୁ ମାନେ ବିଜେପିକୁ ନିର୍ବାଚନରେ ହରାଇ ଦେଲେ। ଯଦି କେହି ଲୋକ ମସଜିଦ ନିର୍ମାଣ କରିଥାନ୍ତା, ତେବେ ମୁସ୍ଲିମ ମାନେ ତା’କୁ ୪୦୦ ପାର ଭୋଟ୍ ଦେଇ ବିଜୟୀ କରି ଦେଇଥାନ୍ତେ।

ଦାବି କରା ଯାଉଛି ଯେ ଭିଡିଓରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ବ୍ୟକ୍ତି ଜଣେ ମୁସଲମାନ ଅଟନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଥିବା ବ୍ୟକ୍ତି ଜଣେ ହିନ୍ଦୁ ଏବଂ ତାଙ୍କ ନାମ ଧୀରେନ୍ଦ୍ର ରାଘବ ଏବଂ ସେ ଜଣେ ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର। 

Facebook | Archive 

ଆମ ଅନୁସନ୍ଧାନ: 

ଆମ ଅନୁଦସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓ ପରି ଏକ ଭିଡିଓ ଧୀରେନ୍ଦ୍ର ରାଘବ ନାମକ ଜଣେ ଇଂଷ୍ଟାଗ୍ରାମ୍ ବ୍ୟବହାରକାରୀଙ୍କର ଏକାଉଣ୍ଟରେ ୧୭ ଏପ୍ରିଲ୍ ୨୦୨୪ ରେ ପୋଷ୍ଟ ହେଇଥିବା ମିଳିଲା। 

ଉପରୋକ୍ତ ଇଂଷ୍ଟାଗ୍ରାମ ଏକାଉଣ୍ଟରୁ ଆମେ ଜାଣିବାକୁ ପାଇଲୁ ଯେ ଏହା ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି (ଧୀରେନ୍ଦ୍ର ରାଘବ)ଙ୍କର ଏକାଉଣ୍ଟ ଏବଂ ସେ ଜଣେ କଳାକାର ଏବଂ କଣ୍ଟେଣ୍ଟ କ୍ରିଏଟର। ସେ ଜଣେ ହିନ୍ଦୁ। ଆପଣ ମାନେ ତାଙ୍କ ଏକାଉଣ୍ଟରେ ଏପରି ଅନେକ ଭିଡିଓ ଦେଖି ପାରିବେ। 

ନବଭାରତ ଟାଇମ୍ସ ମଧ୍ୟ ୭ ଜୁନ୍ ରେ ରିପୋର୍ଟ କରିଛି ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଜଣେ ହିନ୍ଦୁ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ହେଉଛନ୍ତି ଧିରେନ୍ଦ୍ର ରାଘବ, ଜଣେ ହିନ୍ଦୁ କଳାକାର ଏବଂ ସେ ମୁସଲମାନ ଭେଷରେ ଏହି ଭିଡିଓ ସୃଷ୍ଟି କରିଥିଲେ। ସେ ଜଣେ ମୁସ୍ଲିମ ହେଇଥିବା ଦାବି ସମ୍ପୁର୍ଣ୍ଣ ଭାବରେ ମିଥ୍ୟା ଅଟେ।

Avatar

Title:ଜଣେ ହିନ୍ଦୁ ବ୍ୟକ୍ତି ମୁସ୍ଲିମ ଭେଷରେ ହିନ୍ଦୁଙ୍କୁ ନିନ୍ଦା କରୁଥିବା ଭିଡିଓ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦାବି ସହିତ ଭାଇରାଲ ହେଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *