
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କୌଣସି କାରଣରୁ ବିବାଦ ସୃଷ୍ଟି ହେବା ପରେ କିଛି ଲୋକମାନେ ପରସ୍ପର ଉପରେ ଚେୟାର ଫିଙ୍ଗି ଆକ୍ରମଣ କରୁଛନ୍ତି। ଏହି ଭିଡ଼ ମଧ୍ୟରେ କିଛି ଲୋକ ମାନେ ଭଗବା ଟୋପି ପିନ୍ଧିଥିବାରୁ ଦାବି କର ଯାଉଛି ଯେ ବିଜେପିର ଏକ ପାର୍ଟି ସଭା ସମୟରେ କାର୍ଯ୍ୟକର୍ତ୍ତା ମାନେ ଏପରି ଝଗଡା କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ବିଜେପି ପାର୍ଟି ସଭା ସମୟର ଭିଡିଓ ନୁହେଁ। ନ୍ୟୁଜ୍ ୧୮ ତାମିଲନାଡୁ ଦ୍ୱାରା ଆୟୋଜିତ ଏକ ବିତର୍କ କାର୍ଯ୍ୟକ୍ରମ ସମୟର ଭିଡିଓ ଅଟେ ଯେଉଁଥିରେ ଡିଏମକେ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।
କ’ଣ ଦାବି କର ଯାଇଛି ପୋଷ୍ଟରେ?
ଭିଡିଓ ସେଯାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ଅବ୍ କି ବାର ୪୦୦ ପାର… ସିଟ୍ ଗୁଡା ଖାଲି ଉଡୁଛି“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିୟତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୭ ଏପ୍ରିଲରେ ଆମକୁ ସମାନ ଭିଡିଓ ଗୋଟିଏ ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓର କ୍ୟାପ୍ସନ୍ ରେ ତାମିଲ ଭାଷାରେ ଲେଖା ହେଇଛି, “ଚାଲ ଚେୟାର ପାଇଁ ଲଢେଇ କରିବା। କ’ଣ ଚେୟାର ଫିଙ୍ଗି ଲଢେଇ କରି ପାରିବା?“
ଯେତେବେଳେ ଆମେ ଭାଇରାଲ୍ ଭିଡିଓକୁ ଯତ୍ନର ସହ ଦେଖିଲୁ, ଆମେ ଦେଖିବାକୁ ପାଇଲୁ ଯେ ଷ୍ଟେଜ୍ ବ୍ୟାନରରେ ‘ନ୍ୟୁଜ୍ 18’ ଏବଂ ସେଥିରେ କିଛି ତାମିଲ୍ ଅକ୍ଷର ଲେଖା ଅଛି। ଅଧିକ ଅନୁସନ୍ଧାନରେ, ଆମେ ଜାଣିଲୁ ଯେ ତାମିଲନାଡୁ ରାଜ୍ୟର ବିଭିନ୍ନ ସହରରେ ନ୍ୟୁଜ୍ ୧୮ “ମକ୍କାଲ ସଭା” ନାମକ ଏକ ବିତର୍କ କରିଥିଲା। ନ୍ଯୁଜ ୧୮ ତାମିଲନାଡୁ, ୬ ଏପ୍ରିଲ ୨୦୨୪ ରେ କାଞ୍ଚିପୁରମରେ ମକ୍କାଲ ସଭା ଆୟୋଜନ କରିଥିଲା ଯାହାକୁ ଆପଣ ନିମ୍ନରେ ଦେଖିପାରିବେ।
ଆହୁରି ମଧ୍ୟ ଅନୁସନ୍ଧାନ କରି ଆମେ Thecommunemag.com ନାମକ ଏକ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟରେ ଭାଇରାଲ ଭିଡିଓର ଏକ ସ୍କ୍ରିନସଟ ପାଇଲୁ ଯେଉଁଥିରେ ଦର୍ଶାଯାଇଛି ଯେ ନ୍ୟୁଜ ୧୮ ତାମିଲନାଡୁ, ୬ ଏପ୍ରିଲ ୨୦୨୪ ରେ କାଞ୍ଚିପୁରମର ଉମା ମୁରୁଗାନ ମହଲରେ ଏକ ଲାଇଭ ଇଭେଣ୍ଟ ଆୟୋଜନ କରିଥିଲା, ଯେଉଁଠାରେ ଡିଏମକେ ବିଧାୟକ ଏହିଲରସନ, ବିଜେପି ଦଳର ଡକ୍ଟର ଏସ.ଜି ସୂର୍ଯା, କାର୍ଯ୍ୟକ୍ରମ ଆୟୋଜନ କରୁଥିବା ସାମ୍ବାଦିକ ବଲଭେଲ ଚକ୍ରବର୍ତ୍ତୀଙ୍କ ଏବଂ ସିପିଏମର ଭାରତାଥି ଇତ୍ୟାଦି ଅଂଶଗ୍ରହଣ କରିଥିଲେ।
ନେତାମାନେ ତୀବ୍ର ଯୁକ୍ତିରେ ଜଡିତ ଥିବାରୁ ଏହି ବିତର୍କ ଏକ ଅପ୍ରତ୍ୟାଶିତ ମୋଡ଼ ନେଇଥିଲା ଯାହା ଦର୍ଶକଙ୍କୁ ଉତ୍ସାହିତ କରିଥିଲା, ବିଶେଷ କରି ଡିଏମକେ ଏବଂ ବିଜେପି ସମର୍ଥକଙ୍କୁ। ସଂଘର୍ଷ ମଧ୍ୟରେ ପରସ୍ପର ଉପରେ ଚେୟାର ଫୋପାଡି ଦିଆଯିବା ସହିତ ଭିଡିଓରେ ଏକ ଶାରୀରିକ ବିବାଦ ଦେଖିବାକୁ ମିଳିଥିଲା।

ଏହି ରିପୋର୍ଟରେ ବିଜେପି ନେତା ଏସ.ଜି ସୂର୍ଯ୍ୟଙ୍କ ଏକ ଟୁଇଟ୍ ମଧ୍ୟ ସେୟାର କରାଯାଇଛି ଯେଉଁଥିରେ କୁହାଯାଇଛି: “ଧାରଣାକୁ ବିରୋଧ କରିବାକୁ ଡିଏମକେ ଶକ୍ତିହୀନ। ଆଜି କାଞ୍ଚିପୁରମରେ ଚାଲିଥିବା “ମକଲାକ ସଭା” କାର୍ଯ୍ୟକ୍ରମ ସମୟରେ ଡିଏମକେ ଗୁଣ୍ଡା ମାନେ ବିଜେପି ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଚେୟାର ଫିଙ୍ଗି ଏବଂ ଅପଶବ୍ଦ ବ୍ୟବହାର କରିଥିଲେ।”
ଭାଇରାଲ୍ ଭିଡିଓ ଏବଂ ନ୍ଯୁଜ ୧୮ ତାମିଲନାଡୁ ଦ୍ୱାରା ପ୍ରକାଶିତ ଭିଡିଓ ମଧ୍ୟରେ ଆପଣ ମାନେ ନିମ୍ନରେ ସମାନତା ଦେଖିପାରିବେ, ଯେଉଁଥିରୁ ଏହା ସ୍ପଷ୍ଟ ହେବ ଯେ ଏହା ବିଜେପି ବୈଠକର ଭିଡିଓ ନୁହେଁ ବରଂ ଏକ ନ୍ୟୁଜ୍ ଚ୍ୟାନେଲ ଦ୍ୱାରା ଆୟୋଜିତ ଏକ ବିତର୍କର ଭିଡିଓ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ପୋଷ୍ଟ ସହିତ ସେୟାର କରାଯାଇଥିବା ଭିଡିଓ ବିଜେପି ବୈଠକର ନୁହେଁ ବରଂ ନ୍ୟୁଜ୍ ୧୮ ତାମିଲନାଡୁ ଦ୍ୱାରା ଆୟୋଜିତ ଏକ ବିତର୍କ କାର୍ଯ୍ୟକ୍ରମ ସମୟର ଅଟେ, ଯେଉଁଥିରେ ଡିଏମକେ ଏବଂ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।

Title:ପାର୍ଟି ସଭା ସମୟରେ ବିଜେପି କର୍ମୀ ପରସ୍ପର ଉପରେ ସିଟ୍ ଫିଙ୍ଗିବାର ଏହା ଏକ ଭିଡିଓ କି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: False
