କ’ଣ ନେଓକୋଭ୍ କୋଭିଡ-୧୯ ବିସ୍ତାର କରୁଥିବା କରୋନା ଭାଇରସର ଏକ ଘାତକ ନୂତନ ଭାରିଏଣ୍ଟ? ଜାଣନ୍ତୁ ପୁରା ତଥ୍ୟ।

ଚୀନର ଗବେଷକ ମାନେ କହିଛନ୍ତି ଯେ ସେମାନେ ଏକ ପ୍ରକାରର ନୂତନ କରୋନା ଭାଇରସ ପାଇଛନ୍ତି ଯାହା ଦକ୍ଷିଣ ଆଫ୍ରିକାର ବାଦୁଡି ମାନଙ୍କ ମଧ୍ୟର ବ୍ୟାପୀ ଥାଏ। ଏହି ଭାଇରସର ନାମ ହେଉଛି ନେଓକୋଭ୍। ସେମାନଙ୍କର ଅନୁସନ୍ଧାନର ଫଳାଫଳ ଦେଖି କିଛି ଗଣମାଧ୍ୟମରେ ନେଓକୋଭ୍ କୁ କୋଭିଡ-୧୯ ରୋଗ ସୃଷ୍ଟି ଏବନ କରୋନା ଭାଇରସର ନୂତନ ମାରାତ୍ମକ ପ୍ରକାର ଭାବରେ ଉଲ୍ଲେଖ କରା ଯାଇଛି। ଗଣମାଧ୍ୟମରେ ଏହି ପରି ଦର୍ଶାଅ ଯାଇଛି ଯେ ଓମିକ୍ରନ୍ ଲହର ଶେଷ […]

Continue Reading

କ’ଣ ଭାଙ୍ଗ ଦ୍ଵାରା କରୋନା ସଂକ୍ରମଣକୁ ରୋକିବା ସମ୍ଭବ? ଜାଣନ୍ତୁ ସତ୍ୟ। 

ନିକଟରେ କାନାବିସ୍ (ଭାଙ୍ଗ) ଏବଂ କୋଭିଡ ଉପରେ ଏକ ଅଧ୍ୟୟନ କରା ଯାଇଥିଲା। ଫଳାଫଳ ବାହାରିଲା ଯେ କାନାବିସ୍ ରୁ ବାହାରିଥିବା କାନାବିଡିୟଲ୍ (CBD) କୋଭିଡର ସଂକ୍ରମଣକୁ ରୋକିବାରେ ସକ୍ଷମ ହୋଇପାରେ। ଏହି ପ୍ରସଙ୍ଗରେ ଏକ ଖବରକାଗଜ କ୍ଲିପ୍ ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦର୍ଶାଅ ଯାଇଛି ଯେ କାନାବିସ୍ କୋଭିଡର ବିସ୍ତାରକୁ ରୋକୀପାରିବ । ଏହି ଖବରକାଗଜ ସ୍ପଷ୍ଟ ଭାବରେ ଦେଖା ଯାଉନଥିବା କାରଣରୁ ଆମେ ଏହି ବିଷୟର ବ୍ୟାଖ୍ୟା […]

Continue Reading

କ’ଣ କରୋନା ଟୀକା ମଣିଷଙ୍କୁ ନପୁଂଶକ କରି ଥାଏ କିମ୍ବା ଏହା ଦ୍ଵାରା ଜୀବନକୁ ବିପଦ ଆସି ଥାଏ? ଜାଣନ୍ତୁ ସତ୍ୟ।

କୋଭିଡର ପ୍ରଥମ ଲହର ସମୟରେ ଯେତେବେଳେ ଟୀକାର ଉତ୍ପାଦନ କରା ଯାଇଥିଲା, ସେହି ସମୟରୁ ଟୀକା ଗୁଡିକ ବିଷୟରେ ଅନେକ ମିଥ୍ୟା ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଥିଲା। ଏହି ଦାବି ଗୁଡିକ ମୁଖ୍ୟ କାରଣ ଥିଲା ଯେଉଁଥିପାଇଁ ଲୋକମାନେ ଟୀକା ନେବାକୁ ଦ୍ଵିଧାରେ ପଡିଥିଲେ। ବର୍ତ୍ତମାନ ଯେହେତୁ ଆମେ କୋଭିଡର ତୃତୀୟ ଲହର ସମ୍ମୁଖୀନ ହେଉଛୁ ଏବଂ ଓମିକ୍ରନ୍ ଭାରିଆଣ୍ଟର ବିପଦ ଆମ ଦ୍ଵାରରେ ଅଛି, କୋଭିଡ ଟୀକା ବିଷୟରେ ସମାନ ମିଥ୍ୟା […]

Continue Reading

କ’ଣ କୋଭିଡ ପଜିଟିଭ୍ ଥିବା ୧୨୫ ଜଣ ଯାତ୍ରୀ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିଥିଲେ? ଜାଣନ୍ତୁ ସତ୍ୟ।

ନୂଆ ବର୍ଷ ଆରମ୍ଭ ହେଉ ହେଉ ଦେଶରେ କୋଭିଡ ମଧ୍ୟ ବିସ୍ତାର ହେବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବାରୁ ଏହା ଏକ ଚିନ୍ତାର ବିଷୟ ପାଲଟିଛି। ସରକାର ସମସ୍ତ ବିମାନ ବନ୍ଦରରେ ମଧ୍ୟ କୋଭିଡ ପରୀକ୍ଷା ନିୟମ ଲାଗୁ କରିଛନ୍ତି। ଏହା ମଧ୍ୟରେ ଏକ ଖବର ସାମନାକୁ ଆସିଛି ଯେ ପଞ୍ଜାବରେ ବିଦେଶରୁ ଫେରିଥିବା ୧୨୫ ଯାତ୍ରୀଙ୍କ କୋଭିଡ ପଜିଟିଭ୍ ହେଇଥବା ମିଳିଛି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର […]

Continue Reading

କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ନେଇ ଷଡଯନ୍ତ୍ର କରୁଛି କି? କ’ଣ ଭାଇରାଲ ହେଉଥିବା ମେସେଜ୍ କୋଭିଡର ବିଭିନ୍ନ ଲହର ବିଷୟରେ ଦର୍ଶାଉଛି?ଜାଣନ୍ତୁ ସତ୍ୟ।

କରୋନା ଭାଇରସର ଦ୍ଵିତୀୟ ଲହର ଶେଷ ହେଇ ଆସୁଥିବା ସମୟରେ ବର୍ତ୍ତମାନ ସଂସାର ଉପରେ ଏକ ନୂତନ ବିପଦ ଆସିଛି। ଏକ ନୂତନ କରୋନା ଭାଇରସ ବିଷୟରେ ଜାଣିବାକୁ ମିଳିଛି ଯାହା ଖୁବ ତୀବ୍ରରେ ଲୋକଙ୍କ ମଧ୍ୟରେ ବିସ୍ତାର ଯେଉଛି ବୋଲି କୁହା ଯାଉଛି। ଓମିକ୍ରନ ନାମକ ଏହି ନୂତନ କରୋନା ଭାଇରସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା। ଏହା ପୁଣି ଥରେ ଦୁନିଆରେ କରୋନା ସଙ୍କଟ ସୃଷ୍ଟି କରିଛି।  ବର୍ତ୍ତମାନ କରୋନାର ନୂତନ ପ୍ରକାରର […]

Continue Reading

କ’ଣ ପୋଷ୍ଟ ହେଇଥିବା ଲିଙ୍କ୍ ରେ କ୍ଲିକ୍ କରି କରୋନା ଭାଇରସ ପାଇଁ ୫୦ ହଜାର ଟଙ୍କାର ସବସିଡିର ସୁବିଧା ପାଇ ହେବ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ୱ୍ହାଟ୍ସଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଅଛି ଯେ ମେସେଜ୍ ରେ ଦିଆ ଯାଇଥିବା ଲିଙ୍କ୍ ରେ କ୍ଲିକ୍ କରି ଲୋକେ କରୋନା ଭାଇରସ ପାଇଁ ୫୦ ହଜାର ଟଙ୍କାର ସବସିଡିର ଲାଭ ଉଠାଇ ପାରିବେ। ଏହି ପରି ଅନେକ ମେସେଜ୍ ଆମେ ଗତ କିଛି ମାସ ହେବ ଭାଇରାଲ ହେଉଥିବା ଦେଖିବାକୁ ପାଇଛୁ ଏବଂ ଏହି ପରି ଲିଙ୍କ୍ କୁ ଆମେ ବିଭ୍ରାଟକାରୀ ଏବଂ ବିପଦଜ୍ଜନକ ବୋଲି ପାଇଛୁ।  […]

Continue Reading

କ’ଣ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ଦାବି କରିଛି ଯେ କୋଭିଡ ଏକ ବ୍ୟାକ୍ଟେରିୟା ଅଟେ ଏବଂ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଶବ ବ୍ୟବଚ୍ଛେଦ ଉଓରେ ପ୍ରତିବନ୍ଧଙ୍କ ଲଗାଇଛି? ଜାଣନ୍ତୁ ସତ୍ୟ।

ୱ୍ହାଟ୍ସଅପ୍ ରେ ବର୍ତ୍ତମାନ କୋଭିଡ ବିଷୟରେ ଏକ ମେସେଜ୍ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି। ଏହି ମେସେଜ୍ ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତରାଳୟ ନାମରେ ଭାଇରାଲ ହେଉଛି। ଏହି ମେସେଜ୍ ରେ ଅନେକ ଦାବି କରା ଯାଇଅଛି। ମେସେଜ୍ ଅନୁଯାୟୀ ଇଙ୍ଗାପୁର ବିଶ୍ଵର ପ୍ରଥମ ଦେଶ ଅଟେ ଯିଏ ଶବ ବ୍ୟବଚ୍ଛେଦ କରିଛି ଏବଂ ଏହା ଆବିଷ୍କୃତ କରିଛି ଯେ କୋଭିଡ-୧୯ ଭାଇରସ ଭାବରେ ନାହିଁ, ବରଂ ଏକ ବ୍ୟାକ୍ଟେରିୟା ଯାହାକି ବିକିରଣ ସଂସ୍ପର୍ଶରେ ଆସିଛି ଏବଂ ରକ୍ତର […]

Continue Reading

ବ୍ୟାଖ୍ୟାକାରୀ: କ’ଣ ସାବରମତି ନଦୀରେ ଜୀବନ୍ତ କୋଭିଡ ଭାଇରସ ବ୍ୟାପୀଥିବା ମିଳିଛି?

ଆଇଆଇଟି ଗାନ୍ଧୀନଗର ଦ୍ଵାରା କରା ଯାଇଥିବା ଅନୁସନ୍ଧାନର ଫଳାଫଳ ହେଡଲାଇନ ସୃଷ୍ଟି କରିଥିଲା ଏବଂ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ଗୁଜୁରାଟର ଅହମ୍ମଦାବାଦ ସହରର ସାବରମତି ନଦୀରେ ବୈଜ୍ଞାନିକ ମାନେ ‘କରୋନା ଭାଇରସ ଚିହ୍ନ’ ପାଇଛନ୍ତି ବୋଲି ଏହି ଅନୁସନ୍ଧାନକୁ ଦର୍ଶାଇ ଗଣମାଧ୍ୟମ ବେବସାଇଟ ରିପୋର୍ଟ କରିଛି। ଏହା ଦ୍ଵାରା ସୋସିଆଲ ମିଡିଆରେ କରୋନା ଭାଇରସ ପାନୀୟ ଜଳରୁ ମିଳିଥିଲା ବୋଲି ଭାଇରାଲ ବାର୍ତ୍ତାଏବଂ ପୋଷ୍ଟ ଗୁଡ଼ିକ ଜଳ ମାଧ୍ୟମରେ କୋଭି-୧୯ ସଂକ୍ରମଣ ହେବାର ଭୟକୁ […]

Continue Reading

ରୁଷିଆ ମ୍ୟୁଜିକ୍ ଭିଡିଓ ଅଂଶକୁ , ମିଥ୍ୟା COVID-19 ମୃତ ଶରିର ମିଡିଆ ସାମ୍ନାରେ ଦେଖାଉଥିବା ଦାବିରେ ଭାଇରାଲ ହେଉଛି।

ଦେଶରେ କରୋନା କେସ୍ ଅଧିକରୁ ଅଧିକ ସାମ୍ନାକୁ ପୁଣି ଆସୁଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। 12 ସେକେଣ୍ଡର ଏହି ଭିଡିଓରେ ଏକ ଟ୍ରକରେ କଳାଜରି ରଖାଯାଇଥିବାର ଦେଖାଯାଉଛି। କଳା ଜରିକୁ ଦେଖିଲେ ଲାଗୁଛି, ଜରିରେ ମଣିଶ ମୃତ ଶରିର ରଖାଯାଇଛି। ପୁଣି କ୍ୟାମେରା ଜୁମ ହୋବରୁ ଦେଖାଗଲା ଯେ, କଳା ଜରି ଭିତରେ ଜଣେ ବ୍ୟକ୍ତି ସିଗ୍ରେଟ ପିଉଛି। ଭିଡିଓ ସହ ଦାବି କରାଯାଇଛି ଯେ, ମିଡିଆ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଟୀକା ଫାଇଜର କମ୍ପାନୀ ଦ୍ଵାରା ନିର୍ମିତ କୋରୋନା ଟୀକା ଅଟେ? ଜାଣନ୍ତୁ ସତ୍ୟ।

କୋରୋନା ମାହାମାରୀ ଏବଂ ଏହାର ଟୀକା ବିଷୟରେ ସୋସିଆଲ ମିଡିଆରେ ଭୁଲ ତଥ୍ୟ ସହିତ ଅନେକ ପୋଷ୍ଟ ଭାଇରାଲ ହେଉଛି। କୋରୋନା ଟୀକା ଦର୍ଶାଇ ଏକ ଫୋଟୋ କାଟ୍ରିଜ୍ ଧାରଣ କାରିଥିବା ଏକ ପ୍ୟାକେଜ ଯାହା ଏକ ଇଲେକ୍ଟ୍ରୋନିକ୍ ସିଗାରେଟରେ ବ୍ୟବହୃତ ହେବ ଏବଂ ବାଷ୍ପ ଭାବରେ ନିଶ୍ଵାସରେ ନିଆଯିବ, ତାହା ସୋସିଆଲ ମିଡିଆରେ ବହୁ ଧ୍ୟାନ ଆକର୍ଷକ କରୁଛି। ଏହା ଏକ ଫାଇଜର ବ୍ରାଣ୍ଡିଂ ବହନ କରିଛି ଏବଂ ଏହାକୁ “ଏକକ ଦୋଜ୍” ଟୀକା କାଟ୍ରିଜ୍ […]

Continue Reading

କ’ଣ ଆସନ୍ତା ୭୩ ଦିନ ମଧ୍ୟରେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ କୋରୋନା ଟୀକା ଆବିଷ୍କାର କରିବ ବୋଲି ଦାବି କରିଛି? ଜାଣନ୍ତୁ ସତ୍ୟ।

୨୪ ଅଗଷ୍ଟରେ ଓଡ଼ିଆ ନ୍ୟୁଜ ୨୪ ନିଜ ଫେସବୁକ ଗ୍ରୁପରେ ଗୋଟିଏ ପୋଷ୍ଟରେ ଦାବି କରିଛି ଯେ ଭାରତର ସେରମ୍ ଇନଷ୍ଟିଚ୍ୟୁଟ ଆସନ୍ତା ୭୩ ଦିନ ମଧ୍ୟରେ କୋରୋନା ଟୀକା ଆବିଷ୍କାର କରି ଲୋକଙ୍କ ଚିକିତ୍ସା ପାଇଁ ବଜାରରେ ଉପଲବ୍ଧ କରାଇବ। ବର୍ତମାନ ଏହି ଟୀକାର ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ପ୍ରବେଶ କରି ସାରିଛି ଏବଂ ସରକାର ସେମାନଙ୍କୁ ଏକ ସ୍ଵତନ୍ତ୍ର ନିର୍ମାଣ ପ୍ରଥମିକତା ଲାଇସେନ୍ସ ମଧ୍ୟ ଦେଇଛନ୍ତି। ୧୭ ଟି କେନ୍ଦ୍ରରେ ୧୭୦୦ ଟି ଲୋକଙ୍କ […]

Continue Reading

କ’ଣ ଟାଟା ଡିଜିଟାଲ ହେଳ୍ଠ୍ ଘରେ ମେଡିକାଲ କିଟ୍ ବନାଇବାର ଉପାୟ ଏବଂ କୋରୋନାର ୩ ପର୍ଯ୍ୟାୟ ବିଷୟରେ କହିଛି? ଜାଣନ୍ତୁ ସତ୍ୟ।

ଦୁନିୟାରେ କୋରୋନା ବ୍ୟାପୁ ଥିବାରୁ ଓ ଏହା ନେଇ ବର୍ତମାନ କୌଣସି ଟୀକା ବାହାରି ନ ଥିବା ରୁ ସୋସିଆଲ ମିଡିଆରେ ଏହା କୁ ଅନେକ ପରାମର୍ଶ ଦେଖିବା କୁ ମିଳିଛି। ଗତ କିଛି ଦିନରୁ ଏପରି ଗୋଟିଏ ମେସେଜ ୱ୍ହାତ୍ସ ଏପ ରେ ଭାଇରାଲ ହେଉଥିବା ମିଳିଛି ଯେଉଁ ଥିରେ କୋରୋନା ନେଇ କିଛି ସୂଚନା ଏବଂ ପରାମର୍ଶ ଦିଆ ଯାଇଅଛି। ଏହି ମେସେଜରେ କୋରୋନା ରୋକିବା ପାଇଁ କିଛି ଔଷଧ ବିଷୟରେ କୁହା ଯାଇ […]

Continue Reading

କ’ଣ ଏହା ଭାରତ ବିୟୋଟେକ କମ୍ପାନୀ ଉପରାତ୍ରପତିଙ୍କ ଶରୀରରେ କୋରୋନା ଟୀକାର ପରିକୟା ହେବା ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

କୋଭକ୍ସିନ ଟୀକାର ପରୀକ୍ଷଣ କରିବା ଅନୁମତି ମିଳିଲା ପରେ ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋସ୍ତ ଏବଂ ଫୋଟୋଭାଇରାଲ ହେଉଛି। ଫେକଟ କ୍ରୀସେଣ୍ଡୋ ଓଡ଼ିଆ କୁ ୱ୍ହାତ୍ସ ଏପ ନମ୍ବରରେ ଗୋଟିଏ ପୋଷ୍ଟର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଲା। 10 ଜୁଲାଇ ରେ ୱ୍ହାତ୍ସ ଏପ ରେ ଆସିଥିବା ଏହି ପୋଷ୍ଟରେ ଜଣେ ବ୍ୟକ୍ତି ଟୀକା ନେବାର ଦେଖିବା କୁ ମିଳିଛି।  Archive ଏହି ମେସେଜରେ ଏହା ଦାବି କରା ଯାଇଅଛି ଯେ […]

Continue Reading

କ’ଣ ଗରମ ପାଣି ବାଷ୍ପ ନେଲେ କୋରୋନା ନଷ୍ଟ ହେଇଥାଏ? ଜାଣନ୍ତୁ ସତ୍ୟ।

୮ ଜୁଲାଇ ରେ ଜଣେ ଫେସବୁକ ୟୁଜର କାରୋନା ସଚେତନା ନାମକ ଗ୍ରୁପ ରେ ଗୋଟିଏ ଅଡିଓ ପୋଷ୍ଟ କରିଛନ୍ତି। ଏହି ଅଡିଓ ରେ ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ ସେ ଚୀନର ବୁହାନ ସହରରେ ସ୍ତୁତ ଗୋଟିଏ କପଡ଼ା କାରଖାନା ରେ କାମ କରନ୍ତି। ସେ ଏହି ଅଡିଓ ମାଧ୍ୟମ ରେ ଜଣାଇଛନ୍ତି ଯେ କେଉଁ ଭାବେ ବୁହାନର ଲୋକେ ନିଜ କୁ କୋରୋନା ଠାରୁ ବଞ୍ଚାଇବାରେ ସମ୍ଭବ ହେଇଛନ୍ତି। ଦାବି ଅନୁସାରେ ବୁହାନର […]

Continue Reading

ଏହି ଫୋନ ବାର୍ତ୍ତାଳାପ ରେ କୋରୋନା ବିଷୟରେ ଡାକ୍ତର କହୁଥିବା କଥା କେତେ ସତ୍ୟ? ଆସନ୍ତୁ ଜାଣିବା।

୬ ଜୁଲାଇ ରେ ଜଣେ ଫେସବୁକ ୟୁଜର ଜୟ ନବୀନ ନାମକ ଫେସବୁକ ପେଜରେ ଗୋଟିଏ ଡାକ୍ତର ଏବଂ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ହେଇଥିବା ଫୋନ ବାର୍ତ୍ତାଳାପ କୁ ପୋଷ୍ଟ କରିଛନ୍ତି। ଏହି ବାର୍ତ୍ତାଳାପରେ ଆମେ ଶୁଣିବା କୁ ପାଇଲୁ ଯେ ଡାକ୍ତର ସେହି ବ୍ୟକ୍ତିଙ୍କୁ କୋରୋନା ସମ୍ବନ୍ଧିତ କିଛି ଜ୍ଞାନ ଦେଉଛନ୍ତି। ଏହି ବାର୍ତ୍ତାଳାପ ଶୁଣିଲା ପରେ ଆମକୁ କିଛି କିଛି କଥାରେ ସନ୍ଦେହ ହେଲା। ଆମେ ଏହି ବାର୍ତ୍ତାଳାପରେ ସନ୍ଦେହ ଜଣକ ବିଷୟ କୁ […]

Continue Reading

ଆଜିମ ପ୍ରେମଜି କୋରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରୀଙ୍କ ପାଣ୍ଠିକୁ 50 ହଜାର କୋଟି ଟଙ୍କା କରିନାହାନ୍ତି।

କୋରୋନା ମୁକାବିଲା ପାଇଁ ଦେଶରେ ଲଢ଼େଇ ଜାରି ରହିଛି। କୋରୋନା ସଂକ୍ରମଣ ପାଇଁ ଅନେକ ନେତା ଅଭିନେତା ପ୍ରଧାନମନ୍ତ୍ରୀ ଦାନ ପାଣ୍ଠିରେ ଦାନ ମଧ୍ୟ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଆଲୋଚନା ମଧ୍ୟ କରାଯାଇଛି ଯେ, କେଉଁ ନେତା କେତେ ଦାନ କଲେ ଏବଂ କେଉଁ ଅଭିନେତା କେତେ ଦାନ କଲେ। ଏଧି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନ୍ୟ ଏକ ଖବର ଭାଇରାଲ ହେଉଛି ଯେ, ୱିପ୍ରୋର ମାଲିକ  ଆଜିମ ପ୍ରେମଜି ଜାତିରେ ମୁସଲିମ […]

Continue Reading

କ’ଣ ମଣିଷ ପାଡ଼ରୁ କୋରୋନା ସଂକ୍ରମଣ ହେଇଥାଏ? କ’ଣ ମଳ ଏବଂ ମୁତ୍ରରୁ କୋରୋନା ବ୍ୟାପିବାର ସମ୍ଭାବନା ଅଛି? ଜାଣନ୍ତୁ ସତ୍ୟ।

୧୬ ଜୁନ ରେ ଝରକା ନାମକ ଫେସବୁକ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି। ଏହି ଭିଡିଓ ରେ କୁହା ଯାଇଅଛି ଯେ କୋରୋନା ରୋଗ ଜଣଙ୍କ ଥାରୋ ଆଉ ଜଣଙ୍କୁ ବ୍ୟାପୀ ଥାଏ। କାସ, ଛିଙ୍କ ଓ ଜର ଏହି ରୋଗର ଲକ୍ଷଣ। ଏହି ରୋଗର କୌଣସି ଅଉଷଡ୍ଗ ବା ଟୀକା ବାହାରି ନାହିଁ। ପ୍ରତିଦିନ ଏହି ବିଷୟ ନେଇ କିଛି ନ କିଛି ନୂଆ ତଥ୍ୟ ସାମନାକୁ ଆସୁଛି। ଇନ କୁ ଦିନ […]

Continue Reading

କ’ଣ ରେମ୍ଡେସିଭିର ଟୀକା ସମ୍ପୂର୍ଣ ଭାବରେ କୋରୋନା ସୁସ୍ଥ କରି ପାରିବ? ଜାଣନ୍ତୁ ସତ୍ୟ।

Photo Credit : NIAID  କରୋନା ଭାଇରସ ଚିକିତ୍ସାରେ ବ୍ୟବହୃତ ହେଉଥିବା ଗିଲିଆଡ୍ ସାଇନ୍ସର ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭର୍ ମାଙ୍କଡମାନଙ୍କ ଉପରେ ଭଲ ପ୍ରଭାବ ପକାଇଥିବାର ଦେଖାଯାଇଛି। ଏକ ନୂତନ ଅଧ୍ୟୟନ ଅନୁଯାୟୀ, ଏହି ଔଷଧ କରୋନା ଭାଇରସ ସଂକ୍ରମିତ ମାଙ୍କଡ଼ରେ ଫୁସଫୁସ ରୋଗକୁ ରୋକିଥାଏ। ଏହି ଅଧ୍ୟୟନ ମଙ୍ଗଳବାର ଦିନ ଜର୍ନଲ ନେଚରରେ ପ୍ରକାଶିତ ହୋଇଛି। ଆମେରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ (NIH) ପ୍ରାମାଣିକ ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ଏପ୍ରିଲ୍ ମାସରେ ପ୍ରଥମ […]

Continue Reading

କ’ଣ କୋରୋନା ମୃତ ଲୋକଙ୍କ ମଧ୍ୟରେ କୋରୋନା ରୋଗୀଙ୍କ ଚିକିତ୍ସା ହେଉଥିବା ଦୃଶ୍ୟ ଦିଲ୍ଲୀ ସରକାରୀ ହସ୍ପିଟାଲ ଅଟେ?

ପ୍ରତ୍ଯେକ ଦିନ କୋରୋନା ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ମଧ୍ୟ କୋରୋନା ସଂଖ୍ୟା ୨ ଲକ୍ଷ ଟପି ସାରିଲାଣି। ଗତ ୩ ଦିନ ମଧ୍ୟରେ ୮୦୦୦ ରୁ ଅଧିକ ଲୋକଙ୍କ ଆକ୍ରାନ୍ତ ହେଇ ଥିବା ଶୁଣିବାକୁ ମିଳିଛି। ଭାରତରେ କୋରୋନା ଆକ୍ରାନ୍ତ କେସ ସବୁ ଠାରୁ ବେସୀ ମାହାରାଷ୍ଟ୍ର ରେ ଦେଖିବା କୁ ମିଳିଛି। ଖବର ଅନୁଯାୟୋ ମାହାରାଷ୍ଟ୍ରରେ ୭୦୦୦୦ ଠାରୁ ଅଧିକ କେସ ଅଛି। ଲୋକେ ଚିକିତ୍ସା ପାଇଁ କଲ ବଳ ହେଲା ବେଳକୁ ପ୍ରଶାସନ […]

Continue Reading

କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମରେ ମିଛ କହିଛନ୍ତି କି ଓଡ଼ିଶାରେ କୋରୋନା ମୃତ୍ୟୁହାର ଦୁନିଆ ରେ ସବୁ ଠାରୁ କମ? ଜାଣନ୍ତୁ ସତ୍ୟ।

୨୮ ମେ ୨୦୨୦ ରେ ଜଣେ ଟୁଇଟର ୟୁଜର ନିଜ ତ୍ଵିଟୀର ହେଣ୍ଡେଲ ରେ ଟୁଇଟ କରି କହିଛନ୍ତି ଯେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗଣମାଧ୍ୟମ ଆଗରେ ମିଛ କହିଛନ୍ତି ଯେ ଓଡ଼ିଶା ରେ କୋରୋନା ମୃତହାର ପୁରା ବିଶ୍ଵରେ ସବୁଠାରୁ କମ। କୋରୋନା ଆକ୍ରାନ୍ତ, ମୃତ ଏବଂ ଆରୋଗ୍ୟ ଚାର୍ଟ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ତଥ୍ୟ ଅନୁସାରେ ଭାରତରେ ହି ଓଡିଶାଠାରୁ ଭଲ ସ୍ଥିତିରେ ଅନେକ ରାଜ୍ୟ ଅଛନ୍ତି।  Archive […]

Continue Reading

କ’ଣ ସୁସ୍ଥ ହେଲା ପରେ ମଧ୍ୟ ସେକ୍ସ ଦ୍ଵାରା ବ୍ୟାପୀ ପାରି ଥାଏ କୋରୋନା ଭୂତାଣୁ? ଜାଣନ୍ତୁ ସତ୍ୟ।

୧୭ ମେ ୨୦୨୦ ରେ ଓଡ଼ିଆ ସ୍କ୍ରାପ ସାଇଟରେ ଏହା ଦାବି କର ଯାଇଅଛି ଯେ କରୋନା ସଂକ୍ରମିତ ପୁରୁଷଙ୍କ ଶୁକ୍ରାଣୁରେ ଏହି ଭାଇରସ ପାଇବା ପରେ ଲୋକଙ୍କୁ ସେକ୍ସ ସମ୍ବନ୍ଧରେ ସଜାଗ ରହିବାକୁ କୁହାଯାଉଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି କାହା ଠାରେ କରୋନାର ଲକ୍ଷଣ ଦେଖା ଦିଏ, ତେବେ ତାକୁ ସେକ୍ସ ସମ୍ପର୍କରୁ ଦୂରେଇ ରହିବା ଉଚିତ୍। ଏଥି ସହିତ, ଜଣେ ବିଶେଷଜ୍ଞ କହିଛନ୍ତି ଯେ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ଟିଭିରେ ପାକିସ୍ତାନ କୋରୋନା ସହ ଲଢ଼ିବା ପାଇଁ ସାହାଯ୍ୟ ମାଗୁଥିବା ଖବର ଦେଖି ତାଳି ମାରୁଛନ୍ତି ? ଜାଣନ୍ତୁ ସତ୍ୟ।

କୋରୋନା କାରଣରୁ ଦେଶରେ ଲକଡାଉନ ସ୍ଥିତି ବନିଛି। ଦେଶ ବାହାରେଥିବା ଲୋକେ ପଇସା ଦେଇ ଫ୍ଲାଇଟରେ ନିଜ ନିଜ ଘରେ ପହଁଚିଲେ କିନ୍ତୁ ଏହାର ଏକ ବଡ଼ ପ୍ରଭାବ ଗରିବ ଶ୍ରେଣିର ଲୋକମାନଙ୍କୁ ଭୋଗିବାକୁ ପଢ଼ୁଛି। ଗାଡ଼ି ମଟର ନ ଚାଲୁଥିବାରୁ ଗରିବ ଶ୍ରେଣିର ଲୋକେ ଚାଲିଚାଲି ନିଜ ଘରକୁ ଆସୁଥଇବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି। ଏହା ଛଡ଼ା କେଉଂ ଦେଶ କୋରୋନା ଭାଇରସ ସହ କିପରି ଲଢ଼ୁଛି ସେ ନେଇଁ ମଧ୍ୟ ଖବର […]

Continue Reading

କୁକୁଡ଼ା ଛୁଆ ବୁଲୁଥିବା ଭାଇରାଲ ଭିଡ଼ିଓ ଆସାମର ନୁହେଁ ବରଂ ପାକିସ୍ତାନ,କରାଚିର ଅଟେ। ଭିଡ଼ିଓର କୋରୋନା ସହ କୌଣସି ସମ୍ପର୍କ ନାହିଁ।

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ହଜାର ସଂଖ୍ୟାର କୁକୁଡ଼ା ଛୁଆ ବୁଲୁଥିବାର ଦେଖା ଯାଉଛିନ୍ତି। ଭିଡ଼ିଓରେ ଦାବି କରାଯାଇଛି ଯେ, କରୋନା ପାଇଁ ଆସାମରେ ହଜାର ସଂଖ୍ୟାର ଅଣ୍ଡା ଫିଙ୍ଗି ଦେଇଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଆସାମରେ ଆପେ ଆପେ କୁକୁଡ଼ା ଛୁଆ ହଜାର ସଂଖ୍ୟାରେ ଜନ୍ମ ନେଇଛନ୍ତି। ଏହି ପୋଷ୍ଟଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। କୋରୋନା ଆତଙ୍କରେ କୁକୁଡ଼ା ଅଣ୍ଡାକୁ ଫିଙ୍ଗି ଦିଆ ଯାଇଥିଲେ। ତଳେ ଭିଡ଼ିଓ ଦେଖନ୍ତୁ। ତେବେ […]

Continue Reading

କ’ଣ ଭିଡିଓରେ ଥିବା ଦମ୍ପତି ଇଟାଲୀ ର ଡାକ୍ତର? କ’ଣ କୋରୋନା ରୋଗୀଙ୍କର ଚିକିତ୍ସା କରିଥିବା ରୁ ତାଙ୍କ ମୃତ୍ୟୁ ଘଟି ଥିଲା? ଜାଣନ୍ତୁ ସତ୍ୟ।

ବିଗତ କିଛି ସପ୍ତାହ ଆଗରୁ ଗୋଟିଏ ଭିଡିଓ ସୋସିଆଲ ମିଡିଆ ଭାଇରାଲ ହେବା ଦେଖା ଯାଉଅଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ହସ୍ପିଟାଲରେ ଗୋଟିଏ ମହିଳା ଅସୁସ୍ଥ ଅବସ୍ତାରେ ଅଛନ୍ତି ଏବଂ ଗୋଟିଏ ଯୁବକ ତାଙ୍କ ପାଖକୁ ଆସି ତାଙ୍କୁ ପ୍ରେମ କରୁଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଏହି ଦମ୍ପତି ଇଟାଲୀ ର ଡାକ୍ତର ଓ ୧୩୪ କୋରୋନା ରୋଗୀଙ୍କ ଚିକିତ୍ସା କରିଲା ପରେ ଦୁଇ ଜଣଙ୍କ ମୃତ୍ୟୁ […]

Continue Reading

ବାରବାଙ୍ଗୀର ମକଡ୍ରିଲ ଭିଡିଓକୁ ଦିଲ୍ଲୀରୁ ଫେରାର ହୋଇଥିବା କରୋନା ରୋଗିକୁ ଧରିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କ ଦେଶରୁ ସରିବାର ନାମ ନେଉ ନାହିଁ। ଏଥି ମଧ୍ୟରେ ଭିନ୍ନ ଭିନ୍ନ ଦାବି ସହିତ କରୋନାଭାଇରସ୍ ବିଷୟରେ ବିଭିନ୍ନ ଭିଡିଓ ଏବଂ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଦାବି କରାଯାଉଛି ଯେ,  ଦିଲ୍ଲିରୁ କାର ଯୋଗେ  ଫେରାର ହେଉଥିବା କୋରୋନା ରୋଗୀକୁ ପୋଲିସ ରାସ୍ତାରେ ଧରିଲା।  ଭାଇରାଲ ଭିଡିଓରେ,କାରରୁ ବାହାରୁଥିବା ବ୍ୟକ୍ତି ଏକ କରୋନା ଭାଇରସ୍ ସଂକ୍ରମିତ ବୋଲି ଦାବି […]

Continue Reading

କ’ଣ କୋରୋନା ଭାଇରସ ଚୀନରେ ତିଆରି ହେଇଅଛି ବୋଲି ଜାପାନ ର ନୋବେଲ ବିଜେତା ପ୍ରଫେସର ତାଷୁକୁ ହୋଞ୍ଜୋ କହିଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବିଗତ କିଛି ମାସ ଧରି ଏହା ଚର୍ଚାରେ ଚାଲି ଅଛି ଯେ କୋରୋନା ଭାଇରସ କେଉଁ ପ୍ରକାର ସୃଷ୍ଟି ହେଲା? ଏହା କୁ ନେଇ ଅନେକ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି। କିନ୍ତୁ ବିଗତ କିଛି ସପ୍ତାହ ହେଲା ଅନ୍ୟ ଅନ୍ୟ ଲୋକଙ୍କ ନାମ ଜୁଆଡ଼ି ଏହା ଗୁଜବ ଭାଇରାଲ କରା ଯାଉଅଛି ଯେ କୋରୋନା ଭାଇରସ ଚୀନ ଲ୍ୟାବରେ ସୃଷ୍ଟି କରିଛି।  ୧୨ ଦିନ ପୂର୍ବରୁ ଏହି ପରି ଗୋଟିଏ ପୋଷ୍ଟ […]

Continue Reading

କ’ଣ ପଶ୍ଚିମ ବାଙ୍ଗାଲ ରେ ୯୦,୦୦୦ ଲୋକେ କୋରୋନା ଆକ୍ରାନ୍ତ ହେଇଛନ୍ତି? କ’ଣ ମମତା ବାନାର୍ଜୀ ନିଜ ରାଜ୍ୟର କୋରୋନା ଆକ୍ରାନ୍ତ ହେଇଥିବା ଲୋକଙ୍କ ପ୍ରକୃତର ସଂଖ୍ୟା ଗୁପ୍ତ ରାଖୀ ଥିଲେ? ଜାଣନ୍ତୁ ସତ୍ୟ।

୭ ଏପ୍ରିଲ ରେ ବ୍ରେକିଙ୍ଗ ନ୍ୟୁଜ ଓଡ଼ିଶା ନାମକ ସାଇଟରେ ପ୍ରକାଶିତ ହୋଇଥିବା ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମାନିଲେ ଯେ ରାଜ୍ୟରେ ପ୍ରାୟ ୯୦ ହଜାର କୋରୋନା ଆକ୍ରାନ୍ତ ଅଛନ୍ତି। ପ୍ରାୟ ୯୧, ୫୧୫ ଜଣ ଏବେ ଆକ୍ରାନ୍ତ ହୋଇଛନ୍ତି। ୮୭୨ ଜଣ ସାଙ୍ଘାତିକ ରହିଛନ୍ତି। ପ୍ରାୟ ୫ କୋଟି ୫୭ ଲକ୍ଷ ପରିବାର ଏହା ଭିତରେ ରହିଛନ୍ତି। ୩୭୫ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ […]

Continue Reading

କ’ଣ ହାଇଡ୍ରୋକ୍ଳୋରୋକୁଇନ ପାଇଲା ପରେ ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ଜାତୀୟ ସଙ୍ଗୀତ ଗାଁ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ବିଦେଶୀ ଲୋକ ଭାରତୀୟ ରାଷ୍ଟ୍ର ଗୀତ ଗାଉଛନ୍ତି। ଏହି ଭିଡିଓରେ ଏହା ଦାବି କରା ଯାଇଅଛି ଯେ ଭାରତ ଆମେରିକାକୁ ହାଇଡ୍ରୋକ୍ଳୋରୋକୁଇନ ଔଷଧ ଯୋଗାଣ କରିଲା ପରେ, ଆମେରିକାର ଛାତ୍ରଛାତ୍ରୀ ଏକତ୍ର ହୋଇ ଖୁସିରେ ଭାରତୀୟ ରାଷ୍ଟ୍ର ଗୀତ ଗାଁ କରୁଛନ୍ତି।  COVID 19 ସହ ଲଢିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଭାରତ କୁ ହାଇଡ୍ରୋକ୍ସିକ୍ଳୋରୋକୁଇନ […]

Continue Reading

ବିହାର ହାଜିପୁର ଜେଲ ମକ୍ ଡ୍ରିଲରେ ପୋଲିସ କର୍ମି ଅସୁସ୍ଥ ହେବାର ଅଭିନୟକୁ କୋରୋନା ରୋଗୀ ଦାବିରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ସାରା ବିଶ୍ୱ ଚିନ୍ତାରେ ଅଛି। କୋରୋନା ସଂକ୍ରମଣ ରୋକିବା ପାଇଁ ସରକାର ଲକଡାଉନ କରିଛନ୍ତି। ଏହା ସହ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷପ ମଧ୍ୟ ନେଉଛନ୍ତି। ଏଥି ମଧ୍ୟରେ 24 ଏପ୍ରିଲରେ ଦିଲ୍ଲୀପ ପାଟକୁରା ନିର୍ବାଚନ ମଣ୍ଡଳି ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କନେଷ୍ଟବଳ କର୍ମଚାରି ଦୌଡ଼ି ଦୌଡ଼ି ଆସୁଛନ୍ତି ଏବଂ ଛିଙ୍କିବା ଆରମ୍ଭ କରି ଦେଉଛନ୍ତି। ଦାବି କରାଯାଇଛି […]

Continue Reading

କ’ଣ ଇନ୍ଦୋରରେ କୋରୋନା ଭାଇରସ ବିସ୍ତାର କରିବା ଉଦ୍ଦେଶ୍ୟରେ ଜଣେ ଅଜ୍ଞାନ୍ତ ବ୍ୟକ୍ତି ରାସ୍ତାରେ ପଇସା ଫୋପାଡ଼ି ପଳାଇଲେ? ଜାଣନ୍ତୁ ସତ୍ୟ ଘଟଣା।

କୋରନା ସଂକ୍ରମଣ ର କାଳ ମଣ୍ଡୁଥିବା ଇନ୍ଦୋର ରେ ଗୁରୁବାର ଦିନ ଦୁଇଟି କ୍ଷେତ୍ରରେ ନୋଟ ପିଙ୍ଗିବା ଘଟଣା ହାହାକାର ସୃଷ୍ଟି କରିଥିଲା। ଏହି ନୋଟ ୧୦୦,୨୦୦ ଏବଂ ୫୦୦ ଟଙ୍କା ର ଥିଲା। ପୋଲିସ ଏବଂ ନଗର ନିଗମ ଦଳ ଏହି ସ୍ଥାନ ରେ ପଂହଁଚି ଏହି ନୋଟ ଗୁଡିକ ସାନିଟାଇଜ କରି ଜପତ କରିଛନ୍ତି । ଇନ୍ଦୋର ର ଖତିପୁରା-ଗୌରୀ ନଗର ର ରାସ୍ତା ରେ ସକାଳୁ ପ୍ରଥମ ଘଟଣା ହେଇଛି। ନରେନ୍ଦ୍ର କୁରେଲ […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ମାଁ କୋରୋନା ରୋଗର ଶେଷ ଷ୍ଟେଜ୍ ରେ ତା ଛୁଆକୁ ଧରି ସୋଇଛି?

କୋରୋନା ଭାଇରସରେ ବିଶ୍ୱର ସାରା ଲୋକ ଆତଙ୍କରେ ଅଛନ୍ତି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ କିଛି ଅଲଗା ଅଲଗା ଦାବିରେ ଫୋଟୋ ଭାଇରାଲ ହେଉଛି। 20 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରାଯାଇଛି । ପୋଷ୍ଟରେ ଏକ ମାଁ ତା ଛୁଆକୁ ଧରି ସୋଇଥିବାର ଦେଖା ଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, କୋରୋନାରେ ଶେଷ ଷ୍ଟେଜିରେଥିବା ମାଆ ପୁଅକୁ ଧରିକି ସୋଇଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 576ଥର ସେୟାର […]

Continue Reading

ମେଘା ଶର୍ମା ନାମକ ଗୃହିଣିଙ୍କ ମୃତ୍ୟୁକୁ ଡା. ମେଘା ବ୍ୟାସ କୋରୋନା ରୋଗରେ ମୃତ୍ୟୁ ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ମହିଳାର ଫୋଟୋ ଭାଇରାଲ ହେଉଛି।  ଭାଇରାଲ ଫୋରେ ଥିବା ମହିଳା ପୁଣେର ଡାକ୍ତର ମେଘା ବ୍ୟାସ ଅଟନ୍ତି ଏବଂ ତାଙ୍କର କରୋନା ସଂକ୍ରମଣରୁ ମୃତ୍ୟୁ ହୋଇଥିବା ଦାବି କରାଯାଇଛି। 24 ଏପ୍ରିଲରେ ଆମ ଓଡ଼ିଶା ନାମକ ପେଜରେ ଏହା ପୋଷ୍ଟ କରାଯାଇ ଲେଖା ଯାଇଛି ଯେ,  କରୋନା ରୋଗୀଙ୍କ ସେବା କରିବା ସମୟରେ ଡାକ୍ତର ମେଘା ବ୍ୟାସ କରୋନାରେ ସଂକ୍ରମିତ ହୋଇ ତାଙ୍କର ମୃତ୍ୟୁ ହୋଇଛି।  ତାଙ୍କୁ ପୋଷ୍ଟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ […]

Continue Reading

2012 ଭାରତ ମାନଚିତ୍ର ଫୋଟୋକୁ ଆମେରିକାର CEO କୋରୋନା ସଂକ୍ରମଣ ପାଇଁ ବନାଇଥିବା ଦାବିରେ ଭାଇରାଲ କରାଯାଉଛି।

ଭାରତର 130 କୋଟି ଜନସଂଖ୍ୟା ଏବେ କୋରୋନା ଭାଇରସ୍ ସଂକ୍ରମଣ ସହ ଲଢୁଛନ୍ତି। ଭାରତ ଭଳି ଜନ ବହୂଳ ଦେଶରେ ଲକଡାଉନ୍ କରି କୋରୋନା ବିରୋଧରେ ଲଢିବା ବିଶ୍ୱରେ ଏକ ବଡ ଉଦାହରଣ ସୃଷ୍ଟି କରିଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ ଭାଇରାଲ୍ କରାଯାଉଛି ଯେ, ଆମେରିକା ସିଈଓ ଭାରତର ଏକ ମାନଚିତ୍ର ଗଠନ କରିଛନ୍ତି। ଯେଉଁଥିରେ ସେ ଦର୍ଷେଇଛନ୍ତି ଯେ, ଭାରତର ସମସ୍ତ ରାଜ୍ୟ ବିଶ୍ୱର 20ଟି ଦେଶର ଜନଗଣନା ସହ ସମାନ […]

Continue Reading

କ’ଣ ସାମାଜିକ ଦୂରତା ପାଳନ କରୁଥିବା ଏହି ମାର୍କେଟର ଦୃଶ୍ୟ ଭାରତର ମିଜୋରାମ ରାଜ୍ୟ ଅଟେ? ଜାଣନ୍ତୁ ସତ୍ୟ।

କୋରୋନ ଭାଇରସ ବିରୁଦ୍ଧରେ କୌଣସି ଔଷଧ ବା ଟୀକା ନ ବାହାରିଥିବା କାରଣରୁ ଅନେକ ଦେଶ ବର୍ତମାନ ମଧ୍ୟ ତାଲାବନ୍ଦ ସ୍ଥିତିରେ ଅଛି। ଏହି ସମୟରେ ବିଶ୍ଵ ସାରା ଲୋକେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରୁଛନ୍ତି। କଠିନ ସମୟରେ ମହୀ ଲୋକେ ହାର ନ ମାନି ଏପରି ଭାବେ ପରସ୍ପରକୁ ସାହାଜ୍ଯ କରୁଛନ୍ତି।  ୨୨ ଏପ୍ରିଲରେ ଜଣେ ଫେସବୁକ ୟୁଜର ଗୋଟିଏ ଫେସବୁକ ପେଜରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି […]

Continue Reading

ଭାଇରାଲ ଫୋଟୋରେଥିବା ନର୍ସର କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇ ନାହିଁ।

ମାହାରାଷ୍ଟରର ପୁନେ ହସ୍ପିଟାଲରେ କୋରୋନା ସଂକ୍ରମଣରେ କିଛି ନର୍ସ ଆକ୍ରାନ୍ତ ହୋଇଛନ୍ତି। ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ଜୋରଦାର ଭାଇରାଲ ହେଉଛି। 22 ଏପ୍ରିଲରେ Jajpur Market Khabar ନାମକ ଏକ ପେଜରେ ଏକ ନର୍ସର ଫୋଟୋ ପୋଷ୍ଟ କରାଯାଇ ଦାବି କରାଯାଇଛି ଯେ, ଫୋଟୋରେ ଥିବା  କୋମଲ ମିଶ୍ରା ନାମକ ଝିଅଟି ମହାରାଷ୍ଟ୍ର ସ୍ଥିତ ପୁନେର ଏକ ହୋସ୍ପିଟାଲରେ ନର୍ସ ଥେଲେ। କୋରୋନା ରୋଗୀଙ୍କ ଚିକିତ୍ସା କରୁ କରୁ କୋରୋନା ରୋଗରେ […]

Continue Reading

2017 ଫୋଟୋକୁ ଲକଡାଉନରେ ଛୁଆଟି ସାହାଯ୍ୟ ପାଇ ଖୁସିରେ ଘରକୁ ଫେରୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନାରେ ଲକଡାଉନ କାରଣରୁ ଗରିବ ଲୋକମାନେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ସୋସିଆଲ ମିଡ଼ିଆରେ ଏହକୁ ନେଇ ଏକ କଥା ମଧ୍ୟ କୁହା ଯାଇଛି ଯେ, ଧନୀ ଲୋକ କୋରୋନା ସଂକ୍ରମଣ ଧରି ଦେଶକୁ ଆସିଲେ କିନ୍ତୁ ଏହାର କଷ୍ଟ ଗରିବଲୋକଙ୍କୁ ଭୋଗିବାକୁ ପଡୁଛି। ଏଥି ମଧ୍ୟରେ ନିଜ ନିଜ ଘରକୁ ଫେରୁଥିବା ଗରିବ ଲୋକଙ୍କ ଫୋଟୋ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 10 ଏପ୍ରିଲରେ Jagannath Smal ନାମକ ଜଣେ ଫେସବୁକ ୟୁଜର […]

Continue Reading

2015 ଏବଂ 2018 ପୁରୁଣା ଫୋଟୋକୁ ମାଁ କୋରୋନା ସଂକ୍ରମଣ ପିଡ଼ିତଥିବାରୁ ଛୁଆ କାନ୍ଦୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ସଂକ୍ରମଣରେ ଅନେକ ଦେଶ ଆସିସାରିଛନ୍ତି। ସୋସିଆଲ ମିଡ଼ିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଭାଇରାଲ ଦେଉଛି। ଏଥିମଧ୍ୟରେ 19 ଏପ୍ରିଲରେ Bijaya Agarwall ନାମକ ଜଣେ ବ୍ୟକ୍ତି ସୂନ୍ଦର ଓଡ଼ିଶା ପରିବାର ପେଜରେ ଏକ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟ କରାଯାଇଥିବା ଫୋଟୋରେ ଥିବା ଛୁଆ ତା ମାଁକୁ କୋରୋନା ହୋଇଥିବାର ଦାବି କରାଯାଇଛି ଏବଂ ଛୁଆଟି ତା ମାଁର ସ୍ୱାସ୍ଥ୍ୟ ପାଇଁ ଭଗବାନକୁ ପ୍ରାଥନା କରିବା ପାଇଁ କହୁଛି। ପୋଷ୍ଟର ଅନ୍ୟ […]

Continue Reading

କ’ଣ ଭଡ଼ାରେ ରହୁଥିବା ଡାକ୍ତରଏବଂ ନର୍ସ ମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି? କ’ଣ ଏହି ଫୋଟୋ ଭାରତର? ଜାଣନ୍ତୁ ସତ୍ୟ।

27 ମାର୍ଚରେ ଜଣେ ଫେସବୁକ ୟୁଜର ଆମ ଗାଁ ପରିବାର ନାମକ ଫେସବୁକ ପେଜରେ ଗୋଟିଏ ଫୋଟୋ ପୋଷ୍ଟ କରି ଏହା ଦାବି କରିଛନ୍ତି ଯେ ଭଡ଼ାରେ ରହୁଥିବା ଡାକ୍ତର, ନର୍ସମାନଙ୍କୁ ସଂକ୍ରମଣ ଭୟରେ ତାଙ୍କ ଘର ମାଲିକମାନେ ଘର ଖାଲି କରିବାକୁ କହୁଛନ୍ତି। ଏହି ପୋଷ୍ଟରେ ଏହା କୁହା ଯାଇଅଛି ଯେ ଡାକ୍ତର ଏବଂ ନର୍ସ ମାନେ ୨୪ ଘଣ୍ଟା ଦିନରାତି ନିଜ ଜୀବନକୁ ମରଣମୁହଁକୁ ଠେଲି ଲୋକଙ୍କ  ଜୀବନ ବଞ୍ଚାଇବାରେ ଲାଗିଛନ୍ତି। ଏହି ପୋଷ୍ଟରେ […]

Continue Reading

ମାଲେସିଆ ଡାକ୍ତରଙ୍କ ଫୋଟୋକୁ ଇଣ୍ଡୋନେସିଆରେ କୋରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଡଃ ହାଦିଓଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ ବିଶ୍ୱର ଡାକ୍ତରମାନେ ତାଙ୍କ ପରିବାରଠରୁ ଦୁରରେ ରହୁଛନ୍ତି। ଏହା ଏକ କଠିନ ଦାୟକ ସମୟ ଅଟେ। ଲକମାନଙ୍କୁ ଘରେ ରହିବା ପାଇଁ ବାରବାର ସରକାର ନିର୍ଦ୍ଦେଶ ଦେଲେ ମଧ୍ୟ ଲୋକମାନେ ମାନୁନଥିବାର ଖବର ବାରମ୍ବାର ସାମ୍ନାକୁ ଆସୁଛି। 26 ମାର୍ଚରେ Mu Odia ନାମକ ପେଜରେ ଏକ ଫୋଟୋ ପୋଷ୍ଟ କରିଥିଲେ। ପୋଷ୍ଟ କରାଯାଇଥିବା ଫୋଟୋରେ ଜଣେ ବ୍ୟକ୍ତି ମୁହଁରେ ମାସ୍କ ଲଗାଇ ଘର ବାହାରେ ଠିଆ ହୋଇ ତା ଦୁଇ ଛୁଆକୁ […]

Continue Reading

କ’ଣ ରତନ ଟାଟା କୋରୋନା ଭାଇରସ୍ ପାଇଁ ଭାରତ ଅର୍ଥନୀତିର ବିପୁଳ ପତନକୁ ନେଇ କୌଣସି ମତ ଦେଇଛନ୍ତି କି?

କୋରୋନା ଭାଇରସ୍ ପାଇଁ ଦେଶର ଅର୍ଥନିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଏଥିମଧ୍ୟରେ ସୋସିଆଲ ମିଡ଼ିଆରେ ରତନ ଟାଟାଙ୍କ ନାମରେ ଏକ ପୋଷ୍ଟ ଭାଇରାଲ ହେଉଛି। ପୋଷ୍ଟରେ ରତନ ଟାଟା ଦେଶେର କୋରୋନା ଭାଇରସ କାରଣରୁ ଭାରତ ଅର୍ଥନୀତିକୁ ନେଇ ତାଙ୍କ ମତ ପ୍ରକାଶ କରିଥିବାର ଦାବି କରାଯାଉଛି। Arun kumar Mishra ନାମକ ଜଣେ ଫେସବୁକ ୟୁଜର ଏହା ପୋଷ୍ଟ କରିଛନ୍ତି। ପୋଷ୍ଟରେ ରତନ ଟାଟା କହିଛନ୍ତି ଯେ, ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ, […]

Continue Reading

କ’ଣ କୋରୋନା କୁ ଭୟ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ ହରେ ରାମ ହରେ କୃଷ୍ଣ ଜପିବାକୁ କହିଲେ? ଜାଣନ୍ତୁ ସତ୍ୟ।

ବର୍ତମାନ ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ଫଙ୍କ ଗୋଟିଏ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଲୋକ ମାନଙ୍କୁ ହରେ ରାମ ହରେ କୃଷ୍ଣ ଜାପ କରିବା ପାଇଁ କହିଛନ୍ତି। ଆମେ ଏହି ପୋଷ୍ଟର ଫେକ୍ଟ୍ ଚେକ୍ କରିଲୁ।  ଆସନ୍ତୁ ଜାଣିବା ପୋଷ୍ଟର ଦାବି କଣ: ୨୪ ମାର୍ଚରେ ଓଡ଼ିଶା ଭେଦିକ ବ୍ରାହମଣ ପରିଷଦ ନାମକ ଫେସବୁକ ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି ଜରା ଯାଇଅଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଲୋକଙ୍କୁ କୋରୋନା ଭୟରେ […]

Continue Reading

କୋରୋନା ରୋଗୀଙ୍କ ସାମ୍ନାରେ ଡାକ୍ତରଙ୍କ ନାଚୁଥିବା ଭିଡିଓ ପାକିସ୍ତାନର ଅଟେ।

କୋରୋନା ପାଇଁ ହସ୍ପିଟାଲରେ ଦିନ କୁ ଦିନ ରୋଗୀ ସଂଖ୍ୟା ବଢିବାରେ ଲାଗିଛି। କୋରୋନା ସହ ଲଢେଇରେ ଡାକ୍ତର, ପୋଲିସ ଏବଂ ସଫା କରୁଥିବା କର୍ମୀଙ୍କୁ ଆଗ ଧାଡ଼ୀର ସୈନ୍ୟ ବୋଲି ଆକ୍ଷା ଦିଆ ଯାଇଛି। ଏଥି ମଧ୍ୟରେ ସୋସିଆଲ୍ ମିଡ଼ିଆରେ କିଛି ଡାକ୍ତର କୋରୋନା ରୋଗୀଙ୍କ ସାମ୍ନାରେ ନାଚୁଥିବାର ତ ପୋଲିସ୍ କର୍ମୀଙ୍କ ଗୀତ ଗାଇ କୋରୋନା ସହ ଲଢିବା ପାଇଁ ଲୋକଙ୍କ ମନୋବଳ ବଢାଉଥିବାର  ଭିଡ଼ିଓ ସାମ୍ନାକୁ ଆସୁଛି। 12 ଏପ୍ରିଲରେ Times odia […]

Continue Reading

କ’ଣ ଭାଇରାଲ ଫୋଟୋରେଥିବା ବ୍ୟକ୍ତି କୋରୋନାକୁ ବେଖାତିର କରି ଲୋକଙ୍କୁ ସମୂହ ନମାଜ ପାଠ ପାଇଁ ଉତ୍ସାହିତ କରି ନିଜେ କୋରୋନା ରୋଗରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସକୁ ଦେଇ ବିଶ୍ୱରେ ଆତଙ୍କର ବାତାବରଣ ବଢ଼ିଚାଲିଥିବା ସମୟରେ କିଛି ଲୋକ ଲକଡାଉନ ଏବଂ କୋରୋନା ସଂକ୍ରମଣକୁ ଗମ୍ଭୀର ଭାବେ ନେଉ ନହାନ୍ତି। ଭାରତ ,ଆମେରିକା ,ଇଟାଲୀ ସମେତ ପାକିସ୍ତାନରେ ମଧ୍ୟ  କୋରୋନା ଭାଇରସ୍ ସହ ଲଢ଼ିବା ପାଇଁ ଲକଡାଉନ କରା ଯାଉଇଛି। କିନ୍ତୁ ଏଥି ମଧ୍ୟରେ କିଛ୍ ମୁସ୍ଲିମମାନେ ଲକଡାଉନର ନିୟମ ନ ମାନି ନମାଜ ପଢ଼ିବା ପାଇଁ ଏକତ୍ର ହେଉଛନ୍ତି। 26 ମାର୍ଚ୍ଚରେ କମଲ ବ୍ରହ୍ମା ନାମକ ଜଣେ ଫେସବୁକ ୟୁଜର ତାଙ୍କ […]

Continue Reading

ଡାକ୍ତର ବନ୍ଦନା ତିବାରିଙ୍କର ମୃତ୍ୟୁ କୋରୋନା ସଂକ୍ରମଣରୁ ନୁହେଁ ବରଂ ବ୍ରେନ ହାମ୍ରେଜ କାରଣରୁ ମୃତ୍ୟୁ ହୋଇଛି।

କୋରୋନା ପାଇଁ ବିଶ୍ୱରେ ଆତଙ୍କ ଦିନ କୁ ଦିନ ବଢ଼ିବାରେ ଲାଗିଛି। କୋରୋନା ସଂକ୍ରମଣରେ ଆକ୍ରାନ୍ତ ସଂଖ୍ୟା କମିବାର ନାଁ ଧରୁନି। କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଏହି ରୋଗରେ ପିଡ଼ିତ ହେଉଛନ୍ତି। ଗଚ କିଛି ଦିନ ତଳି ରିୟାଜ ଉସମାନ ନାମକ ଜଣେ ପାକିସ୍ତାନି ଡାକ୍ତରଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇଥିଲା।ଏବେ ଏପରି ଅନ୍ୟ ଅକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେ,  ବନ୍ଦନା ତିବାରି ନାମକ ଜଣେ ଡାକ୍ତର କୋରୋନା […]

Continue Reading

ଗୁଜୁରାଟର ମାନସିକ ରୋଗୀର ଭିଡିଓକୁ କରୋନା ରୋଗୀ ଭାବରେ ଭାଇରାଲ ହେଉଛି।

ସୋସିଆଲ ମିଡ଼ିଆରେ କୋରୋନାକୁ ନେଇ କେତେକ ଭିଡ଼ିଓ ଏବଂ ତଥ୍ୟ ଭାଇରାଲ କରାଯାଉଛି। ଭାଇରାଲ ଭିଡିଓ ଦ୍ୱାରା ଲୋକ ଅଧିକରୁ ଅଧିକ ଡରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବରୁ Kumar Rajeebନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି।  ଭିଡିଓରେ ଧଳା ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ରାସ୍ତା କଡ଼ରେ ପଡ଼ିଥିବାର ଦଖା ଯାଉଛି। ଏହି ଭିଡିଓ ଯୁବକ ଜଣକ ଷ୍ଟ୍ରେଚର ଉପରେ […]

Continue Reading

କ’ଣ ଏହି ଛୁଆର ମାଁ କୋରୋନା ଭାଇରସ ସଂକ୍ରମିତ ହେଇ ଇଟାଲୀରେ ନିଜ ପ୍ରାଣ ତ୍ୟାଗୀ ଥିଲେ? ଜାଣନ୍ତୁ ସତ୍ୟ କଣ।

25 ମାର୍ଚରେ ଜଣେ ଫ୍କେବୂକ ୟୁଜର ନିଜ ଏକାଉଣ୍ଟରେ ଗୋଟିଏ ଭିଡିଓ ପୋସ୍ତ କରି ଏହା କହିଛନ୍ତି ଯେ ଇଟାଲୀ ରେ ଗୋଟେ ଛୁଆ ଆକାଶକୁ ଚାହିଁ ତା ‘ମା’ କୁ ଡାକ ଛାଡୁଛି ! କିନ୍ତୁ ତା ମା କୋରନା ଭୂତାଣୁ ରେ ମୃତ୍ୟୁ ଘଟିଛି ।ଏଥିରୁ ଜଣାପଡୁଛି ମା ର ମୃତ ଶରୀର କୁ ସେ ପିଲାଟି ଦେଖିନାହିଁ ବା ଦେଖିବାକୁ ଦିଆଯାଇନାହିଁ । ଏହି ବିଷୟରେ ସତ୍ୟ ଜାଣିବା ପାଇଁ ଆମ ଅନୁସନ୍ଧାନ […]

Continue Reading

କ’ଣ କ୍ରେନ ସାହାଜ୍ଯତା ରେ ଶବ କୁ ନିଷ୍କାସନ କରୁ ଥିବା ଭିଡିଓ ଇଟାଲୀ ର ଅଟେ? କ’ଣ ଏହି ଶବ ଇଟାଲୀରେ କୋରୋନା ରୁ ମୃତ୍ୟୁ ହେଇଥିବା ଲୋକଙ୍କ? ଜାଣନ୍ତୁ ସତ୍ୟ

କୋରୋନା ଥମିବା ନାମ ନେଊଁ ନାହିଁ। ଏହି ରୋଗ କାରଣରୁ ସାରା ବିଶ୍ଵ କ୍ଷତିଗ୍ରସ୍ତ ହେଇଛି। ପ୍ରତ୍ଯେକ ଦିନ ନୂଆ ନୂଆ ଲୋକଙ୍କ ପୀଡ଼ିତ ହେଇ ଥିବା ଖବର ଦେଖିବା କୁ ମିଳୁଛି। ଭାରତରେ ମଧ୍ୟ କୋରୋନା କାୟା ପାଲଟି ସାରିଲାଣି। କୋରୋନା କୁ ରୋକିବା ପାଇଁ ସରକାର ମଧ୍ୟ ଅନେକ କଟକଣା ଲାଗୁ କରିଛି। ଇଟାଲୀ, ଆମେରିକା ଏବଂ ଇରାନରେ ମୃତ ଲୋକଙ୍କ ସଂଖ୍ୟା ବଢି ଚାଲିଛି। ଏହା ନେଇ ସୋସିଆଲ ମିଡିଆରେ ଅନେକ ଗୁଜବ […]

Continue Reading

କ’ଣ କୋରୋନା ସମୟରେ ଆମେରିକାରେ ପୁଲିସ ସେଠିକାର ନାଗରିକଙ୍କ ସହିତ ଏପରି ବ୍ୟବହାର କରୁଛନ୍ତି? କ’ଣ ଆମେରିକା ବିଶ୍ଵ କୁ ସାମାଜିକ ଦୂରତା ରଖିବା ପରାମର୍ଶ ଦେଇ ନିଜେ ଏହା ର ପାଳନ କରୁ ନାହିଁ? ଜାଣନ୍ତୁ ସତ୍ୟ।

Photo Credit: BBC ସାରା ଦୁନିୟା ବର୍ତମାନ କୋରୋନା ଠାରୁ ତ୍ରାହି ଖୋଜୁଛି। ସମସ୍ତ ଦେଶ ଅନ୍ୟ ଅନ୍ୟ ଉପାୟ ଖୋଜି ତାକୁ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଲାଗୁ କରୁଛନ୍ତି। ବର୍ତମାନ WHO ପରାମର୍ଶ କୁ ମାନି ସାରା ବିଶ୍ଵ ସାମାଜିକ ଦୂରତା ମାନିବା କୁ ଲାଗିଛି। କିନ୍ତୁ ଏପରି ମଧ୍ୟ କିଛି ସ୍ଥିତି ଦେଖିବା କୁ ମିଳିଛି ଯେଉଁ ଠାରେ ଲୋକେ ଏହି ନିର୍ଦେଶର ଅବହେଳା କରି ରାସ୍ତା ଘାଟରେ ବୁଲୁଛନ୍ତି। କୋରୋନା ଭୟ […]

Continue Reading

ମୌଲାନା ଶେଖ ଖଲିଲ-ଉର-ରହମାନ ସାଜଜାଦ ନୋମାନିଙ୍କ ଫୋଟୋକୁ ମର୍କାଜ ମୁଖ୍ୟ ମୌଲାନା ସାଦଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ସଂକ୍ରମଣ ପାଇଁ ପୁରା ଦେଶ ଲକଡାଉନ ପିରସ୍ଥିତିରେ ଥିବା ସମୟେ ନିଜାମୁଦ୍ଦିନ  ଜମାତ୍‌‌ରେ ମୁସ୍ଲିମ ଲୋକଙ୍କୁ ଏକାଠି କରିବା ଅଭିଯୋଗରେ ମୌଲାନା ମହମ୍ମଦ ସାଦଙ୍କୁ ଗିରଫ କରିବା ପାଇଁ ତାଙ୍କୁ ଛୋଜା ଚାଲିଛି। ଘଟଣା ପରେ ମୌଲାନା ମହମ୍ମଦ ସାଦ ପୋଲିସ ଠାରୁ ଡରି ଲୁଚି ଯାଇଛନ୍ତି। କିନ୍ତୁ ତାଙ୍କର ଦୁଇଟି ଅଡ଼ିଓ ସାମ୍ନାକୁ ଆସିଛି। ଯାହା ପରେ ସୋସିଆଲ ମିଡ଼ିଆ ଏବଂ ନ୍ୟୁଜ ଚ୍ୟାନେଲରେ ଖବର ପ୍ରକାଶିତ ହେଉଛି। ମର୍କାଜ ମୁଖ୍ୟ ମୌଲାନା ମହମ୍ମଦ […]

Continue Reading

ଚାରି ବର୍ଷ ପୁରୁଣା ଭିଡିଓକୁ ଲକ୍‌ଡାଉନ୍ ସମୟରେ ପୁରୀ ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ହରିଣ ବୁଲୁଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ଆତଙ୍କରେ ପୁରା ଦେଶ ଲକଡାଉନ ହୋଇ ରହିଛନ୍ତି। ରାସ୍ତା ଘାଟ ସବୁଠି ପୋଲିସ କର୍ମି ଏବଂ ଅନ୍ୟାନ୍ୟ କିଛି କର୍ମିଙ୍କୁ ଛାଡ଼ି କେହି ଦେଖା ଯାଉ ନାହାନ୍ତି। ଦୋକାନ ବଜାର ସହ ସମସ୍ତ ଅଫିସ ମଧ୍ୟ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହେବା ପରେ ରାସ୍ତାରେ ଜୀବଜନ୍ତୁ ଏବଂ ପକ୍ଷୀ ବିନା ଡରରେ ବୁଲୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। 3 ଏପ୍ରିଲରେ Parthsarathi jena ନାମକ ଜଣେ ଫେସବୁକ […]

Continue Reading

କ’ଣ ପୋଷ୍ଟ କରା ଯାଇଥିବା ଭିଡିଓରେ ଇରାନ ଦେଶରେ କୋରୋନା ପାଇଁ ହେଇଥିବା ମୃତ ଲୋକଙ୍କ ଅନ୍ତିମ ସଂସ୍କାର ର ? ଜାଣନ୍ତୁ ସତ୍ୟ।

କୋରୋନା ପାଇଁ ବର୍ତମାନ ଅନେକ ଲୋକ ନିଜ ଜୀବନ ହରେଈ ସାରିଲେଣି ଏବଂ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ସାଂଘାତିକ ଅବସ୍ତାରେ ଅଛି। କୌଣସି ଔଷଧ ନ ବାହାରିଥିବା ରୁ ଏହି ରୋଗର ବୃଦ୍ଧି ଉପରେ କୌଣସି ଲଗାମ ନାହିଁ। ଧୀରେ ଧୀରେ ସବୁ ଦେଶରେ ନିଜ ଆତଙ୍କ ବିସ୍ତାର କରୁଛି କୋରୋନା। ଦେଶ ବିଦେଶରେ ବୈଜ୍ଞାନିକ ମାନେ ଏହି ରୋଗର ଟୀକା ଆବିଷ୍କାର କରିବା ପାଇଁ ଲାଗି ପଡ଼ିଛନ୍ତି, ସେହି ସମୟରେ କୋରୋନା ଯୋଗୁ ଲୋକଙ୍କ ସ୍ଥିତି […]

Continue Reading

କ’ଣ ଭିଡିଓରେ ଥିବା ଲୋକେ ବର୍ତମାନ କୋରୋନା ସମୟରେ ବାସନ ଚାଟୁଛନ୍ତି? କ’ଣ ଏହି ଭିଡିଓର ସତ୍ୟତା? ଜାଣନ୍ତୁ ସତ୍ୟ।

କୋରୋନା ଭାଇରସ ସାରା ଦୁନିୟାରେ ବ୍ୟାପୁ ଥିବା ସମୟରେ, ଏହା କୁ ନେଇ ଲୋକେ ସତର୍କତା ଗ୍ରହଣ କରି ଚଳୁଛନ୍ତି। ସରକାର ମଧ୍ୟ ଲୋକଙ୍କୁ ଏହା କହି ସାରିଛି ଯେ ବର୍ତମାନ ସମୟରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ଆବଶ୍ୟକ। ଏହି କଥା ମାନି ଲୋକେ ନିଜ ଘରୁ ସ୍ସହଜେ ବାହାରୁ ନାହାନ୍ତି, ସାମାଜିକ ଦୂରତାର ପାଳନ କରି ନିଜ କୁ ଏବଂ ଅନ୍ୟକୁ ସୁରକ୍ଷିତ ରଖୁଛନ୍ତି। ତଥାବି ଏପରରୀ କେତେ ଘଟଣା […]

Continue Reading

କ’ଣ ରଗମ ପାଣିରେ ଲୁଣ ଏବଂ ଭିନେଗାର ପକାଇ ଗରର କରିଲେ କୋରୋନା ସଂକ୍ରମଣରୁ ମୁକ୍ତି ମିଳିବ?

କୋରୋନା ମାହାମାରିର ଏ ପ୍ରର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ। ଘରୋଇ ଉପଚାରରେ କୋରୋନା ଭାଇରସକୁ ଠିକ କରିବା ପାଇଁ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଲାଗିରହିଛି। ଭାରତରେ କୋରୋନା ସଂକ୍ରମଣର ରୋଗି ଦିନ କୁ ଦିନ ବଢ଼ିବାରେ ଲାଗିଛନ୍ତି। ଓଡ଼ିଶାରେ 1 ଏପ୍ରିଲ ପର୍ଯ୍ୟନ୍ତ 4 ଟି କୋରୋନା ସଂକ୍ରମଣ ରୋଗି ଚିହ୍ନଟ କରାଯାଇଛି। ଏହା ଛଡ଼ା ଇଟାଲୀ ଏବଂ ଆମେରିକାରେ କୋରୋନା ସଂକ୍ରମଣର ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ Dilip […]

Continue Reading

ଭେନେଜୁଏଲର ବ୍ୟାଙ୍କ ଲୁଟ ଫୋଟୋକୁ ଇଟାଲୀର କୋରୋନା ସଂକ୍ରମଣରୁ ଅସହାୟ ଲୋକମାନେ ରାସ୍ତାକୁ ଟଙ୍କା ଫିଙ୍ଗିଥିବା ଦାବିରେ ଭାଇରାଲ କରାଯାଉଛି।

ଇଟାଲିରେ କୋରୋନା ସଂକ୍ରମଣର ସ୍ଥିତି ଦିନ କୁ ଦିନ ବିଗିଡ଼ିବାରେ ଲାଗିଛି। ଇଟାଲିକୁ ବିଶ୍ୱର ସ୍ୱାସ୍ଥ୍ୟରେ ପ୍ରଥମ ବୋଲି କୁହା ଯାଏ। କିନ୍ତୁ ଇଟାଲୀରେ କୋରୋନା ସଂକ୍ରମଣରେ ପିଡ଼ିତ ସଂଖ୍ୟା ଦିନ କୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଚାଇନା ପରେ ଇଟାଲୀରେ କୋରୋନା ସଂକ୍ରମଣର ସଂଖ୍ୟା ଅଧିକ ଦେଖିବାକୁ ମିଳିଛି। ଇଟାଲୀ ସରକାର ପୁରା ଦେଶକୁ ଲକଡାଉନରେ ରଖିଛନ୍ତି। ସ୍ଥତି ଖରାପ ଥିବା କାରଣରୁ ଲୋକଙ୍କ ଘରୁ ବାହାରିବା ବପଦ କାଳିନ ହୋଇ […]

Continue Reading

କ’ଣ ଇଜ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନୟାହୁ ଙ୍କୁ କୋରୋନା ନିଜ ଶିକାର ବନାଇଛି।? ଜାଣନ୍ତୁ ସତ୍ୟ।

Photo Credit: Times Of Israel କୋରୋନା ଭାଇରସ ର କୌଣସି ଚିକିତ୍ସା ବାହାରି ନଥିବାରୁ ବିଶ୍ଵ ସାରା ଲୋକେ ନିଜକୁ ସତର୍କ ରଖୁଛନ୍ତି। କିନ୍ତୁ ଏହା ଯଥେଷ୍ଟ ହେଉ ନାହିଁ। ଏତେ ସତର୍କତା ମଧ୍ୟରେ ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଓ ଅନେକ ଲୋକ ନିଜ ଜୀବନ ହରାଉଛନ୍ତି। କୋରୋନା ଗୋଟିଏ ଏପରି ରୋଗ ଯେଉଁଟା ଭେଦଭାବ ନକରି ସମସ୍ତ ବର୍ଗର ଲୋକଙ୍କୁ ହେଉଛି। ବର୍ତମାନ ସୋସିଆଲ ମିଡିଆରେ ଅନେକ ଦେଶର ନେତାଙ୍କୁ କୋରୋନା ଆକ୍ରାନ୍ତ […]

Continue Reading

2015 ପୁରୁଣା ଫୋଟୋକୁ, ଲକଡାଉନ ଘୋଷଣା ପରେ ଆନନ୍ଦ ବିହାରରେ ଲୋକଙ୍କ ଭିଡ଼ ହେଉଥିବା ଦାବିରେ ଭାଇରାଲ କରାଯାଉଛି।

କୋରୋନା ଭାଇରସ ପାଇଁ ଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦେଶରେ ଲକଡଉନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିୟମର ପାଳନ କରିବା ପାଇଁ ଦେଶବାଶିଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ କିଛି କିଛି ସ୍ଥାନରେ ଲୋକମାନେ ଏହି ନିୟମକ ନମାନି କୋରୋନା ସଂକ୍ରମଣକୁ ବଢ଼ିବା ପାଇଁ ସୁଜେଗ ଦେଉଛନ୍ତି। ସୋସିଆଲ ମିଡ଼ିଆରେ ନିୟମ ଭାଙ୍ଗୁଥିବା ସମସ୍ତ ଖବର ବାଇରାଲ ହେଉଛି। ତେବେ 28 ମାର୍ଚ୍ଚରେ Bhagya Dhar Jitendra ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ […]

Continue Reading

କ’ଣ ଚୀନ ରାଷ୍ଟ୍ରପତି ଜିନପିଙ୍ଗ 1956 ମସିହାରେ ବୁହାନ ଲ୍ୟାବର ପ୍ରତିଷ୍ଠା କରି ଥିଲେ? କ’ଣ ଏହି ଲ୍ୟାବରେ ତିଆରି ହେଇଛି କୋରୋନା ଭାଇରସ? ଜାଣନ୍ତୁ ସତ୍ୟ।

Photo Credit: CNN ବର୍ତମାନ କୋରୋନା ଭାଇରସ ନେଇ ସାରା ଦୁନିଆରେ ଆତଙ୍କ ଏବଂ ଏହାର ଚର୍ଚା ଚାଲିଛି। ବିଶ୍ଵର ସମସ୍ତ ଦେଶ ଏହି ଭାଇରସରୁ ପ୍ରଭାବିତ ହେଇଛନ୍ତି। ତେଣୁ ବର୍ତମାନ କୋରୋନା ଭାଇରସ କୁ ନେଇ ଏହା ଚର୍ଚା ଚାଲିଛି ଯେ ଏହି ଭାଇରସ କେଉଁଠୁ ଆସିଲା। ଏହି ବିଷୟ ନେଇ ଅନେକ ଲୋକ ଅନେକ ପ୍ରକାର ର ମତ ଦେଉଛନ୍ତି। ବର୍ତମାନ ସୋସିଆଲ ମିଡିଆରେ ଏହି କଥା ଜୋର ଧରିଛି ଯେ ଚୀନ ରାଷ୍ଟ୍ରପତି […]

Continue Reading

କୋରୋନା ରୋଗରେ ପିଡ଼ିତ ଡାକ୍ତର ମୁବାଶିର ଅହମ୍ମଦଙ୍କ ଭିଡିଓକୁ ସ୍ୱର୍ଗୀୟ ପାକିସ୍ତାନୀ ଡାକ୍ତର ଉମାସା ରିୟାଜରଙ୍କ ନାମରେ ଭାଇରାଲ କରାଯାଉଛି।

କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ପାକିସ୍ତାନର ଜଣେ ଡାକ୍ତର ଉମାସା ରିୟାଜଙ୍କ କୋରୋନା ଭାଇରସରେ ମୃତ୍ୟୁ ହୋଇଛି। ଏଥି ପାଇଁ ସୋସିଆଲ ମିଡ଼ିଆରେ ଡାକ୍ତରଙ୍କ ଶ୍ରଦ୍ଧାଞ୍ଜଳିରେ ଲୋକମାନେ ପୋଷ୍ଟ କରୁଛନ୍ତି। Dilip mohanti ନାମକ ଜଣେ ଫେସବୁକ ୟୁଜର ଏକ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଜଣେ କୋରୋନା ରୋଗି କୋରୋନା କେତେ ମାହାମାରି ଅଟେ ସେ ବିଷୟରେ କହୁଛନ୍ତି। ଭିଡିଓରେ ପିଡ଼ିତଙ୍କ ସ୍ଥିତି ଗଂଭିର ଥିବାର […]

Continue Reading

ଅକ୍ଷୟ କୁମାର କୋରୋନା ଫଣ୍ଡକୁ 1 କୋଟି 80 ଲକ୍ଷ ନୁହେଁ ବରଂ 25 କୋଟି ସହାୟତା ରାଷି ପ୍ରଦାନ କରିଛନ୍ତି।

କୋରୋନା ଭାଇରସ ସହ ଲଢ଼ିବା ପାଇଁ 21 ଦିନ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଲକ ଡାଉନ ଘଷଣା କରିଛନ୍ତି। ଏଥି ପାଇଁ  ସମସ୍ତ ସରକାରୀ ଏବଂ ବେସରକାରି କାର୍ଯ୍ୟାଳୟ ବନ୍ଦ ହେବା ସହା ସମସ୍ତ ସପିଙ୍ଗମଲ , ସିନେମାହଲ ଦୋକାନ ବଜାର ମଧ୍ୟ ବନ୍ଧ ରହିଛି। ଲକଡାଉନ କାରଣରୁ ଲୋକଙ୍କ ବ୍ୟବସ୍ୟା ଠପ ହୋଇ ଯାଇଛି। ଡେଲିମଜୁରିଆଙ୍କ ପାଖରେ କାମ ନହିଁ କି ପଇସା ନାହିଁ। ଏଥିପାଇଁ କେନ୍ଦ୍ରସରକାର ଡେଲି ମଜୁରିଆଙ୍କୁ ସସ୍ତାରେ ଖାଇବା ଏବଂ ପଇସା […]

Continue Reading

କ’ଣ ଭାରତରେ କୋରୋନା ଭାଇରସ ତୃତୀୟ ସ୍ତରରେ ପ୍ରବେଶ କରି ସାରିଲାଣି? କ’ଣ ସ୍ଥିତି ବର୍ତମାନ କୋରୋନାର ଭାରତରେ? ଜାଣନ୍ତୁ ସତ୍ୟ।

କୋରୋନାର ଆତଙ୍କ ସାରା ବିଶ୍ଵରେ ମାଡ଼ି ବସିଛି। ଲୋକଙ୍କ ମନରେ ନିରାସା ଏବଂ ଭୟ ଥିବା ସମୟରେ ଲୋକେ ଏହାର ଚିକିତ୍ସା ବା ଟୀକାର ଆବିଷ୍କାର ହେବାର ଅପେକ୍ଷାରେ ଅଛନ୍ତି। ଅନେକ ଦେଶରେ କୋରୋନା ପାଇଁ ଲୋକଙ୍କ ମୃତ୍ୟୁ ହେବାର ଖବର ଶୁଣିବାକୁ ମିଳୁଛି। ଚୀନ, ଇଟାଲୀ, ଇରାନ ଏବଂ ଆମେରିକାରେ କୋରୋନା ନେଇ ସ୍ଥିତି ବହୁତ ଗମ୍ଭୀର ଅଛି। ଏହି ସମୟରେ ଲୋକେ ଏହା ଜାଣିବା ପାଇଁ ଚହୁଁଛନ୍ତି ଯେ ଭାରତରେ କୋରୋନାକେଉଁ ସ୍ତରରେ ପହଞ୍ଚିଲାଣି। […]

Continue Reading

ଭାଇରାଲ ଫୋଟୋରେ ଥିବା ଡାକ୍ତର ରିୟାଜ୍ ଉସ୍ମାନଙ୍କର କୋରୋନା ଭାଇରସରେ ମୃତ୍ୟୁ ହୋଇ ନାହିଁ।

ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ଦୃତଗତୀରେ ବଢ଼ିବାରେ ଲାଗିଛି। ଭାରତରେ କୋରୋନା ଭାଇରସ ପିଡ଼ିତଙ୍କ ସଂଖ୍ୟା 700 ଉପରକୁ ପହଞ୍ଚି ସାରିଲାନି। ଏହା ଛଡ଼ା ମୃତକଙ୍କ ସଂଖ୍ୟା 17 ଛୁଇଁ ସାରିଛି। ଏହାକୁ ନେଇ ଭାରତରେ ଲୋକୋଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ଏଥି ମଧ୍ୟରେ ସୋସିଆଲ ମିଡ଼ିଆରେ ଅନେକ ଗୁଜବ ମଧ୍ୟ ଭାଇରଲ ହେଉଛି। ଜାହାକି ଲୋକଙ୍କ ମଧ୍ୟରେ ସଜାଗ ସୃଷ୍ଟି ନ କରି ଭୟ ସୃଷ୍ଟି କରୁଛି। 27 ମାର୍ଚ୍ଚରେ ସୋସିଆଲ […]

Continue Reading

କ’ଣ ଫୋଟୋରେ ଥିବା ଡାକ୍ତର ଦମ୍ପତି କୋରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରି ନିଜ ଜୀବନ ହରାଇଲେ? ଜାଣନ୍ତୁ ସତ।

କୋରୋନାର ଭୟ ସଂସାର ସାରା ବ୍ୟାପୀ ସାରିଲାଣି। ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି ଏବଂ ଅନେକ ଲୋକଙ୍କର ମୃତ୍ୟୁ ମଧ୍ୟ ହେଉଛି। ବର୍ତମାନ ସୁଧା ଏହି ରୋଗର କୌଣସି ଔଷଧ ବା ଟୀକା ଣ ବାହାରି ଥିବାରୁ ଏହି ରୋଗରୁ ଉଦ୍ଧାର ମିଳୁ ନାହିଁ। ନିଜ କୁ ସୁରକ୍ଷିତ ରଖିବା ପାଇଁ ଅନେକ ଦେଶ ନିଜ ଦେଶବାସୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ର ପଦକ୍ଷେପ ନେଇଛନ୍ତି। ସେହି ସମୟରେ ଡାକ୍ତର ମାନେ ଏବଂ ହସ୍ପିଟାଲର ଅନ୍ୟ […]

Continue Reading

କ’ଣ କୋରୋନା ଆଗରେ ଇଟାଲୀ କଲା ଆତ୍ମାସମର୍ପଣ? କ’ଣ ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତମାନ କେବଳ ଭଗବାନ ରକ୍ଷା କରି ପାରିବେ? ଜାଣନ୍ତୁ ସତ।

୨୫ ମାର୍ଚରେ ଏଭରଗ୍ରୀନ ଓଡିଆ ନାମକ ସାଇଟର ଗୋଟିଏ ଅନୁଛେଦରେ ଏହା ଦାବି କରା ଯାଇଅଛି ଯେ  ଇଟାଲୀ ପ୍ରଧାନମନ୍ତ୍ରୀ କହିଛନ୍ତି କି କୋରୋନା କୁ ନିୟନ୍ତ୍ରଣ କରିବା ଆମ ଦ୍ୱାରା ସମ୍ଭବ ହେଉନାହିଁ। ଭଗବାନଙ୍କ ଉପରେ ନିର୍ଭର କରେ ସେ ରଖିବେ କି ମାରିବେ। ଇଟାଲୀ ରେ କୋରୋନା ସଂକ୍ରମଣ ର ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଉନ୍ନତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କୋରୋନା ସଂକ୍ରମଣ ନିୟନ୍ତ୍ରଣ ରେ ବିଫଳ ହୋଇଛି ଇଟାଲୀ। ଆବଶ୍ୟକତା […]

Continue Reading

କ୍ରୋଏସିଆର ରାଜଧାନୀ ଜାଗ୍ରେବରେ ଭୟଙ୍କର ଭୂମିକମ୍ପ- କ୍ଷୟକ୍ଷତି ହୋଇଥିବା ହସ୍ପିଟାଲରୁ ରୋଗୀମାନଙ୍କୁ ବାହରକୁ ଆଣିବାର ଦୃଶ୍ୟକୁ ଇଟାଲୀର କୋରୋନା ଭାଇରସ ସଂକ୍ରମଣର ଫୋଟୋ କହି ଭାଇରାଲ କରାଯାଇଛି।

କୋରୋନା ଭାଇରସ ବିଶ୍ୱରେ ଏକ ମହାମାରି ରୂପ ନେଇ ସାରିଛି। ଚିନ ପରେ ଏବେ ଇଟାଲୀରେ କୋରୋନା ଭାଇରସ ବ୍ୟାପି ସାରିଛି। ଏଥିପାଇଁ ଭାରତରେ ମଧ୍ୟ ଆତଙ୍କର ବାତାବରଣ ଦେଖୀବାକୁ ମିଳୁଛି। ଭାରତରେ ପ୍ରଥମେ କୋରୋନା ଭାଇରସକୁ ରୋକିବା ପାଇଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , ଅଫିସ ଏବଂ ଅନ୍ୟାନ୍ୟ ସପିଙ୍ଗ ମଲ ବନ୍ଧ କରାଯାଇଥିଲା। କିନ୍ତୁ ସ୍ଥିତି ବିଗିବା ପର ଠାରୁ 24 ମାର୍ଚ୍ଚରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମି […]

Continue Reading

କ’ଣ ଇଟାଲୀ ର ପ୍ରଧାନମନ୍ତ୍ରୀ କୋରୋନା ର ଭୟାବହତା କୁ ଦେଖି କାନ୍ଦି ପକେଇଲେ? ଜାଣନ୍ତୁ ସତ।

ଏବେ ଦୁନିୟାରେ କୋରୋନା ବ୍ୟପୁଚି। ବର୍ତମାନ ସୁଧା ୩.୫ ଲକ୍ଷ ଲୋକଙ୍କୁ ସଂକ୍ରାମିତ କରି ସାରିଛି ଏହି ରୋଗ ଏବଂ ପ୍ରାୟ ୧୫୦୦୦ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଇଟାଲୀରେ ବର୍ତମାନ ସ୍ଥିତି ସାଂଘାତିକ ଅଟେ। ଏବେ ସୁଧା ଇଟାଲୀରେ ସର୍ବାଧିକ କୋରୋନା କେସ ଦେଖିବାକୁ ମିଳିଛି। ପ୍ରାୟ ୫୯,୦୦୦ ଲୋକ ଇଟାଲୀରେ ସଂକ୍ରାମିତ ହେଇଥିବା ସମୟରେ ୫୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଇଛି। ଇଟାଲୀରେ ଏପରି ସ୍ଥିତି ମଧ୍ୟ ହେଇ ଯାଇଛି ଯେ ଗୋଟିଏ […]

Continue Reading

କୋରୋନା ଭାଇରସ ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିବା ପାଇଁ କ’ଣ ରୁଷ ରାସ୍ତାରେ ସିଂହ ଛାଡ଼ିଚି? ଭାଇରାଲ ଫୋଟୋ କ’ଣ ରୁଷର ଅଟେ? ଜାଣନ୍ତୁ ସତ୍ୟ।

 କୋରୋନାଭାଇରସ୍ ମହାମାରୀ ସାରା ବିଶ୍ୱରେ ବ୍ୟାପିଛି। ଏପର୍ଯ୍ୟନ୍ତ 3 ଲକ୍ଷ 39 ହଜାର 39 ଟି ମାମଲା ସାମନାକୁ ଆସୀ ସାରିଛି। 14 ହଜାର 698 ଲୋକଙ୍କ ମୃତ୍ୟୁ ହୋଇ ସାରିଛି। ଏହି ସମୟରେ 99 ହଜାର 14 ଜଣ ଲୋକ ଏହି ରୋଗରେ ସଂକ୍ରମିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରେ କରୋନାଭାଇରସ୍ ବିଷୟରେ ଅନେକ ଭୁଲ ଧାରଣା ମଧ୍ୟ ପ୍ରସାରିତ ହେଉଛି। ସୋସିଆଲ ମିଡିଆରେ ଏପରି ଏକ ଦାବି […]

Continue Reading

2014 ମସିହାର ଜର୍ମାନୀ ଫୋଟୋକୁ ଇଟାଲୀରେ କୋରୋନା ଭାଇରସରେ ଲୋକଙ୍କ ମୃତ୍ୟୁ ହୋଇଥିବାର କହୀ ଭାଇରାଲ କରାଯାଉଛି।

ବିଶ୍ୱରେ କୋରୋନା ଭରସାକୁ ନେଇ ଆତଙ୍କ ଲାଗୀ ରହୀଛୀ. ସୋସିଆଲ ମିଡିଆରେ କୋରୋନା କୁ ନେଇ ଅନେକ ତର୍କ ବିତର୍କ ଏବଂ ଚର୍ଚା ଲାଗିଛି। କୋରୋନା ଭାଇରସ ରେ ମୃତ୍ୟୁ ସଂଖ୍ୟା ମଧ୍ୟ ଦିନ କୁ ଦିନ ବଢ଼ୀବାରେ ଲାଗିଛୀ. ଚାଇନା ପରେ ଅନ୍ୟ ଦେଶ ଏହି କୋରୋନା ଭାଇରସ ସମ୍ପର୍କରେ ଆସି ଗଲେନୀ। ଏବେ ପର୍ଯ୍ୟନ୍ତ କୋରୋନା ଭାଇରସର କୌଣସି ସଠିକ ଔଷଧ ଆସି ନାହିଁ। ସୋସିଆଲ ମିଡ଼ିଆରେ ଏହି ସମୟରେ କିଛି ଗୁଜବ ମଧ୍ୟ […]

Continue Reading

କ’ଣ କୋରୋନା ଭାଇରସ କୌଣସି ପୃଷ୍ଠ ଉପରେ ମାତ୍ର ୧୨ ଘଣ୍ଟା ବଞ୍ଚି ରହେ? କ’ଣ ୧୪ ଘଣ୍ଟା କର୍ଫ୍ୟୁ ଭାଇରସ ଚକ୍ରରେ ଏକ ବିଛିନ୍ନତା ସୃଷ୍ଟି କରିବ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶକୁ ୨୨ ମାର୍ଚ ତାରିଖରେ କର୍ଫ୍ୟୁ ପାଳନ କରିବା ପାଇଁ କହିଛନ୍ତି। ଏହି କର୍ଫ୍ୟୁର ନାମ ଜନତା କର୍ଫ୍ୟୁ ରକ୍ଷା ଯାଇଅଛି। ଏହି କର୍ଫ୍ୟୁ ଅନ୍ତର୍ଗତ ସାରା ଦେଶ ବାସୀଙ୍କୁ ସଖାଳ ୭ତ ସମୟରୁ ନେଇ ରାତି ୯ତ ସମୟ ଯାଏଁ ଘରୁ ଣ ବାହାରିବା ପାଇଁ ନିର୍ଦେଶ ଦିୟା ଯାଇଅଛି। ଏହି କର୍ଫ୍ୟୁର ଆୟୋଜନ କୋରୋନା ସଙ୍କ୍ରାମଣ କୁ ପ୍ରତିବନ୍ଧ ଲଗାଇବା ପାଇଁ କରା ଯାଇଥିଲା। ଏହି ବିଷୟ ନେଇ […]

Continue Reading

କ’ଣ କୋରୋନା ଭାଇରସ ପାଇଁ ମାଟ୍ରିକ୍ ପରୀକ୍ଷା ଦେଇଥିବା ସବୁ ପରୀକ୍ଷାର୍ଥିଙ୍କୁ ପାସ୍ କରାଯିବ? କ’ଣ 2 ଜୁନ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି? ଜାଣନ୍ତୁ ସତ୍ୟ।

କୋରୋନା କୁ ନେଇ ଭାରତରେ ଆତଙ୍କ ବଢ଼ିବାରେ ଲାଗିଛି ।  ଓଡ଼ିଶା ରାଜ୍ୟରେ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଛି। ରାଜ୍ୟ ସରକାର ଏଥି ପାଇଁ ସ୍କୁଲ, କଲେଜ, ସପିଙ୍ଗ ମୋଲ, ଫିଲ୍ମ ହଲ ଭଳି ଭିଡ଼ ଜାଗା ଗୁଡ଼ିକ ବନ୍ଧ କରି ଦିଆ ଯାଇଛି। ଏହା ସହ 31 ମାର୍ଚ ପର୍ଯ୍ୟନ୍ତ ସମସ୍ତ ଭିଡ଼ ଜାଗାରେ ଲୋକଙ୍କ ଜିବା ଆସିବା ବନ୍ଧ କରି ଦିଆ ଯାଇଛି। ଏଥି ମଧ୍ୟରେ Sudhanshu muduli ନାମକ ଜଣେ […]

Continue Reading

କେନ୍ଦ୍ରାପଡ଼ାରେ 8 ଜଣ କୋରୋନା ସନ୍ଦିଗ୍ଧ ଚିହ୍ନଟ ଦାବି ମିଥ୍ୟା ଅଟେ। ଗୁଜବ ପ୍ରଚାର କରିବା ଅଭିଜୋଗରେ ପୋଲିସ 4 ଜଣକୁ ଗିରଫ କରିଛି।

କୋରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଚାଲିଛି। ଲୋକ ଆତଙ୍କରେ ଅଛନ୍ତି। ଥଣ୍ଡା ,ଜ୍ୱର କିମ୍ବା କାଶ ହେଲେ ଲୋକଙ୍କ ମନରେ କୋରୋନା ଭାଇରସର ଡର ଲାଗି ରହିଛି। ଏମିତିରେ ଓଡ଼ିଶାରେ ଜଣେ କୋରୋନା ଭାଇରସ ସନ୍ଦିଗ୍ଧର ପୋଜେଟିଭ ଆସିଲା ପରେ ରାଜ୍ୟ ବ୍ୟାପି ଲୋକଙ୍କ ମନରେ ଭୟ ଲାଗି ରହିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଖବର ଭାଇରଲ ହେଉଛି। ରାଜ୍ୟର ଅଲଗା ଅଲଗା ଜିଲ୍ଲାରୁ କୋରୋନା ସନ୍ଦିଗ୍ଧ ଥିବାର […]

Continue Reading

କ’ଣ ବିଶ୍ଵ ଶ୍ଵାସଥିୟ ସଂଗଠନ ଅନୁଯାୟୀ ବର୍ତମାନ ସୁଧା କେହି ନିରାମିଷ ଖାଦ୍ୟ ସେବନ କରିବା ଲୋକ କୋରୋନା ଆକ୍ରାନ୍ତ ହେଇ ନାହାନ୍ତି? ଜାଣନ୍ତୁ ସତ।

୧୫ ମାର୍ଚରେ ଆସୋକ ରାଉତ ନାମକ ଜେନ ଫେସବୁକ ୟୁଜର ଫେସବୁକର ବିଜେପି ଓଡ଼ିଶା ପେଜରେ ଗୋଟିଏ ପୋଷ୍ଟରେ ଏହା ଦାବି କରିଛନ୍ତି ଯେ ବିଶ୍ଵ ସ୍ଵାଥିୟ ସଂଗଠନ ଏହା କହିଅଛି ଯେ ବିଶ୍ଵରେ କୌଣସି ଜଣେ ଶାକାହାରୀ ବ୍ୟକ୍ତି କୋରୋନା ଭାଇରସ ଗ୍ରସ୍ତ ରୋଗୀ ପାଉ ନାହାନ୍ତି। ଏହି ପୋଷ୍ଟରେ ସେ ଏହା ମଧ୍ୟ କହିଛନ୍ତି ଯେ ଏକମାତ୍ର ହିନ୍ଦୁ ସଂସ୍କୃତି କୋରୋନା ଭୟରୁ ମୁକ୍ତି ଅଟେ। ସମଗ୍ର ବିଶ୍ଵ ବର୍ତମାନ ବିନମ୍ରତା ସହିତ ନମସ୍କାର […]

Continue Reading

କ’ଣ ଚୀନ ପୋଲିସ ଏହି କୋରୋନା ପୀଡ଼ିତ ଲୋକ ଧରିଛି? ଜାଣନ୍ତୁ ସତ।

୬ ମାର୍ଚରେ ଫେସବୁକର ଏନ.ଏନ.ଏସ ଓଡ଼ିଆ ନାମକ ପେଜରେ ଗୋଟିଏ ଭିଡିଓ ଛଡ଼ା ଯାଇଛି ଯେଉଁ ତିରେ ଏହା ଦାବି କରା ଯାଇଅଛି ଯେ ଜଣେ ଚୀନ ନାଗରିକ କୋରୋନା ସଂକ୍ରମିତ ହୋଇ ମଧ୍ୟ ଜାଣି ସୁଣୀ ରାସ୍ତାରେ ଛେପ ପକାଉଛନ୍ତି। ଏହି ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ରାସ୍ତାରେ ଗୋଟିଏ ଗାଡ଼ି ଆସୁଥିବା ବେଳେ ଗୋଟିଏ ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଲେ ଓ ଆଉ ଜଣେ ଗାଡ଼ି ଚଳଉଥିବା ବ୍ୟକ୍ତିଙ୍କର ଥରମାଳ ସ୍କେନିଙ୍ଗ କରିଲେ। […]

Continue Reading

ଚେନ୍ନାଇରେ କାମକରୁଥିବା ଜେଣେ ଅନୁଗୁଳ ଜିଲ୍ଲା ଯୁବକର କୋରୋନା ଭାଇରସରେ ମୃତ୍ୟୁ ହୋଇଥିବା ଖବର ଗୁଜବ ଅଟେ।

କୋରୋନା ଭାଇରସ କୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଘାରି ରହିଛି। କୋରୋନା ଭାଇରସରେ ଲୋକୋଙ୍କ ମୃତ୍ୟୁ ମଧ୍ୟ ହେଉଛି। ଥଣ୍ଡା, ଖାସ କିମ୍ବା ଜ୍ୱର ଥିଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ଯିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ  ସଚେତନ କରାଯାଉଛି। ସୋସିଆଲ ମିଡ଼ିଆରେ ସଚେତନତା ସହ କୋରୋନାକୁ ନେଇ ମୃତ୍ୟୁ ସଂଖ୍ୟା ଏବଂ କୋରୋନାରେ ପିଡ଼ିତଥିବା ଲୋକଙ୍କ ବିଷୟରେ ମଧ୍ୟ ସୂଚନା ମିଳୁଛି। ଏଥି ମଧ୍ୟରେ 17 ମାର୍ଚରେ […]

Continue Reading

କ’ଣ ଚୀନକୁ ସାବାଡ କରିବା ପାଇଁ ଆମେରିକାର ତ୍ରମ୍ପ ସରକାର କୋରୋନା ଭାଇରସ ଉତ୍ପାଦନ କରି ଥିଲା? ଜାଣନ୍ତୁ ସତ୍ୟ।

ଗତ ଡିସେମ୍ବର ମାସରେ ଚୀନର ଉହାନ ପ୍ରଦେଶରେ କୋରୋନା ଭାଇରସ ପ୍ରଥମେ ବ୍ୟାପିଥିଲା। ଏହା ଫଳରେ ଏପର୍ଯ୍ୟନ୍ତ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। କୋରୋନା ଭାଇରସ ଯୋଗୁଁ ସର୍ବାଧିକ ଲୋକ ଚୀନରେ ମରିଥିବାବେଳେ ଇରାନ ଚୀନ ପଛରେ ରହିଛି। ଏନେଇ ପ୍ରକାଶିତ ଏକାଧିକ ରିପୋର୍ଟରେ କୁହାଯାଇଛି ଯେ ଏହି ଭୂତାଣୁରେ ଏପରି କିଛି ଉପାଦାନ ରହିଛି ଯାହା ସହିତ ଏଚଆଇଭି ଭୂତାଣୁର ସମ୍ପର୍କ ରହିଛି। ଏଣୁ ପ୍ରାକୃତିକ […]

Continue Reading

ଭାଇରାଲ ଫୋଟୋରେଥିବା ମହିଳା କ’ଣ କୋରୋନା ଭାଇରସରେ ପିଡ଼ିତ ଅଛନ୍ତି? ଜାଣନ୍ତୁ ସତ୍ୟ।

ବିଶ୍ୱ ବ୍ୟାପି କୋରୋନା ଭାଇରସର ଆତଙ୍କ ଲାଗି ରହିଛି। କୋରୋନା ଭାଇସରରେ 3000ରୁ ଉର୍ଦ୍ଧଲୋକଙ୍କ ମୃତ୍ୟୁ ହୋଇସାରିଛି। ଏହା ସହ ଲୋକଙ୍କ ମନରେ ଦିନକୁ ଦିନ ଆତଙ୍କ ବଢ଼ିବାରେ ଲାଗିଛି। ସୋସିଆଲ ମିଡ଼ିଆରେ କୋରୋନା ଭାଇରସକୁ ନେଇ ଚର୍ଚ୍ଚା ଜୋରଦାର ଚାଲୁଥିଲା ବେଳେ କିଛି ଫୋଟୋ ମଧ୍ୟ ଭାଇରାଲ ହେଉଛି। 8 ମାର୍ଚ୍ଚ ରେ Satyajit Dash ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଏକ ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, […]

Continue Reading

କରୋନା ଓ ତୁଳସିପତ୍ର ଗୁଜବ- ଓଡ଼ିଶାସାରା ଗୁଜବ ବ୍ୟାପିଛି ଯେ, ପୁରୀ ପଣ୍ଡାକୁ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନରେ କହିଛନ୍ତି 7ଟି ତୁଳସୀ ପତ୍ର ଖାଇଲେ କରୋନା ଭାଇରସ ହେବ ନାହିଁ।

ବିଶ୍ୱରେ କରୋନା ଭାଇରସକୁ ନେଇ ଲୋକ ଆତଙ୍କରେ ଅଛନ୍ତି। ବିଶେଷକରି ଗତ କିଛି ଦିନ ହେବ ରାଜ୍ୟରେ ଏକାଧିକ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯିବା ପରେ ଲୋକଙ୍କ ମଧ୍ୟରେ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ପାରାଦିପରୁ ଏକ ଦମ୍ପତିଙ୍କୁ କରୋନା ସନ୍ଦିଗ୍ଧ ରୂପେ ଚିହ୍ନଟ କରାଯାଇଥିଲା। ଏହା ପରେ ଲୋକଙ୍କ ମନରେ କରୋନା ଭାଇରସକୁ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହା ଛଡ଼ା ଓଡ଼ିଶାର ଅଲଗା ଅଲଗା ଜାଗାରୁ କରୋନା ଭାଇରସ ସନ୍ଦିଗ୍ଧଙ୍କ ସମ୍ପର୍କରେ […]

Continue Reading

କ’ଣ କୋରୋନା ଆକ୍ରାନ୍ତ ହୋଇଥିବା ଜଳେଶ୍ଵର ସହର ର ଯୁବକଙ୍କ ମୃତ୍ୟୁ ହୋଇଛି? ଜାଣନ୍ତୁ ସତ।

କୋରୋନା ଭାଇରସର ଆକ୍ରାନ୍ତ ବର୍ତମାନ ବଢି ବଢି ଚାଲିଅଛି। ଅନେକ ସ୍ଥାନରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ପ୍ରତିଦିନ ଆସୁଛି। ଚୀନରୁ ବ୍ୟାପୀ ଥିବା ଏହି ରୋଗ ବର୍ତମାଣ ସମୟରେ ଅନେକ ଦେଶରେ ବ୍ୟାପୀ ସାରିଛି। ଏହି ରୋଗର କିଛି ଚିକିତ୍ସା ବାହାରି ନାହିଁ। ଶେଠୀ ପାଇଁ କେବଳ ବଞ୍ଚିବା ପ୍ରକ୍ରିୟା ବ୍ୟବହାର କରି ଏହି ରୋଗରୁ ଦୂରେଇ ରହି ହେବ।  ଏହି ସସବୁ ମଧ୍ୟରେ ଏହା ସମ୍ବନ୍ଧରେ  ଗୋଟିଏ ଖବର ବର୍ତମାନ ସମୟରେ ସୋସିଆଲ […]

Continue Reading

କ’ଣ ଭାଇରସର ଭୟବହତା ମଧ୍ୟରେ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି? ଜାଣନ୍ତୁ ସତ।

୧୮ ଫେବ୍ରୁଆରି ରେ ଓଡିଆ ସ୍କ୍ରାପ୍ସ ସାଇଟରେ ଛପି ଥିବା ଗୋଟିଏ ଅନୁଛେଦରେ କିଛି ଫୋଟୋ ପୋଷ୍ଟ କରି ଏହା ଦାବି କରା ଯାଇଅଛି ଯେ କୋରୋନା ଭାଇରସରୁ ୨୦୦୦ ଲୋକେଙ୍କର ମୃତ୍ୟୁ ହୋଇସାରିଛି ଓ ୫୦ ହଜାର ଲୋକେ ଏହି ଆରପିଜିରୁ ଆକ୍ରାନ୍ତ ହୋଇଛନ୍ତି। ତାପରେ ମଧ୍ୟ ଚୀନବାସୀ କୁକୁର ମାଁକ୍ସ ଖାଉଛନ୍ତି। ଚୀନର ଗୋଟିଏ ବଜାରରେ କୁକୁରଙ୍କୁ ଜିଅନ୍ତା ଗରମ ପାଣିରେ ସିଝା ଯାଉଛି ଓ କଟା ଯାଉଅଛି। ଚିନବାସୀ ଏହି କୁକୁର ମାନଙ୍କୁ […]

Continue Reading

କ’ଣ ଚୀନର ଉହାନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲର ଲାବରେ କୋରୋନା ଭାଇରସ ଲିକ ହେଇଛି? କ’ଣ ସେଇଠିକାର ଗବେଷକ ମାନଙ୍କୁ ବାଦୁଡି ମାନେ କାମୁଡ଼ି ବାରୁ ଏହି ରୋଗ ବ୍ୟାପିଚି? ଜାଣନ୍ତୁ ସତ।

ଚୀନର କୋରୋନା ଭାଇରସ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। କୋରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଚୀନର ହୁବେଇ ପ୍ରାନ୍ତର ରାଜଧାନୀ ଉହାନକୁ ଏହି ଭାଇରସର କେନ୍ଦ୍ର ରୂପେ ଧରାଯାଉଛି। ଏହି ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଉହାନର ମାଛ ମାର୍କେଟର କିଛି ଦୂରରେ ଥିବା ଏକ ସରକାରୀ ଲାବରେ ହିଁ ସମ୍ଭବତଃ କୋରୋନା ଭୂତାଣୁର ସୃଷ୍ଟି ହୋଇଥିଲା। ଚୀନର ସାଉଥ ଚାଇନା ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର କହିବା […]

Continue Reading

କ’ଣ ଗୌ ମୁତ୍ର ସେବନ କରି କୋରୋନା ରୋଗ ଠାରୁ ମୁକ୍ତି ପାଇ ହେବ?

କୋରୋନା ଭାଇରସ ଚୀନରୁ ଆରମ୍ଭ ହୋଇ ବର୍ତମାନ ଅନେକ ଦେଶର ଲୋକ ମାନଙ୍କୁ ଆକ୍ରାନ୍ତ କରୁଅଛି। ଏହି ରୋଗ ନେଇ ଅନେକ ଲୋକ ଅନେକ ପ୍ରକାର ଦାବି କରି ସୋସିଆଲ ମିଡିଆରେ ଛାଡୁଛନ୍ତି। ଏହି ମଧ୍ୟରୁ କେତୋଟି ସତ୍ୟ ଥିବା ସମୟରେ ଅନେକ ମିଥ୍ୟା ଖବର ମଧ୍ୟ ଭାଇରାଲ କରା ଯାଉଅଛି। ଏହି ବିଷୟ ନେଇ ଫେକ୍ଟ କୃସେଣ୍ଡୋ ଓଡ଼ିଆ କିଛି ଫେକ ପୋଷ୍ଟ ଗୁଡିକର ଖଣ୍ଡନ କରି କୋରୋନା ଭାଇରସ ବିଷୟରେ ସତ୍ୟ ଜଣାଇଛି। ଆଜି […]

Continue Reading

ଭାଇରାଲ ପୋଷ୍ଟରେଥିବା ଭିଡିଓମାନଙ୍କର କରୋନା ଭାଇସର ସହ କୌଣସି ସମ୍ବନ୍ଧ ନାହିଁ।

କୋରୋନା ଭାଇରସର ଆତଙ୍କ ପୁରା ବିଶ୍ୱରେ   ଚର୍ଚାର ବିଷୟ ବନିଛି। କରୋନା ଭାଇରସର ସଠିକ ଔଷଧ ମଧ୍ୟ ବାହାରି ନାହିଁ। ଏଥି ମଧ୍ୟରେ ଚାଇନାରେ ସଂଖ୍ୟାଧିକ ଲୋକଙ୍କ ମୃତ୍ୟୁର ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେହି କୁହନ୍ତି କରୋନା ଭାଇରାସ ସାପଠାରୁ ଆସିଛି ତ କେହି କୁହନ୍ତି ଏହି ଭାଇରସ ବାଦୁଡ଼ି ଏବଂ ଅନ୍ୟ ଜିବନ୍ତୁଙଠାରୁ ଆସି ଅଛି।  ତେବେ ସୋସିଆଲ ମିଡିଆରେ Jyotiprakash Deo ନାମକ ଜଣେ ଫେଜବୁକ ୟୁଜର 18 […]

Continue Reading

କ’ଣ ନନ୍ ଭେଜ ଖାଇଲେ କୋରୋନା ଭାଇରସ ଆକ୍ରାନ୍ତ ହେବା ସମ୍ଭାବନା ଅଛି? ଜାଣନ୍ତୁ ସତ।

ଚୀନରୁ ବ୍ୟାପୀ ଥିବା କୋରୋନା ଭାଇରସ ବର୍ତମାନ ସମୟରେ ସାରା ବିଶ୍ଵାରେ ଆତଙ୍କ ସୃଷ୍ଟି କରିଛି। ବର୍ତମାନ ସୁଧା ୭୨,୫୦୦ ଲୋକେ ଏହି ରୋଗରୁ ଆକ୍ରାନ୍ତ ହୋଇସାରିଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୋଟିଏ ଖବର ମଧ୍ୟ ସାମନାକୁ ଆସିଛି। ଏହି ଖବର ଅନୁସାରେ କୋରୋନା ଠାରୁ ରକ୍ଷା ପାଇବା ପାଇଁ ନନ୍ ଭେଜ ଖାଦ୍ୟ ସେବନ ନ କରିବା ଉପଦେଶ ଦିଆ ଯାଇ ଅଛି। ୨ ସପ୍ତାହ ପୂର୍ବରୁ ମନୁ ଭାଇ ଚିକିଟି […]

Continue Reading

କ’ଣ କରୋନା ଭାଇରସରେ ପିଡ଼ିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ କୋର୍ଟରୁ ଅନୁମତି ଲୋଡ଼ିଲା ତୀନ୍? ଜାଣନ୍ତୁ ସତ୍ୟ।

ଚିନରେ କୋରନା ଭାଇରସକୁ ନେଇ ଆତଙ୍କ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ସହିତ ପୁରା ବିଶ୍ୱରେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଡର ମଧ୍ୟ ଲାଗି ରହିଛି। ଚାଇନାରେ କରୋନା ଭାଇରସରେ ବହୁ ସଂଖ୍ୟାରେ  ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଖବର ପ୍ରସାରିତ ହେଉଛି ଯେ, କରୋନା ଭାଇରସ୍ ସଂକ୍ରମିତ 20 ହଜାର ରୋଗୀଙ୍କୁ ହତ୍ୟା କରିବା ପାଇଁ ଚୀନ୍ କୋର୍ଟର ଅନୁମତି ଲୋଡିଲା । 9 ଫେବୃଆରିରେ […]

Continue Reading

ଭାଇରାଲ ଭିଡିଓର କୋରୋନା ଭାଇରସର ଫଳାଫଳ ନୁହେଁ।

ଚିନରେ କୋରୋନା ଭାଇରସ ଭୟଙ୍କର ରୂପ ଧରିଛି। ବଡ଼ ସଂଖ୍ୟାରେ ଲୋକ ଏହି ଭାଇରସ ସମ୍ପର୍କରେ ଆସିଛନ୍ତି। ଏହି ଭାଇରସ କାରଣରୁ   ଲୋକଙ୍କର ମୃତ୍ୟୁ ମଧ୍ୟ ହେଇଛି। ଭାଇରସ କେବଳ ଚିନରେ ନୁହେଁ ବରଂ ଚିନର ଆଖପାଖ ଦେଶରେ ମଧ୍ୟ ଭୟଙ୍କର ରୂପରେ ବ୍ୟାପିଚାଲିଛି। ଏଣେ ଏହି ଭାଇରସ କବଳରୁ ରକ୍ଷ୍ୟା ପାଇବା ପାଇଁ ଏ ପର୍ଯ୍ୟନ୍ତୁ କୌଣସି ସଠିକ ଔଷଧ ବାହାର କରାଯାଇ ନାହିଁ। କୋରୋନା ଭାଇରସ ଥଣ୍ଡା ଜରରୁ ଆରମ୍ଭ ହୋଇଥାଏ ଏବଂ […]

Continue Reading

କ’ଣ ମାହାରାଷ୍ଟ୍ରରେ ମତିଲାଣି କୋରୋନା ଭାଇରସ? କ’ଣ ଲୋକେ ଶିକାର ହେଉଛନ୍ତି ଏହି ମାରାତ୍ମକ ଭାଇରସରୁ? ଜାଣନ୍ତୁ ସତ।

ଚୀନକୁ ନିଜ ଆତଙ୍କରେ ଘେରୋଇ ସାରିଲା ପରେ ବର୍ତମାନ କୋରୋନା ଭାଇରସ ଅନ୍ୟ ଅନ୍ୟ ଦେଶରେ ବ୍ୟାପୁଚି। ଖବର ଅନୁଯାୟୀ ବର୍ତମାନ ସୁଧା 10 ଟି ଦେଶରେ କୋରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହେଉଛନ୍ତି ଲୋକେ। ତ କଣ ବର୍ତମାନ ସମୟରେ ଭାରତରେ ମଧ୍ୟ କୋରୋନା ଭାଇରସ ନିଜ ଆତଙ୍କ ବିସ୍ତାର କରି ସାରିଲାଣି? କ’ଣ ଆମ ଦେଶରେ ମଧ୍ୟ ଲୋକେ ଏହି ମାରାତ୍ମକ ରୋଗର ଶିକାର ହେଉଛନ୍ତି? 28 ଜାନୁଆରୀ ପବ୍ଲିକ ଭଏସ ସାଇଟରେ ଛପି […]

Continue Reading