
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ବିହାରର ପାଟନାସ୍ଥିତ ତାଖତ ଶ୍ରୀ ହରିମାନନ୍ଦ ଜୀ ପାଟନା ସାହିବ ଗୁରୁଦ୍ୱାଡ଼ା ପରିଦର୍ଶନ କରି ପୂଜାପାଠ ରୀତିନୀତି କରିଥିଲେ। ଏହା ପରେ ସୋସିଆଲ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ସେହି ଗୁରୁଦ୍ୱାରାରେ ତାଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଖାଦ୍ୟ ରାନ୍ଧୁଥିବା ନଜର ଆସିଛନ୍ତି।
ଭାଇରାଲ ଫୋଟୋରେ ଏକ ବିଶାଳ ହାଣ୍ଡିରେ ଖାଦ୍ୟ ରାନ୍ଧୁଥିବା ବେଳେ ସେଥିରେ କୌଣସି ନିଆ ଦେଖା ଯାଉ ନାହିଁ। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଫୋଟୋ ନେବା ପାଇଁ ଖାଦ୍ଯ ରାନ୍ଧିବା ନାଟକ କରୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ଜାଣିବାକୁ ପାଇଲା। ଗୁରୁଦ୍ୱାରା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସେଠାରେ ଥିବା ଗ୍ୟାସ ଚୁଲି ସହିତ ପ୍ରଧାନମନ୍ତ୍ରୀ ପରିଚିତ ନୁହଁନ୍ତି, ତେଣୁ କୌଣସି ବିପଦକୁ ଏଡାଇବା ପାଇଁ ନିଆଁକୁ କମ୍ ରଖାଯାଇଥିଲା।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, “ବିନା ନିଆଁ ରେ ବି ରୋଷେଇ ସମ୍ଭବ। ଯେତେବେଳେ ସାମ୍ନାରେ କ୍ୟାମେରା ଥିବ କେବଳ ନାଳରୁ ଗ୍ୟାସ ଆସିଲେ ହେଲା। ରୋଷଇ କରିଦେବ ଆମ ଜୁମଲା“

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଘଟଣାର ଏକ ଭିଡିଓ ୧୩ ମେ ୨୦୨୪ ରେ ନରେନ୍ଦ୍ର ମୋଦୀଙ୍କର ଅଫିସିଆଳ୍ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପ୍ସନ୍ ରେ କୁହା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିମନ୍ଦିର ପାଟନା ଶାହିବ ଗୁରୁଦ୍ୱାରା ପରିଦର୍ଶନ କରିଥିଲେ। ଅନେକ ବର୍ଷ ଧରି ମୋଦୀଙ୍କର ଶିଖ ସମ୍ପ୍ରଦାୟ ସହିତ ଗଭୀର ସମ୍ପର୍କ ରହି ଆସିଛି ଏବଂ ସେ ଶିଖ ମାନଙ୍କର ଆବଶ୍ୟକତାକୁ ଗୁରୁତ ଦେଇ ଆସିଛନ୍ତି।
ଅନେକ ଗଣମାଧ୍ୟମ ମଧ୍ୟ ମୋଦୀଙ୍କର ଗୁରୁଦ୍ୱାରା ଗସ୍ତର ଖବର ପ୍ରକାଶିତ କରିଛନ୍ତି ଯାହା ଆପଣ ମାନେ ଏଠାରେ ଏବଂ ଏଠାରେ ପଢି ପାରିବେ।
ଗଣମାଧ୍ୟମରେ କୌଣସି ଉଲ୍ଲେଖ ନାହିଁ ଯେ ପ୍ରଧାନମନ୍ତ୍ରୀ ନିଆଁ ବିନା ହାଣ୍ଡିରେ ରାନ୍ଧନ୍ତି। ଏପରିକି ପ୍ରଧାନମନ୍ତ୍ରୀ ଏବଂ ବିଜେପିର ଆଭିମୁଖ୍ୟକୁ ସମାଲୋଚନା କରୁଥିବା ଗଣମାଧ୍ୟମରେ ମଧ୍ୟ ଏହାର କୌଣସି ଉଲ୍ଲେଖ ନାହିଁ। ଅଧିକ ସ୍ପଷ୍ଟୀକରଣ ପାଇଁ ଆମେ ଗୁରୁଦ୍ୱାରାର ମ୍ୟାନେଜର ଦଲଜିତ ସିଂଙ୍କ ସହ ଯୋଗାଯୋଗ କରିଲୁ।
ସେ ଆମକୁ ସୂଚନା ଦେଇଛନ୍ତି, “ପ୍ରଧାନମନ୍ତ୍ରୀ ସ୍ୱେଚ୍ଛାକୃତ ଭାବେ ଲଙ୍ଗର (ରାନ୍ଧିବା ସ୍ଥାନ) କୁ ଆସିଥିଲେ ଏବଂ ସେଠାରେ ଏକତ୍ରିତ ଭକ୍ତମାନଙ୍କ ପାଇଁ ଖାଦ୍ୟ ରାନ୍ଧିଲେ | ସେ ରୁଟି, ଡାଲି ଏବଂ ତରକାରୀ ରାନ୍ଧିଲେ | ପରେ, ସେ ନିଜ ହାତରେ ଭକ୍ତମାନଙ୍କୁ ପ୍ରସାଦ ବାଣ୍ଟିଥିଲେ। ଯେହେତୁ ଲଙ୍ଗରରେ ରଖାଯାଇଥିବା ଗ୍ୟାସ୍ ଚୁଲିର ଆଞ୍ଚ ଅଧିକ ଥାଏ ଏବଂ ପ୍ରଧାନମନ୍ତ୍ରୀଙ୍କ ପାଇଁ କୌଣସି ପ୍ରକାର ବିପଦକୁ ରୋକିବା ପାଇଁ ଆମେ ଆଞ୍ଚକୁ କମ୍ କରିଥିଲୁ, କାରଣ ସେ ଆମର ରୋଷେଇ ଘରର ଚୁଲି ସହିତ ପରିଚିତ ନଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋ ମିଥ୍ୟା ବର୍ଣ୍ଣନା ସହିତ ପ୍ରଚାର କରାଯାଉଛି।“
ସିଦ୍ଧାନ୍ତ:
ଆମ ଅନୁସନ୍ଧାରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗୁରୁଦ୍ୱାରା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସେଠାରେ ଥିବା ଗ୍ୟାସ ଚୁଲି ସହିତ ପ୍ରଧାନମନ୍ତ୍ରୀ ପରିଚିତ ନୁହଁନ୍ତି, ତେଣୁ କୌଣସି ବିପଦକୁ ଏଡାଇବା ପାଇଁ ନିଆଁକୁ କମ୍ ରଖାଯାଇଥିଲା।

Title:କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିନା ନିଆ ରେ ଖାଦ୍ଯ ରାନ୍ଧୁଛନ୍ତି? ଜାଣନ୍ତୁ ସତ୍ୟତା।
Written By: Siddharth SahuResult: Misleading
