କ’ଣ ଏହି ଫୋଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାନ୍ଥରେ ବିଜେପି ପାର୍ଟିର ଚିହ୍ନ ପଦ୍ମ ଫୁଲର ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Altered Political

ବର୍ତ୍ତମାନ ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଗୋଟିଏ କାନ୍ଥରେ ବିଜେପି ପାର୍ଟିର ଚିହ୍ନ ପଦ୍ମ ଫୁଲର ଚିତ୍ରାଙ୍କନ କରୁଛନ୍ତି। 

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, “କ’ଣ କହୁଛନ୍ତି ଏଥର ଫୁଲ ଫୁଟେଇବେ ନା ସେମିତି ଦାଦନ ଖଟୁଥିବେ? ତମେ ଯାହା କହୁଛ କୁହ ଏଥର କିନ୍ତୁ ପଦ୍ମ ନ ଫୁଟେଇଲେ ସେମିତି ଦାଦନ ଖଟି ଖଟି ମରିବ

ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। ନବୀନ ପଟ୍ଟନାୟକଙ୍କର ଚିତ୍ରାଙ୍କନ କରୁଥିବା ଏକ ପୁରୁଣା ଫୋଟୋରେ ବିଜେପି ପାର୍ଟି ଚିହ୍ନ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୨୦୧୭ ମସିହାରେ ସମ୍ବାଦ ଇଂରାଜୀ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ୨୦୧୩ ରେ, ବିଶ୍ୱ ଜଳ ଦିବସ ଅବସରରେ, ବାକୁଲ ଷ୍ଟ୍ରିଟ୍ ଆର୍ଟ କାର୍ଯ୍ୟକଳାପର ଆୟୋଜନ କରିଥିଲା ଯେଉଁଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ କାନ୍ଥରେ ଚିତ୍ରାଙ୍କନ କରୁଥିବା ଦେଖାଯାଇଥିଲା।

ସମାନ ଫୋଟୋ ଆମକୁ ବାକୁଲ୍ ଫାଉଣ୍ଡେସନ୍ ନାମକ ସଂସ୍ଥାର ଫେସବୁକ ପେଜରେ ୧୯ ଏପ୍ରିଳ୍ ୨୦୨୩ ରେ ମଦଝୀ ପୋଷ୍ଟ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ପୋଷ୍ଟ ଦେଖି ପାରିବେ। 

ନୋମ୍ନରେ ଆପଣ ମାନେ ଭାଇରାଲ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଏଡିଟେଡ୍ ଅଟେ। ନବୀନ ପଟ୍ଟନାୟକଙ୍କର ଚିତ୍ରାଙ୍କନ କରୁଥିବା ଏକ ପୁରୁଣା ଫୋଟୋରେ ବିଜେପି ପାର୍ଟି ଚିହ୍ନ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। 

Avatar

Title:କ’ଣ ଏହି ଫୋଟୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାନ୍ଥରେ ବିଜେପି ପାର୍ଟିର ଚିହ୍ନ ପଦ୍ମ ଫୁଲର ଚିତ୍ରାଙ୍କନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: Altered

Leave a Reply

Your email address will not be published. Required fields are marked *