କ’ଣ ଅତିରିକ୍ତ କୁହୁଡି ପାଇଁ ବିମାନ ଚାଳକ ଭୁଲରେ ମଟରଗାଡି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ? ଜାଣନ୍ତୁ ସତ।

False Social

୧୩ ଜାନୁଆରୀରେ ୱ୍ହାଟ୍ସ ଏପ୍ପ ମାଧ୍ୟମରେ ଭାଇରାଲ ହେଇ ଥିବା ଗୋଟିଏ ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ଭାରତରେ ପଶ୍ଚିମବଙ୍ଗ ରାଜ୍ୟର ଦୁର୍ଗାପୁର ନିକଟରେ ବିମାନ ବନ୍ଦର ପାଖରେ ମଟରଗାଡ଼ି ଚାଳାଚାଲ ପାଇଁ ରାସ୍ତା ଅଛି। 

ଅତ୍ଯାଧିକ କୁହୁଡି ପାଇଁ ବିମାନ ଚାଳକ ଭୁଲ ବାସାତ ବିମାନ ଚାଳାଚାଲ ପଥ ପରିବର୍ତେ ମଟରଗାଡ଼ି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ ଓ ଗୋଟିଏ ପୋଲ ତଳେ ଜାହାଜ ଅଟକି ଯାଇ ଥିଲା। 

ଏହି ଭିଡିଓର ସତ୍ୟତା ଜାଣିବା ପାଇଁ ଆମ ପାଖକୁ ୱ୍ହାତ୍ସ ଏପ୍ପରେ ଅନୁରୋଧ ଆସିଲା। 

Screenshot_20200113-134110_WhatsApp.jpg

ଏହି ଭିଡିଓରେ ଏହା ଦେଖିଆକୁ ମିଳିଚି ଯେ ଗୋଟିଏ ପୋଲ ତଳେ ବିମାନ ଅଟକି ରହି ଯାଇଅଛି ଓ ଲୋକେ ତାକୁ ଘେରି ଛିଡା ହେଇ ଦେଖୁଛନ୍ତି। ପୋଷ୍ଟରେ ଏହା ଦାବି କରା ଯାଇଅଛି ଯେ ବିମାନ ଚାଳକକୁ କୁହୁଡି ଯୋଗୁ ମଟରଗାଡି ଚାଳାଚାଲ ବିମାନ ବନ୍ଦର ଭାବେ ଦିଶିଲା ଓ ସେ ବିମାନକୁ ପୋଲ ତଳେ ପାଶୟ ଦେଲା। ଏହା ଶୁଣିବାକୁ ଅସମ୍ଭାଭ ଲାଗୁଆଚି। ଆମେ ସମସ୍ତେ ଏହା ଜାଣିଆଛୁ ଯେ ପାଗ ଭଲ ନଥିଲେ ବିମାନ ବନ୍ଦରରେ ବ୍ବିମାନକୁ ଲେଣ୍ଡ କରା ଯାଏ ନାହିଁ। 

ଏହି ଭିଡିଓ’ଟି ସୋସିଆଲ ମ୍ମିଡିଆରେ ମଧ୍ୟ ଭାଇରାଲ ହେଇ ଅଛି। 

ସେଥି ପାଇନ ଏହି ବିଷୟରେ ସତ୍ୟ ଜାଣିବା ପାଇନ ଆମେ ଅନୁସନ୍ଧାନ କରିଲୁ।   

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନ ରେ ଆମେ ଏହି ପୋଷ୍ଟ ବିଷୟରେ ଗୁଗଲରେ ଯାଇ “ପ୍ଳେନ ଅଣ୍ଡର ବ୍ରିଜ” ଲେଖି ସର୍ଚ କରିଲୁ। ଏହା ସର୍ଚ କରିଲା ପରେ ଆମକୁ ଏହି ବିଷୟ ଜଡ଼ିତ କିଛି ଅନୁଛେଦ ମିଳିଲା ଯେଉଁ ଥିରେ ସତ୍ୟ ଘଟଣା ବିଷୟରେ ବିସ୍ତାରରେ ଲେଖା ଯାଇଅଛି। ସତ୍ୟ ଜାଣିବା ପାଇନ ଆମ ଅନୁସନ୍ଧାନ ପଢନ୍ତୁ। 

୨୭ ଡିସେମ୍ବର ୨୦୧୯ ରେ ଏନ.ଡି.ଟି.ଭି ପତ୍ରିକାରେ ଛପି ଥିବା ଅନୁଛେଦରେ ଲେଖା ଯାଇଅଛି ଯେ ମଙ୍ଗଳବାର ଦିନ ପ୍ପାଶ୍ଚିମବଙ୍ଗ ର ଦୁର୍ଗାପୁର ଜିଲ୍ଲାରେ ବର୍ତମାନ ସମୟରେ ଇଣ୍ଡିଆ ପୋଷ୍ଟ ଦ୍ଵାରା ବ୍ୟବହାରରେ ନଥିବା ଜାହାଜକୁ ଟ୍ରକ୍ରେ ନେଇ ଯାଉଥିବା ବେଳେ ଏହା ଗୋଟିଏ ପୋଲ ତଳେ ଅଟକି ରହି ଗଲ। ଏହି ଘଟଣାଟି ଦୁର୍ଗାପୁର ର ପଶ୍ଚିମ ବର୍ଦ୍ଧମାନ ଅଞ୍ଚଳରେ ଘଟିଛି।  ଇଣ୍ଡିଆ ପୋଷ୍ଟର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଓ ପୋଲିସ ଥାନାରେ ଏହା ନେଇ ଚର୍ଚା କରି ଥିଲେ। 

ndtv.png

NDTV | Archive

୨୪ ଡିସେମ୍ବର ୨୦୧୯ ରେ ରିପବ୍ଲିକ ୱାର୍ଲ୍ଡ ପତ୍ରିକାରେ ଛପି ଥିବା ଅନୁଛେଦରେ ଏହା ବର୍ଣନା କରା ଯାଇଅଛି ଯେ ଟ୍ରକ୍ ଉପରେ ଲଦା ହେଇଥିବା ଗୋଟିଏ ଜାହାଜ ପଶିମବଙ୍ଗ ରାଜ୍ୟର ଦୁର୍ଗାପୁର ଜିଲ୍ଲାରେ ଗୋଟିଏ ପୋଲ ତାଳେ ଅଟକି ରହି ଯାଇଥିଲା। ଏହି ଟ୍ରକ୍ ଇଣ୍ଡିଆ ପୋଷ୍ଟ ଦ୍ଵାରା ଖାରଜ କରା ଯାଇଥିବା ଗୋଟିଏ ଜାହାଜଟି କୁ ନେଇ ଯାଉଥିଲା। 

republic world.png

Republic World | Archive

ଶେଷକଥା

ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ପୋଷ୍ଟରେ କରା ଯାଇଥିବା ଦାବି ଯେ ଅତ୍ଯାଧିକ କୁହୁଡି ଯୋଗୁ ବିମାନ ଚାଳକ ବିମାନଟି କୁ ବନ୍ଦରରେ ଲେଣ୍ଡ ନକରି ରାସ୍ତାରେ ଲେଣ୍ଡ କରିଥିବା କଥା ଓ ସେହି ଯୋଗୁ ଏହି ବିମାନଟି ପୋଲ ତଳେ ଅଟକି ଯିବା କଥା ସ୍ସମ୍ପୂର୍ଣ ଭାବେ ମିଥ୍ୟା। ଏହି ଘଟଣାର ସତ୍ୟତା ଏହା ଯେ ଇଣ୍ଡିଆ ପୋଷ୍ଟ ଦ୍ଵାରା ବ୍ୟବହାରରେ ନଥିବା ଗୋଟିଏ ବିମାନକୁ ଟ୍ରକ ନେଇ ଯାଉଥିବା ସମୟରେ ଏହି ବିମାନ ଟ୍ରକ ସହିତ ପୋଲ ତଳେ ଅଟକି ରହି ଗଲା। ପୋଷ୍ଟରେ କରା ଯାଇଥିବା ଦାବିର ସତ୍ୟ ଘଟଣା ସହିତ କୌଣସି ସମ୍ବନ୍ଧ ନାହିଁ। 

Avatar

Title:କ’ଣ ଅତିରିକ୍ତ କୁହୁଡି ପାଇଁ ବିମାନ ଚାଳକ ଭୁଲରେ ମଟରଗାଡି ଚାଳାଚାଲ ରାସ୍ତାରେ ବିମାନକୁ ଅବତରଣ କରିଥିଲେ? ଜାଣନ୍ତୁ ସତ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *