କ’ଣ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ନାପସନ୍ଦ କରିବା ବିକଳ୍ପ ବାହାର କରିଦେଇଛି? ଜାଣନ୍ତୁ ସତ୍ୟ।

Explainer Social

ବିଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ ୟୁଟ୍ୟୁବ ଭିଡିଓକୁ ଲୋକେ ନାପସନ୍ଦ କରିବା ପରେ ଏହି ବିଷୟ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚା ଚାଲିଛି। ମୋଦୀଜିଙ୍କ ବିରୋଧୀ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା କରୁଛନ୍ତି। ୧୦ ସେପ୍ଟେମ୍ବର ରେ ଜେନ ଫେସବୁକ ୟୁଜର ଗୋଟିଏ ପୋଷ୍ଟରେ ଦାବି କରିଛନ୍ତି ଯେ ମୋଦୀଜିଙ୍କ ଭିଡିଓର ଏତେ ସଂଖ୍ୟାରେ ଆଲୋଚନା ହେଲା ପର ଭାରତୀୟ ଜନତା ପାର୍ଟି ୟୁଟ୍ୟୁବରୁ ନାପସନ୍ଦ କରିବା ବିକଳ୍ପ ହଟାଇ ଦେଇଅଛି। 

fb.jpg

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ୟୁଟ୍ୟୁବରେ ଯାଇ ପ୍ରଧାନମନ୍ତ୍ରୀଙ୍କ ସେହି ଭିଡିଓ ଖୋଜି ବାହାର ଅରିଲୁ ଯେଉଁଥିରେ ଲୋକେ ଅନେକ ସଂଖ୍ୟାରେ ଡିସ୍ଲାଇକ୍ ବା ନାପସନ୍ଦ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ର ଏହି 30ମୀନ ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ଏହାକୁ ୪୫୭ ହଜାର ଲାଇକ ମିଳି ଥିବା ସମୟରେ ୧୨ ଲକ୍ଷ ଡିସ୍ଲାଇକ୍ ମିଳିଛି। ଏହି ଭିଡିଓ ଭାରତୀୟ ଜନତା ପାର୍ଟିର ୟୁଟ୍ୟୁବର ଅଫିସିଆଲ ଚ୍ୟାନାଲରେ ପୋଷ୍ଟ କରା ଯାଇଅଛି। ଏହି ଭିଡିଓ ତଳେ ଆମକୁ ଲାଇକ୍  ସହିତ ଡିସ୍ଲାଇକ୍ କରିବା ବିକଳ୍ପ ମଧ୍ୟ ଦେଖିବାକୁ ମିଳିଲା। ଆମେ ଏହି ଭିଡିଓର ଲାଇକ୍ ଦିସ୍ଲାଇକ୍ ଯେଉଛି କି ନାହିଁ ପରୀକ୍ଷା କରି ଦେଖିଲୁ। ପୋଷ୍ଟରେ କରା ଯାଇଥିବା ଦାବି ଯେ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ଡିସ୍ଲାଇକ୍ ବିକଳ୍ପ ହଟାଇ ଦେବା କଥା ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। 

ଏହା ପରେ ଆମେ ସର୍ଚ କରିଲୁ କି କଣ ୟୁଟ୍ୟୁବରେ ଲାଇକ୍ ଦିସ୍ଲାଇକ୍ ବିକଳ୍ପ ହଟାଇବାର କୌଣସି ସୁବିଧା ଅଛି କି ନାହିଁ। ସର୍ଚ କରିଲା ପରେ ଆମ ସାମନାକୁ ଗୋଟିଏ ଭିଡିଓ ଆସିଲା ଯେଉଁଥିରେ ଜଣେ କିଶେଷଜ୍ଞ କହୁଛନ୍ତି ଯେ ୟୁଟ୍ୟୁବରେ ଲାଇକ୍ ଦିସ୍ଲାଇକ୍ ବିକଳ୍ପ ହଟାଇବାର କୌଣସି ସୁବିଧା ନାହିଁ। କିନ୍ତୁ ଯଦି ଗୋଟିଏ ଚ୍ୟାନାଲ ନିଜ ୟୁଟ୍ୟୁବ ଚ୍ୟାନାଲ ସେଟିଙ୍ଗରେ ଯାଇ ଭିଡିଓରେ କେତେ ଲାଇକ୍ ବା ଦିସ୍ଲାଇକ୍ ମିଳି ଥିବା ସଂଖ୍ୟା ଅନ୍ୟଙ୍କ ଠାରୁ ଲୁଚାଇ ଯାଇ ହେବ। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣ ହେଲା ଯେ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ଦିସ୍ଲାଇକ୍ ବିକଳ୍ପ ହଟାଇ ନାହିଁ। ୟୁଟ୍ୟୁବରେ ଲାଇକ୍ ଦିସ୍ଲାଇକ ବିକଳ୍ପ ହଟାଇବାର କୌଣସି ସୁବିଧା ନାହିଁ। କିନ୍ତୁ ଜଣେ ୟୁଜର ନିଜ ୟୁଟ୍ୟୁବ ଚ୍ୟାନାଲର ଲାଇକ୍ ଏବଂ ଡିସ୍ଲାଇକ୍ ସଂଖ୍ୟା ଅନ୍ୟ ୟୁଜରଙ୍କ ର୍ଥାରୁ ଗୋପନୀୟ ରଖୀ ପାରିବ। 

Title:କ’ଣ ଭାରତୀୟ ଜନତା ପାର୍ଟି ନିଜ ୟୁଟ୍ୟୁବ ଚ୍ୟାନାଲରୁ ନାପସନ୍ଦ କରିବା ବିକଳ୍ପ ବାହାର କରିଦେଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Explainer

Leave a Reply

Your email address will not be published. Required fields are marked *