
୫ ଅଗଷ୍ଟ ରେ ଜେନ ଫେସବୁକ ୟୁଜର ଓଡ଼ିଶା ୱୀଥ ବିଜେପି ନାମକ ଫେସବୁକ ଗ୍ରୁପରେ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକ ଭଗବାନ ରାମଙ୍କୁ ପୂଜା କରୁଥିବା ସମୟରେ ପୋଲିସ ସେଠାରେ ଆସି ସେମାନଙ୍କୁ ମାରିଛି। ଏହା ନେଇ କୀଚ ଲୋକ ପୋଲିସ ଗାଡ଼ି ଅଟକାଇ ଝଗଡ଼ା କରିବା ମଧ୍ୟ ଦେଖିବାକୁ ମିଳିଛି। ପୋଷ୍ଟରେ ଦାବି କରା ଯାଇଅଛି ଯେ ଏହି ଘଟଣା ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଳରେ ହେଇଛି। ଆସନ୍ତୁ ଜାଣିବା ସତ୍ୟ କ’ଣ।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ କରିଲୁ। ସର୍ଚ କରିଲା ପରେ ଆମକୁ ୬ ଅଗଷ୍ଟରେ ଫାର୍ଷ୍ଟ ପୋଷ୍ଟ ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦମିଳିଲା। ଏହି ଅନୁଛେଦରେ କୁହା ଯାଇଅଛି ଯେ ପଶ୍ଚିମବଙ୍ଗରେ ତାଲାବନ୍ଦସ୍ଥିତିରେ କିଛି ବିଜେପି କାର୍ଯ୍ୟକରତାରାମ ମନ୍ଦିରଭୂମି ପୂଜନର ଅବର ରେ ଉତ୍ସବ ପାଳନ କରୁଥିବା ସମୟରେ ପୋଲିସ ସହିତ ମୁହାଁମୁହିଁ ହେବା କୁ ପଡ଼ିଲା। ଏହି ଘାଟଣା ପଶ୍ଚିମ ମିଦନାପୁର ଜିଲ୍ଲାର ଖଡ଼କପୁର, ଉତ୍ତର ୨୪ ପର୍ଗାନାସର ନାରାୟଣପୁର ଏବଂ ଅଲିପୁରଦ୍ଵାର ଅଞ୍ଚଳରେ ଦେଖିବା କୁ ମିଳିଛି। ଜଣେ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ ଯେତେବେଳେ ପୋଲିସ ସେମାନଙ୍କୁ ତାଲାବନ୍ଦ ନିୟମ ଭାଙ୍ଗି ଥିବାରୁ ଅଟକାଉଥିଲା ସେତେବେଳେ ଝଗଡ଼ା ଆରମ୍ଭ ହେଇଥିଲା। ଏହି ମାମଲା ନେଇ ପୋଲିସ କିଛି ବିଜେପି କାରଜ୍ୟକରତାଙ୍କୁ ଗିରଫ ମଧ୍ୟ କରିଛି। ତ୍ରିନାମୂଳ କଂଗ୍ରେସ ନେତା ତାପସ ଚ୍ୟାଟର୍ଜିଙ୍କ କହିବା ଅନୁଯାୟୀ ଏହି ସବୁ ଅଞ୍ଚଳରେ ବିଜେପି କାର୍ଯ୍ୟକର୍ତା ଶାନ୍ତିଭଙ୍ଗ କରୁଥିବା ବେଳେ କିଛି ସ୍ଥାନୀୟ ଲୋକ ମଧ୍ୟ ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ। ଏହି ଘଟଣା ନେଇ ରାଜ୍ୟର ବିଜେପି ଅଧିକାରୀ ପୁଲିସକୁ ହିନ୍ଦୁ ଚିନ୍ତାଧାରା ବିରୁଦ୍ଧ ଲୋକ ବୋଲି କହିଛନ୍ତି।
ଏହା ପରେ ଆମେ ସତ୍ୟ ଜାଣିବା ପାଇଁ ଶିଲିଗୁଡ଼ି ପୋଲିସ ଥାନାରେ ଫୋନ ଲଗାଇ ଏ.ଏସ.ଆଇ ଦିନେଶ ସୁଖଳାଙ୍କ ସହିତ କଥା ହେଳୁ। ସେ ଆମକୁ କହିଲେ ଯେ ସିଲିଗୁଡ଼ି ରେ ଏପରି କୌଣସି ଘଟଣା ହେଇ ନାହିଁ। ଏପରି ଘଟଣା ପଶ୍ଚିନବଙ୍ଗରେ ହେଇଥିବା ଶୁଣିବା କୁ ମିଳିଛି କିନ୍ତୁ ସିଲିଗୁଡ଼ିରେ ଏହି ଘଟଣା ହେଇ ନାହିଁ।
ଏହା ପରେ ଆମେ ଏହା ଜାଣିବାକୁ ଚେଷ୍ଟା କରିଲୁ ଯେ ଏହି ଘଟଣା ପ୍ରକୃତର ରେ କେଉଁ ସ୍ଥାନରେ ଘଟିଛି। ଫେସବୁକରେ ସର୍ଚ କରିଲା ପରେ ଆମକୁ ୫ ଅଗଷ୍ଟରେ ଜଣେ ୟୁଜରଙ୍କର ଫେସବୁକ ଏକାଉଣ୍ଟରେ ଏହି ଭିଡିଓ ପୋଷ୍ଟ ହେଇଥିବା ମିଳିଲା। ସେ ଏହି ପୋଷ୍ଟରେ ଦାବି କରିଛନ୍ତି ଯେ ଏହି ଘଟଣା ହାୱଡ଼ା ଏବଂ ଖଡ଼କପୁର ରେ ଘଟିଛି।
ଏହା ପରେ ଆମେ ହାୱଡ଼ା ପୋଲିସ ଥାନା ଲଗାଇ ସେଠିକାର ଷ୍ଟେସନ ଇଞ୍ଚାର୍ଗେ ସହିତ କଥା ହେଳୁ। ତାଙ୍କ କହିବା ଅନୁଯାୟୀ ଭୂମି ପୂଜନ ଦିନ ହାୱଡ଼ାରେ ପୋଲିସ ଆଉ କିଛି ଲୋକଙ୍କ ମଝିରେ ମୁହାଁମୁହିଁ ହେଇଛି। କିନ୍ତୁ ଏହି ଘଟଣାର ଆରାନ ଭାରତର ଜାତୀୟ ପତାକା କୁ ଦୁର୍ବ୍ୟବହାର ନେଇ ହେଇଥିଲା। ରାମ ମନ୍ଦିର ଭୂମି ପୂଜା ବା ଆଉ କୌଣସି ଧର୍ମ ସମ୍ବନ୍ଧିତ କିଛି ଘଟଣା ହାୱଡ଼ାରେ ହେଇ ନାହିଁ।
ଏହା ପରେ ଆମେ ଖଡ଼କପୁର ପୋଲିସ ଷ୍ଟେସନ ରେ ଫୋନ ଲହାଇ କଥା ହେଳୁ। ସେଠିକାର ଥାନା ଇଞ୍ଚାର୍ଜ ଆମକୁ କହିଲେ ଯେ ଏହି ଭିଡିଓ ଖଡ଼କପୁର ର ଅଟେ। ସତ ଘଟଣା କ’ଣ ହେଇଥିଲା ପଚାରିବା ରୁ ସେ କହିଲେ ଯେ ୫ ଅଗଷ୍ଟ କୁ ସମ୍ପୂର୍ଣ ଭାବେ ଲକ୍ ଡାଉନର ଆଦେଶ ଦିଆ ଯାଇଥିଲା। କିନ୍ତୁ କିଛି ଲୋକେ ଘରୁ ବାହାରି ଏହି ଲକ୍ ଡାଉନ ନିୟମ ଭାଙ୍ଗି ଥିବା ରୁ ପୋଲିସ ତାଙ୍କ ବିରୁଦ୍ଧରେ ପଦକ୍ଷେପ ନେଇ କିଛି ଲୋକଙ୍କୁ ଗିରଫ ମଧ୍ୟ କରିଛି।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ସିଲିଗୁଡ଼ି ର ବୋଲି ଦାବି ସମ୍ପୂର୍ଣ ଭାବେ ମିଥ୍ୟା ଅଟେ। ସିଲିଗୁଡ଼ି ପୋଲିସ ଥାନା ଏ.ଏସ.ଆଇ ଦିନେଶ ସୁଖଳା ଏହି କଥା ଖଣ୍ଡନ କରିଥିବା ବେଳେ ଖଡ଼କପୁର ଥାନା ଇଞ୍ଚାର୍ଜ ସ୍ଵୀକାର କରିଛନ୍ତି ଯେ ପୋଷ୍ଟ କରା ଯାଇଥିବା ଭିଡିଓରେ ଖଡ଼କପୁରରେ ଘଟିତ।

Title:କ’ଣ ଭୂମି ପୂଜନ ଦିନ ପଶ୍ଚିମବଙ୍ଗର ସିଲିଗୁଡ଼ି ଅଞ୍ଚଲରେ ରାମଙ୍କୁ ପୂଜା କରୁଥିବା ସମୟରେ ପୋଲିସ ଲୋକଙ୍କୁ ମାରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False