କ’ଣ ଆଜ୍ ତକ୍ ଚ୍ୟାନାଲର ସାମ୍ବାଦିକ ସୁଧୀର ଚୌଧରି ପଠାନ୍ ଫିଲ୍ମ ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହେଇଛି? ଜାଣନ୍ତୁ ସତ୍ୟ।

False Social

୪ ବର୍ଷରୁ ଅଧିକ ସମୟ ପରେ ଶାହରୁଖ ଖାନ ବକ୍ସ ଅଫିସରେ ପଠାନ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଫେରିଛନ୍ତି। ଏହି ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଦୀପିକା ପାଦୁକୋନ ପିନ୍ଧିଥିବା ବିକିନି ରଙ୍ଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ପଠାନ୍ ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ୍ ଧମକ ମିଳୁଛି। ବୟକଟ୍ ଏବଂ ବିରୋଧର ଆହ୍ଵାନ ମଧ୍ୟରେ ପଠାନ୍ ୨୫ ଜାନୁୟାରୀ ୨୦୨୩ ରେ ରିଲିଜ୍ ହେଇଛି।

ଏହି ମଧ୍ୟରେ ସୋସିଆଲ ମିଡିଆରେ ଆଜ୍ ତକ୍ ଚ୍ୟାନାଲର ସାମ୍ବାଦିକ ସୁଧୀର ଚୌଧରିଙ୍କ ଆହତ ହୋଇଥିବା ଏକ ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ସୁଧୀର ଚୌଧରି ପଠାନ୍ ଫିଲ୍ମ ଦେଖି ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହୋଇଛି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସୁଧୀର ଚୌଧରିଙ୍କ ଆହତ ହେଇଥିବା ଫୋଟୋ ୨୦୧୯ ମସିହାର ଅଟେ ଏବଂ ଏହାର ପଠାନ୍ ଫିଲ୍ମ ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏ ଭଳି ପରିସ୍ଥିତି ଆଗରୁ ଆମ୍ଭେମାନେ ନା ଶୁଣୁଥିଲି ନା ଦେଖିଥିଲି ? ଏ ଭଦ୍ରଲୋକ ହେଉଛନ୍ତି ଆଜତକ ରେ ବ୍ଳାକ୍ ଏଣ୍ଡ ହ୍ଵାଇଟ୍ ପ୍ରଗ୍ରାମ କରୁ ଥିବା ସୁସୁ ଧାରି ଚୈଧୁରୀ ସାହାରୁଖ ଖାଁନ ବିଷୟରେ ଏବଂ ପଠାନ ଚଳଚ୍ଚିତ୍ର ବିଷୟରେ ବାଜେ ମନ୍ତବ୍ଯ ଦେଇ ପରେ ସେ ପଠାନ ଚଳଚ୍ଚିତ୍ର ଦେଖିବ କହି ଚଳଚ୍ଚିତ୍ର ଦେଖିବା ପାଇଁ ସିନେମାହଲ ଯାଇଥିଲା ଚଳଚ୍ଚିତ୍ର ଦେଖିବାପାଇଁ ଯାଇଥିବା ଲୋକ ଖୁବା ଦେଇ ନାକ ଫଟେଇ ଦେଲେ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ସମାଚାର ନାମକ ଏକ ୱେବସାଇଟରେ ୧୨ ଜୁଲାଇ ୨୦୧୯ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ସୁଧୀର ଚୌଧରି ଫେସବୁକ ମାଧ୍ୟମରେ ଏକ ଭିଡିଓ ଦ୍ଵାରା ସ୍ପଷ୍ଟ କରିଥିଲେ ଯେ ମୁମ୍ବଇ ଯାତ୍ରା କରୁଥିବା ସମୟରେ ଏକ ଦୁର୍ଘଟଣା କାରଣରୁ ତାଙ୍କ ନାକରେ ଆଘାତ ହୋଇଥିଲା।  

ଏହା ପରେ ଆମେ ସୁଧୀର ଚୌଧରିଙ୍କ ଫେସବୁକ ଭିଡିଓ ଖୋଜି ବାହାର କରିଲୁ। ୧୧ ଜୁଲାଇ ୨୦୧୯ ରେ ଏକ ଭିଡିଓରେ ସେ ତାଙ୍କ ପ୍ରଶଂଶକ ମାନଙ୍କୁ ଜଣାଇଛନ୍ତି ଯେ ଏକ ଦୁର୍ଘଟଣାରେ ଆଘାତ ହେଇଥିବା ହେତୁ ସେ ନିଜ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ। 

କ’ଣ ସୁଧୀର ଚୌଧରି ପଠାନ୍ ଫିଲ୍ମ ଦେଖିବାକୁ ଯାଇଥିଲେ? 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍କ କରିବା ପରେ ଆମକୁ ତାଙ୍କ ଏକ ଟୁଇଟ ମିଳିଲା ଯେଉଁଥିରେ ସେ କହିଛନ୍ତି ଯେ ସେ ଫିଲ୍ମ ଦେଖିବାକୁ ଯାଇଛନ୍ତି। ସେ ନିଜ ଦର୍ଶକ ମାନଙ୍କୁ ମଧ୍ୟ କହିଛନ୍ତି ଯେ ସେମାନେ ଫିଲ୍ମ ନେଇ ତାଙ୍କ ସଚ୍ଚୋଟ ସମୀକ୍ଷାର ପ୍ରତୀକ୍ଷା କରନ୍ତୁ। 

ଏହା ପରେ ଗତ କାଲୀ ୩୦ ଜାନୁଆରୀରେ ସେ ଏକ ୟୁଟ୍ୟୁବ ଭିଡିଓ ମାଧ୍ୟମରେ ନିଜ ସମୀକ୍ଷା ରଖିଛନ୍ତି। ସେ କହିଛନ୍ତି ଯେ ସେ ଦିଲ୍ଲୀରେ ଯେଉଁ ସିନେମା ଘରେ ଫିଲ୍ମ ଦେଖି ଯାଇଥିଲେ ସେଇଟା ହାଉସଫୁଲ୍ ଥିଲା। ଲୋକ ଫିଲ୍ମର ଆନନ୍ଦ ମଧ୍ୟ ନେଉଥିଲେ। ଦର୍ଶକମାନେ ଫିଲ୍ମ ପକ୍ଷରେ ନିଜ ପ୍ରତିକ୍ରିୟା ଦେଇଥିଲେ। 

ଫିଲ୍ମକୁ ନେଇ ସୁଧୀର ଚୌଧରି କହିଛନ୍ତି ଯେ ଏହା କୌଣସି ନୂଆ କାହାଣୀ ନୁହେଁ। ଏହି ପରି କାହାଣୀ ପୂର୍ବରୁ ମଧ୍ୟ ରିଲିଜ୍ ହେଇଛି। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଏକ ଦୁର୍ଘଟଣାରେ ଆଘାତ ହୋଇଥିବା ସୁଧୀର ଚୌଧରିଙ୍କ ପୁରୁଣା ଫୋଟୋକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଆଜ୍ ତକ୍ ଚ୍ୟାନାଲର ସାମ୍ବାଦିକ ସୁଧୀର ଚୌଧରି ପଠାନ୍ ଫିଲ୍ମ ଦେଖିବାକୁ ଯାଇଥିବା ସମୟରେ ତାଙ୍କ ଉପରେ ଆକ୍ରମଣ ହେଇଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *