
ତାଲିବାନ କାବୁଲକୁ କାବୁ କରିବା ଦିନଠାରୁ, ଭାରତ ଏବଂ କାଶ୍ମୀର ଉପରେ ନୂତନ ବିତରଣର ସ୍ଥିତି କ’ଣ ହେବ ସେନେଇ କଳ୍ପନାଜଳ୍ପନା ଜାରି ରହିଛି। ଏହା ମଧ୍ୟରେ ତାଲିବାନ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବା ପରେ କାଶ୍ମୀର ଉପରେ ଭାରତକୁ ଚେତାବନୀ ଦେଇଛି ବୋଲି ଏକ ଭିଡିଓ ଭାଇରାଲ ହୋଇଛି। ଦାବି କରାଯାଉଛି ଯେ, ଜଣେ ତାଲିବାନ କମାଣ୍ଡର ମୁଜାହିଦ୍ଦିନଙ୍କୁ “ଚ୍ୟାଲେଞ୍ଜ” କରିବା ପାଇଁ ନରେନ୍ଦ୍ର ମୋଦୀ ସରକାରଙ୍କୁ ଧମକ ଦେଉଥିବାର ନଜର ଆସିଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା
20 ଅଗଷ୍ଟରେ Satish Kumar Nanda ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ହିନ୍ଦୁସ୍ଥାନ ପାଇଁ ଶାନ୍ତିଦୂତଙ୍କ ପ୍ରେମବାର୍ତା। ଏହାର ହିଁ ଅପେକ୍ଷାରେ ଥିଲୁ ଆମେ। ଲୋ ଭାଇ, ତାଲିବାନରୁ ଏହି ବିପଦ ଆସିଛି, ଜାଣନ୍ତୁ ଆଫଗାନିସ୍ତାନ ଆତ୍ମସମର୍ପଣ କରିଛି, ହିନ୍ଦୁସ୍ତାନୀକୁ ମଧ୍ୟ ଦେଖୁନାହିଁ, ଆପଣ ଆମର ନୀତି କେଉଁଠାରେ ଦେଖିଛନ୍ତି ,,। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ପୋଷ୍ଟର ଲିଙ୍କ ଦେଖନ୍ତୁ।
ତେବେ କଣ ଭାଇରାଲ ଭିଡିଓରେ ତାଲିବାନ ଭାରତସରକାରକୁ ବର୍ତ୍ତମାନ ଧମକି ଦଉଛି। ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିକୁ ଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। City Mobile Communicationରେ ଆମକୁ ଭାଇରାଲ ଭିଡିଓ ପାଇଲୁ। ଯାହାକି 27 ଫେବୃଆରି 2019ରେ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏହା ପରେ ଆମକୁ ମିଳିଥିବା ସୂଚନା କୁ ନେଇ ଆମେ ଅଧିକ ସର୍ଚ୍ଚ କରିଲୁ। Dawat-e- Tauheed ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 23 ଫେବୃଆରି 20119ରେ ପୋଷ୍ଟ କରାଯାଇଛି। ଭିଡିଓରେ ଲେଖାଇଥିବା ବାକ୍ୟକୁ ଗୁଗୁଲରେ ଟ୍ରାନ୍ସଲେସନ କରିଲୁ। ଯେଉଁଥିରେ ଲେଖାଯାଇଛି ଯେ, The Afghan Taliban’s open warning to India, even if it dares to attack Pakistan, the situation of India and the United States(ଆଫଗାନିସ୍ତାନ ତାଲିବାନର ଭାରତ ପାଇଁ ଖୋଲା ଚେତାବନୀ, ଯଦିଓ ଏହା ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ସାହସ କରେ, ଭାରତ ଏବଂ ଆମେରିକା ପରିସ୍ଥିତି)। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭିଡିଓରେ ତାଲିବାନ ଭାରତସରକାରକୁ ଧମକ ଦେଉଥିବା ଭିଡିଓ ବର୍ତ୍ତମାନର ନୁହେଁ 2019 ଫେବୃଆରିର ଅଟେ।

Title:2019 ଭିଡିଓକୁ ବର୍ତ୍ତମାନ ତାଲିବାନ ଭାଇରାତ ସରକାରକୁ ଧମକ ଦେବା ଦାବିରେ ଭାଇରାଲ।
Fact Check By: Saritadevi SamalResult: False
