
ଇରାନ-ଇଜ୍ରାଏଲ୍ ଯୁଧ୍ୟ ଚାଲିଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କ୍ଷେପଣାସ୍ତ୍ର ଆକ୍ରମଣରେ ଗୋଟିଏ ବିଲଡିଙ୍ଗ ଭୁଶୁଡ଼ି ପଡୁଥିବା ବେଳେ ଜଣେ ବ୍ୟକ୍ତି ସେହି ଦୃଶ୍ୟର ଭିଡିଓ ନେଉଁଛନ୍ତି। ଦାବି କରା ଯାଉଛି ଯେ ଏହା ଇରାନ-ଇଜ୍ରାଏଲ୍ ଯୁଧ୍ୟର ଦୃଶ୍ୟ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାର ଇଜ୍ରାଏଲ୍ ଗାଜା ଉପରେ କରିଥବା ଆକ୍ରମଣର ଏକ ପୁରୁଣା ଭିଡିଓ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, “ଇରାନ କୁ ଠିଆ ଠିଆ ଉଡେଇବାର Live ଦୃଶ୍ୟ ଭାଇ ଠିଆ ଠିଆ ଦେଖେଇ ଦେଲା”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୪ ମଇ ୨୦୨୧ ରେ ଏକ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର ବର୍ଣ୍ଣନାରେ ଲେଖାଯାଇଛି, “ମେ ୧୨, ବୁଧବାର, ଏକ ଇସ୍ରାଏଲୀ ବିମାନ ଆକ୍ରମଣରେ ଗାଜା ସହରରେ ଏକ ବହୁମହଲା ବିଲଡିଙ୍ଗ ଧ୍ୱଂସ ହୋଇଯାଇଛି, ଯେଉଁଥିରେ ଅଲ-ଆକସା ଟେଲିଭିଜନ ଚ୍ୟାନେଲର ବ୍ୟୁରୋ ଅବସ୍ଥିତ ଥିଲା।“
ମଇ ୨୦୨୧ ରେ ସମାନ ଭିଡିଓ ଏଠାରେ ଏବଂ ଏଠାରେ ମଧ୍ୟ ଅପ୍ଲୋଡ ହେଇଥିବା ଆପଣ ମାନେ ଦେଖି ପାରିବେ।
ଆମେ ୧୫ ମଇ ୨୦୨୧ ରେ ଦି ସନ୍ ରେ ପ୍ରକାଶିତ ଏକ ରିପୋର୍ଟ ପାଇଲୁ ଯେଉଁଥିରେ ଭାଇରାଲ ଭିଡିଓ ପରି କିଛି ସମାନ ଦୃଶ୍ୟ ଥିଲା। ରିପୋର୍ଟ ଅନୁସାରେ, ବିବିସି ଦ୍ୱାରା ସିଧା ପ୍ରସାରଣ ସମୟରେ ଗାଜାର ଅଲ-ଶୋରୋକ ବିଲଡିଙ୍ଗ ଉପରେ ଇସ୍ରାଏଲୀ ବିମାନ ଆକ୍ରମଣ କରାଯାଇଥିଲା।
ଆମେ ୧୩ ମଇ ୨୦୨୧ ରେ ଅଲ୍ ଜାଜିରା ଇଂରାଜୀର ଟୁଇଟର ହ୍ୟାଣ୍ଡେଲରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ପାଇଲୁ। ଟ୍ୱିଟରେ ଲେଖାଯାଇଛି, “ଏହି ମୁହୂର୍ତ୍ତରେ ଗାଜା ସିଟିରେ ଗଣମାଧ୍ୟମ କାର୍ଯ୍ୟାଳୟ ଥିବା ୧୪ ମହଲା ବିଶିଷ୍ଟ ଅଲ୍-ଶୋରୋକ୍ ଟାୱାର ବୁଧବାର ଦିନ ଇସ୍ରାଏଲୀ ବିମାନ ଆକ୍ରମଣ ଦ୍ୱାରା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।“
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୨୧ ମସିହାର ଇଜ୍ରାଏଲ୍ ଗାଜା ଉପରେ କରିଥବା ଆକ୍ରମଣର ଏକ ପୁରୁଣା ଭିଡିଓ ଯାହାକୁ ସମ୍ପ୍ରତି ସମୟରେ ଇରାନ-ଇଜ୍ରାଏଲ୍ ଯୁଧ୍ୟ ଦୃଶ୍ୟ ବୋଲି ସେୟାର କରା ଯାଉଛି।

Title:ଗାଜାର ଏକ ପୁରୁଣା ଭିଡିଓକୁ ସମ୍ପ୍ରତି ସମୟରେ ଇରାନ-ଇସ୍ରାଏଲ୍ ଯୁଧ୍ୟ ଦୃଶ୍ୟ ଦାବି ସହିତ ସେୟାର କରା ଯାଉଛି।
Fact Check By: Siddharth SahuResult: Misleading
