କ’ଣ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଚାଷୀ ମାନେ ଭାରତ ଜାତୀୟ ପତକାକୁ ଅପମାନିତ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Misleading Social

ଭାରତୀୟ ଜାତୀୟ ପତାକା ରେ ଆବୃତ ଫୁଟବଲ ସହିତ ଖେଳୁଥିବା କିଛି ଲୋକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହାତରେ ପତାକା ଏବଂ ଲାଉଡ୍ ସ୍ପିକରର ଏହି ଭିଡିଓ ଏକ ବିରୋଧର ଦୃଶ୍ୟ ପରି ଦେଖାଯାଉଥିଲା। 

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରିଛନ୍ତି ଯେ ଏହା ହେଉଛି ସମ୍ପ୍ରତ୍ତି ସମୟର କୃଷକ ଆନ୍ଦୋଳନର ଏକ ଭିଡିଓ। କେତେକ ଉପଭୋକ୍ତା ଏପରି ପ୍ରଶ୍ନ ମଧ୍ୟ କରିଛନ୍ତି, “ଏହି ଲୋକମାନେ କି ପ୍ରକାର କୃଷକ?”

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲେ ଯେ ଭିଡିଓଟି ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରାଯାଇଛି | ଏହା 2023 ରୁ ଏକ ପୁରୁଣା ଭିଡିଓ ଏବଂ ସମ୍ପ୍ରତି କୃଷକ ବିରୋଧ ସହିତ ଜଡିତ ନୁହେଁ. 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ଫେସବୁକ ବ୍ୟବହାରକାରୀ ଲେଖିଛନ୍ତି, “ରାଷ୍ଟ୍ରୀୟ ପତାକାକୁ ଏଭଳି ଗୋଡ଼ରେ ଖେଳୁଥିବା ଲୋକମାନେ ହେଲେ ଆନ୍ଦୋଳନ କରୁଥିବା କୃଷକ

Facebook | Archive

ଆମ ଅନୁସନ୍ଧାନ: 

ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ସେଠାରେ ଥିବା ଏକ ଟ୍ରକ୍ ରେ “ନିଜ୍ଜରଙ୍କର କାନାଡାରେ ହତ୍ୟା” ବୋଲି ଲେଖା ଯାଇଛି ଏବଂ ସେଠାରେ ଥିବା ଲୋକମାନେ ଖାଲିସ୍ତାନି ପତାକା ଧରିଛନ୍ତି। 

ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ତାହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଭିଡିଓ ୨୫ ଜୁଲାଇ ୨୦୨୩ ରେ ଟୁଇଟ ହେଇଥିବା ମିଳିଲା। ଟୁଇଟରେ ଲେଖା ଯାଇଛି, “ମେରୁଦଣ୍ଡ ନଥିବା ଏହି ଲୋକମାନେ ନିଜ ଦେଶର ପତାକାକୁ ଗୋଇଣ୍ଠା ମାରୁଛନ୍ତି। ଏହି ପ୍ରବାସୀ ମାନେ ନିଜ ଦେଶ ପାଇଁ କ’ଣ ଭଲ କରି ପାରିବେ ଯେଉଁ ଦେଶ ତାଙ୍କୁ କେବଳ ଭୋଟ୍ ବ୍ଯାଙ୍କ ଭାବରେ ବ୍ୟବହାର କରୁଛି। ଯେଉଁମାନେ ତାଙ୍କୁ ସୁରକ୍ଷା ଦେଉଛନ୍ତି, ଦିନେ ଏହି ଲୋକମାନେ ତାଙ୍କ ପାଇଁ ସମସ୍ଯା ହେବେ। କ’ଣ ବିଦେଶି ଦେଶ ମାନେ ଭାବୁଛନ୍ତି ଯେ ଯଦି ଖାଲିସ୍ତାନ ସୃଷ୍ଟି ହୋଇଗଲା ତେବେ ଏହି ଲୋକମାନେ ସେଟାକୁ ପଳେଈ ଯିବେ?

ଉପରୋକ୍ତ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ପୁରୁଣା ଅଟେ ଏବଂ ସମ୍ପ୍ରତ୍ତି କୃଷକ ଆନ୍ଦୋଳନ ସହିତ ଏହାର କୌଣସି ସମ୍ବନ୍ଧ ନାହିଁ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୭ ସେପ୍ଟେମ୍ବର ୨୦୨୩ ରେ ଡେକାନ୍ ହେରାଲ୍ଡ ୱେବସାଇଟରେ ଏକ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, କାନାଡା ପ୍ରଧାନମନ୍ତ୍ରୀ ଯଷ୍ଟିନ ଟ୍ରୁଡୋ ଖାଲିସ୍ତାନି ବିଚ୍ଛିନ୍ନତାବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କର ସରକାରକୁ ଦୋଷାରୋପ କରିବା ପରେ ଖାଲିସ୍ତାନି ସମର୍ଥକ ମାନେ ଫୁଟବଲରେ ଭାରତ ଜାତୀୟ ପତାକା ଗୁଡାଇଖେଳୁଥିବା ଦେଖିବା ଦେଖିବାକୁ ମିଳିଥିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓଟିକୁ ଉପଯୁକ୍ତ ପ୍ରସଙ୍ଗ ବିନା ସେୟାର କରାଯାଇଛି | ଏହା 2023 ରୁ ଏକ ପୁରୁଣା ଭିଡିଓ ଏବଂ ସମ୍ପ୍ରତି କୃଷକ ବିରୋଧ ସହିତ ଜଡିତ ନୁହେଁ।

Avatar

Title:କ’ଣ ସମ୍ପ୍ରତ୍ତି ସମୟରେ ଚାଲୁଥିବା କୃଷକ ଆନ୍ଦୋଳନର ଚାଷୀ ମାନେ ଭାରତ ଜାତୀୟ ପତକାକୁ ଅପମାନିତ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *