
୨୦୨୪ ଲୋକସଭା ନିର୍ବାଚନରେ INDI ମିଳିତ ମଞ୍ଚ ବିଜେପି କୁ ଉତ୍ତରପ୍ରଦେଶରେ ପରାସ୍ତ କରିଛି। ଏହା ପରେ ସୋସିଆଲ ମିଡିଆରେ ଯୋଗୀ ଆଦିତ୍ୟନାଥଙ୍କର କାନ୍ଦୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ, ଉତ୍ତରପ୍ରଦେଶରେ ବିଜେପି ନିର୍ବାଚନ ହାରିବା ପରେ ଯୋଗୀ ଆଦିତ୍ୟନାଥ ଦୁଖୀ ହେଇ କାନ୍ଦୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଯୋଗୀ ଆଦିତ୍ୟନାଥଙ୍କର ୨୦୧୭ ମସିହାର ଏକ ପୁରୁଣା ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ଯ୍ବହାରକାରୀ ଲେଖିଛନ୍ତି, “ଅଯୋଧ୍ୟା ରେ ୨୨୦୦ ଦୋକାନୀ ଙ୍କ ଅଭିଶାପ, ୮୦୦ ପରିବାର ଙ୍କ ଘର ବୁଲଡୋଜର ରେ ଭାଙ୍ଗି ଖୋଲା ଆକାଶ ତଳେ ବସାଇବା, ୩୦ ମନ୍ଦିର ଓ ୯ ମସଜିଦ ଭାଙ୍ଗିବା , ଏସବୁ ମହଙ୍ଗା ପଡିଲା ବାବା। ଓଡ଼ିଶା ରେ ବୁଲଡୋଜର ଚଲେଇବ ବୋଲି କହିଲ, ନବୀନ ପଟ୍ଟନାୟକ ର ଲୁହ ରେ ଯୋଗୀ ବାବା ଏମିତି କାନ୍ଦିବ। ରାମ ନାମରେ ରାଜନୀତି କଲେ ରାମ ରାଗିବେନି ?????“
ଆମ ଅନୁସନ୍ଧାନ:
ତଥ୍ୟ ଯାଞ୍ଚ କରିବା ପାଇଁ ଆମେ ପ୍ରଥମେ ଗୁଗୁଲରେ ଭାଇରାଲ ଭିଡିଓ ସହ ସମ୍ବନ୍ଧିତ ଅଲଗା ଅଲଗା ଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ପରିଣାମରେ ଆମକୁ ୟୁଟ୍ୟୁବରେ ABP ନ୍ୟୁଜ୍ ଦ୍ୱାରା ଅକ୍ଟୋବର ୨୦୧୭ ରେ ପ୍ରକାଶିତ ଏକ ଭିଡିଓ ମିଳିଲା । ଭିଡିଓର କ୍ୟାପସନ୍ ରେ ଲେଖାଥିଲା, “ଜନ ମ୍ୟାନ୍: ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥ ଶହୀଦମାନଙ୍କ ପାଇଁ ଏକ ଇଭେଣ୍ଟରେ କାନ୍ଦୁଥିଲେ।”
ଜି ନ୍ୟୁଜ୍ ର ରିପୋର୍ଟ ଅନୁଯାୟୀ, ଶହୀଦଙ୍କ ସମ୍ମାନାର୍ଥେ ଦିୱାଲୀ ସମୟରେ ଗୋରଖପୁରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ
ହୋଇଥିଲା। ଚଳଚ୍ଚିତ୍ର ସୀମାରୁ ଏକ ଗୀତ ଶୁଣିବା ସମୟରେ ସିଏମ୍ ଆଦିତ୍ୟନାଥ ଏହି ଘଟଣାରେ ଭାବପ୍ରବଣ ହୋଇଥିଲେ।
ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ୨୦୧୭ ରେ ଯୋଗୀ ଆଦିତ୍ୟନାଥଙ୍କର କାନ୍ଦୁଥିବା ଏକ ପୁରୁଣା ଭିଡିଓକୁ ଉତ୍ତରପ୍ରଦେଶରେ ବିଜେପି ପରାସ୍ତ ହେବା ପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

Title:ଉତ୍ତରପ୍ରଦେଶରେ ନିର୍ଵାଚନ ହାରିବା ପରେ ଯୋଗୀ ଆଦିତ୍ୟନାଥ କାନ୍ଦିଲେ? ଭାଇରାଲ ଭିଡିଓ ପୁରୁଣା….
Fact Check By: Siddharth SahuResult: False
