
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ମହିଳା ଏବଂ ବୃଦ୍ଧ ବ୍ୟକ୍ତିର ବିବାହ ହେଉଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଇଛି ଯେ, ଏହା ଏକ ସତ୍ୟ ଘଟଣା । ଝଅକୁ ଏକ ସରକାରି ଚାକିରିଆ ବୁଢ଼ା ସହ ବିବାହ କରାଯଛନ୍ତି, ଯେଉଁଥିବା ଝଅଟି ବୋରେଧ କରୁଛି।
Dwitikrushna Das ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବୁଢ଼ା ବର ଝିଅକୁ ପସନ୍ଦ ନୁହେଁ। ସାହସୀ ଝିଅ କୁ ମାନିବାକୁ ପଡ଼ିବ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓର ଫୋଟୋକୁ ଗୁଗଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ମୂଳ ଭିଡିଓଟି 8 ଜୁଲାଇ 2022 ରେ ପୋଷ୍ଟ କରାଯାଇଥିଲା। ‘ଦିବ୍ୟା ବିକ୍ରମ’ ଫେସବୁକ୍ ପେଜରେ ଅପଲୋଡ଼ ପୋଷ୍ଟରେ ଲେଖାଯାଇଥିଲା, “ଗାର୍ଲଫ୍ରେଣ୍ଡ୍ ରୀତିନୀତି ପୂର୍ବରୁ ଜଣେ ପ୍ରେମୀଯୁଗଳ ଫିଲ୍ମ ଶୈଳୀରେ ବରର ମୁଣ୍ଡରେ ସିନ୍ଦୁର ଲଗାଇଥିଲେ, କିନ୍ତୁ ସେହି ଗରିବ ଲୋକଟି ସହିତ ବହୁତ ଖରାପ ଘଟଣା ଘଟିଥିଲା। । ”
7 ଜୁଲାଇ 2022 ରେ ପୋଷ୍ଟ ହୋଇଥିବା ଅନ୍ୟ ଏକ ମଞ୍ଚସ୍ଥ ଭିଡିଓ ମଧ୍ୟ ପାଇଲୁ, ଏଥିରେ ସମାନ କଳାକାର ଉପସ୍ଥିତ ଥିଲେ। କିନ୍ତୁ ଏହି ଭିଡିଓର ବର ଏବଂ ତାଙ୍କ ପ୍ରେମିକ ସହିତ ଅନ୍ୟ ଏକ ଦମ୍ପତି ମଞ୍ଚରୁ ପଳାୟନ ହେଉଥିବାର ଦେଖାଯାଉଛନ୍ତି।
ମିଳିଥିବା ଭିଡିଓରୁ ଜାଣିବାକୁ ମିଳୁଛି ଯେ, ଭାଇରାଲ ଭିଡିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି। ଏହା ପରେ ପୋଷ୍ଟ କରାଯାଇଥିବା ଫେସବୁକ ଆକାଉଣ୍ଟ ଅଧିକ ସର୍ଚ୍ଚ ଲକରିବାରୁ ଏହି ପରି ଅନେକ ଭିଡିଓ ମିଳିଲା, ଯେଉଁଥିରେ ଅଲଗା ଅଲଗା ବିଷୟରେ ଭିଡିଓ ପ୍ରସ୍ତୁତ କରାଯାଇଛି।
ଏହାକୁ ନେଇ ଆମେ ଫେସବୁକ ୟୁଜର ‘ଦିବ୍ୟା ବିକ୍ରମ’ ସହ ସମ୍ପର୍କ କରିଲୁ। ସେ ଆମକୁ ସ୍ପଷ୍ଟ କରାଯାଇଲେ ଯେ, ଭାଇରାଲ ଭିଡିଓ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଛି। ଭିଡିଓରେ କୌଣସି ସତ୍ୟତା ନାହିଁ।
ଶେଷକଥା-
ଅନୁସନ୍ଧାନରୁ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ସ୍କ୍ରିପଟେଡ ଅଟେ। ଭିଡିଓରେ କୌଣସି ସତ୍ୟତା ନାହିଁ। ମନୋରଞ୍ଜନ ପାଇଁ ବନାଜାଇଛି।

Title:ଝିଅକୁ ବୃଦ୍ଧ ବ୍ୟକ୍ତି ସହିତ ବିବାହ କରିବା ଦାବିରେ ଭାଇରାଲ ଭିଡିଓ ସ୍କ୍ରିପଟେଡ ଅଟେ।
Fact Check By: Sarita SamalResult: False
