ଫ୍ରାନ୍ସରେ AI ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଣଦେଖା କରିନଥିଲେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍। ଭାଇରାଲ୍ ଦାବି ମିଥ୍ୟା…

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଏବଂ ଆମେରିକା ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସରେ ଅନୁଷ୍ଠିତ AI ଆକ୍ସନ ସମ୍ମିଳନୀରେ ଯୋଗ ଦେଇଥିଲେ। ସେହି କାର୍ଯ୍ୟକ୍ରମର ଏକ ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଅନେକ ବିଶ୍ୱ ନେତା ଏବଂ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ହାତ ମିଳାଉଥିବାର ଦେଖାଯାଇଛି।  ଏହି କ୍ଲିପ୍ ସେୟାର କରୁଥିବା ୟୁଜର୍ସମାନେ ଦାବି କରୁଛନ୍ତି ଯେ ମାକ୍ରନ୍ ବିଶ୍ୱ […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବସିବା ପାଇଁ ସ୍ଥାନ ନଦେଇ ତାଙ୍କ ଅପମାନିତ କରିଛନ୍ତି? ଜାଣନ୍ତୁ ସତ୍ୟତା

ନିକଟରେ ସୋନିଆ ଗାନ୍ଧୀ ଗଣମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିଚରା (Poor Lady) ବୋଲି କହିଲା ପରେ ଏହା ଏକ ବିବାଦ ସୃଷ୍ଟି କରିଛି। ରାଷ୍ଟ୍ରପତିଙ୍କୁ ବିଚରା କହି ତାଙ୍କୁ ଅପମାନିତ କରିଛନ୍ତି ସୋନିଆ ଗାନ୍ଧୀ ବୋଲି ଅନେକ ଲୋକ ଅଭିଯୋଗ ଆଣିଛନ୍ତି। ଏହି ପ୍ରସଙ୍ଗରେ ଗୋଟିଏ ପୁରୁଣା ଫୋଟୋ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛିଡ଼ା ହୋଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଏଲ୍.କେ ଆଡଭାନୀ ବସିଥିବା […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟତା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମରେ ଆମେରିକାର ଦି ନ୍ୟୁୟର୍କ ଟାଇମ୍ସ ଖବରକାଗଜର ଗୋଟିଏ କ୍ଲିପ୍ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ନ୍ୟୁୟର୍କ ଟାଇମ୍ସ ଖବରକାଗଜକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା ଯାଉଛି। କ’ଣ ଦାବି କରା […]

Continue Reading

କୁୱେତରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ହାଲା ମୋଦି’ କାର୍ଯ୍ୟକ୍ରମରେ ଖାଲି ଚେୟାର ଥିବା ଭାଇରାଲ ଦାବି ମିଥ୍ୟା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଏବଂ ୨୨ ଡିସେମ୍ବର ରେ କୁୱେତ ଗସ୍ତ କରିଥିଲେ। ୪୩ ବର୍ଷର ବ୍ୟବଧାନ ପରେ କୁୱେତ ଗସ୍ତରେ ସେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ହୋଇଛନ୍ତି। କୁୱେତର ମହାମହିମ ଶେଖ ମେଶାଲ ଅଲ-ଅହମଦ ଅଲ-ଜାବର ଅଲ-ସବାହଙ୍କ ନିମନ୍ତ୍ରଣରେ, ପ୍ରଧାନମନ୍ତ୍ରୀ ମୋଦି ସେଠାକୁ ସରକାରୀ ଗସ୍ତ କରିଥିଲେ।  ଏହି ପ୍ରସଙ୍ଗରେ, ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦାବି କରାଯାଇଛି ଯେ କୁୱେତରେ ମୋଦିଙ୍କ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ନିର୍ବାଚନ ସମୟରେ ବାଲଟ୍ ପେପର ବ୍ୟବହାର କରିବା ସମର୍ଥନ କରୁଛନ୍ତି? ଜାଣନ୍ତୁ ସତ୍ୟତା।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ କହୁଛନ୍ତି, “ନିର୍ବାଚନ ସମୟରେ ଅଧିକାଂଶ ଶିକ୍ଷିତ ଦେଶ ମଧ୍ୟ ବାଲଟ୍ ପେପରରେ ନାମ ପଢ଼ନ୍ତି ଏବଂ ଭୋଟ ଦିଅନ୍ତି, ଏପରିକି ଆମେରିକାରେ ମଧ୍ୟ।” ଏହି ଭିଡିଓକୁ ଏପରି ସେୟାର କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଦିନେ ଇଭିଏମ୍ ବିରୋଧରେ ଥିଲେ କିନ୍ତୁ ଏବେ ନିର୍ବାଚନ ଜିତିବା ପାଇଁ ସେ ଏହି ମେସିନ୍ ବ୍ୟବହାର ଜାରି ରଖିବାକୁ ଚାହୁଁଛନ୍ତି। […]

Continue Reading

ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଅଭିଭାଷଣରେ ଲୋକଙ୍କ ଭିଡ଼ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ନାରା ଦେଇନଥିଲେ।

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଆବଶ୍ୟକୀୟ ୨୭୦ ଭୋଟ୍ ହାସଲ କରିଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସ୍ ୨୨୪ ପାଇଛନ୍ତି। ବିଗତ ୨୦ ବର୍ଷରେ ସେ ରିପବ୍ଲିକ୍ ପାର୍ଟିର ଦ୍ଵିତୀୟ ନେତା ଯେ ଯିଏ ଦ୍ୱିତୀୟ ଅବଧି ପାଇଁ ରାଷ୍ଟ୍ରପତି ହୋଛନ୍ତି। ଏହା ପୂର୍ବରୁ ରିପବ୍ଲିକ୍ ପାର୍ଟିର ଜର୍ଜ ବୁଶ୍ ୨୦୦୧ ରୁ ୨୦୦୯ ପର୍ଯ୍ୟନ୍ତ ରାଷ୍ଟ୍ରପତି ଥିଲେ। ଏହି ପ୍ରସଙ୍ଗରେ ନିର୍ବାଚନରେ ​​ବିଜୟ ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ […]

Continue Reading

ଶ୍ରୀରାମ ମନ୍ଦିର ଜନ୍ମଭୂମି ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନିତ୍ୟ ଗୋପାଳଦାସ ଙ୍କ ନିଧନ ନେଇ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମିଥ୍ୟା ଅଟେ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ହସ୍ପିଟାଲ୍ ଗ୍ରସ୍ତର ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ଜଣେ ବ୍ୟକ୍ତିଙ୍କ ସାମନାରେ ନତମସ୍ତକ ହୋଇ ତାଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ସେହି ବ୍ୟକ୍ତି ହେଉଛନ୍ତି ଶ୍ରୀରାମ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳଦାସ। ତାଙ୍କ ନିଧନ ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଖରାପ ରାସ୍ତାର ଭିଡିଓକୁ ଭାରତର ବୋଲି ଦାବି କରାଯାଉଛି

ଏକ ରାସ୍ତା ମଧ୍ୟରୁ ପଣି ବାହାରୁ ଥିବା ଭିଡିଓ ସୋସିଆଲ ଇଡ୍ୟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାରତର ବୋଲି ଦାବି କରା ଯାଉଛି। ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସ୍ପେସ୍ ଟେକ୍ନୋଲୋଜି ବିଷୟରେ ପ୍ରଶ୍ନ କରା ଯାଉଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ସେଣ୍ଟ୍ରାଲ୍ ଆମେରିକାର ଗୁଆଟେମାଲା ଦେଶର ଘଟଣା ଅଟେ ଯାହାକୁ ଭାରତର କହି ସେୟାର କରା ଯାଉଛି।  କ’ଣ ଦାବି କରା […]

Continue Reading

କ’ଣ ମୋହନ ମାଝୀଙ୍କ ଶପଥ ଗ୍ରହଣ ସଭାରେ ରାଷ୍ଟ୍ରଗାନ ଶେଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେୟାରରେ ବସି ଯାଇଥିଲେ? 

ପ୍ରଥମ ଥର ପାଇଁ ଓଡ଼ିଶାରେ ବିଜେପି ସରକାର ଗଠନ କରିଛି। ନିର୍ବାଚନ ଜିତିବା ପରେ ମୋହନ ଚରଣ ମାଝୀଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ କରା ଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଶପଥ ଗ୍ରହଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହ, ଜେପି ନଡ୍ଡା ଏବଂ ଅନ୍ୟାନ୍ୟ ପାର୍ଟି ସଦସ୍ୟ ଯୋଗଦାନ ଦେଇଥିଲେ। ଏହି ଘଟଣା ଜଡ଼ିତ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ଭିଡିଓରେ ଦେଖିବାକୁ ମିଳିଛି ଯେ ରାଷ୍ଟ୍ରଗାନ ଆରମ୍ଭ ହେବା ପରେ ସମସ୍ତ […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଚିଡ଼ା ହୋଇଥିବା ମହିଳା ତାଙ୍କ ପତ୍ନୀ ଅଟନ୍ତି? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସହିତ ଚିଡ଼ା ହୋଇଥିବା ଏକ ମହିଳାଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହା ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପତ୍ନୀଙ୍କର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଫୋଟୋରେ ଥିବା ମହିଳା ସେହି ସମୟର ଗୁଜରାଟର ଶିକ୍ଷାମନ୍ତ୍ରୀ ହେମନ୍ତ ଚପଟୱାଲାଙ୍କ ଝିଅ ବନ୍ଦନା ଅଟନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ? ଫୋଟୋ ସେୟାର କରି ଜଣେ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିନା ନିଆ ରେ ଖାଦ୍ଯ ରାନ୍ଧୁଛନ୍ତି? ଜାଣନ୍ତୁ ସତ୍ୟତା। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ବିହାରର ପାଟନାସ୍ଥିତ ତାଖତ ଶ୍ରୀ ହରିମାନନ୍ଦ ଜୀ ପାଟନା ସାହିବ ଗୁରୁଦ୍ୱାଡ଼ା ପରିଦର୍ଶନ କରି ପୂଜାପାଠ ରୀତିନୀତି କରିଥିଲେ। ଏହା ପରେ ସୋସିଆଲ ଏହା ନେଇ ଅନେକ ଫୋଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା। ସେହି ଗୁରୁଦ୍ୱାରାରେ ତାଙ୍କର ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଖାଦ୍ୟ ରାନ୍ଧୁଥିବା ନଜର ଆସିଛନ୍ତି।  ଭାଇରାଲ ଫୋଟୋରେ ଏକ ବିଶାଳ ହାଣ୍ଡିରେ ଖାଦ୍ୟ ରାନ୍ଧୁଥିବା ବେଳେ ସେଥିରେ କୌଣସି […]

Continue Reading

କ’ଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଛନ୍ତି? ଜାଣନ୍ତୁ ସତ୍ୟତା।

୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ଓଡ଼ିଶାରେ ବିଶାଳ ରେଲି କରୁଛି। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ବିଜେପି ନିର୍ବାଚନ ଜିତିବା ପରେ ଓଡ଼ିଶାକୁ ସର୍ବଶ୍ରେଷ୍ଟ ରାଜ୍ୟରେ ପରିଣତ କରି ଦେବ। ବର୍ତ୍ତମାନ ସୋସିଆଲ ମିଡିଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ନବୀନ ପଟ୍ଟନାୟକଙ୍କର ଫୋଟୋ ଧରି ଚିଡ଼ା ହେଇଥିବା ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋକୁ ଏପରି ସେୟାର କରା ଯାଉଛି ଯେ […]

Continue Reading

ପ୍ରଧାନମନ୍ତ୍ରୀ  ମୋଦୀଙ୍କ ରେଲିରେ ଲୋକଙ୍କ ବିଶାଳ ଭିଡ଼ର ଫୋଟୋ ନକଲି ଅଟେ। 

୨୦୨୪ ଲୋକସଭା ନିର୍ବାଚନ ଚାଲୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ମୋଦୀଜି ଏକ ବିଶାଳ ଭିଡ଼ ସାମନା ରେ ବସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ମୋଦୀଙ୍କୁ ଏତେ ଲୋକଙ୍କ ସମର୍ଥନ ଅଛି। ବିରୋଧୀ ଦଳର ପରିହାସ କରି କୁହା ଯାଇଛି ଯେ ମୋଦୀ ଇଭିଏମ୍ ହ୍ୟାକ୍ କରି ଏଭଳି କରିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଏଲ.କେ. ଆଡଭାନୀଙ୍କୁ ଭାରତ ରତ୍ନ ଦେବା ସମୟରେ ରାଷ୍ଟ୍ରପତି ମୁର୍ମୁଙ୍କୁ ବସିବା ପାଇଁ ଚେୟାର ଦିଆଯାଇନଥିଲା? ଜାଣନ୍ତୁ ସତ୍ୟତା। 

ବିଜେପି ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ମାନଜନକ ଭରତ ରତ୍ନ ପ୍ରଦାନ କରିଥିଲେ। ତାଙ୍କ ଅସୁସ୍ଥତା କାରଣରୁ ମନୋନୀତ ହୋଇଥିବା ନେତାଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉପସ୍ଥିତ ଥିଲେ। ଏହା ପରେ ଭାରତର ରାଷ୍ଟ୍ରପତିଙ୍କର ଟ୍ୱିଟର ଆକାଉଣ୍ଟରେ ଏହି ଅବସରର ଫୋଟୋ ସେୟାର କରାଯାଇଥିଲା। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସେହି ଫୋଟୋ ସେୟାର କରି କହିଛନ୍ତି ଯେ ରାଷ୍ଟ୍ରପତି ଠିଆ ହୋଇଥିବାବେଳେ ଚେୟାରରେ ବସି ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

କ’ଣ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରସିଦ୍ଧ ଗାୟକ ରିହାନାଙ୍କୁ ଅନୁପଯୁକ୍ତ ଭାବରେ ଦେଖୁଛନ୍ତି? ଜାଣନ୍ତୁ ସତ୍ୟତା। 

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରିହାନାଙ୍କ ଏକ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ରିହାନା ପ୍ରଧାନମନ୍ତ୍ରୀଙ୍କ ନିକଟରେ ବସିଥିବା ସମୟରେ ମୋଦୀଜି ତାଙ୍କୁ ଅନୁପଯୁକ୍ତ ଭାବରେ ଦେଖୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହା ନେଇ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା ଏବଂ ପରିହାସ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ଏଡିଟେଡ୍ ଫୋଟୋ ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ଜଣେ ସୋସିଆଲ […]

Continue Reading

କ’ଣ ଯଶୋଦାବେନ୍ ମୋଦୀଙ୍କ ବିରୁଦ୍ଧରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ। 

ବିଗତ କିଛି ଦିନ ପୂର୍ବରୁ RJD ପାର୍ଟି ଅଧ୍ୟକ୍ଷ ଲାଲୁଆ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ପାଟଣାର ଗୋଟିଏ ରେଲିରେ ଭାଷଣ ଦେଇଥିଲେ। ତାଙ୍କ ଭାଷଣରେ ସେ କହିଥିଲେ ଯେ ମୋଦୀଙ୍କ କୌଣସି ପରିବାର ନାହିଁ ଏବଂ ସେ ଜଣେ ପ୍ରକୃତ ହିନ୍ଦୁ ନୁହଁନ୍ତି। ଏହାର ଉତ୍ତଟରେ ପ୍ରଧାନମନ୍ତି ମୋଦୀ କହିଥିଲେ ଯେ ଭାରତର ୧୪୦ କୋଟି ଲୋକ ତାଙ୍କ ପରିବାର ଅଟନ୍ତି।  ଏହି ପ୍ରସଙ୍ଗରେ ବର୍ତ୍ତମାନ ମୋଦୀଙ୍କ ପତ୍ନୀ ଯଶୋଦାବେନଙ୍କ ନାମରେ ଏକ ଟୁଇଟ […]

Continue Reading

କ’ଣ ମୋଦୀ ସରକାର ବିଦେଶରେ ୨୬୮ ଟନ୍ ସୁନା ବନ୍ଧକ ରଖିଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଅଭିଯୋଗ ଲଗାଇଥିବା ଏକ ଖବର କାଗଜ କ୍ଲିପର ଫୋଟୋ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ମୋଦୀ ସରକାର ଗୋପନୀୟ ଉପାୟରେ ବିଦେଶରେ 268 ଟନ୍ ସୁନା ବନ୍ଧକ ରଖିଛନ୍ତି ଯାହାର ସୂଚନା ଏକ ଆରଟିଆଇ ଦ୍ଵାରା ସାମନାକୁ ଆସିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ରିଜର୍ଭ ବ୍ଯାଙ୍କର ସୁନା ୧୯୯୯ ମସିହାରୁ ବିଦେଶରେ ଅଛି, ମୋଦୀ ସରକାର ଶାସନ ସମୟରେ […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି ମୋଦୀ ଏବଂ ଅମିତ ଶାହ ଶାସନକୁ ଆସିଲେ ତେବେ ସେମାନେ ପାକିସ୍ତାନକୁ ନଷ୍ଟ କରି ଦେବେ? ଜାଣନ୍ତୁ ସତ୍ୟ। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ୨୦୧୯ ରେ ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି କେଜ୍ରିୱାଲଙ୍କୁ କହୁଥିବା ଶୁଣିବାକୁ ମିଳିଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି। ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ […]

Continue Reading

କ’ଣ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ମେଘକୁ ହାତ ହାଳାଉଛନ୍ତି? ଜାଣନ୍ତୁ ସତ୍ୟ। 

୨୫ ନଭେମ୍ବରରେ ପ୍ରଧାନମନ୍ତ୍ରୀ ମୋଦୀ ତେଜସ୍ ଯୁଧ୍ୟ ବିମାନରେ ୩୦ ମିନିଟ ପର୍ଯ୍ୟନ୍ତ ଆକାଶରେ ଯାତ୍ରା କରିଥିଲେ। ଏପରି କରିଥିବା ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଇଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଆକାଶରେ ତେଜସ୍ ଯୁଧ୍ୟ ବିମାନରେ ଯାତ୍ରା କରୁଥିବା ସମୟରେ ବାହାରକୁ ଦେଖି ହାତ ହଲାଉଥିବା ନଜର ଆସୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

କ’ଣ ବିଶ୍ଵ କପ୍ ଫାଇନାଲ୍ ରେ ଅଷ୍ଟ୍ରେଲିଆ ଅଧିନାୟକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ନ ଜଣାଇ ପୁରସ୍କାର ବିତରଣ ଉତ୍ସବ ଛାଡି ପଳାଇ ଥିଲେ? ଜାଣନ୍ତୁ ସତ୍ୟ। 

୧୯ ନଭେମ୍ବର ରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ କ୍ରିକେଟ୍ ବିଶ୍ଵ କପ୍ ୨୦୨୩ ର ଫାଇନାଲ୍ ମ୍ୟାଚ୍ ଅହମଦାବାଦରେ ଖେଳା ଯାଇଥିଲା। ଭାରତକୁ ପରାସ୍ତ କରି ଅଷ୍ଟ୍ରେଲିଆ ବିଶ୍ଵ କପ୍ ଟ୍ରଫି ବିଜେତା ହୋଇଥିଲା। ମ୍ୟାଚ୍ ଶେଷ ହେବା ପରେ ପୁରସ୍କାର ସମାରୋହର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ଟ୍ରଫି ଧରିଥିବାର ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାଟ୍ କମିନ୍ସଙ୍କୁ ଦେଖି ମଞ୍ଚରୁ ଦୂରେଇ […]

Continue Reading

କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ବା ଡାନ୍ସ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ନଭେମ୍ବରରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ ଏବଂ ତେଲେଙ୍ଗାନା ପାଞ୍ଚଟି ରାଜ୍ୟର ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ମଧ୍ୟରେ ଜଣେ ବ୍ୟକ୍ତି ମଞ୍ଚ ଉପରେ ଗର୍ବା ନାଚୁଥିବାର ଭିଡିଓ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଭିଡିଓରେ ନାଚୁଥିବା ବ୍ୟକ୍ତି ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ବ୍ୟକ୍ତି ନରେନ୍ଦ୍ର ମୋଦୀ ନୁହଁନ୍ତି, ସେ ଜଣେ ସମାଜ ସେବି ଅଟନ୍ତି […]

Continue Reading

ଯଶୋଭୁମି ଉଦ୍ଘାଟନ ପାଇଁ ଆସିଥିବା କାରିଗରମାନଙ୍କ ଫୋଟୋ ମିଥ୍ୟା ଦାବିରେ ଭାଇରାଲ ହେଉଛି। ବିସ୍ତାରରେ ସତ୍ୟତା ଜାଣନ୍ତୁ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୭ ସେପ୍ଟେମ୍ବର ରେ ତାଙ୍କ ଜନ୍ମଦିନରେ ଦିଲ୍ଲୀର ଦ୍ୱାରକାଠାରେ ଭାରତ ଆନ୍ତର୍ଜାତୀୟ ସମ୍ମିଳନୀ ଏବଂ ଏକ୍ସପୋ ସେଣ୍ଟର ଯଶୋବୋମିର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିଥିଲେ। ଏହି ଉଦ୍ଘାଟନ ସମୟର ଦୁଇଟି ଫୋଟୋ  ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ପ୍ରଥମ ଫୋଟୋରେ ପ୍ରଧାନମନ୍ତ୍ରୀ ମୋଦୀ ହାଣ୍ଡି ନିର୍ମାଣ କାରିଗରଙ୍କ ନିକଟରେ ବସିଥିବା ଦେଖିବାକୁ ମିଳିଛି ଏବଂ ଦ୍ଵିତୀୟ ଫୋଟୋରେ ସେ ଜଣେ ମୋଚି ସମ୍ମୁଖରେ ଜୋଟା ଦେଖୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି […]

Continue Reading

କ’ଣ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ସମୟରେ ଲୋକ ମାନେ ଏହି ବିରୋଧ ପ୍ରଦର୍ଶନ କରିଥିଲେ? ଜାଣନ୍ତୁ ସତ୍ୟ।

ଗତ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆମେରିକା ଗସ୍ତ ମୁଖ୍ୟ ପ୍ରସଙ୍ଗରେ ଆସିଛି। ସେ ରାଷ୍ଟ୍ରପତି ଜୋ ବିଡେନଙ୍କୁ ଭେଟି ଆମେରିକା କଂଗ୍ରେସକୁ ସମ୍ବୋଧିତ କରିଥିଲେ। ମୋଦୀଙ୍କ ଆମେରିକା ଗସ୍ତ ସହ ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ନିକଟରେ ଆମେ ଏକ ଭିଡିଓ ସାମ୍ନାକୁ ଆସିଥିଲୁ ଯେଉଁଥିରେ ରାସ୍ତାରେ ଅନେକ ଲୋକ ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି। ପ୍ରଦର୍ଶନ ସମୟରେ ସେମାନେ […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ ପୃଥିବୀର ସର୍ବୋତ୍ତମ ଶେଷ ଆଶା’ ବୋଲି ଏକ ସମ୍ବାଦ ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଆମେରିକା ଗସ୍ତରେ ଯାଇଥିଲେ ଏବଂ ସେଠାରେ ସେ ରାଷ୍ଟ୍ରପତି ଜୋ ବାଇଡେନ, ଅନ୍ୟାନ୍ୟ ନେତା ଏବଂ ବ୍ୟବସାୟୀଙ୍କ ସହ ସାକ୍ଷାତ କରିଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଚର୍ଚ୍ଚା ଦେଖିବାକୁ ମିଳିଛି।  ଏହି ପ୍ରସଙ୍ଗରେ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ‘ଦି ନ୍ୟୁୟର୍କ ଟାଇମ୍ସ’ ଖବରକାଗଜର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରା ଯାଇଛି ଯେ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ ‘ମୋଦୀ […]

Continue Reading

ମୋଦୀ ନେହେରୁଙ୍କୁ ପ୍ରଣାମ କରୁଥିବା ଫୋଟୋ ଏଡିଟେଡ୍ ଅଟେ। ମୋଦୀ ନେହରୁକୁ ନୁହେଁ ବରଂ ଗାନ୍ଧୀଙ୍କୁ ପ୍ରଣାମ କରୁଛନ୍ତି।

ନେହେରୁଙ୍କ ପ୍ରତିମୂର୍ତ୍ତିକୁ ପ୍ରଣାମ କରୁଥିବା ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଶେଷରେ ମୋଦୀ ନେହେରୁଙ୍କ ପାଦ ଧରିଲେ।  ଭାଇରାଲ ପୋଷ୍ଟ ସହିତ ୟୁଜର୍ସ ଲେଖିଛନ୍ତି ଯେ,- ଦ୍ୱାପର ଯୁଗରେ ଭଗବାନ ଗଧ ପାଦ ଧରିଥିଲେତ….. ଫେସବୁକ  ଅନୁସନ୍ଧାନ- ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୂଗଲରେ ପକାଇ ରିଭର୍ସ ଇମେଜ ସର୍ଚ କରିଲୁ। ସର୍ଚରେ ଆମକୁ  08 ଅଗଷ୍ଟ 2020 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

Continue Reading

ଅସଲି ଫୋଟୋକୁ ଏଡିଟ୍ କରି ସେଥିରେ ହିଟଲରର ଫୋଟୋ ଯୋଡି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସହିତ ତୁଳନା କରା ଯାଉଛି।

କର୍ଣ୍ଣାଟକା ନିର୍ବାଚନ ନିକଟ ହେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ରେଲି କରୁଛନ୍ତି। ଏହି ସମୟରେ ସେ ଅନେକ ରୋଡ୍ ଶୋ ମଧ୍ୟ କରିଛନ୍ତି। କର୍ଣ୍ଣାଟକର କୁଳବର୍ଗୀ ଜିଲ୍ଲାରେ ପ୍ରଧାନମନ୍ତି କିଛି ପିଲା ମାନଙ୍କୁ ମଧ୍ୟ ଭେଟିଥିଲେ। ସେହି ସମୟରେ ତାଙ୍କର ଏବଂ ପିଲା ମାନଙ୍କ ମଝିରେ ଏକ କଣ୍ଟା ତାର ର ବାଡ ରହିଥିଲା। ବିପକ୍ଷ ଏହା ନେଇ ମୋଦୀଙ୍କୁ ନିନ୍ଦା କରୁଛନ୍ତି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ସହିତ ଇଦ୍ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଇସଲାମ ଧର୍ମ ଗୁରୁଙ୍କୁ ଆଲିଙ୍ଗନ କରିଛନ୍ତି। ସେହି ସମୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏବଂ ମୁସ୍ଲିମ ସମୁଦାଯର ଅନେକ ଲୋକ ଉପସ୍ଥିତ ଅଛନ୍ତି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ମୁସ୍ଲିମ ସମୁଦାଯ ଲୋକଙ୍କ ମଧ୍ୟରେ ଯାଇ ଇଦ୍ ପାଳନ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା […]

Continue Reading

କ’ଣ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସ୍ ହସ୍ତାକ୍ଷର କରିଥିବା କୁଳପତି କେ.ଏସ୍ ଶାସ୍ତ୍ରୀଙ୍କର ୧୯୮୧ ମସିହାରେ ଦେହାନ୍ତ ହୋଇଥିଲ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ ଓ ବିତର୍କ ଚାଲିଛି। ନିକଟରେ ଗୁଜୁରାଟ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ହାସଲ କରିବା ପାଇଁ ସୂଚନା ଅଧିକାର (ଆରଟିଆଇ) ବ୍ୟବହାର କରିଥିବାରୁ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ୨୫,୦୦୦ ଜୋରିମାନା କରିଛନ୍ତି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୁଜୁରାଟ ବିଶ୍ଵବିଦ୍ୟାଳୟ କୁଳପତି କେ ଏସ୍ ଶାସ୍ତ୍ରୀଙ୍କ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ଵବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା […]

Continue Reading

କ’ଣ ରାହୁଲ ଗାନ୍ଧୀ ୨୦୧୩ ରେ ଦୋଷୀ ସାଂସଦମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ଅଧ୍ୟାଦେଶକୁ ଚିରି ଦେଇଥିଲେ? ଜାଣନ୍ତୁ ସତ୍ୟ।

‘ସମସ୍ତ ଚୋରଙ୍କ ନାମ ମୋଦୀ କାହିଁକି’ ଏକ ଭାଷଣରେ କହିଥିବା କାରଣରୁ ରାହୁଲ ଗାନ୍ଧୀଙ୍କୁ ନିକଟରେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ସଂସାଦରେ ତାଙ୍କ ସଦସ୍ଯତାକୁ ଗୁଜରାଟ ନ୍ୟାୟଳୟ ବାତିଲ କରିଥିଲା। ଲୋକସଭା ସଚିବାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପ୍ରତିନିଧୀ ଅଧିନିୟମ (1951) ଏବଂ ସମ୍ବିଧାନର ଧାରା 102 (1) ଅନୁଯାୟୀ ବାତିଲ କରାଯାଇଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ ରାହୁଲ ଗାନ୍ଧୀ କାଗଜ ଚିରୁଥିବା ଏକ ଫୋଟୋ ସୋସିଆଲ […]

Continue Reading

କ’ଣ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶରେ ନିଜ ଭାଷଣରେ ଭାରତର ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କୁ ସମ୍ବୋଧିତ କରିବାବେଳେ ମୋଦୀ ସରକାରଙ୍କ ଉପରେ କଡ଼ା ଅଭିଯୋଗ ଲଗାଇଥିଲେ। ଏହା ପରେ ବିଜେପି ଏହାର ପ୍ରତିଶୋଧ ନେଇ କହିଛି ଯେ କଂଗ୍ରେସ ନେତାମାନେ ନିଜ ଦେଶକୁ ବିଦେଶୀ ଦେଶରୁ ବଦନାମ କରିବା କାମ କରୁଛନ୍ତି। ଏହି ସମସ୍ତ ଅଭିଯୋଗ ଏବଂ ପ୍ରତିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର 22 ସେକେଣ୍ଡର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଛି। ଏହି ଭିଡିଓରେ ମୋଦୀଙ୍କୁ କହିବାର […]

Continue Reading

କ’ଣ ସମ୍ବିତ ପାତ୍ର ଟୁଇଟ ମାଧ୍ୟମରେ କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ରହିଥିଲେ? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ସମ୍ବିତ ପାତ୍ରଙ୍କର ଏକ ଟୁଇଟ ଭାଇରାଲ ହେବାରେ ଲାଗିଛି। ଟୁଇଟ ମାଧ୍ୟମରେ ସମ୍ବିତ ପାତ୍ର କହିଛନ୍ତି ଯେ ମୋଦୀଜିଙ୍କର ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଅବିବାହିତ ଥିଲେ।  ଟୁଇଟରେ ରେ କୁହା ଯାଇଛି ଯେ ମୋଦୀଜି ଦେଶ ପାଇଁ ନିଜ ପରିବାରକୁ ତ୍ୟାଗ କରିଛନ୍ତି ଏବଂ ତାଙ୍କ ଦାଦାଜି ନିଜ ଶେଷ ସମୟ ପର୍ଯ୍ୟନ୍ତ ଦେଶର ହିତ ପାଇଁ ଅବିବାହିତ ରହିଥିଲେ। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ ପାକିସ୍ତାନ ସମର୍ଥନରେ ଭାଷଣ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି ଦର୍ଶାଯାଇଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି | ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ ପଡୁଛି। ଯଦି ଏ ମାନେ […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି ମୁର୍ମୁ, ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କର ଅଟେ? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୟୁପି ମୁଖ୍ୟ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୋଲି ଦାବି କରାଯାଇଥିବା ଚାରିଟି ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ଗୁଡ଼ିକ ଉପରୋକ୍ତ ନେତା ମାନଙ୍କର ଯୁବକ ଥିବା ସମୟର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଏଡିଟ୍ କରି ମିଥ୍ୟା ପ୍ରଚାର କରା […]

Continue Reading

କ’ଣ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟର ଗୁଜୁରାଟ ନିର୍ବାଚନରେ ବିଜେପି କୁ ବଡ଼ ଜିତ ହାସଲ ହେଇଛି। ୧୮୨ ଟି ସିଟ ରୁ ନିର୍ବାଚନରେ ବିଜେପି ୧୫୬ ସିଟ୍ ଉପରେ ବିଜଯ ପାଇଛି। ଏହା ବିଜେପିର ଗୁଜୁରାଟରେ ସବୁଠାରୁ ବଡ଼ ବିଜଯ ବୋଲି ଦାବି କରା ଯାଉଛି।  ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ କିଛି ମୁସ୍ଲିମ ମହିଳା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି […]

Continue Reading

ସୁରଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ରେ ‘କେଜ୍ରିୱାଲ’ ସ୍ଲୋଗାନ ଉଠାଯାଇ ନାହିଁ; ଭାଇରାଲ୍ ଭିଡିଓ ଏଡିଟ୍ କରା ଯାଇଛି।

ଗୁଜୁରାଟ ବିଧାନସଭା ନିର୍ବାଚନରେ ​​2022 ରେ ନେତାଙ୍କ ଭାଷଣ ଏବଂ ରେଲି ଚରମ ସୀମାରେ ପହଞ୍ଚିଛି। ସେମାନଙ୍କ ସହ ଜଡିତ ଅନେକ ନକଲି ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ’ର ଭିଡିଓ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭିଡିଓ ମାଧ୍ୟମରେ ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ସୁରଟରେ ପ୍ରଧାନମନ୍ତ୍ରୀଙ୍କ ରୋଡଶୋରେ ‘କେଜ୍ରିୱାଲ’ଙ୍କ ସମର୍ଥନରେ ନାରା ଦିଆଯାଇଛି। ଭିଡିଓରେ ରୋଡ ସୋରେ ଉପସ୍ଥିତ ସମର୍ଥକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ […]

Continue Reading

କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି? 

‘ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲ୍’ ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁଥି୍ରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା 52% ସହ ଆଗୁଆ ଅଛନ୍ତି ଏବଂ ନରେନ୍ଦ୍ର ମୋଦୀ 46% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାଇରାଲ ପୋଷ୍ଟକୁ ଦେଖି ଜଣା ପଡ଼ୁଛି ଭାରତ ଯୋଡ଼ ପରେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି।  ମୋର ନେତା କୀର୍ତ୍ତି ଭାଇ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ […]

Continue Reading

କ’ଣ ଭାଇରାଲ ଭିଡିଓରେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶରେ ବଢୁଥିବା ଦର ନେଇ ପ୍ରଶ୍ନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦେଇଥିବା ଭାଷଣର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାଜନାଥ ସିଂ କହିଛନ୍ତି ଯେ, “ଆମର ପ୍ରଧାନମନ୍ତ୍ରୀ ବାରମ୍ବାର ନିଶ୍ଚିତ କରନ୍ତି, ହେ ମୋର ଭଉଣୀ ଏବଂ ଦେଶର ଭାଇମାନେ, ବ୍ୟସ୍ତ ହୁଅନ୍ତୁ ନାହିଁ, ୧୦୦ ଦିନ ମଧ୍ୟରେ, ଆମେ ୬ ମାସ ମଧ୍ୟରେ ଦେଶରେ ବଢୁଥିବା ଦର ନିୟନ୍ତ୍ରଣ କରିବୁ। ନଅ ବର୍ଷ ବିତିଗଲା, ପ୍ରଧାନମନ୍ତ୍ରୀ କାହିଁକି ଦେଶର ଲୋକଙ୍କୁ ଏପରି ମିଥ୍ୟା ଆଶ୍ୱାସନା ଦିଅନ୍ତି?” […]

Continue Reading

ନା, ପିଏମ ମୋଦୀ କ୍ୟାମେରା ଲେନ୍ସ କ୍ୟାପ ଅପସାରଣ ନକରି ଫଟୋ କ୍ଲିକ୍ କରୁନାହାଁନ୍ତି!

୧୭ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିବା ବେଳେ କିଛି ଉପଭୋକ୍ତା ଏକ ବିଭ୍ରାନ୍ତିକର ଦାବି ସହିତ ପ୍ରଧାନମନ୍ତ୍ରୀଙ୍କ ଫୋଟୋ ସେୟାର କରିଛନ୍ତି। ଫୋଟୋରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତି ମୋଦୀ କ୍ୟାମେରାର ଲେସ୍ନ ନ କାଢି ଫୋଟୋ କ୍ଲିକ୍ କରୁଛନ୍ତି।  କିଛି ଉପଭୋକ୍ତା ଏହି ସୁଯୋଗ ନେଇ ପିଏମ ମୋଦୀଙ୍କୁ ଏପରି ନିର୍ବୋଧ ଭୁଲ ପାଇଁ ସମାଲୋଚନା କରିଥିବା ସମୟରେ କିଛି ଲୋକେ […]

Continue Reading

କ’ଣ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି? ଭାଇରାଲ ଫୋଟୋର ସତ୍ୟତା ଜାଣନ୍ତୁ। 

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ କିଛି ଲୋକଙ୍କ ସହିତ ସାକ୍ଷାତ କରୁଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ୫୩ ଦେଶର ସଚିବଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମୁଖ୍ୟ ସଚିବ ଭାବରେ ନିଯୁକ୍ତ କରା ଯାଇଛି କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଜେନେଭା ଭିତ୍ତିକ ସଂଗଠନର ଆନ୍ତର୍ଜାତୀୟ ବ୍ୟବସାୟ ସମ୍ପ୍ରଦାୟ ସହିତ ମୋଦୀଙ୍କ ଫୋଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।  […]

Continue Reading

କ’ଣ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ମୁଗଳ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ମୋଦୀଜି ମୁଗଲ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?  ୨୨ ମଇ ୨୦୨୨ ରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଏହି ଭିଡିଓ ରେ ପ୍ରଧାନମନ୍ତ୍ରୀ ମୋଦୀ ମୁଗଲ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ନିମ୍ନରେ […]

Continue Reading

କ’ଣ ଭିଡିଓରେ ଆମେରିକା ରଅସ୍ତ୍ରାପତି ଜୋ ବାଇଡେନ୍ ମୋଦୀଙ୍କୁ ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲ୍ବନିଜଙ୍କୁ ଦେଖି ପାରିବେ। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରି ତାଙ୍କ ଅପମାନ କରିଛନ୍ତି।   ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ଜୋ ବାଇଡେନ୍ ଦ୍ଵାରା ପୁଣି ଘୋର ଅପମାନର ଶିକାର […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି। 

ବାରତାମାନ ଜ୍ଞାନବାପି ମସଜିଦ ବିବାଦ ବିବାଦ ଉପରେ  ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବାପି ମସଜିଦ ବିବାଦ ନେଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କୃସେଣ୍ଡୋ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଫୋଟୋ ଯୋଡା ଯାଇଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବରୁ ୟୁରୋପ୍ ଗସ୍ତରେ ଯାଇଥିଲେ। ସେଠାରେ ସେ ଅନେକ ରାଜନେତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ବିଭିନ୍ନ ବିଷୟରେ ଚର୍ଚ୍ଚା ମଧ୍ୟ କରିଥିଲେ। ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ମୋଦୀ ଏବଂ ଆଇସଲ୍ୟାଣ୍ଡ ପ୍ରଦାନମନ୍ତ୍ରୀଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ସେମାନେ ହ୍ୟାଣ୍ଡସ୍ୟାକ୍ କରୁଥିବା ସମୟରେ ଏକ ପୁସ୍ତକରେ ନେହେରୁଙ୍କ ଚିତ୍ର ଅଛି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଫୋଟୋକୁ […]

Continue Reading

ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।  ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା […]

Continue Reading

ପେଟ୍ରୋଲର ମୂଲ୍ୟ ବଢ଼ାଇବା ହେଉଛି ମୋଦୀ ଜିଙ୍କର ମାଷ୍ଟରଷ୍ଟ୍ରୋକ-  ସ୍ମୃତି ଇରାନୀ ?

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି ଯେ ଆମର ପ୍ରଧାନମନ୍ତ୍ରୀ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରି ଗରିବ ଲୋକଙ୍କୁ ସମର୍ଥନ କରିଛନ୍ତି ଏବଂ ଧନୀମାନଙ୍କ ବିରୋଧରେ ଏକ ମାଷ୍ଟର ଷ୍ଟ୍ରୋକ ସୃଷ୍ଟି କରିଛନ୍ତି।  ଆମେ ତଥାପି ଗରିବ ଲୋକଙ୍କ ପାଦକୁ ସୁରକ୍ଷିତ ରଖିଛୁ, ଯାହା ଦ୍ୱାରା ସେମାନେ ସେମାନଙ୍କର ଗାଡି ଏବଂ ରିକ୍ସା ଚଳାଇ ପାରିବେ। 12 ଏପ୍ରିଲ୍ ରେ Odisha Youth Congress ଫେସବୁକ ପେଜରେ […]

Continue Reading

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସଲି ଭିଡିଓରେ ସେ ନିଜକୁ ପଠାଣ ବୋଲି ସମ୍ବୋଧିତ କରି ନାହାନ୍ତି। 

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ କ୍ଲିପ୍ ଭାଇରାଲ ହେଉଛି। ଏହି କ୍ଲିପ୍ ରେ ଶୁଣିବାକୁ ମିଳିଛି ଯେ ମୋଦୀ ନିଜକୁ ଜଣେ ପଠାଣର ସନ୍ତାନ କହି ସମ୍ବୋଧିତ କରୁଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅସଲି ଭିଡିଓକୁ ଏଡିଟ୍ କରି ଏକ ଛୋଟ କ୍ଲିପ୍ ଭାଇରାଲ କରା ଯାଇଛି।  Facebook | Archive ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପୋଷ୍ଟ ଗୁଡିକରେ ଲେଖା ଯାଇଛି ଯେ […]

Continue Reading

କ’ଣ ଭାଇରାଲ ଫୋଟୋ ପ୍ରଧାନମନ୍ତ୍ରୀଙ୍କର ସମ୍ପ୍ରତି ସମୟରେ ଉତ୍ତରାଖଣ୍ଡରେ ହେଇଥିବା ଭର୍ଚୁଆଲ ରାଲିକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ନିର୍ବାଚନ ପାଖେଇ ଆସିଥିବାରୁ ବିଭିନ୍ନ ଦଳ ଅନେକ ସ୍ଥାନରେ ରେଲି କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହାକୁ ଗୁଜବ ପ୍ରଚାର କରିଇବାର ସୁଯୋଗ ଭାବରେ ବ୍ୟବହାର କରି ଅନେକ ଦଳକୁ ନିଚା ଦେଖାଉଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣା ପଡୁଛି ଯେ ଏହା ଏକ ରେଲି ସମୟର ଫୋଟୋ ଅଟେ। ଫୋଟୋ ସହିତ ଦାବି କରା ଯାଇଛି ଯେ ଏହା ନିକଟରେ ଉତ୍ତରାଖଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଆୟୋଜିତ […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading

କ’ଣ ଏହି ଭିଡିଓରେ କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ବ୍ୟକ୍ତିଙ୍କର ଏକ ନ୍ୟୁଜ ଚ୍ୟାନାଲରେ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ତାଙ୍କୁ ପ୍ରଶ୍ନ କରା ଯାଇଥିଲା ଯେ ଯେଉଁ ପ୍ରକାରରେ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ କୋରିଦାରର ଉଦଘାତନ କରିଛନ୍ତି, କ’ଣ ରାହୁଲ ଗାନ୍ଧୀ ଆସନ୍ତା ନିର୍ବାଚନରେ ତାଙ୍କ ମୁକାବିଲା କରି ପାରିବେ? ଏହାର ଉତ୍ତର ଦେଇ ସେହି ବ୍ୟକ୍ତି ଜଣ କହିଛନ୍ତି ଯେ ରାହୁଲ ଗାନ୍ଧୀ ନୁହେଁ ଏହା ସମସ୍ତଙ୍କ ପାଇଁ ଜଟିଳ ଅଟେ। ନରେନ୍ଦ୍ର ମୋଦୀ […]

Continue Reading

ଲୋକମାନେ ବାରାଣାସୀରେ ପିଏମ ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେଇଛନ୍ତି କି?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସଂଖ୍ୟାଧିକ ଲୋକ ମୋଦି ହାଏ ହାଏ ନାରା ଲଗାଉଥିବାର ଦେଖାଯାଉଛନ୍ତି। ନବୀକରଣ ହୋଇଥିବା କାଶୀ-ବିଶ୍ୱନାଥ କରିଡରର ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାରାଣାସୀରେ ଆସିଥିଲେ। ଭାଇରାଲ ଭିଡିଓରେ ଦର୍ଶାଯାଇଛି ଯେ ଯୋଗୀ ଆଦିତ୍ୟନାଥଙ୍କ ସହ ରାସ୍ତାରେ ଯିବାବେଳେ ଲୋକମାନେ ମୋଦୀ ବିରୋଧୀ ସ୍ଲୋଗାନ ଦେଉଛନ୍ତି। 25 ସେକେଣ୍ଡର ଭିଡିଓରେ ପୋଲିସ୍ ଭିଡକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଉଛି। ଭିଡିଓ ସହିତ ହିନ୍ଦୀ […]

Continue Reading

କ’ଣ ଭାଇରାଲ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଇ.ଏ.ଏସ୍ ଅଧିକାରିଣୀ ଅଞ୍ଜନା ଡୋଗ୍ରାଙ୍କର ପାଦ ଛୁଇଁଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ଵନାଥ ଯାତ୍ରାରେ ପରିଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଆୟୋଜିତ ଏକ ସମାରୋହରେ ସେ ଜଣେ ମହିଳାଙ୍କ ପାଦ ସ୍ପର୍ଶ କରିଥିଲେ। ସେହି ମୁହୂର୍ତ୍ତର ଏକ ଫୋଟୋ ସୋସିଆଲ ମିଡିଆରେ ସେୟାର କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହିଳା ଆଇ.ଏ.ଏସ ଅଧିକାରୀଙ୍କ ପାଦ ସ୍ପର୍ଶ କରୁଛନ୍ତି।  ଫ୍ୟାକ୍ତ କ୍ରିଷେଣ୍ଡୋ ଭାଇରାଲ ଦାବିଊ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ୧୬ […]

Continue Reading

ମୋଦିଙ୍କ ଚଟାଣ ସଫା କରୁଥିବା ଫଟୋ ଏଡିଟେଡ୍ ଅଟେ।

ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦାବି କରାଯାଇଛି, ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା କରୁଥିଲେ। ସେବା କାର୍ଯ୍ୟରେ ସହଯୋଗକୁ ସମ୍ମାନ ମିଳେ ଅଭିଯୋଗକୁ ନୁହେଁ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  26 ଅକ୍ଟୋବରରେ Manoj Dehury ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲ୍। ପୋଷ୍ଟରେ ଦାବିକରାଯାଇଛି ଯେ,ବହୁ ବର୍ଷ ପୂର୍ବେ ମୋଦୀ ଚଟାଣ ସଫା […]

Continue Reading

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନ୍ଲାଇନ୍ ଜନସାଧାରଣ ସଂଳାପର ମୂଳ ଭିଡିଓର ଛୋଟ କ୍ଲିପକୁ କାଟି ମିଥ୍ୟା ଦାବିରେ ଭାଇରାଲ ହେଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନଲାଇନ୍ ଜନସାଧାରଣ ସଂଳାପର କିଛି ସେକେଣ୍ଡର ଭିଡିଓ କ୍ଲିପ୍ ସୋସିଆଲ ମିଡିଆରେ ସେୟାର କରାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ ଦେଶର ଲୋକମାନେ କିପରି ସ୍ୱୀକାର କରୁଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ନୂତନ ଯୋଜନାର ଲାଭ ପାଇନାହାଁନ୍ତି। ଏହି ଭିଡିଓକୁ ସେୟାର୍ କରି ଅପମାନ ସହିତ ଲେଖାଯାଇଛି ଯେ, “ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ କୌଣସି ସାମ୍ବାଦିକ ସମ୍ମିଳନୀରେ କେବେ ଉପସ୍ଥିତ ହୁଅନ୍ତି ନାହିଁ। 9 ଅକ୍ଟୋବର ରେ Aam […]

Continue Reading

କ’ଣ ଏହି ଭାଇରାଲ ଭିଡିଓରେ ହେଉଥିବା ଆନ୍ଦୋଳନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିକଟରେ ଆମେରିକା ପରିଦର୍ଶନ ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଆମେ ଜାଣିଛୁ ଯେ ଗତ ମାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ଏହା ନେଇ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ଫୋଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଆମେ ଦେଖିବାକୁ ପାଇଲୁ ଯେ କିଛି ବିଦେଶୀ ଲୋକେ ନରେନ୍ଦ୍ର ମୋଦୀଙ୍କର ବିରୋଧ କରୁଛନ୍ତି। ରାସ୍ତାରେ ବିରୋଧ ପ୍ରଦର୍ଶନ ସମୟରେ ସେ ମାନେ ‘ମୋଦୀ ଭାରତର ହିଟଲର’ ନାରା ସହିତ କାଶ୍ମୀରରେ ଜନତାଙ୍କ ଉପରେ ଯନ୍ତ୍ରଣା […]

Continue Reading

କ’ଣ ଭାଇରାଲ ଭିଡିଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଗତ ମାସ ଆମେରିକା ପରିଦର୍ଶନର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

ଗତ ମାସ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହୟାରିଶଙ୍କ ସହିତ ସାକ୍ଷାତ କରିଥିଲେ। ସେ ବାଇଡେନଙ୍କ ସହିତ କରୋନା, ଜଳବାୟୁ ପରିବର୍ତନ ପରି ଅନେକ ବିଷୟରେ ଚର୍ଚ୍ଚା କରିଥିଲେ।  ମୋଦୀଙ୍କ ଆମେରିକା ପରିଦର୍ଶନ ନେଇ ଅନେକ ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାଗମ ଦେଖିବାକୁ ମିଳିଛି। […]

Continue Reading

ଭିଡିଓରେ କ’ଣ ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଛନ୍ତି ?

ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଜଣେ ରାଜନେତାଙ୍କ ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ନେପାଳ  ସଂସଦରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜଣେ ନେପାଳ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଆମ ଅନୁସନ୍ଦାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ। 18 ଜୁଲାଇରେ Gurukrushna Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୋଦି ବିଜେପି […]

Continue Reading

ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଥିବାର ଖୁଲାସା କରୁଛନ୍ତି ?

ସୋସିଆଲ ମିଡିଆରେ ବରିଷ୍ଠ ସାମ୍ବାଦିକ ପୁଣ୍ୟ ପ୍ରସନ୍ନ ବାଜପାଇଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଙ୍ଗଳାରେ ରେଡ୍ ପଡିଲା, ପ୍ରସିଦ୍ଧ ସାମ୍ବାଦିକଙ୍କ ଜବରଦସ୍ତ ଖୁଲାସା ଲାଇଭ୍ କହୁଥିବା ଦାବି କରାଯାଉଛି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ ଭାଇରାଲ୍ ଦାବି ମିଥ୍ୟା ଅଟେ। ଭାଇରାଲ୍ ଭିଡିଓରେ, ଦୁଇଟି ଭିନ୍ନ୍ ଭିଡ଼ିଓ କ୍ଲିପକୁ ମିଶାଇ ଖବର ପ୍ରସ୍ତୁତ କରାଯାଇଛି।  6 ଜୁଲାଇରେ Pravat Panigrahi ନାମକ ଜଣେ ଫେସବୁକ ୟୁଜର ଭାଇରାଲ […]

Continue Reading

କ’ଣ ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଧପୁରର ଏକ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା କଥା ବୁଝୁଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଯୁବକ ଦେଖା ଯାଉଛନ୍ତିଏବନ ସେ ଏହି ଫୋଟୋରେ ଅନ୍ୟ ମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଫୋଟୋ ସହିତ ଦାବି କରା ଯାଇଅଛି ଯେ ଏହା ୧୯୮୨ ମସିହାର ଫୋଟୋ ଅଟେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଜସ୍ଥାନ ଯୋଧପୁରର ଷୋଳଙ୍କିଆତଲା ଯାଇଥିଲେ। ସ୍ଥାନୀୟ ସରପଞ୍ଚ ନରପତସିଂ ରାଠୋର ମୋଦୀଙ୍କୁ ଆମନ୍ତ୍ରଣ କରିଥିଲେ। ସେ ସେହି ସମୟରୁ ମହାରାଷ୍ଟ୍ର, ଗୁଜୁରାଟ […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ନିଜ ଖବରକାଗଜରେ କାନ୍ଦୁଥିବା କୁମ୍ଭୀର ଫୋଟୋ ସହିତ “ଭାରତ ପ୍ରଧାନମନ୍ତ୍ରୀ କାନ୍ଦୁଛନ୍ତି” ବୋଲି ଖବର ପ୍ରକାଶିତ କରିଛି? ଜାଣନ୍ତୁ ସତ୍ୟ।

ପ୍ରଧାନମନ୍ତ୍ରୀ ମୋଦୀ କିଛି ଦିନ ପୂର୍ବରୁ କରୋନା ଭାଇରସ ଦ୍ଵାରା ଜୀବନ ଉପରେ ପ୍ରଭାବ ପଡ଼ିଥିବା କଥା ଏକ ପ୍ରସାରଣରେ କହିବା ସମୟରେ ନିଜ ଲୁହ ବୋହାଇଥିଲେ। ସେ କହିଥିଲେ “ଏହି ଭାଇରସ ଆମଠାରୁ ଅନେକ ପ୍ରିୟଜନଙ୍କୁ ଛଡାଇ ନେଇଛି। ମୁଁ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ସଦସ୍ୟ ହରାଇ ଥିବା ପରିବାର ପ୍ରତି ମୁଁ ସମବେଦନା ଜଣାଉଛି।” ଏହା ପରେ ନ୍ୟୁୟର୍କ ଟାଇମ୍ସ ପତ୍ରିକାର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଇଛି। ଏହି […]

Continue Reading

ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

ବଙ୍ଗଳାର ଷଷ୍ଠ ପର୍ଯ୍ୟାୟ ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 17 ଏପ୍ରିଲରେ ବଙ୍ଗଳା ପହଞ୍ଚିଥିଲେ। ଅମିତ ଶାହା ପ୍ରଥମେ ଅମଦଙ୍ଗା ଠାରେ ଏକ ରୋଡ୍ ସୋ ପ୍ରଦର୍ଶନ କରିଥିଲେ। ତା’ପରେ ନାଦିଆ ଜିଲ୍ଲାର ଛାପ୍ରା ଠାରେ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ  ଏହି ସଭାର ଭିଡିଓ କ୍ଲିପ୍ ର ଏକ ଛୋଟ ଅଂଶ ସେୟାର କରି ମିଥ୍ୟା ପ୍ରଚାର କରାଯାଉଛି। ଭିଡିଓରେ ଅମିତ ଶାହ କହୁଥିବାର ଦେଖାଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

କ’ଣ ନରେନ୍ଦ୍ର ମୋଦି ଖାଲି ପଡ଼ିଆକୁ ଦେଖି ନିଜ ହାତ ହଲାଉଛନ୍ତି? ଜାଣନ୍ତୁ ସତ୍ୟ।

ଆସାମ ଏବଂ ପଶ୍ଚିମବଙ୍ଗରେ ନିର୍ବାଚନ ପାଖେଇ ଆସୁଥିବାରୁ ସୋସିଆଲ ମିଡିଆରେ ନେତାଙ୍କ ସଭା ଓ ସମାବେଶରେ କେତେ ଜନସମାଗମ ହେଉଛି ସେ ନେଇ ଆଲୋଚନା ଲାଗି ରହେ। ଏହା ମଧ୍ୟରେ ନରେନ୍ଦ୍ର ମୋଦିଙ୍କର ଖାଲି ଭୂମିରେ ହାତ ବୁଲାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପୋଷ୍ଟ କରି ପରିହାସ କରି କୁହା ଯାଇଅଛି ଯେ “ଏତେ ଜନସମାଗମଯେ ଦେଖି ଆଖି ଲାଖି ଯାଉଛି।“  ଫେକ୍ଟ କୃସେଣ୍ଡୋର ଅନୁସନ୍ଧାନରେ ଏହି ଦାବି ଭୁଲ ପ୍ରମାଣିତ […]

Continue Reading

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପୁରୁଣା ଫଟୋ ଆନ୍ନା ହଜାରେଙ୍କ ସହ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବ୍ଲାକ ଏଂଡ ହ୍ୱାଇଟ ଫଟୋରେ ମୋଦୀ ଜଣେ ବ୍ୟକ୍ତିଙ୍କ ସହ ଠିଆ ହୋଇଥିବା ନଜର ଆସୁଛନ୍ତି। ଫଟୋରେ ଦାବି କରାଯାଉଛି ଯେ ବ୍ୟକ୍ତି ଜଣକ ସାମାଜିକ କାର୍ଯ୍ୟକର୍ତ୍ତା ତଥା ଆନ୍ଦୋଳନକାରୀ ଆନ୍ନା ହାଜାରେ ଏବଂ ଏହି ବିରଳ ଚିତ୍ର ଆରଏସଏସ କ୍ୟାମ୍ପରେ ନିଆଯାଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦିବା ମିଥ୍ୟା ଅଟେ। ନରେନ୍ଦ୍ର ମୋଦୀଙ୍କ ସହ […]

Continue Reading

ମୋଦୀ ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଥିଲେ?

2020 ରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା କୃଷକ ବିଲ୍ ବିରୋଧରେ ହଜାର ହଜାର କୃଷକ ଦିଲ୍ଲୀରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ନାତୁଣିକୁ ଦେଖିବା ପାଇଁ ଡାକ୍ତରଖାନା ଯାଇଛନ୍ତି। କିନ୍ତୁ ଏତେ ଶିତରେ ଦିଲ୍ଲୀର ପ୍ରତିବାଦ କରୁଥିବା କୃଷକଙ୍କ ସହ ଦେଖା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ଆମ […]

Continue Reading

ଅଦାନୀଙ୍କ ପତ୍ନୀଙ୍କୁ ମୋଦୀ ହାତ ଯୋଡ଼ି ପ୍ରଣାମ କରୁଛନ୍ତି ? ଜାଣନ୍ତୁ ଫଟୋରେଥିବା ମହିଳା କିଏ?

ବ୍ୟବସାୟୀ ଗୌତମ ଆଦାନୀଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଗୁଜବ ପ୍ରଚାର ହେବାକୁ ଲାଗିଛି।  ବିଜେପି ସରକାର ଅଦାନୀକୁ ଭାରତୀୟ ରେଳ ବିକ୍ରି କରିଥିବାର ଦାବି ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା, ଯାହାକୁ ଫ୍ୟାକ୍ଟକ୍ରିସେଣ୍ଡୋ ମିଥ୍ୟା ପ୍ରମାଣିତ କରିଛିଲା। ଏବେ ମଧ୍ୟ ଅଦାନୀଙ୍କ ପତ୍ନୀଙ୍କ ନାମରେ ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ପ୍ରଧାନମନ୍ତ୍ରୂ ମୋଦୀ ଜଣେ ମହିଳାଙ୍କୁ ହାତ ଯୋଡ଼ୁଥିବାର ଦେଖାଯାଉଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଅଦାନୀଙ୍କ ପତ୍ନୀଙ୍କୁ ମୋଦୀ ହାତ ଯୋଡ଼ି […]

Continue Reading

ପୁରୁଣା ଗ୍ରାଫକୁ ଅନ୍ୟ ଦେଶ ତୁଳନାରେ ଭାରତର ଜିଡିପି ଅଧିକ ଶକ୍ତିଶାଳୀ ଦାବିରେ ଭାଇରାଲ୍ହେଉଛି।

Biswajit Sethi ନାମକ ଜଣେ ଫେସବୁକ ୟୁଜର 3 ସେପ୍ଟେମ୍ବରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦାବି କରାଯାଇଛି ଯେ, 2020ରେ ଭାରତର ଜିଡିପି ଅନ୍ୟ ଦେଶମାନଙ୍କ ଅପେକ୍ଷା ଭଲ ଅଛି। ପୋଷ୍ଟରେ ଲେଖାଯାଇଛି ଯେ, ଆଜିର କୋରୋନା କାଳରେ ମଧ୍ୟ ଭାରତର ଜିଡିପି ମାମଲାରେ ଭାରତ ଅନ୍ୟ ଦେଶମାନଙ୍କୁ ପଛରେ ପକାଇ ଦେଖଇଛି।  ଭାଇରାଲ୍ ହେଉଥିବା ଗ୍ରାଫିକ୍ସ ଭାରତ ପାଇଁ 1.9% ଅଭିବୃଦ୍ଧି ହାର ଦାବି କରିଛି ଏବଂ ଅନ୍ୟ 16 ଟି ଦେଶ […]

Continue Reading

କ’ଣ ଟାଇମ ନରେନ୍ଦ୍ର ମୋଦି ମିଡିଆକୁ ସ୍ତନ୍ୟପାନ କରଉଥିବାର କାର୍ଟୁନ ବାନାଇଥିଲା? ଜାଣନ୍ତୁ ସତ୍ୟତା।

3 ଜାନୁଆରିରେ Satya Sagar ନାମକ ଜଣେ ଫେସବୁକ ୟୁଜର ନିଜ ଆକାଉଣ୍ଟରେ ଟାଇମର ଏକ ଫୋଟୋ ସେୟାର କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, ଦୁନିଆର ପ୍ରଷିଦ୍ଧ ପତ୍ରିକା ଟାଇମର କଭର ପେଜରେ ମୋଦି ଏଭଂ ମିଡିଆର ଏକ କାର୍ଟୁନ୍ ବନାଯାଇ ନରେନ୍ଦ୍ର ମୋଦିଙ୍କର ବିଶ୍ୱରେ କିପରି ଛବି ଅଛି ଗଣମାଧ୍ୟମ ସହ ତହା ଦର୍ଶା ଯାଇଛି। ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସ୍ତନ୍ୟପାନ କରାଉଥିବାର କାର୍ଟୁନ୍ ବନା ଯାଇଛି।  ଏଠାରେ ଲିଙ୍କ ଦେଖନ୍ତୁ-Facebook […]

Continue Reading