
ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳା ପ୍ରଭୁ ରାମଙ୍କର ଏକ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରୁଛନ୍ତି ଯେ ଭିଡିଓରେ ନାଚୁଥିବା ମହିଳା ହେଉଛନ୍ତି ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ନାଚୁଥିବା ମହିଳା ସମ୍ବଲପୁରର ଜିଲ୍ଲାପାଳ ନୁହନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକରି ମାନେ ଦାବି କରୁଛନ୍ତି, “ସମ୍ବଲପୁର ଜିଲ୍ଲାପାଳ ଅନନ୍ୟ ଦାଶଙ୍କର ସୁନ୍ଦର ନୃତ୍ୟ।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୮ ଜାନୁଆରୀ ୨୦୨୪ ରେ ୟୁଟ୍ୟୁବରେ ଅପ୍ଲୋଡ ହେଇଥିବା ମିଳିଲା। ମ୍ରଦୁଳା ମହାଜନ ନାମକ ଜଣେ ମହିଳା ଏହି ଭିଡିଓକୁ ଅପ୍ଲୋଡ କରିଥିଲେ। ଭିଡିଓର ଶୀର୍ଷକ ହେଉଛି, “ମେରେ ଘର ରାମ ଆୟେ ହେଁ ଡାନ୍ସ କୋରିୟଗ୍ରାଫି”
ଉପରୋକ୍ତ ତଥ୍ୟକୁ ନଜରରେ ରଖି ଆମେ ମୃଦୁଳା ମହାଜନଙ୍କର ଇଂଷ୍ଟାଗ୍ରାମ ଏକାଉଣ୍ଟ ସର୍ଚ୍ଚ କରିଲୁ। ଆମେ ଜାଣିବାକୁ ପାଇଲୁ ଯେ ସେ ନିଜ ଏକାଉଣ୍ଟ @mradula217 ରେ ଏହି ଡାନ୍ସ ୬ ଜାନୁଆରୀରେ ପୋଷ୍ଟ କରିଥିଲେ। ଏହି ଭିଡିଓ ସହିତ ସେ ଲେଖିଛନ୍ତି, “ନିର୍ବାସନରେ ଦୀର୍ଘ ସମୟ ବିତାଇବା ପରେ ରଘୁନନ୍ଦନ ପୁଣି ଥରେ ନିଜ ସହରକୁ ଫେରୁଛନ୍ତି। ଆମେ ଜାନୁଆରୀରେ ରାମ ନବମୀ ଏବଂ ଦୀପାବଳି ଏକା ସହିତ ପାଳନ କରିବା।“
ଏହି ଭିଡିଓ ଭାଇରାଲ ହେବ ଆ ପରେ ଅନନ୍ୟା ଦାସ ନିଜେ ଟୁଇଟ ମାଧ୍ୟମରେ କହିଛନ୍ତି ଯେ ଭିଡିଓରେ ଡାନ୍ସ କରୁଥିବା ମହିଳା ସେ ନୁହଁନ୍ତି। ସେ ଲେଖିଛନ୍ତି, “ପ୍ରକୃତରେ ଏକ ଭଲ ପ୍ରଦର୍ଶନ- କିନ୍ତୁ ଏହା ମୁଁ ନୁହେଁ”
ନିମ୍ନରେ ଆପଣ ମାନର ଅନନ୍ୟା ଦାସ ଏବଂ ଭିଡିଓରେ ନାଚୁଥିବା ମହିଳାଙ୍କ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ନାଚୁଥିବା ମହିଳା ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ନୁହଁନ୍ତି।

Title:କ’ଣ ପ୍ରଭୁ ରାମଙ୍କର ଏକ ସଙ୍ଗୀତରେ ନାଚୁଥିବା ଏହି ମହିଳା ସମ୍ବଲପୁରର ଜିଲ୍ଲାପାଳ ଅନନ୍ୟା ଦାସ ଅଟନ୍ତି? ଜାଣନ୍ତୁ ସତ୍ୟ।
Written By: Siddharth SahuResult: False
