କ’ଣ ଏହା ରାସ୍ତାରେ ନାଚୁଥିବା ଏକ ହାତୀର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

False Social

ହାତୀକୁ ନେଇ ଆମେ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖି ଆସିଛୁ। କିନ୍ତୁ ବର୍ତ୍ତମାନ ଏପରି ଏକ ଆଶ୍ଚର୍ଯ୍ୟ କରୁଥିବା ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ସଜ-ବାଜ ହୋଇଥିବା ହାତୀ ରାସ୍ତା ରେ ନାଚୁଛି। ଅନେକ ଲୋକ ଏହି ଭିଡିଓ ସେୟାର କରି ଦାବି କରୁଛନ୍ତି ଯେ ଏହା ଏକ ଅସଲି ହାତୀର ନାଚୁଥିବା ଭିଡିଓ ଅଟେ। 

ଭିଡିଓରେ ଏକ ସଜାଯାଇଥିବା ହାତୀ ବାଜା ଧ୍ୱନିରେ ନାଚୁଥିବା ଦେଖିବାକୁ ମିଳିଛି ଏବଂ ଲୋକମାନେ ଏହାର ଚାରିପାଖରେ ଏକତ୍ରିତ ହୋଇଛନ୍ତି। କିଛି ଲୋକ ବାଜା ବଜାଇବା ସମୟରେ ହାତୀ ନିକଟରେ ନାଚୁଛନ୍ତି। 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ହାତୀ ନାଚ କରିବାର କିଏ ଦେଖିଛ?”

Facebook | Archive

ସମାନ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। 

ଏହି ଖବରକୁ ନ୍ୟୁଜ୍ ୨୪ ହିନ୍ଦୀ ଏବଂ ଏବିପି ନ୍ୟୁଜ୍ ପରି ଗଣମାଧ୍ୟମ ମଧ୍ୟ ସେୟାର କରିଛନ୍ତି।

ଆମ ଅନୁସନ୍ଧାନ: 

ହାତୀର ଦ୍ରୁତ ଗତିରେ ନୃତ୍ୟ ସନ୍ଦେହ ସୃଷ୍ଟି କରିଥିଲା, ତେଣୁ ଆମେ ଭିଡିଓକୁ ଯତ୍ନର ସହ ବିଶ୍ଳେଷଣ କରିଥିଲୁ | ଯେତେବେଳେ ଆମେ ଭିଡିଓକୁ ଅତି ନିକଟରୁ ଦେଖିଲା ପରେ, ପଛରେ ମଳୟାଲାମ ଭାଷାରେ “ଇଲେଭେଞ୍ଜ” ଲେଖା ହୋଇଥିବା ଏକ ଦୋକାନର ନାମ ଥିବା ଏକ ବ୍ୟାନର ଦେଖିବାକୁ ମିଳିଲା। ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭିଡିଓଟି କେରଳର ଅଟେ। ଏହି ସୂଚନା ଉପରେ ଆଧାର କରି, ଏକାଧିକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘ଇଲେଭେଞ୍ଜ’ ପାଇଁ ଏକ କୀୱାର୍ଡ ସନ୍ଧାନ ଆମକୁ ଏକ ଇନଷ୍ଟାଗ୍ରାମ ଭିଡିଓକୁ ନେଇଗଲା। ଏହାକୁ ୟୁଜର୍ସ ‘ଅନିଲ ଆର୍ଟସ୍’ ଏବଂ ‘ଇଲେଭେଞ୍ଜ କାଦଭାଲ୍ଲୁର’ ଅପଲୋଡ୍ କରିଛନ୍ତି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଅନିଲ ଆର୍ଟ୍ସ ସହିତ ଯୋଗାଯୋଗ କରିଲା। ଅନିଲ ଆର୍ଟ୍ସ ତ୍ରିଭାଣ୍ଡ୍ରମ୍ ର କିଲିମାନୁରରୁ ଏକ ପ୍ରଫେସନାଲ୍ ପ୍ରୋଗ୍ରାମ୍ ବୁକିଂ ଏଜେନ୍ସି ଅଟେ। ସେ ମାନେ ଆମକୁ କହିଛନ୍ତି ଯେ ସେମାନେ ଏକ ହାତୀ ରୂପର ପୋଷାକ ନିର୍ମାଣ କରିଥିଲେ। ସେହି ପୋଷାକରେ କିଛି ମଣିଷ ମାନେ ସୁନ୍ଦର ଭାବରେ ନାଚିଥିଲେ। 

ଅନିଲ ଆର୍ଟ୍ସ ସାହାଯ୍ୟତାରେ ଆମେ ଇଲେଭେଞ୍ଜ କାଦଭାଲ୍ଲୁରଙ୍କ ସହିତ ମଧ୍ୟ ଯୋଗାଯୋଗ କରିଲୁ। ସେ ଆମକୁ ଜଣାଇଛନ୍ତି ଯେ ଭିଡିଓରେ କୌଣସି ପ୍ରକୃତ ହାତୀ ନାଚୁ ନାହିଁ। ଅନିଲ ଆର୍ଟ୍ସର କିଛି ସଦସ୍ୟ ମାନେ ହାତୀ ପୋଷାକ ପିନ୍ଧି ନାଚିଥିଲେ। ସେହି ପୋଷାକରେ ୨ ଟି ଲୋକ ଥିଲେ। 

ଆମେ ଇଲେଭେଞ୍ଜ କାଦଭାଲୁର ଏବଂ ଅନିଲ ଆର୍ଟସ୍ ଆକାଉଣ୍ଟରେ ‘ହାତୀ’ର କିଛି ଭିଡିଓ ସାମ୍ନାକୁ ଆସିଲୁ। ସେମାନଙ୍କ ମଧ୍ୟରୁ କେତେକ ଆପଣ ମାନେ ଏଠାରେ, ଏଠାରେ ଏବଂ ଏଠାରେ ଦେଖି ପାରିବେ।

ଶେଷକଥା: 

ଆମ ଅନୁସନ୍ଧାନ ରେ ଭାଇରାଲ ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଏହା ଗୋଟିଏ ହାତୀ ନାଚୁଥିବା ଭିଡିଓ ନୁହେଁ। ଏହା କେରଳର ଭିଡିଓ ଅଟେ ଯେଉଁଥିରେ କିଛି ଲୋକେ ହାତୀ ପୋଷାକ ପିନ୍ଧି ନାଚୁଛନ୍ତି। 

Avatar

Title:କ’ଣ ଏହା ରାସ୍ତାରେ ନାଚୁଥିବା ଏକ ହାତୀର ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *