ବାଂଲାଦେଶରେ ୫ ଅଗଷ୍ଟ ୨୦୨୪ ରେ ଶେଖ୍ ହସିନାଙ୍କ ସରକାର ପତନ ପରେ ହିଂସା ସୃଷ୍ଟି ହୋଇଥିଲା ଯେଉଁଥିରେ ପ୍ରାୟ ୨୩୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ମଧ୍ୟରେ ଦୁଇଜଣ ମହିଳା କାନ୍ଦୁଥିବାର ଏକ ଭିଡିଓରେ ଭାଇରାଲ ହେଉଛି ଯେଉଁଥିରେ ଅନ୍ୟ ମହିଳାମାନେ ସେମାନଙ୍କୁ ବାନ୍ଧି ରଖିଛନ୍ତି। ଏହି ପୋଷ୍ଟ ସେୟାର କରୁଥିବା ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ଏହା ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ନିର୍ଯାତନାକୁ ଦର୍ଶାଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଭିଡିଓରେ ଥିବା ମହିଳା ମାନେ ବାଂଲାଦେଶରେ ରହୁଥିବା ହିନ୍ଦୁ ନୁହଁନ୍ତି। ବାଦୃନେସା ମହାବିଦ୍ୟାଳୟର ଛାତ୍ର ଳିଗ୍ ନେତାଙ୍କର ବନ୍ଧା ହେଉଥିବା ଭିଡିଓକୁ ସମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି।

ଫୋଟୋ ସେୟାର କରି ଜଣେ ଉପଭୋକ୍ତା ଲେଖିଛନ୍ତି, "ତମେ ଆଳୁ ଆଲୁ ହୁଅ। ବାଂଲାଦେଶ ରେ ହିନ୍ଦୁ ଝିଅ କୁ ଗଣ ବଳତ୍କାର କରି ମାରି ଦିଆଯାଉଛି। ଆମ ଜଗନ୍ନାଥଙ୍କୁ ଜାଳି ଦିଆ ଯାଉଛି। "

Facebook | Archive

ସମାନ ଘଟଣା ଏକ ଭିଡିଓ ଆମକୁ ଫେସବୁକରେ ମଧ୍ୟ ଭାଇରାଲ ହେଇଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସେହି ଭିଡିଓ ଦେଖି ପାରିବେ।

Facebook | Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓ ଟି ଜୁଲାଇ ମାସର ଅଟେ। ଭିଡିଓର ବର୍ଣ୍ଣନାରେ କୁହାଯାଇଛି ଯେ ବାଂଲାଦେଶରେ ସଂରକ୍ଷଣକୁ ବିରୋଧ କରୁଥିବା ମହିଳା ଛାତ୍ରମାନେ ଛାତ୍ର ଳିଗ୍ ଦଳର ମହିଳା କାର୍ଯ୍ୟକର୍ତ୍ତା ଛାତ୍ରମାନଙ୍କୁ ଏକ ସ୍ତମ୍ଭରେ ବାନ୍ଧି ରଖିଛନ୍ତି ଯାହା ଶେଖ୍ ହସିନାଙ୍କର ଆୱାମି ଳିଗ୍ ଦଳର ଏକ ଛାତ୍ର ସଂଗଠନ ଅଟେ। ଏହି ଭିଡିଓ ବଦୃନେସା ମହାବିଦ୍ୟାଳୟର ଏକ ଘଟଣା।

Archive

ଏହି ଘଟଣା ବଦୃନେସା କଲେଜରେ ଘଟିଥିଲା ​। ଏହି ଘଟଣା ବିଷୟରେ ବାଂଲାଦେଶର ଅନଲାଇନ୍ ମିଡିଆ Jagonews24 ମଧ୍ୟ ରିପୋର୍ଟ କରିଛି। ଏହି ରିପୋର୍ଟ ଅନୁଯାୟୀ, ୧୭ ଜୁଲାଇରେ ବାଂଲାଦେଶର ବେଗମ୍ ବଦୃନେସା କଲେଜରେ ଏହି ଘଟଣା ଘଟିଥିଲା। ଏହି କଲେଜରେ ପ୍ରୋ-ଆୱାମି ଲିଗ୍ ଛାତ୍ରମାନେ ହିଂସାତ୍ମକ ବ୍ୟବହାର କରିଥିଲେ ବୋଲି ଅଭିଯୋଗ କରା ଯାଇଥିଲା ଏବଂ ଅନ୍ୟ ଛାତ୍ରମାନେ ସେମାନଙ୍କ ବିରୋଧ କରିଥିଲେ।

ଅନ୍ୟ ଏକ ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ନିମ୍ନରେ ଆପଣ ମାନେ ସମାନ ଭିଡିଓ ଦେଖି ପାରିବେ।

ଭିଡିଓରେ ଦେଖାଯାଇଥିବା ଯୁବତୀମାନେ ଆୱାମୀ ଲିଗର ଛାତ୍ର ଆନ୍ଦୋଳନର ସଦସ୍ୟ ଅଟନ୍ତି। ଏହି ଘଟଣାରେ କୌଣସି ସାମ୍ପ୍ରଦାୟିକ କୋଣ ନାହିଁ।

ସିଦ୍ଧାନ୍ତ:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଭିଡିଓରେ ଥିବା ମହିଳା ମାନେ ବାଂଲାଦେଶରେ ରହୁଥିବା ହିନ୍ଦୁ ନୁହଁନ୍ତି। ବାଦୃନେସା ମହାବିଦ୍ୟାଳୟର ଛାତ୍ର ଳିଗ୍ ନେତାଙ୍କର ବନ୍ଧା ହେଉଥିବା ଭିଡିଓକୁ ସମ୍ପ୍ରଦାୟିକ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ବାଂଲାଦେଶରେ ଛାତ୍ର ଳିଗ୍ ନେତାଙ୍କ ଉପରେ ହେଉଥିବା ନିର୍ଯାତନାକୁ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu

Result: Misleading