କ’ଣ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀନଗରର ଲାଲ ଛକ ଠାରେ ଲୋକ ମାନେ ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ। 

False Social

ଗତ କାଲୀ ୨୨ ଜାନୁଆରୀରେ ଅଯୋଧ୍ୟାରେ ଧରି ରାମଙ୍କର ପ୍ରାଣ ପ୍ରତିଷ୍ଠା ପାଳନ କରା ଯାଇଥିଲା। ପ୍ରଧାନମନ୍ତ୍ରୀ ସହିତ ଅନ୍ୟ ୮୦୦୦ ମୁଖ୍ୟଅତିଥି ଏହି ଅବସରରେ ଯୋଗଦାନ ଦେଇଥିଲେ। ଏହା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। 

ଏପରି ଏକ ପୋଷ୍ଟରେ ଏକ ବିଶାଳ ଘଣ୍ଟା ଘରରେ ଶ୍ରୀ ରାମଙ୍କର ଛବି ଉଜ୍ଜ୍ଵଳିତ କରା ଯାଇଥିଲା। ଦାବି କରା ଯାଉଛି ଯେ ଏହି ଭିଡିଓ ଶ୍ରୀନଗରର ଲାଲ୍ ଛକର ଦୃଶ୍ୟ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଶ୍ରୀନଗରର ନୁହେଁ ବରଂ ଦେହରାଡୁନ ସହରର ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଶ୍ରୀନଗରର ଲାଲ୍ ଛକରେ ଥିବା ଘଣ୍ଟାଘରରେ ଶ୍ରୀ ରାମଙ୍କ ଛବି ପ୍ରକାଶ ପାଇଛି। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ରାସ୍ତାରେ ଥିବା ପୋଲିସ ବ୍ୟାରିକେଡରେ ମ୍ୟାକ୍ସ ଦେହରାଡୁନ ୨୪x୭ ଆପାତକାଳୀନ ଲେଖା ହୋଇଛି। ଏଥିରୁ ଆମକୁ ଏହି ଭିଡିଓର ଶ୍ରୀନଗରର ହେଇଥିବାର ସନ୍ଦେହ ହେଲା। 

ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ମ୍ୟାକ୍ସ ଦେହରାଡୁନରେ ଅବସ୍ଥିତଏକ ଚିକିତ୍ସାଳୟ ଅଟେ। 

ଏହା ପରେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଉତ୍ତରାଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କର ଦ୍ଵାରା ଏକ ଭିଡିଓ ଟୁଇଟ କରା ଯାଇଥିବା ପାଇଲୁ। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି ଯେ ଭିଡିଓଟି ଦେହରାଡୁନର ଘଣ୍ଟାଘରର ଅଟେ ଯେଉଁଠାରେ ସ୍ଥାନୀୟ ଲୋକ ମାନେ ରାମ ଭଜନ ଶୁଣୁଛନ୍ତି। ଏହି ଭିଡିଓ ସେ 14 ଜାନୁଆରୀରେ ଟୁଇଟ କରିଥିଲେ। 

ଏହି ଅବସରର ଏକ ଭିଡିଓ ରିପବ୍ଲିକ୍ ଭାରତର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା ଯାହା ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ନିମ୍ନରେ ଆପଣ ମାନେ ଶ୍ରୀନଗରର ଲାଲ୍ ଛକରେ ଥିବା ଘଣ୍ଟାଘର ଏବଂ ଦେହରାଡୁନର ଘଣ୍ଟାଘର ମଧ୍ୟରେ ତୁଳନା ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଦେହରାଡୁନର ଘଣ୍ଟାଘରରେ ଶ୍ରୀ ରାମଙ୍କର ଛବିର ଭିଡିଓକୁ ଶ୍ରୀନଗରର ଲାଲ୍ ଛକ ଘଣ୍ଟାଘରର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଅବସରରେ ଶ୍ରୀନଗରର ଲାଲ ଛକ ଠାରେ ଲୋକ ମାନେ ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *