କ’ଣ ସରକାରୀ କାର୍ଯ୍ୟଲୟରେ ଫାଇଲ୍ ଦେଖୁଥିବା ମାଙ୍କଡର ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ। 

False Social

ଆଶ୍ଚର୍ଯ୍ୟ କରୁଥିବା ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟିଏ ମାଙ୍କଡ ଅଫିସ୍ ରେ ବସି ଫାଇଲ୍ ଚେକ୍ କରୁଛି। ସେଠାର କର୍ମଚାରି ମାନେ ତାକୁ କଦଳୀ ଦେବା ପରେ ମଧ୍ୟ ମାଙ୍କଡଟି ଫାଇଲ୍ ଯାଞ୍ଚ କରିବା ବନ୍ଦ କରୁ ନାହିଁ। ଦାବି କରା ଯାଇଛି ଯେ ଏହି ଘଟଣାଟି ଆମ ରାଜ୍ୟ ଓଡ଼ିଶାର ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଓଡ଼ିଶାର ନୁହେଁ, ଉତ୍ତରପ୍ରଦେଶର ସାହାରାନପୁର ଜିଲଲର ଘଟଣା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଓଡ଼ିଶା ଖଣିଜ ସମ୍ପଦ ତାମିଲ ଲୁଟେରା ପାଣ୍ଡିଆନ ର ଦୁର୍ନୀତି ର ଫାଇଲ ଖୋଜୁଛନ୍ତି ହନୁମାନ ଜୀ

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଗୁଗୁଲରେ ଏହି ଘଟଣା ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୪ ଅକ୍ଟୋବର ୨୦୨୩ ରେ ଜଣେ ୟୁଜର ଟୁଇଟ କରିଥିବା ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ଏହା ସାହାରନପୁରର ସବ୍ ରେଜିଷ୍ଟ୍ରାର ବେହଟଙ୍କ କାର୍ଯ୍ୟାଳୟର ଘଟଣା ଅଟେ। 

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣା ୧୨ ଅକ୍ଟୋବର ରେ ଉତ୍ତରପ୍ରଦେଶର ସାହାରାନପୁର ଜିଲ୍ଲାର ବେହଟ ତହସିଲର ରେଜିଷ୍ଟ୍ରି ବିଭାଗ କାର୍ଯ୍ୟାଳୟର ଦୃଶ୍ୟ ଅଟେ। ସେଠାର ଗୋଟିଏ ମାଙ୍କଡ ପ୍ରବେଶ କରି ଟେବୁଲ ଉପରେ ବସି ଫାଇଲ୍ ଦେଖୁଥିଲା। କିଛି କର୍ମଚାରୀ କଦଳୀ ଦେଇ ମାଙ୍କଡକୁ ଚେୟାରରୁ ହଟାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାଙ୍କଡ଼ କଦଳୀକୁ ଚାହିଁନଥିଲା। ସବ୍-କଲେକ୍ଟରଙ୍କ କହିବା ଅନୁଯାୟୀ, ମାଙ୍କଡ ପ୍ରାୟ ତାଙ୍କ କାର୍ଯ୍ୟାଳୟର ପରିସରକୁ ଆସେ କିନ୍ତୁ ଏହା ପ୍ରଥମ ଥର ଘଟିଥିଲା ଯେ ସେ କାର୍ଯ୍ୟାଳୟକୁ ପ୍ରବେଶ କରିଥିଲା। 

ସମାନ ଘଟଣାର ଭିଡିଓ ଆପଣ ନିମ୍ନରେ ମଧ୍ୟ ଦେଖି ପାରିବେ। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାନ୍ତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଗୋଟିଏ କାର୍ଯ୍ୟାଳୟରେ ମାଙ୍କଡ ପ୍ରବେଶ କରି ଫାଇଲ୍ ଯାଞ୍ଚ କରୁଥିବା ଭିଡିଓ ଉତ୍ତରପ୍ରଦେଶର ସାହାରାନପୁର ଜିଲ୍ଲାର ଘଟଣା ଅଟେ। ଏହି ଭିଡିଓଟି ଓଡ଼ିଶାର ହେଇଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ସରକାରୀ କାର୍ଯ୍ୟଲୟରେ ଫାଇଲ୍ ଦେଖୁଥିବା ମାଙ୍କଡର ଏହି ଭିଡିଓ ଓଡ଼ିଶାର ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *