ଭିଡିଓରେ କ’ଣ ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଛନ୍ତି ?

False Political

ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରୁଥିବା ଜଣେ ରାଜନେତାଙ୍କ ସର୍ଟ କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ନେପାଳ  ସଂସଦରେ ପ୍ରଧାନମନ୍ତ୍ରୀ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଜଣେ ନେପାଳ ଏମପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଛନ୍ତି। ଆମ ଅନୁସନ୍ଦାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ଅଟେ।

18 ଜୁଲାଇରେ Gurukrushna Dash ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ମୋଦି ବିଜେପି ନିମନ୍ତେ ଭାରତ ଆଜି ବିଶ୍ଵଦରବାରରେ ନିନ୍ଦିତ । ନେପାଳର ସଦନରେ ଜଣେ ନେପାଳି ସାଂସଦ ମୋଦୀ ଜିଙ୍କ ଉପରେ କ’ଣ ମନ୍ତବ୍ୟ ଦେଇଛନ୍ତି।  ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟରୁ ଅନେକ ଲାଇକ ଏବଂ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ ନେପାଳ ସଗନରେ ଜଣେ ନେପାଳି ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନା କରିଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓକୁଇନବିଡରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। କୀୱାର୍ଡ ସନ୍ଧାନ ସାହାଯ୍ୟରେ ଆମେ ମାର୍ଚ୍ଚ 21 ରେ ହିମାଚଳ ପ୍ରଦେଶ କଂଗ୍ରେସ ୟୁନିଟ୍ର ଅଫିସିଆଲ୍ Facebook  ପେଜରେ ଅପଲୋଡ୍ ହୋଇଥିବା ସମାନ ଭିଡିଓ ପାଇଲୁ। ଭିଡିଓ ବର୍ଣ୍ଣନା ଅନୁଯାୟୀ ମୋଦୀଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତି ହେଉଛନ୍ତି କଂଗ୍ରେସ ବିଧାୟକ ଜଗତ ସିଂ ନେଗି। ହିନ୍ଦୀରେ ଭିଡିଓ ବର୍ଣ୍ଣନା, “କିନ୍ନର କଂଗ୍ରେସ ବିଧାୟକ ଜଗତ ସିଂ ନେଗିଙ୍କ ଦେଶର ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଶୁଣ” କରାଯାଇଛି।  ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

“ହିନ୍ଦୁସ୍ତାନ ଲାଇଭ” ର youtube ଚ୍ୟାନେଲରେ ଅପଲୋଡ୍ ହୋଇଥିବା ସମାନ ଭିଡିଓର ଏକ ଲମ୍ବା ସଂସ୍କରଣ ମଧ୍ୟ ପାଇଲୁ। ଘରୋଇକରଣ ଉପରେ ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକ ଜଗତ ସିଂ ନେଗି ଏକ ଉଜ୍ଜ୍ୱଳ ଭାଷଣ ଦେଇଛନ୍ତି। ସରକାରୀ କମ୍ପାନୀ ବିକ୍ରୟ ପାଇଁ ଜଗତ ସିଂ ନେଗି ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୋଦୀ ସରକାରରେ ଘରୋଇକରଣକୁ କଂଗ୍ରେସ ବିଧାୟକ ବିରୋଧ କରିଛନ୍ତି ବୋଲି ଭିଡିଓ ବର୍ଣ୍ଣନାରେ କୁହାଯାଇଛି। ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। 

https://www.youtube.com/watch?v=lpWAyus-vXk

ଏହା ପରେ ଆମେ ଭିଡିଓରେ ଦେଖାଯାଉଥିବା ବିଧାୟକ ଜଗତ ସିଂ ନେଗିଙ୍କ ସମ୍ପର୍କରେ ସର୍ଚ୍ଚ  କରିଲୁ। evidhan ପେଜରେ ଭିଡିଓରେ ଥିବା ବ୍ୟକ୍ତିଙ୍କ ସୂଚନା ମିଳିଲା। ନେଗି କିନ୍ନରରୁ ଦୁଇଥର ବିଧାୟକ ରହିଛନ୍ତି ଏବଂ ହିମାଚଳ ପ୍ରଦେଶ ବିଧାନସଭାର ପୂର୍ବତନ ଡେପୁଟି ବାଚସ୍ପତି ମଧ୍ୟ ଅଛନ୍ତି। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ। 

ଶେଷକଥା-

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଥିବା ଦାବିରେ ଭାଇରାଲ ଭିଡିଓ ମିଥ୍ୟା ଅଟେ। ଭିଡିଓରେଥିବା ବ୍ୟକ୍ତି ହିମାଚଳ ପ୍ରଦେଶରେ କଂଗ୍ରେସ ବିଧାୟକ ଜଗତ ସିଂ ନେଗି ଅଟନ୍ତି।

Avatar

Title:ଭିଡିଓରେ କ’ଣ ନେପାଳର ସାଂସଦ ମୋଦୀଙ୍କ ସମାଲୋଚନା କରୁଛନ୍ତି ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *