
କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗଭିଜୟ ସିଂଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଦିଗଭିଜୟ ସିଂଙ୍କ ସହିତ ସାକ୍ଷାତ କରି ଆସିଥିବା ମହିଳାକୁ ଭଗାଇବା ପାଇଁ ସେ ତାଙ୍କ ସୁରକ୍ଷା କର୍ମୀଙ୍କୁ କହୁଥିବାର ନଜର ଆସିଛନ୍ତି। ଭିଡିଓ ସହିତ ଦାବି କରାଯାଉଛି ଯେ ଏହି ମହିଳା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ଦଳ ଯେଉଁ ୮,୫୦୦ ଟଙ୍କା ଦେବାର ପ୍ରତିଶୃତି ଦେଇଥିଲା ତାହା ମାଗିବାକୁ ଆସିଥିଲେ। କିନ୍ତୁ ଦିଗଭିଜୟ ସିଂ ତାଙ୍କୁ ଭଗାଇ ଦେଇଥିଲେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ନଜର ଆସୁଥିବା ମହିଳା ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ସେ କେବଳ ଦିଗଭିଜୟ ସିଂଙ୍କ ସହିତ ସାକ୍ଷାତ କରି ଆସିଥିଲେ।
ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “କଂଗ୍ରେସ ଜନତାଙ୍କୁ କିଭଳି ଭାବରେ ମିଛକହି ଭୋଟ ପାଇଛି ।କି କଂଗ୍ରେସ କୁ ଭୋଟ ଦିଅ ତୁମ ଖାତାରେ 8500ଟଙ୍କା ପ୍ରତି ମାସରେ ତୁମକୁ ମିଳିବ। ଜଣେ ମହିଳା ନିଜର ଟଙ୍କା ନପାଇବାରୁ ନିଜର ଦୁଃଖ ଦିଗବିଜୟ ସିଂହ ଙ୍କୁ ଜଣାଇବାକୁ ଆସିଥିଲା ।ସେ ମହିଳା ଙ୍କ ପ୍ରତି କି ପ୍ରକାର ବ୍ୟବହାର କରାଯାଉଛି ଦେଖନ୍ତୁ।“
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୧ ଫେବ୍ରୁଆରି ୨୦୨୪ ରେ ଆଜ୍ ତକ୍ ୱେବସାଇଟରେ ପ୍ରସାରିତ ହେଇଥିବା ମିଳିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ୨୦୨୪ ଲୋକସଭା ନିର୍ବାଚନ ପୂର୍ବର ଘଟଣା ଅଟେ।
ଏମପି ତକ୍ ରେ ପ୍ରକାଶିତ ଖବର ଅନୁଯାୟୀ କଂଗ୍ରେସ ନେତା ଦିଗବିଜୟ ସିଂ ଗ୍ୱାଲିଅର ସହରର ଏକ ଘରୋଇ ହୋଟେଲରେ ତାଙ୍କ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ। ବହୁ କର୍ମୀ ଦିଗବିଜୟ ସିଂଙ୍କୁ ଭେଟିବା ପାଇଁ ହୋଟେଲରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଯେତେବେଳେ ଦିଗବିଜୟ ସିଂ ଛିଡ଼ା ହୋଇ କଂଗ୍ରେସର ଭିଡ୍ ଜିଲ୍ଲା ସଭାପତି ମାନସିଂ କୁଶୱାଙ୍କ ସହ କଥାବାର୍ତ୍ତା ହେଉଥିଲେ, ସେହି ସମୟରେ ଗୁନା ନିବାସୀ ଡକ୍ଟର ଲୀନା ଶର୍ମା ତାଙ୍କୁ ଭେଟିବାକୁ ସାମନାକୁ ଆସିଥିଲେ। ଏହା ଦେଖି ଦିଗବିଜୟଙ୍କ ସୁରକ୍ଷା କର୍ମୀ ଲୀନା ଶର୍ମାଙ୍କୁ ଅଟକାଇ ସେଠାରୁ ଚାଲିଯିବାକୁ କହିଥିଲେ।
ସମାନ ଖବର ଏଠାରେ, ଏଠାରେ ଏବଂ ଏଠାରେ ମଧ୍ୟ ଦେଖିବାକୁ ମିଳିଛି | ପ୍ରକାଶିତ ଖବର ଅନୁଯାୟୀ, ଦିଗବିଜୟ ସିଂ ଗୱାଲିଅରର ସେଣ୍ଟ୍ରାଲ ପାର୍କ ହୋଟେଲରେ ପହଞ୍ଚି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ବିଷୟରେ କଂଗ୍ରେସ କର୍ମୀଙ୍କ ସହ ଆଲୋଚନା କରିଥିଲେ।
ଏହା ପରେ ଯେତେବେଳେ ସେ ଭିଡ୍ ଜିଲ୍ଲା ସଭାପତି ମାନସିଂ କୁଶୱାଙ୍କ ସହ କଥାବାର୍ତ୍ତା ହେଉଥିଲେ, ଏହି ମହିଳା ଜଣକ ସେଠାକୁ ଆସିଥିଲେ ଏବଂ ଦିଗବିଜୟ ସିଂ ତାଙ୍କ ସୁରକ୍ଷା କର୍ମୀଙ୍କୁ ତାଙ୍କୁ ହଟାଇବାକୁ କହିଥିଲେ।
ଏହି ସମୟରେ ଦିଗବିଜୟ ସିଂ କହିଥିଲେ, “ଏହି ମହିଳା ପାଗଳ, ତାଙ୍କୁ ବାହାରକୁ ପଠେଇ ଦିଅ।” ଏହି ମହିଳା ଜଣକ ଥିଲେ ଗୁନା ଜିଲ୍ଲାର ଜଣେ କଂଗ୍ରେସ କର୍ମୀ ଡକ୍ଟର ଲୀନା ଶର୍ମା।
ଅନୁସନ୍ଧାନ ବେଳେ ଆମେ ଡକ୍ଟର ଲୀନା ଶର୍ମାଙ୍କର ଏକ ଭିଡିଓ ମଧ୍ୟ ପାଇଲୁ, ଯେଉଁଥିରେ ସେ ଘଟଣା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ କହିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବାରାଣାସୀରୁ ଟିକେଟ ମାଗିବାକୁ ଦିଗବିଜୟ ସିଂଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ।
ସିଦ୍ଧାନ୍ତ:
ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଏକ ପୁରୁଣା ଭିଡିଓ ଏବଂ ଏଥିରେ ନଜର ଆସୁଥିବା ମହିଳା ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ସେ କେବଳ ଦିଗଭିଜୟ ସିଂଙ୍କ ସହିତ ସାକ୍ଷାତ କରି ଆସିଥିଲେ।

Title:ଦିଗବିଜୟ ସିଂଙ୍କ ସୁରକ୍ଷାକର୍ମୀ ଦ୍ଵାରା ଭଗା ଯାଉଥିବା ଏହି ମହିଳା ତାଙ୍କ ଠାରୁ ୮୫୦୦ ଟଙ୍କା ମାଗି ଆସିନଥିଲେ।
Fact Check By: Siddharth SahuResult: False
