
କର୍ଣାଟକାରେ ଚାଲିଥିବା ହିଜାବ ବିବାଦ ସାରା ରାଜ୍ୟରେ ଉତ୍ତେଜନା ସୃଷ୍ଟି କରିଛି। ରହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକ ବିଜେପିର ସ୍କାର୍ଫ ପିନ୍ଧି ଲୋକଙ୍କ ଉପରେ ଆକ୍ରମଣ କରୁଥିବା ନଜର ଆସୁଛନ୍ତି। ଏହି ଭିଏଅ ସେଯାର କରି ଦାବି କରା ଯାଇଛି ଯେ ବର୍ତ୍ତମାନ କର୍ଣାଟକାର ଜନତା ତାତିବା ଆରମ୍ଭ କରିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ କରିଲା ପରେ ଜାଣିବାକୁ ପାଇଲା ଯେ ଏହି ଭିଡିଓର କର୍ଣାଟକା କିମ୍ବା ହିଜବ ସହିତ କୌଣସି ସମ୍ବନ୍ଧ ନାହିଁ। ତେଣୁ ପ୍ରକୃତ ଘଟନା ଟି କ’ଣ?
୧୦ ଫେବ୍ରୁଆରିରେ ଗୌତମ ସାହୁ ନାମକ ଜଣେ ଫେସବୁକ ବ୍ୟବହାରକାରୀ ଏକ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ, “ଉତ୍ତର ପ୍ରଦେଶ ପରେ କର୍ଣାଟକର ଜନତା ତାତିବା ଆରମ୍ଭ କଲେଣି। ଏ ମାନେ ଦଙ୍ଗାକାରୀ ଭଡ଼ାଟିଆ ବୋଲି ଜାଣିଲେଣି। ଯାହା ହେଉ ବିଳମ୍ବରେ ହେଲେ ମଧ୍ୟ ଲୋକେ ଧୀରେ ଧୀରେ ବୁଝିଲେଣି”
ଆମ ଅନୁସନ୍ଧାନ:
ଉପରୋକୀ ପୋଷ୍ଟରେ ଦିଆ ଯାଇଥିବା ଦାବିର ସତ୍ୟତା ଯାଞ୍ଚ କରିବା ପାଇଁ ଆବଶ୍ୟକୀୟ ମାନେ ହେଉଥିବାରୁ ଆମେ ଅନୁସନ୍ଧାନ ଆରମ୍ଭ କରିଲୁ। ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେକୁ ସମାନ ଭିଡିଓ ଟିଭି ୯ ତେଲୁଗୁର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ଏହି ଭିଡିଓ ଜନଗାଓଁ ଅଞ୍ଚଳର ଭିଡିଓ ଅଟେ। ଭିଡିଓ ସହିତ କ୍ୟାପସନ୍ ରେ ଲେଖା ଯାଇଛି ଯେ ଏହି ଭିଡିଓଟି ଜନଗାଓଁ ରେ ବିଜେପି ଏବଂ ତେଲୁଗୁ ରାଷ୍ଟ୍ର ସମିତି ଦଳ ମଧ୍ୟରେ ହେଇଥିବା ହିଂସାର ଭିଡିଓ ଅଟେ।
ବିଭିନ୍ନ ମୁଖ୍ୟଏସଏଚବିଡ଼ି ବ୍ୟବହାର କରି ଏହି ଘଟଣା ବିଷୟରେ ସର୍ଚ୍ଚ କରିଲା ପରେ ଆମକୁ ୧୦ ଫେବ୍ରୁଆରିରେ ୱାନ୍ ଇଣ୍ଡିଆ ନ୍ୟୁଜର ୟୁଟ୍ୟୁବ ଚ୍ୟାନାଲରେ ମଧ୍ୟ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଏହି ଭିଡିଓରେ କୁହା ଯାଇଛି ଯେ ତେଲେଙ୍ଗାନାରେ ବିଜେପି ଏବଂ ଟିଆରଏସ ଦଳ ମଧ୍ୟରେ ହିଂସା କାଣ୍ଡ ହୋଇଥିଲା। ଟିଆରଏସ କାର୍ଯ୍ୟକର୍ତ୍ତା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ସମୟର ଘଟଣା ବୋଲି ଦାବି କରା ଯାଇଛି।
୯ ଫେବ୍ରୁଆରିରେ ତେଲେଙ୍ଗାନା ଟୁଡେ ପତ୍ରିକାର ୱେବସାଇଟରେ ଘଟଣା ବିଷୟରେ ବିବରଣୀ ଦେଇ କୁହା ଯାଇଛି ଯେ ଟିଆରଏସ କାର୍ଯ୍ୟକର୍ତ୍ତା ମାନେ ମୋଦୀଙ୍କ ପୁତୁଳା ଜଳାଇବା ଚେଷ୍ଟା କରୁଥିବା ସମୟରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଦୁଇ ଦଳର ସଦସ୍ୟ ଏବଂ ସମର୍ଥକଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରିଛି।
ଦି ହିନ୍ଦୁ ୱେବସାଇଟରେ କୁହା ଯାଇଛି ଯେ ଆନ୍ଧ୍ରପ୍ରଦେଶ ବିଭାଜନ ଠିକ୍ ଭାବରେ ହୋଇନଥିବା ବିଷୟରେ ରାଜ୍ୟସଭାରେ ମୋଦୀଙ୍କ ଦ୍ଵାରା ଦିଆ ଯାଇଥିବା ମନ୍ତବ୍ୟକୁ ବିରୁଦ୍ଧରେ ଟିଆରଏସ କାର୍ଯ୍ୟକର୍ତ୍ତା ଏବଂ ନେତା ମାନେ ବିରୋଧ କରିବା ପାଇଁ ମୋଦୀଙ୍କ ପୁତୁଳା ନେଇ ପହଞ୍ଚିଥିଲେ। ବିଜେପି କାର୍ଯ୍ୟକର୍ତ୍ତା ମାନେ ସେଠାରେ ନିଜ ପାର୍ଟି ପତକା ନେଇ ଟିଆରଏସ ବିରୁଦ୍ଧରେ ଆନ୍ଦୋଳନ କରିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ସୋସିଆଲ ମିଡିଆରେ ପୋଷ୍ଟ କରା ଯାଇଥିବା କିଛି ଭିଡିଓରେ ଦର୍ଶାଅଯାଇଛି ଯେ ଟିଆରଏସ କାର୍ଯ୍ୟକର୍ତ୍ତା ମାନେ ବିଜେପି କର୍ମୀଙ୍କୁ ଗୋଡାଇ ମାରୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର କର୍ଣାଟକା କିମ୍ବା ହିଜାବ ଆନ୍ଦୋଳନ ପ୍ରସଙ୍ଗ ସହିତ କୌଣସି ସମ୍ବନ୍ଧ ନାହିଁ। ଭିଡିଓରେ ଘଟୁଥିବା ଘଟଣା ତେଲେଙ୍ଗାନା ରାଜ୍ୟରେ ବିଜେପି ଏବଂ ଟିଆରଏସ କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ହୋଇଥିବା ହିଂସାର ଭିଡିଓ ଅଟେ।

Title:କ’ଣ ହିଜାବ ଆନ୍ଦୋଳନ ସମୟରେ ଦଙ୍ଗାର ଏହି ଭିଡିଓ କର୍ଣାଟକାରେ ଘଟିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
