
ସାରା ଦେଶ ୭୫ ତମ ସ୍ଵାଧୀନତା ଦିବସ ପାଇଁ ଆଜାଦୀର ଅମୃତ ମୋହତ୍ସବ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ବାସୀଙ୍କୁ ୧୩ ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ତିରଙ୍ଗା ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ଏହା ଛଡା ରେ ଏହା ମଧ୍ୟ କହିଛନ୍ତି ଯେ ଦେଶବାସୀ ନିଜ ଡ଼ିପି ଏବଂ ପ୍ରୋଫାଇଲ୍ ଫୋଟୋରେ ତିରଙ୍ଗା ଲଗାନ୍ତୁ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ଝରଣାର ପାଣି ଆମ ଜାତୀୟ ପତକା ତିରଙ୍ଗାର ରଙ୍ଗରେ ରଙ୍ଗେଈ ହେଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଝରଣାରୁ ପାଣି ବହୁଥିବା ସମୟରେ ଏହାର ରଙ୍ଗ ତିରଙ୍ଗାର ରଙ୍ଗରେ ପରିଣୀତ ହେଉଛି। ସେଠାଏ ଲୋକଙ୍କ ଏକ ସମୂହ ଛିଡା ହୋଇ ଏହି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଦାବି ଅନୁଯାୟୀ ଯେତେବେଳେ ଦେଶ ଆଜାଦୀର ଅମୃତ ମୋହତ୍ସବ ପାଳନ କରୁଛି ସେହି ସମୟରେ ଏହି ଦୃଶ ଦେଖିବାକୁ ମିଳିଛି।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ରାଜସ୍ଥାନର ଯୋଧପୁର ସହରର ଏକ ପୁରୁଣା ଭିଡିଓ ଅଟେ ଯାହାକୁ ସମ୍ପ୍ରତି ସମୟର ଘଟଣା ଦାବିରେ ଭାଇରାଲ କରା ଯାଉଛି।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଆଜାଦୀ କା ଅମୃତ ମହୋତ୍ସବରେ ତ୍ରିରଙ୍ଗ ରେ ରଙ୍ଗେଇ ହେଲା ଝରଣା।
ସମାନ ଭିଡିଓ ଆପଣ ମାନେ ଏଠାରେ ମଧ୍ୟ ଦେଖି ପାରିବେ।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓର ସ୍କ୍ରିନଶଟ୍ ନେଇ ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ଦୈନିକ ଭାସ୍କର ୱେବସାଇଟରେ ୨୦୨୦ ମସିହାରେ ପ୍ରସାରିତ ହେଇଥିବା ମିଳିଲା। ଦୈନିକ ଭାସ୍କର ରିପୋର୍ଟ ଅନୁଯାୟୀ ଏହି ଭିଡିଓ ରାଜସ୍ଥାନର ଯୋଧପୁର ସହରର ଅଟେ। ସେଠାରେ କିଛି ଯୁବକ ଏକ ଝରଣାକୁ ତିରଙ୍ଗାର ରଙ୍ଗରେ ରଙ୍ଗେଈ ଥିଲେ। ଦୁଇଟି ଯୁବକ ଝରଣା ଉପରେ ଚଢି କେସର ରଙ୍ଗ ଏବଂ ସବୁଜ ରଙ୍ଗ ପଣିରେ ଢାଳିଥିଲେ ଯେଉଁଥି ପାଇଁ ଝରଣାର ପାଣି ରଙ୍ଗ ତିରଙ୍ଗାର ରଙ୍ଗରେ ପରିଣୀତ ହୋଇଥିଲା।

ସମାନ ଖବର ନ୍ୟୁଜଟ୍ରେଣ୍ଡ ଏବଂ ନ୍ଯୁଜଲାଇଟ୍ ୱେବସାଇଟରେ ମଧ୍ୟ ପ୍ରକାଶିତ ହୋଇଥିଲା।
୧୬ ଅଗଷ୍ଟ ୨୦୨୦ ରେ ଜଣେ ଫେସବୁକ ବ୍ୟବହାରକାରୀ ଏହି ଭିଡିଓ ପୋଷ୍ଟ କରି କହିଥିଲେ ଯେ ଯୋଧପୁରର ଲୋକ ମାନେ ଏପରି ସ୍ଵାଧୀନତା ଦିବସ ପାଳୁଛନ୍ତି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ଆଜାଦୀର ଅମୃତ ମୋହତ୍ସବ ଅବସରର ନୁହେଁ ବରଂ ଏହା ୨୦୨୦ ମସିହାରେ ରାଜସ୍ଥାନର ଯୋଧପୁର ସହରର ଘଟଣା ଅଟେ। ଏହି ଭିଡିଓର ଆଜାଦୀର ଅମୃତ ମୋହତ୍ସବ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଆଜାଦୀ କା ଅମୃତ ମୋହତ୍ସବ ଅବସରରେ ତିରଙ୍ଗାରେ ରଙ୍ଗେଈ ହେଇଛି ଏହି ଝରଣା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
