
ବିଗତ କିଛି ଦିନ ହେବ ତାମିଲ ନାଡୁରେ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ଏବଂ ତାଙ୍କ ହତ୍ୟାର ଖବର ସାମନାକୁ ଆସୁଛି। ବିହାରୀ ଶ୍ରମିକ ମାନେ ସ୍ଥାନୀୟ ଲୋକଙ୍କ ରୋଜଗାର ଛଡାଇ ନେବା ଅଭିଯୋଗରେ ତାଙ୍କ ଉପରେ ଜନସାଧାରଣ ଲୋକେ ଆକ୍ରମଣ କରୁଛନ୍ତି।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ ନାମରେ ଏକ ଖବର କାଗଜ କ୍ଲିପ୍ ଭାଇରାଲ ହେଉଛି। ଏହି ଖବର କାଗଜ ସମ୍ବାଦ ଅନୁଯାୟୀ, ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ହିନ୍ଦୀ ଭାଷା କହୁଥିବା ସମସ୍ତ ଶ୍ରମିକଙ୍କୁ ୨୦ ମାର୍ଚ୍ଚ ସୁଧା ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏମ୍.କେ ଷ୍ଟାଲିନ୍ ଏପରି କୌଣସି ବୟାନ ଦେଇ ନାହାଁନ୍ତି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଖବର କାଗଜର କ୍ଲିପ୍ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ବହୁତ୍ ଦୁଃଖର କଥା ଜେ ଆମର ଓଡ଼ିଆ ହିନ୍ଦୀ ପିଲା ମନ୍ ଙ୍କୁ ତାମିଲ ସରକାର 20 ମାର୍ଚ ଯାଇ ତାମିଲ ନାଡୁ ଛାଡବର୍ କେ କହୁଛନ ନି ହେଲେ ପିଟା ମରା କର୍ବେ। ଆଉ ସବୁରୁ ବଡ ଦୁଃଖର କଥା ହେଲା ଯେ ସେ ତାମିଲ ଜଣେ କେ ଆମେ ଆମର ହର୍ତା କର୍ତ୍ତା କରିଛୁଁ ଆମର ପ୍ରିୟ ମନ୍ତ୍ରୀ ସେ ଯାହା କହୁଛ ତାହା କରୁଛେ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଖବର କାଗଜ କ୍ଲିପକୁ ଗଭୀରତା ସହିତ ଦେଖିଲୁ। ଏଥିରେ ଆମକୁ ଅନେକ ତ୍ରୁଟି ଦେଖିବାକୁ ମିଳିଲା ଯାହା ସପଷ୍ଟ କରୁଛି ଯେ ସାମାନ୍ୟ ଖବର କାଗଜ ଠାରୁ ଭିନ୍ନ ଅଟେ। ଭାଇରାଲ କ୍ଲିପରେ ପତ୍ରିକାର ନାମ ଶୀର୍ଷଲେଖରେ ନିଖୋଜ ଅଛି। ଏହା ସହିତ ତାରିଖ ମଧ୍ୟ ନିଜ ସ୍ଥାନରେ ନାହିଁ।
ଆମେ ଦୈନିକ ଜାଗରଣ ୱେବସାଇଟ ଯାଇ ତାଙ୍କ ଏକ ସମ୍ବାଦ ପେପର ଦେଖିଲୁ। ଭାଇରାଲ ଫୋଟୋର ଏହି ସମ୍ବାଦ ପେପର ସହିତ ତୁଳନା କରିଲା ପରେ ଆମକୁ ଅନେକ ପାର୍ଥକ୍ଯ ଦେଖିବାକୁ ମିଳିଲା। ନିମ୍ନରେ ଆପଣ ମାନେ ଦୁଇଟି ଖବର କାଗଜ ମଧ୍ୟରେ ତୁଳନା ଦେଖି ପାରିବେ।

ଏହା ବାବଦ ଆମକୁ ଭାଇରାଲ ଖବର କାଗଜରେ ବନାନ ତ୍ରୁଟି ମଧ୍ୟ ମିଳିଲା। ତାମିଲନାଡୁ ସ୍ଥାନରେ ତମିଲ ଲେଖା ହେଇଛି ଏବଂ ଅନେକ ସ୍ଥାନରେ ‘ୟହାଁ’ ସ୍ଥାନରେ ‘ୟହ’। ନିମ୍ନରେ ଆମେ ଏପରି କିଛି ତ୍ରୁଟିକୁ ଦର୍ଶାଇଛୁ।

ଭାଇରାଲ ଫୋଟୋରେ ସମ୍ବାଦ ପଛରେ ଆମେ ନ୍ୟୁଜ୍ ବ୍ୟାନର ମେକର ଲେଖା ହେଇଥିବା ପାଇଲୁ। ଗୁଗୁଲରେ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହା ଏକ ଏପ୍ ଯାହା ଦ୍ଵାରା ୩୦ ସେକେଣ୍ଡ ମଧ୍ୟରେ ନ୍ୟୁଜ୍ ବ୍ୟାନର ସୃଷ୍ଟି କରିବାରେ ସାହାଯ୍ୟତା କରେ।

ଏହା ପରେ ଆମେ ସର୍ଚ୍ଚ କରିଲୁ ଯେ ତାମିଲ ନାଡୁରେ ଘଟୁଥିବା ଘଟଣା ନେଇ ମୁଖମନ୍ତ୍ରୀ ଏମ୍.କେ ଷ୍ଟାଲିନଙ୍କ କ’ଣ ପ୍ରତିକ୍ରିୟା ରହିଛି। ଏହା ଜାଣିବା ପାଇଁ ଆମେ ଟୁଇଟରରେ ଯାଇ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୪ ମାର୍ଚ୍ଚ ରେ ତାଙ୍କର ଏକ ଟୁଇଟ ମିଳିଲା ଯେଉଁଥିରେ ସେ କହିଛନ୍ତି ଯେ, “ତାମିଲନାଡୁର ପ୍ରବାସୀ ଶ୍ରମିକମାନେ ନିଜ ରାଜ୍ୟ ଭଳି ଏଠାରେ ମଧ୍ୟ ସୁରକ୍ଷିତ ଏବଂ ମୋର ସରକାର ସେମାନଙ୍କର ଅଧିକାର ରକ୍ଷା କରିବାରେ ନିଶ୍ଚିତ ଅଛନ୍ତି। ଆମ ଦେଶରେ ଶାନ୍ତି ଭଙ୍ଗ କରି ଘୃଣା ବିସ୍ତାର କରୁଥିବା ଭାରତୀୟ ବିରୋଧୀ ବାହିନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଚେତାବନୀ ଦେଉଛି।”
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଖବର କାଗଜ କ୍ଲିପ୍ ନକଲି ଅଟେ। ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ ହିନ୍ଦୀ ଭାଷା କହୁଥିବା ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହି ନାହାଁନ୍ତି। ଏକ ନକଲି ନ୍ୟୁଜ୍ ପେପର କ୍ଲିପ୍ ସୃଷ୍ଟି କରି ଗୁଜବ ବିସ୍ତାର କରା ଯାଉଛି।

Title:କ’ଣ ତାମିଲ ନାଡୁ ମୁଖ୍ୟମନ୍ତ୍ରୀ ହିନ୍ଦୀ ଭାଷା କହୁଥିବା ଶ୍ରମିକ ମାନଙ୍କୁ ରାଜ୍ୟ ଛାଡି ପଳାଇବା ପାଇଁ କହିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
