ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି। 

Misleading Political

ନିକଟରେ ରାଜସ୍ଥାନ ନିର୍ବାଚନର ଫଳାଫଳ ରେ କଂଗ୍ରେସ ପରାଜୟ ହେଇଛି। ବିଜେପି ଦଳ ନିର୍ବାଚନରେ ବିଜଯ ହୋଇ ସରକାର ଗଠନ କରିବାକୁ ଯାଉଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମାଳବାହିନୀ ଟ୍ରେନରେ କିଛି ଜେସିବି ମେସିନ୍ ଯାଉଥିବା ଭିଡିଓ ଭାଇରାଲ ହେଉଛି। ୟୁଜର ମାନେ ଏହାକୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ସେୟାର କରୁଛନ୍ତି। 

ଦାବି କରାଯାଉଛି ଯେ ରାଜସ୍ଥାନରେ ବିଜେପି ନିର୍ବାଚନ ଜିତିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜସ୍ଥାନକୁ ବୁଲଡୋଜର ପଠାଇଛନ୍ତି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ଭ୍ରମାତ୍ମକ ବୋଲି ପାଇଲା। ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ କହୁଛନ୍ତି, “ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ପାଇଁ ବୁଲ୍ଡୋଜର ବାହାରିଲା “

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ଗୋପୀ ରେଳ୍ ୱାର୍ଲ୍ଡ ନାମକ ୟୁଟ୍ୟୁବ ଚ୍ୟାନାଲରେ ୨୬ ନଭେମ୍ବର ୨୦୨୧ରେ ଅପ୍ଲୋଡ ହେଇଥିବା ମିଳିଲା। 

ଉପରୋକ୍ତ ଭିଡିଓର ୩.୧୧ ମିନିଟ ସମୟରୁ ଆପଣ ମାନେ ଭାଇରାଲ ଭିଡିଓର ଦୃଶ୍ୟ ଦେଖି ପାରିବେ। ସୂଚନା ଅନୁଯାୟୀ, ଏହି ଟ୍ରେନ୍ ଭିଲାଇ ସହରରୁ ଓଙ୍ଗୋଲ ଜିଲା ଯାଉଥିଲା। 

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ ଭାଇରାଲ ଭିଡିଓ ୨ ବର୍ଷ ପୁରୁଣା ଅଟେ ଏବଂ ଏହାର ନିକଟରେ ରାଜସ୍ଥାନ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

ରାଜସ୍ଥାନ ନିର୍ବାଚନ

ରାଜସ୍ଥାନ ନିର୍ବାଚନର ଫଳାଫଳ ସାମନାକୁ ଆସିବା ପରେ ଏହା ନିଶ୍ଚିତ ଅଛି ଯେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ବିଜେପି ଶାସନ ରହିବ। ବର୍ତ୍ତମାନ ବିଜେପି କ୍ୟାମ୍ପରେ ଉତ୍ସବର ପରିବେଶ ରହିଛି। ଏଥି ସହିତ ପୂର୍ବତନ ସିଏମ ଭାସୁନ୍ଧରା ତାଙ୍କ ବାସଭବନରେ ରାତ୍ରୀ ଭୋଜନ ପାଇଁ ଅନେକ ବିଧାୟକଙ୍କୁ ନିମନ୍ତ୍ରଣ କରିଛନ୍ତି।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ଭ୍ରମାତ୍ମକ ଅଟେ। ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି। ଭିଡିଓରେ ଥିବା ଟ୍ରେନ୍ ଜେସିବି ମେସିନ୍ ଗୁଡିକୁ ଭିଲାଇ ସହରରୁ ନେ ଓଙ୍ଗୋଲ ଯାଉଥିଲା। 

Avatar

Title:ଦୁଇ ବର୍ଷ ପୁରୁଣା ଭିଡିଓ କୁ ରାଜସ୍ଥାନ ନିର୍ବାଚନ ଫଳାଫଳ ସହିତ ଯୋଡି ଭାଇରାଲ କରା ଯାଉଛି।

Written By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *