କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ। 

False Social

ଅଯୋଧ୍ୟାରେ ଥିବା ରାମ ମନ୍ଦିର ୨୨ ଜାନୁଆରୀ ୨୦୨୪ ରେ ଉଦ୍ଘାଟିତ ହେବାକୁ ଯାଉଛି। ଉଦ୍ଘାଟନ ପୂର୍ବରୁ ଏହାକୁ ପ୍ରସ୍ତୁତ କରିବା ପାଇଁ ମନ୍ଦିରରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଖବର ମୁତାବକ, ରାମ ମନ୍ଦିରର ଉଦଘାଟନ ପୂର୍ବରୁ ୫୦୦ ଲୋକଙ୍କର ଏକ ଶୋଭାଯାତ୍ରା, ପ୍ରଭୁ ରାମଙ୍କ ପାଇଁ ବିବାହ ଉପହାର ରୂପେ ଉଦ୍ଦିଷ୍ଟ ୧୧୦୦ ଟୋକେଇ ସାମଗ୍ରୀ ନେଇ ସୀତାଙ୍କ ଜନ୍ମସ୍ଥାନ ନେପାଳର ଅଯୋଧ୍ୟାରେ ପହଞ୍ଚିବେ।

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକମାନେ ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଲୋକ ମାନେ ନେପାଲରୁ ଅଯୋଧ୍ୟା ରାମ ମନ୍ଦିର ଉପହାର ନେଇ ଆସୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ୨୦୨୩ ମସିହାରେ ଗ୍ରେର୍ଟର ନୋଏଡାରେ ହେଇଥିବା କଳଶ ଯାତ୍ରାର ଭିଡିଓ ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଦାବି କରିଛନ୍ତି, “ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ଅବସରରେ ଚାରିଆଡେ ଉତ୍ସବର ବାତାବରଣ । ନେପାଳରୁ ବହୁତ ସଂଖ୍ୟାରେ ଲୋକମାନେ ଉପହାର ନେଇ ଅଯୋଧ୍ୟାରେ ପହଞ୍ଚିଲେ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୩ ଜୁଲାଇ ୨୦୨୩ ରେ ଜଣେ ଟୁଇଟ କରିଥିବା ମିଳିଲା। ଟୁଇଟରେ ଉଲ୍ଲେଖ କରା ଯାଇଛି ଯେ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କର ଭଗବତ କଥା ଶୁଣିବା ପାଇଁ ଗ୍ରେଟର ନୋଏଡାରେ ୭୫୦୦୦ ଲୋକ ସୋଭା ଯାତ୍ରା କରିଥିଲେ। 

ଏହି ଭାଗବତ କଥାର ଅଧିବେଶନ ବିଷୟରେ ଅନେକ ମିଡିଆ ୱେବସାଇଟ୍ ରିପୋର୍ଟ କରିଥିଲେ। ଏହି ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ଜୁଲାଇ ୧୦ ରୁ ଜୁଲାଇ ୧୬ ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା। ଏହି ଦୃଶ୍ୟ ଗୁଡିକ ଗ୍ରେଟର ନୋଏଡା ଠାରେ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ଭଗବତ କଥାର ଏକ କଳଶ ଯାତ୍ରାର ଭିଡିଓ ଅଟେ। କଳଶ ଯାତ୍ରା ଗ୍ରେଟର ନୋଏଡାର ସିଟି ପାର୍କରୁ ଜେଟପୁର ପର୍ଯ୍ୟନ୍ତ ୩ କିଲୋମିଟର ଦୂରତାରେ ଅନୁଷ୍ଠିତ ହୋଇଥିଲା।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ୨୦୨୩ ମସିହାରେ ଗ୍ରେର୍ଟର ନୋଏଡାରେ ହେଇଥିବା କଳଶ ଯାତ୍ରାର ଭିଡିଓ ଅଟେ ଯାହାକୁ ଅଯୋଧ୍ୟା ରାମ ମନ୍ଦିର ପାଇଁ ନେପାଲରୁ ଲୋକଙ୍କର ଉପହାର ନେଇ ଆସୁଥିବାର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ଏହା ନେପାଲର ଲୋକମାନେ ଉପହାର ନେଇ ଅଯୋଧ୍ୟା ରାମ ମନ୍ଦିର ଆସୁଥିବା ଭିଡିଓ ଅଟେ? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *