
ଆଫଘାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଯୁଧ୍ୟ ଚାଲିଛି। ପାକିସ୍ତାନ ଆଫଘାନିସ୍ତାନର ୨୦୦ ଯବାନ ମାରିଥିବା ଦାବି କରିଥିବା ସମୟରେ ଆଫଘାନିସତନ ପାକିସ୍ତାନର ୫୮ ଯବାନ ମାରିଥିବା ଦାବି କରିଛି।
ଏହି ପ୍ରସଙ୍ଗରେ ଏକ ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେଥିରେ ନିଆଁ ଲାଗିଛି। ଦାବି କରା ଯାଉଛି ଯେ ଏହା ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ ହୋଇଥିବାର ଏକ ଭିଡିଓ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଆଫଗାନିସ୍ଥାନ ଆକ୍ରମଣରେ ଖସୁଛି ପାକିସ୍ତାନ ଯୁଦ୍ଧ ବିମାନ ବଢୁଛି କଂଗ୍ରେସର ଚିନ୍ତା”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୨୯ ଜୁଲାଇ ୨୦୨୨ ରେ ହିନ୍ଦୁସ୍ତାନ ଟାଇମ୍ସ ର ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ରାଜସ୍ଥାନର ବାରମେର ନିକଟରେ ଏକ ଟ୍ରେନିଂ ଉଡ଼ାଣ ସମୟରେ ଭାରତୀୟ ବାୟୁସେନାର ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଥିଲା। ଭାରତୀୟ ବାୟୁସେନା କହିଥିଲା ଯେ ବିମାନଟି ଉଟାରଲାଇ ବାୟୁସେନା ଘାଟିରୁ ଉଡ଼ାଣ ପାଇଁ ଆସିଥିଲା ଏବଂ ରାତି ପ୍ରାୟ ୯.୧୦ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଥିଲା।
ଦି ହିନ୍ଦୁ ପତ୍ରିକା ରିପୋର୍ଟ କରିଥିଲା ଯେ, ରାଜସ୍ଥାନର ବାରମେର ନିକଟରେ ଏକ ତାଲିମ ଉଡ଼ାଣ ସମୟରେ ଏହି ଘଟଣା ଘଟିଥିଲା, ଯେଉଁଠାରେ ବିମାନଟି ଖସି ପଡ଼ିଥିଲା ଏବଂ ଏଥିରେ ଥିବା ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଭାରତୀୟ ବାୟୁସେନା ଏହି କ୍ଷତି ପାଇଁ ଗଭୀର ଦୁଃଖ ପ୍ରକାଶ କରିଥିଲା ଏବଂ ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଥିଲା।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଲା। ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି।
Title:ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି।
Fact Check By: Siddharth SahuResult: False


