କରାଚିରେ ଆମେରିକୀୟ କନସ୍ୟୁଲେଟ୍ ଉପରେ ଆକ୍ରମଣ କରୁଥିବା ପ୍ରତିବାଦକାରୀ ମାନଙ୍କୁ ପାକିସ୍ତାନ ପୋଲିସ ଗୁଳି କରିଥିବା ଭିଡିଓ ମିଥ୍ୟା ଦାବି ସହିତ ସେଯାର କରା ଯାଉଛି।

False International Israel-Iran war

ୟୁନିଫର୍ମ ପିନ୍ଧିଥିବା କିଛି ଯବାନ ରାସ୍ତାରେ ଲୋକଙ୍କ ଉପରେ ଗୁଳିଚାଳନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କର ଯାଉଛି ଯେ ଏହି ଭିଡିଓ ଇସ୍ରାଏଲ ଏବଂ ଆମେରିକାର ସେନା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରୁଥିବା ଦର୍ଶାଉଛି।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଏହି ଭିଡିଓ ପାକିସ୍ତାନର କରାଚିରୁ ଆସିଛି। ଇରାନର ଖାମେନିଙ୍କ ମୃତ୍ୟୁ ପରେ କରାଚିରେ ଯୁକ୍ତରାଷ୍ଟ୍ର କନସ୍ୟୁଲେଟ୍ ନିକଟରେ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ସେଠିକାର ପୋଲିସ ଗୁଳିଚାଳନା କରିଥିଲା। 

ଭିଡିଓ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଇସ୍ରାଏଲ ଏବଂ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ପୁନେ ଟାଇମ୍ସ ମିରର ର ଫକେବୁକ ପେଜରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଇରାନ-ଆମେରିକା ଉତ୍ତେଜନା ବୃଦ୍ଧି ପାଇବା ପରେ କରାଚୀରେ ଆମେରିକୀୟ କନସ୍ୟୁଲେଟ୍ ବାହାରେ ହୋଇଥିବା ପ୍ରତିବାଦରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଉଛି। ତଥାପି, ପାକିସ୍ତାନୀ କର୍ତ୍ତୃପକ୍ଷ, ପୋଲିସ ପକ୍ଷରୁ କୌଣସି ସରକାରୀ ନିଶ୍ଚିତକରଣ ଆସିନାହିଁ।

ସମାନ ଭିଡିଓ ଆମକୁ ତୁର୍କୀର ଏକ ନ୍ୟୁଜ୍ ୱେବସାଇଟରେ ୨ ମାର୍ଚ୍ଚ ୨୦୨୬ ରେ ପ୍ରକାଶ ପାଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ଇରାନର ସର୍ବୋଚ୍ଚ ନେତା ଅଲି ଖାମେନିଙ୍କ ହତ୍ୟା ରିପୋର୍ଟ ପରେ ପାକିସ୍ତାନରେ ପ୍ରତିବାଦ ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁରେ କ୍ରୋଧ ଏବଂ ଶୋକ ପ୍ରକାଶ କରିବା ପାଇଁ ଅନେକ ଲୋକ, ବିଶେଷକରି ସିଆ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ବାହାରି ଆସିଥିଲେ। ପ୍ରତିବାଦକାରୀମାନେ ପୋଲିସ ସହିତ ସଂଘର୍ଷ କରିଥିଲେ ଏବଂ କରାଚୀରେ ଥିବା ଆମେରିକୀୟ କନସୁଲେଟ୍ ଉପରେ ଆକ୍ରମଣ କଲେ। ସୁରକ୍ଷା ବାହିନୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ୍ ଏବଂ ଗୁଳି ଚାଳନା କରିଥିଲେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହି ଭିଡିଓ ପାକିସ୍ତାନର କରାଚିରୁ ଆସିଛି। ଇରାନର ଖାମେନିଙ୍କ ମୃତ୍ୟୁ ପରେ କରାଚିରେ ଆମେରିକୀୟ କନସ୍ୟୁଲେଟ୍ ନିକଟରେ ପ୍ରତିବାଦ କରୁଥିବା ଲୋକଙ୍କ ଉପରେ ସେଠିକାର ପୋଲିସ ଗୁଳିଚାଳନା କରିଥିଲା। 

Avatar

Title:କରାଚିରେ ଆମେରିକୀୟ କନସ୍ୟୁଲେଟ୍ ଉପରେ ଆକ୍ରମଣ କରୁଥିବା ପ୍ରତିବାଦକାରୀ ମାନଙ୍କୁ ପାକିସ୍ତାନ ପୋଲିସ ଗୁଳି କରିଥିବା ଭିଡିଓ ମିଥ୍ୟା ଦାବି ସହିତ ସେଯାର କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *