
ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ସୋସିଆଲ ମିଡିଆରେ ରାସ୍ତାରେ ଅନେକ ଲୋକ ନାଚୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ବେଙ୍ଗଲରେ ବିଜେପି ନିର୍ବାଚନ ଜିତିବା ପରେ ମହାରାଷ୍ଟ୍ରର ମୁସ୍ଲିମ ମାନେ ନାଚୁଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଭିଡିଓ ୧୮ ଜାନୁଆରୀ ୨୦୨୬ ରେ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ସୂଚନା ଅନୁଯାୟୀ, ଏହି ଭିଡିଓଟି ୨୦୨୬ ବିଏମସି ନିର୍ବାଚନରେ ମହାୟୁତିର ବିଜୟ ସହିତ ଜଡିତ ଥିଲା।

ଆମେ ଅନ୍ୟ ଏକ ସମାନ ପୋଷ୍ଟ ପାଇଲୁ ଯେଉଁଥିରେ ଦାବି କରାଯାଇଥିଲା ଯେ ଭିଡିଓଟି 2026 ବିଏମସି ନିର୍ବାଚନରେ ବିଜେପିର ବିଜୟ ପରେ ମୁସଲିମ ସମର୍ଥକଙ୍କ ବିଜୟ ନୃତ୍ୟକୁ ଦର୍ଶାଉଛି।
ଆମେ ଭିଡିଓରେ “ଅଗାଇ ପଟେଲ ହସ୍ପିଟାଲ” ଏବଂ “ମହାରାଷ୍ଟ୍ର” ଲେଖାଥିବା ହୋର୍ଡିଂ ପାଇଲୁ।

ଏହି ସୂଚନା ଉପରେ ଆଧାର କରି, ଆମେ ଏକ ପ୍ରାସଙ୍ଗିକ କୀୱାର୍ଡ ସନ୍ଧାନ କରିଥିଲୁ ଏବଂ ଏହି କ୍ଲିନିକ୍ର ସ୍ଥାନ ପାଇଥିଲୁ। ଏହି କ୍ଲିନିକ୍ ମହାରାଷ୍ଟ୍ରର ଜିନ୍ତୁରର ମୋଧା ରୋଡରେ ଅବସ୍ଥିତ। ନିମ୍ନରେ ଆପଣ ଗୁଗୁଲ ମ୍ୟାପ୍ସର ସ୍କ୍ରିନଶଟ୍ ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ମହାରାଷ୍ଟ୍ରର ପୁରୁଣା ଭିଡିଓକୁ ପଶ୍ଚିମବଙ୍ଗରେ ବିଜେପି ନିର୍ବାଚନ ଜିତିବା ପରେ ମୁସ୍ଲିମ ମାନେ ନାଚୁଥିବା ଦାବି ସହିତ ସେୟାର କରା ଯାଉଛି।

