
ବିଭିନ୍ନ ରାଜ୍ୟରେ ବ୍ୟାପକ ପ୍ରଶ୍ନପତ୍ର ଲିକ୍ ଏବଂ ବହୁ ଅନିୟମିତତା ସମ୍ପର୍କରେ ଏକ ବଡ଼ ବିବାଦ ପରେ, ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ୩ ମେ ୨୦୨୬ ରେ ଅନୁଷ୍ଠିତ NEET-UG ପରୀକ୍ଷାକୁ ଆନୁଷ୍ଠାନିକ ଭାବରେ ବାତିଲ କରିଥିଲା। ଏହି ମାମଲାରେ CBI ଏପର୍ଯ୍ୟନ୍ତ ମନୀଷା ମାନ୍ଧାରେ ଏବଂ ଅନ୍ୟ ୧୦ ଜଣଙ୍କୁ ଗିରଫ କରିଛି।
ଏହି ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ଧରେମ୍ନ୍ଦ୍ର ପ୍ରଧାନଙ୍କ ଏକ ମହିଳାଙ୍କ ସହ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଦ୍ରମେନ୍ଦ୍ର ପ୍ରଧାନଙ୍କ ସହ ଥିବା ମହିଳା ହେଉଛନ୍ତି ସେହି NEET ପେପର ଲିକ୍ ଅଭିଯୁକ୍ତ ମନୀଷା ମନ୍ଧାରେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଜାଣିବାକୁ ପାଇଲା। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଥିବା ମହିଳା ହେଉଛନ୍ତି ନିବେଦିତା ଏକବୋଟେ, ଯିଏ ମହାରାଷ୍ଟ୍ରର BJYM ଦଳ ଉପାଧ୍ୟକ୍ଷ ଏବଂ ମଡର୍ଣ୍ଣ ପବ୍ଲିକ୍ ସ୍କୁଲ ର ପ୍ରିନ୍ସିପାଲ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, “ଆମ ମୁକୁ ଭାଇ ଙ୍କ ସାଥିରେ ଯେଉଁ ମହିଳା ଅଛନ୍ତି ସେ କୋଚିଂ ଇନଷ୍ଟିଚ୍ୟୁଟ୍ ଚଳାଉଥିବା ମନିଷା ମାନ୍ଧାରେ ନିଟ୍ ପେପର ଲିକ୍ ସଂକ୍ରାନ୍ତରେ ଗିରଫ । ଏ ସଂକ୍ରାନ୍ତରେ ଆମ ମୁକୁ ଭାଇ କିଛି କହିବେ”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳସ୍ଵରୂପ ଆମକୁ ସମାନ ଫୋଟୋ ୧୮ ଡିସେମ୍ବର ୨୦୨୪ ରେ ନିବେଦିତା ଏକବୋଟେ ନାମକ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ପୋଷ୍ଟର କ୍ୟାପ୍ସନରେ ଲେଖା ହେଇଛି, “@punebookfestival ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପର୍ଦ୍ଧନ ଜୀଙ୍କ ସହ ମୋ ପିତାମାତାଙ୍କ ସହ ଏକ ଆଶ୍ଚର୍ଯ୍ୟଜନକ ଏବଂ ସୁନ୍ଦର ସାକ୍ଷାତ ଥିଲା… ଶିକ୍ଷା ଏବଂ ପ୍ରଶାସନ କ୍ଷେତ୍ରରେ ତାଙ୍କର ବିଶାଳ ଅଭିଜ୍ଞତା ଆମକୁ ନିରନ୍ତର ପ୍ରେରଣା ଦେବ।”
ନିବେଦିତା ଏକବୋଟେ ହେଉଛନ୍ତି ମଡର୍ଣ୍ଣ କଲେଜର ପ୍ରିନ୍ସିପାଲ୍ ଏବଂ ମହାରାଷ୍ଟ୍ର ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ। ଏକବୋଟେ ମଧ୍ୟ ତାଙ୍କ X ହ୍ୟାଣ୍ଡେଲରେ ଭାଇରାଲ୍ ଦାବିକୁ ଖଣ୍ଡନ କରିଛନ୍ତି, କହିଛନ୍ତି ଯେ ତାଙ୍କ ଫଟୋକୁ ଭୁଲ ଭାବରେ ଚିହ୍ନଟ କରାଯାଉଛି ଏବଂ ମିଥ୍ୟା ଦାବି ସହିତ ସେୟାର କରାଯାଉଛି।
ଯେତେବେଳେ ଆମେ “NEET ପେପର୍ ଲିକ୍ ମାମଲାରେ ଗିରଫ ହୋଇଥିବା ମନିଷା ମନ୍ଧାରେ” ସର୍ଚ୍ଚ କରିଲୁ, ସେତେବେଳେ ଆମେ ଗିରଫ ହୋଇଥିବା ମନିଷା ମନ୍ଧାରେଙ୍କ ପ୍ରକୃତ ଫୋଟୋ ଅନେକ ଖବର ରିପୋର୍ଟରେ ପାଇଲୁ।

୧୭ ମଇ, ୨୦୨୬ ତାରିଖରେ ବିବିସିର ଏକ ରିପୋର୍ଟରେ ମନୀଷା ମାନ୍ଧାରେଙ୍କ ଗିରଫଦାରୀ ସମ୍ପର୍କରେ ମଡର୍ଣ୍ଣ କଲେଜର ଅଧ୍ୟକ୍ଷା ନିବେଦିତା ଏକବୋଟେଙ୍କ ଦ୍ୱାରା ANIକୁ ଦିଆଯାଇଥିବା ଏକ ବୟାନ ଅନ୍ତର୍ଭୁକ୍ତ ଥିଲା। ଏକବୋଟେ କହିଥିଲେ ଯେ ଅଭିଯୁକ୍ତ ପ୍ରଫେସର ଗତ ୨୪ ବର୍ଷ ଧରି କଲେଜରେ କାର୍ଯ୍ୟ କରୁଥିଲେ ଏବଂ ଗୋପନୀୟତା ସର୍ତ୍ତାବଳୀରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ସହିତ ଜଡିତ ଥିଲେ।
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋରେ ଥିବା ମହିଳା ଏବଂ ମନୀଷା ମନ୍ଧାରେଙ୍କ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ସିଦ୍ଧାନ୍ତ:
ଆମ ଅନୁସନ୍ଧାନରେ ଭାଇରାଲ ଦାବି ମିଥ୍ୟା ପ୍ରମାଣିତ ହେଇଛି। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଥିବା ମହିଳା ହେଉଛନ୍ତି ନିବେଦିତା ଏକବୋଟେ, ଯିଏ ମହାରାଷ୍ଟ୍ରର BJYM ଦଳ ଉପାଧ୍ୟକ୍ଷ ଏବଂ ମଡର୍ଣ୍ଣ ପବ୍ଲିକ୍ ସ୍କୁଲ ର ପ୍ରିନ୍ସିପାଲ।

