କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ମେ ୨୦୨୦ ମସିହାରେ ଆସିଥିବା ଅମ୍ଫାନ ବାତ୍ୟାର ଅଟେ?

False Social
image.jpg

୨୦ ମେ ୨୦୨୦ ରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ରେ ଆସିଥିବା ଅମ୍ଫାନ ବାତ୍ୟା ଭଉତ କ୍ଷତି ପହଞ୍ଚାଇଛି। ବାତ୍ୟା ସମୟରେ ପବନର ବେଗ ୧୯୦ କିଲୋମିଟର ପ୍ରତି ଘଣ୍ଟା ଥିଲା ବୋଲି ସୂଚନା ମିଳିଛି। ଏହି ବାତ୍ୟା ରେ ଘର ଦ୍ଵାର ନଷ୍ଟ ହେବା ସହିତ କିଛି ଲୋକଙ୍କ ମୃତ୍ୟୁ ହେଇ ଥିବା ଖବର ମଧ୍ୟ ସାମନା କୁ ଆସିଛି। ଓଡ଼ିଶା ରେ ୨ ଲୋକଙ୍କ ମୃତ୍ୟୁ ହେଇଛି ବୋଲି ସୂଚନା ମିଳିଛି। ସୋସିଆଲ ମିଡିଆରେ ଏହି ବାତ୍ୟା ନେଇ ଅନେକ ଭିଡିଓ ଘୁରି ବୁଲୁଛି। ଏହା ମଧ୍ୟରେ କିଛି ଏପରି ଭିଡିଓ ଅଛି ଯେଉଁଟାର ସମ୍ବନ୍ଧ ଅମ୍ଫାନ ବାତ୍ୟା ସହିତ ନାହିଁ। 

୨୧ ମେ ୨୦୨୦ ରେ ଆଇ.ଏନ.ସି ଓଡ଼ିଶା ନାମକ ଫେସବୁକ ପେଜରେ ଗୋଟିଏ ଭିଡିଓ ପୋସ୍ତ କରା ଯାଇଅଛି ଯେଉଁ ଥିରେ ଏହା ଦାବି କରା ଯାଇ ଅଛି ଯେ ଏହି ଦୃଶ୍ୟ ଆମ୍ଫାନ ବାତ୍ୟାର ଅଟେ। ଏହି ଭିଡିଓରେ ଆମକୁ ଦେଖିବା କୁ ମିଳିଛି ଯେ ଗୋଟିଏ ଧଳା ରଙ୍ଗ ଗାଡ଼ି ଓଲଟି ପଡ଼ିଛି ଏବଂ ଅତ୍ୟନ୍ତ ତୀବ୍ର ବେଗରେ ପବନ ବହୁଛି। ଫେକ୍ଟ କୃସେଣ୍ଡୋ ଓଡ଼ିଆ ଏହି ଭିଡିଓ ର ଅନୁସନ୍ଧାନ କରିଲା ପରେ ପ୍ପୋଷ୍ଟ ରେ କରା ଯାଇଥିବା ଦାବି କୁ ମିଥ୍ୟା ବୋଲି ପାଇଲା। 

Archive

ଆମ ଅନୁସନ୍ଧାନ:

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓକୁ ଗୁଗୁଲ କ୍ରୋମ ଇନଭିଦ ଏକଶ୍ରେନସନ ଟୁଲ ସାହାଜ୍ଯତା ରେ ବିଭିନ୍ନ ଫ୍ରେମ ରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ୟେକ ଫ୍ରେମ ର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଏହି ଘଟଣା ଜଡ଼ିତ କିଛି ତଥ୍ୟ ମିଳିଲା। 

୩ ମେ ୨୦୧୯ ମସିହାରେ ବାଙ୍ଗଲାଦେଶ ର ପତ୍ରିକା ଢାକା ଟ୍ରାଇବ୍ୟୁନ ରେ ପ୍ରକାଶିତ ହେଇ ଥିବା ଗୋଟିଏ ଅନୁଛେଦରେ ଆମକୁ ଭିଡିଓ ର ଗୋଟିଏ ଅଂଶ ର ଫୋଟୋ ମିଳିଲା। ଏହି ପତ୍ରିକା ରେ କୁହା ଯାଇ ଅଛି ଯେ ମହାବାତ୍ୟା ଫନି ଏହି ଦଶନ୍ଧିର ସବୁ ଠାରୁ ବଡ଼ ବାତ୍ୟା। ଏହି ବାତ୍ୟା ଭାରତର ପୂର୍ବ ରାଜ୍ୟ ଓଡ଼ିଶା ରେ ଭୁସ୍ଖଳନ କରିଥିଲା। ଏହା ପରେ ଏହି ବାତ୍ୟା ବାଙ୍ଗଲାଦେଶ ପ୍ରବେଶ କରିବ କିନ୍ତୁ ଏହାର ଗତି କମ ହେଇ ଜୀବ। ଶୁକ୍ରବାର ଠାରୁ ଏହି ବାତ୍ୟାର ପ୍ରଭାବ ବାଙ୍ଗଲାଦେଶରେ ମଧ୍ୟ ଦେଖିବାକୁ ମିଳିଛି। ପାଣିପାଗ ବିଭାଗ ଅଧ୍ୟକ୍ଷ ସମସୁଦ୍ଦିନ ଅହମଦ କହିଛନ୍ତି ଯେ ବାଙ୍ଗଲାଦେଶ ରେ ପ୍ରବେଶ କରିବା ସମୟରେ ଏହି ବାତ୍ୟାର ବେଗ ୧୨୦ -୧୪୦ କିଲୋମିଟର ପ୍ରତି ଘଣ୍ଟା ହେଇ ଜୀବ। କଲିକତା ପାଣିପାଗ ବିଭାଗ କହିବା ଅନୁଯାୟୀ ଫନି ବାତ୍ୟା ବାଙ୍ଗଲାଦେଶରେ ପ୍ରବେଶ କରିବା ପୂର୍ବରୁ ସାଧାରଣ ବାତ୍ୟା ରେ ବଦଳି ଜୀବ। 

dhaka.jpg

Dhaka Tribune | Archive

୩ ମେ ୨୦୧୯ ମସିହାରେ ଏହି ଫୋଟୋ ହିନ୍ଦୁସ୍ଥାନ ଟାଇମସ ମଧ୍ୟ ନିଜ ଟୁଇଟର ହେଣ୍ଡେଲ ରେ ଟୁଇଟ କରି କହିଛି ଯେ ଫନି ତୁଫାନ ସମୟରେ କେଉଁ ପରି ଆନ୍ଧରା ପ୍ରଦେଶ ଓଡ଼ିଶା କୁ ସାହାଜ୍ଯ କରିଲା। 

ଶେଷକଥା: 

ଆମ ଅନୁସନ୍ଧାନରୁ ଆମେ ଜାଣିବା କୁ ପାଇଲୁ ଯେ ପୋଷ୍ଟ କରା ଯାଇଥିବା ଭିଡିଓ ଗତ ବର୍ଷ ଆସିଥିବା ଫନି ବାତ୍ୟାର ଭିଡିଓ ଅଟେ। ଏହି ଭିଡିଓର ଅମ୍ଫାନ ବାତ୍ୟା ସହିତ କୌଣସି ସମ୍ବନ୍ଧ ନାହିଁ। ଫନି ବାତ୍ୟାର ପୁରୁଣା ଭିଡିଓ କୁ ବର୍ତମାନ ସମୟରେ ଆସିଥିବା ଅମ୍ଫାନ ବାତ୍ୟା ଘଟଣା କହି ଗୁଜବ ସୃଷ୍ଟି କରା ଯାଇଅଛି।

Avatar

Title:କ’ଣ ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ମେ ୨୦୨୦ ମସିହାରେ ଆସିଥିବା ଅମ୍ଫାନ ବାତ୍ୟାର ଅଟେ?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *