
ଭାରତରେ ଭାଗବାନଙ୍କୁ ନେଇ ଲୋକଙ୍କ ଆସ୍ଥା ଏବଂ ବିଶ୍ୱାସ ବହୁତ ଅଧିକ। ଏଥି ପାଇଁ ହିନ୍ଦୁ ଧର୍ମରେ ସମସ୍ତ ପର୍ବପର୍ବାଣି ପ୍ରାୟ ଭଗବାନଙ୍କୁ ନେଇ ପାଳନ କରାଯାଏ। ଏହା ଛଡ଼ା ଆସ୍ଥା ଏବଂ ବିଶ୍ୱାସରୁ ଆଗକୁ ବଢ଼ିଲେ ଲୋକେ ଅନ୍ଧବିଶ୍ୱାସର ମଧ୍ୟ ସିକାର ହୁଅନ୍ତି। ସେପରି ଆସ୍ଥା ଏବଂ ବିଶ୍ୱାସକୁ ନେଇ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୁଏ ଯାହାକୁ ନେଇ ଲୋକଙ୍କ ମନରେ ମିଥ୍ୟା ସୂଚନା ମଧ୍ୟ ସତ୍ୟ ଲାଗେ। ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ଜଣେ ମିହଳା ଏକ ଝିଅର ଚୁଟି ବନାଉଥିବାର ଦେଖାଯାଉଛିନ୍ତି। ଫଟୋକୁ ନେଇ ଦାବି କରାଯାଉଛି ଯେ, ଏମାନେ ଭାରତୀୟ ନୁହଁନ୍ତି, ଆମେରିକାର ଜନଜାତୀ, ଯେଉଁମାନେ ଆଜିମଧ୍ୟ ସ୍ୱସ୍ତିକ ଚିହ୍ନ ଆଙ୍କି ଭଗବାନ ଶିବଙ୍କ ପୂଜା କରନ୍ତି।
ଆମ ଅନୁସନ୍ଧାନରେ ଆମେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
27 ଅକ୍ଟୋବରରେ ଦୁଶ୍ମନ୍ତ କୁମାର ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରିଛନ୍ତି ଯେ, ଆମେରିକାର ଜନଜାତୀ ମୁଣ୍ଡରେ ସ୍ୱସ୍ତିକ ଚିହ୍ନ କରି ଭଗବାନ ଶିବଙ୍କୁ ପୂଜା କରୁଛନ୍ତି। ପୋଷ୍ଟର ଶିର୍ଷକରେ ଲେଖା ଯାଇଛି ଯେ, ଏମାନେ ଭାରତୀୟ ନୁହଁନ୍ତି,ଆମେରିକାର ଏକ ଜନଜାତୀ , ଯେଉଁମାନେ ଆଜୀବୀ ସ୍ୱସ୍ତିକ ଚିହ୍ନ ଆଙ୍କି ଭଗବାନ ଶିବଙ୍କ ପୂଜାର୍ଚନା କରନ୍ତି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର କରାଯାଇଛି। ପୋଷ୍ଟର ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ-Facebook । Archive
ତେବେ କଣ ଆମେରିକାର ଏହି ମହିଳାମାନେ ମୁଣ୍ଡରେ ସ୍ୱସ୍ତିକର ଚିହ୍ନ କରି ଭଗବାନ ଶିବଙ୍କୁ ପୂଜା କରନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଭାଇରାଲ ଫଟୋର କିଛି ଲିଙ୍କ ମିଳିଲା। 8 ମଇ 2012ରେ fyeah-history ପେଜରେ ଭାଇରାଲ ଫଟୋ ପ୍ରକାଶିତ ହୋଇଥିବାର ପାଇଲୁ। ଯେଉଁଥିରେ ଲେଖା ହୋଇଛି ଯେ,(Hopi woman dressing hair of unmarried girl, 1900. The “squash blossom” hairdo indicated eligibility for courtship) ହୋପି ମହିଳା ଅବିବାହିତ ଝିଅର କେଶ ସଜାଡ଼ୁଛନ୍ତି, 1900. “ସ୍କ୍ୱାସ୍ ବ୍ଲୋସମ” ହେୟାରଡୋ ପ୍ରେମଲାପ ଯୋଗ୍ୟତା ପାଇଁ ସୂଚାଇଥାଏ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- fyeah-history । Archive
ପରେ ଆମେ ଗୁଗୁଲରେ squash blossom Hopi women ମାରି ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ଜାଣିବାକୁ ପାଇଲୁ ଯେ, ଏହି ହେୟାର ଷ୍ଟାଇଲ ହୋପି ଟ୍ରାଇବର ଅବିବାହିତା ଝିଅମାନଙ୍କର ଅଟେ। ଏହି ହେୟାର ଷ୍ଟାଇଲ ରାଜକୁମାରୀ ଲିଆ ମଧ୍ୟ କରନ୍ତି। ଏହି ହୋପି ଟ୍ରାଇବ ଆରିଜୋନା(Arizona)ର ଅଟନ୍ତି।
ହୋପି ଜନଜାତି କେଉଁଠୁ ଆସିଛନ୍ତି?
ହୋପି ଏକ ମୂଳ ଆମେରିକୀୟ ଜନଜାତି, ଯେଉଁମାନେ ମୁଖ୍ୟତ ଉତ୍ତର-ପୂର୍ବ ଆରିଜୋନାର ହୋପି ସଂରକ୍ଷଣରେ ବାସ କରନ୍ତି। 2010 ଜନଗଣନା ଅନୁଯାୟୀ, ଆମେରିକାରେ 19,338 Hopi ଥିଲେ।
ହୋପି ଟ୍ରାଇବ ହେୟାର ଷ୍ଟାଇଲ-
ଭାଇରାଲ ଫଟେରୋ ଝିଅଟି କରିଥିବା ହେୟାର ଷ୍ଟାଇଲ ସମ୍ପର୍କରେ warpath 2piece pipe ପେଜରେ ଆମେ ଜାଣିବାକୁ ପାଇଲୁ। ହୋପି ଝିଅମାନେ ଅବିବିହାତା ସମୟରେ ସେମାନଙ୍କର କେଶ ଏକ ସ୍କ୍ୱାସ୍ ଫୁଲ ଡିଜାଇନରେ ମୁଣ୍ଡର ଦୁଇ ପାର୍ଶ୍ୱରେ ଦୁଇଟି ବଡ଼ ଚକ୍ରାକାର ଗୋଲା ବନାଇଥାନ୍ତି। ଯାହାକୁ କି ହୋପି ଟ୍ରାଇବର ପ୍ରତିକ କୁହାଯାଏ। ବିବାହ ପରେ ମହିଳାମାନଙ୍କର କେଶ ଲମ୍ବା ଏବଂ ଏକ ପାରମ୍ପାରିକ ଚୋଙ୍ଗୋ ଶୌଳୀରେ ହୋମସୋମା ନାମକ ଏକ କେଶ ଗଣ୍ଠି ସହିତ ପିନ୍ଧିଥାନ୍ତି ଯାହା ଧଳା ସୂତାରେ ଗୁଡ଼ାଯାଇଥାଏ। pinsndls ପେଜରେ ହୋପି ମହାଳାଙ୍କ ହେୟାର ଷ୍ଟାଇଲ ଏବଂ ତାଙ୍କ ପରମ୍ପାରା ସମ୍ପର୍କରେ ଜାଣିବାକୁ ପାଇଲୁ। ହୋପି ଅବିବାହିତା ଝାଅମାନେ ନିଜ ଟ୍ରାଇବରେ ବିବିହା କରିଥାନ୍ତି। ତାଙ୍କ ବାବାହ ଠିକ ହେଲାପରେ ସେମାନେ ତାଙ୍କ ମୁଣ୍ଡରୁ ଚକ୍ରାକାର ଗୋଲ ପଦାର୍ଥ କାଢ଼ି ଲମ୍ବା କେଶ ରଖିଥାନ୍ତି। ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦଖନ୍ତୁ-warpath 2piece pipe। Archive
ହୋପି କେଉଁ ଭଗବାନଙ୍କୁ ପୂଜା କରନ୍ତି?
Study.com ଏବଂ alamy.com ଏବଂ ancient-origins ପେଜରୁ ଆମେ ଜାଣିବାକୁ ପାଇଲୁ ଯେ, ହୋପି ଟ୍ରାଇବ ଭଗବାନ ଶିବକୁ ଆରଧନା କରୁନଥିଲେ। ସେମାନଙ୍କର ଅନେକ ଦେବତା ଏବଂ ଆତ୍ମା ସହିତ ସେମାନଙ୍କର ଏକ ବିକଶିତ ବିଶ୍ୱାସ ଅଛି। ଏଥିରେ ପୃଥିବୀ ମା, ଆକାଶ ପିତା, ସୂର୍ଯ୍ୟ, ଚନ୍ଦ୍ର, କାଚିନା (ଜୀବନର ଅଦୃଶ୍ୟ ଆତ୍ମା), ଏବଂ ମାସାୱ (ଦୁନିଆର ଅଭିଭାବକ ଆତ୍ମା) ଅନ୍ତର୍ଭୁକ୍ତ। ହୋପି ଟ୍ରାଇବର ଠାକୁରମାନଙ୍କ ମଧ୍ୟରେ ହିନ୍ଦୁ ଧର୍ମର କୌଣସି ଅଂଶ ଆମେ ପାଇଲୁ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଏଠାରେ ଲିଙ୍କ ଦେଖନ୍ତୁ- Study.com । Archive
ଏହା ପରେ ଆମକୁ ଏକ ଭିଡିଓ ମିଳିଲା, ଯେଉଁଥିରେ ଆମକୁ ହୋପି ଟ୍ରାଇବ ଏବଂ ତାଙ୍କ ରହଣି ସମ୍ପର୍କରେ ସମ୍ପୁର୍ଣ୍ଣ ସୂଚନା ମିଳିଲା। ତଳେ ଭିଡିଓ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରୁ ପାଇଲୁ ଯେ, ଭାଇରାଲ ଫଟୋରେଥିବା ମହିଳା ଝିଅ ମୁଣ୍ଡରେ ସ୍ୱସ୍ତିକ ଚିହ୍ନ ବନାଇବା ଏବଂ ଏହି ଜନଜାତି ସ୍ୱସ୍ତିକ ଚିହ୍ନ କରି ଭଗବାନଙ୍କୁ ପୂଜାକରୁଥିବା ଦାବି ମିଥ୍ୟା ଅଟେ। ଫଟୋରେଥିବା ମହିଳା ଏବଂ ଝିଅ ଆରିଜୋନାର ହୋପି ଟ୍ରାଇବର ଅଟନ୍ତି। ଝିଅଟି କରୁଥିବା ହେୟାର ଷ୍ଟାଇଲ ହୋପି ଜନଜାତିର ପ୍ରତିକ ଅଟେ। ଏହା କେବଳ ଅବିବାହିତା ଝିଅମାନେ କରିଥାନ୍ତି। ଏବା ଛଡ଼ା ହୋପି ଜନାଜାତିର ଲୋକମାନେ ଭଗବାନ ଶିବକୁ ପୂଜା କରନ୍ତି ନାହିଁ।

Title:ଝିଅ ମୁଣ୍ଡରେ ମହିଳା ସ୍ୱସ୍ତିକ ଚିହ୍ନ କରୁଛି କି? ଏବଂ ଏହି ଜନଜାତି କ’ଣ ସ୍ୱସ୍ତିକ ଚିହ୍ନ କରି ଭାଗବାନ ଶିବକୁ ପୂଜା କରନ୍ତି?
Fact Check By: Saritadevi SamalResult: False