କ’ଣ ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

ମୋଦୀ ସରକାର ଅନେକ କମ୍ପାନୀର ଘରୋଇକରଣ କରିଥିବା ବିଷୟରେ ଆମେ ଅନେକ ଖବର ଶୁଣିଛୁ। ସରକାରର ଏହି ନିଷ୍ପତ୍ତି କାରଣରୁ ଲୋକେ ଦାବି କରୁଛନ୍ତି ଯେ ମୋଦୀ ସରକାର ଦେଶର ଅନେକ କମ୍ପାନୀ ଗୁଡିକକୁ ବିକ୍ରୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଲିପ୍ ଭାଇରାଲ ହେବାରେ ଲାଗିଛିଯେ ବର୍ତ୍ତମାନ ଯୋଗୀ ସରକାର ମଧ୍ୟ ମଥୁରା ସହରରେ ଅବସ୍ଥିତ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି। ଏହି ଖବରକାଗଜର ଶୀର୍ଷକରେ ଲେଖା ଯାଇଛି, “ଗୋବର୍ଦ୍ଧନ ପର୍ବତ ବିକ୍ରୟ କରିବାକୁ ପ୍ରସ୍ତୁତ।” 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

fb.jpg

Facebook | Archive

ଆମକୁ ସମାନ ପୋଷ୍ଟ ଚଳିତ ବର୍ଷ ୨୨ ଫେବ୍ରୁଆରିରେ ଟୁଇଟରରେ ମଧ୍ୟ ଭାଇରାଲ ହେଇଥିବା ମିଳିଲା। ଏହି ପୋଷ୍ଟରେ ଦାବି କରା ଯାଇଛି, “ଯାହାକୁ ରାମ କୃଷ୍ଣଙ୍କ ଅବତାର କହି ଶାସନକୁ ଅଣାଗଲାସେ ଭଦ୍ର ବ୍ୟକ୍ତି ଗୋବର୍ଦ୍ଧନ ପାହାଡକୁ ବିକ୍ରି କରିବାକୁ ଯାଉଛନ୍ତି। ଅନ୍ଧଭକ୍ତ ବଜା ତାଳି।”

Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଭାଇରାଲ ହେଉଥିବା ଖବରକାଗଜ କ୍ଲିପ୍ କୁ ଗଭୀରତା ସହିତ ପଢିଲୁ। ଏହି ଖବରକାଗଜର ଶୀର୍ଷକରେ ଲେଖା ଯାଇଛି, “ବିଶ୍ଵାସ ସହିତ ବିଶୃଙ୍ଖଳା ଅନ୍ଲାଇନ କମ୍ପାନୀ ପଥର ବିକ୍ରୟ ପାଇଁ ଏକ ବିଜ୍ଞାପନ ଦେଇଛି ଯାହାର ମୂଲ୍ୟ ୫,୧୭୫ ଟଙ୍କା ରକ୍ଷା ଯାଇଛି।” ଖବରକାଗଜର ସମ୍ବାଦକୁ ପଢିଲା ପରେ ଆମେ କେଉଁଠାରେ ମଧ୍ୟ ଏହା ଲେଖା ଯାଇଥିବା ପାଇଲୁ ନାହିଁ ଯେ ଯୋଗୀ ସରକାର ଗୋବର୍ଦ୍ଧନ ପର୍ବତ ବ୍ବିକରି କରୁଛନ୍ତି। ସମ୍ବାଦରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ଉତ୍ତରପ୍ରଦେଶର ମଥୁରା ସହରରେ ଗୋବର୍ଦ୍ଧନ ପର୍ବତର ପଥର ଗୁଡିକକୁ ବିକ୍ରି କରିବା ପାଇଁ ଏକ ଅନ୍ଲାଇନ କମ୍ପାନୀ ଏହି ବିଜ୍ଞାପନ ଦେଇଛି। 

online.jpg

ଉପରୋକ୍ତ ତଥ୍ୟକୁ ଧ୍ୟାନରେ ରାଖୀ ଆମେ ଗୁଗୁଲରେ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ କରିଲା ପରେ ଫଳାଫଳରେ ଆମକୁ ଲାଇଭ୍ ହିନ୍ଦୁସ୍ତାନ ପତ୍ରିକାର ୱେବସାଇଟରେ ୮ ଫେବ୍ରୁଆରି ଦିନ ଏକ ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା। ଏହି ୱେବସାଇଟ ଅନୁଯାୟୀ “ଇଣ୍ଡିଆ ମାର୍ଟ ନାମକ ଏକ ଅନ୍ଲାଇନ କମ୍ପାନୀ ନିଜ ୱେବସାଇଟରେ ଗୋବର୍ଦ୍ଧନ ପର୍ବତର ପଥର ବିକ୍ରିର ବିଜ୍ଞାପନ ଦେଇଥିଲା। ଏହାର ସୂଚନା ମିଳିଥିବାରୁ ସ୍ଥାନୀୟ ପୋଲିସ ୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଥିଲା। ପୋଲିସ ଇଣ୍ଡିଆ ମାର୍ଟ କମ୍ପାନୀ ପ୍ରତିଷ୍ଠାତା ଦିନେଶ ଅଗ୍ରୱାଲ, ବ୍ରଜେଶ ଅଗ୍ରୱାଲ ଏବଂ ମଥୁରାର ଯୋଗଣାକାରୀ ଅଙ୍କୁର ଅଗ୍ରୱାଲକୁ ଗିରଫ କରିଥିଲା।”

https://lh4.googleusercontent.com/zofcoIR4VXlWQLwFHO7YnURAqLbBN4xywUDpkojPA22mrc5iiEzOTHyiXKQsBxzN_Qu0MuFziaqdnHvZFKWTEXqY9eGdjjAmycDWYj9v9anIBeQ6tvSpqvIrDhD4y4UhUsBr3K4=s0

Archive

ଏହି ବିଷୟରେ ଅଧିକ ସୂଚନା ଏକତ୍ର କରିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ମଥୁରା ପୋଲିସ ଏସ.ପି ଡାଃ ଗୌରବ ଗ୍ରୋଭରଙ୍କ ସହିତ ଯୋଗାଯୋଗ କରିଲା। ସେ ଆମକୁ ସୂଚନା ଦେଲେ, “ଭାଇରାଲ ହେଉଥିବା ଖବର ପୁରୁଣା ଅଟେ। ଏହି ଘଟଣାର ଉତ୍ତରପ୍ରଦେଶ ସରକାର ସହିତ କୌଣସି ସମ୍ବନ୍ଧ ନାହିଁ। ଯେତେବେଳେ ପୋଲିସକୁ ଏହି ଘଟଣାର ସୂଚନା ମିଳିଲା ଆମେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଲୁ। ଘଟଣାର ମାମଲା ରୁଜୁ କରି ଅଭିଯୋଗୀଙ୍କୁ ଗିରଫ ମଧ୍ୟ କରା ଯାଇଥିଲା। ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ।”

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ହାଇରାଲ ଫୋଟୋ ସହିତ କରା ଯାଇଥିବା ଦାବି ମିଥ୍ୟା ଏବଂ ବିଭାରାନ୍ତକାରୀ ଅଟେ। ଗୋଭର୍ଦ୍ଧନ ପର୍ବତ ବିକ୍ରି କରିବା ବିଜ୍ଞାପନ ଯୋଗୀ ସରକାର ଦ୍ଵାରା କରା ଯାଇ ନାହିଁ। ଏହି ବିଜ୍ଞାପନ ଏକ ଅନ୍ଲାଇନ କମ୍ପାନୀ ଦ୍ଵାରା ଦିଆ ଯାଇଥିଲା ଏବଂ ଏହି କମ୍ପାନୀ ବିରୁଦ୍ଧରେ କାର୍ଜ୍ଯାନିଷ୍ଠାନ ମଧ୍ୟ ନିଆ ଯାଇଛି।

Avatar

Title:କ’ଣ ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି?

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *