
Debasish Das ନାମକ ଜଣେ ଫେସବୁକ ୟୁଜର 10 ଜାନୁଆରିରେ ନିଜ ଆକାଉଣ୍ଟରେ ଜେଏନୟୁ ଛାତ୍ରୀର ଦୁଇଟି ଫୋଟୋ ପୋଷ୍ଚ କରିଛନ୍ତି। ପୋଷ୍ଟର ଦୁଇଟି ଫୋଟୋରେ ଛାତ୍ରୀର ମୁଣ୍ଡ ଫାଟିଛି ଏବଂ ହାତ ମଧ୍ୟ ପ୍ଲାଷ୍ଟର ହୋଇଛି। କିନ୍ତୁ ଦୁଇଟି ଫୋଟୋ ମଧ୍ୟରେ କିଛି ପାର୍ଥକ୍ୟ ଅଛି ତାହା ହେଉଛି ଯେ, ପ୍ରଥମ ଫୋଟୋରେ ଛାତ୍ରୀର ଡାହାଣ ହାତକେ ପ୍ଲାଷ୍ଟର ହୋଇଛି କିନ୍ତୁ ଦ୍ୱିତିୟ ଫୋଟୋର ଛାତ୍ରୀର ବାମ ହାତରେ ପ୍ଲାଷ୍ଟର କରାଯାଇଛି। ପୋଷ୍ଟରେ ଦାବି କରାଯାଇଛି ଯେ, JNU ଛାତ୍ରୀ ହାତରେ ମିଛ ପ୍ଲାଷ୍ଟର କରି ଆଘାତ ହେବାର ମିଛ ନାଟକ କରୁଛନ୍ତି। କେବେ ବାମ ହାତରେ ପ୍ଲାଷ୍ଟର କରି ବୁଲୁଛନ୍ତି ତ କେବେ ଡାହାଣ ହାତରେ ପ୍ଲାଷ୍ଟର କରି ବୁଲୁଛନ୍ତି। ପୋଷ୍ଟର ଶିର୍ଷରେ ଲେଖା ଯାଇଛି ଯେ, The #krantikari Leftist JNU student, *Odd Day-left Hnad in plaster*,* Even day – Right Hand in plaster*,Left terror down Down

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ଏହା ଛଡ଼ା 10 ଜାନୁଆରିରେ Tapan parida ନାମକ ଜଣେ ଫେସବୁକ ୟୁଜର ମଧ୍ୟ ଜେଏନୟୁ ଛାତ୍ରୀଙ୍କର ଏହି ଦୁଇଟି ଫୋଟୋ ପୋଷ୍ଟ କରିଛନ୍ତି ଏବଂ ଦାବି କରିଛନ୍ତି ଯେ, କେତେବେଳେ ଡାହାଣ ତ କେତେବେଳେ ବାମ ହାତରେ ପ୍ଲାଷ୍ଟର କରି ଆଘାତ ହେବାର ମିଛ୍ ନାଟକ କରୁଛନ୍ତି।

ଏଠାରେ ଲିଙ୍କ୍ ଦେଖନ୍ତୁ-Facebook । Archive
ଭାଇରାଲ ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମ ଅନୁସନ୍ଧାନ ପଢ଼ନ୍ତୁ।
ଆମ ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ପୋଷ୍ଟରେ ଦିଆ ଯାଇଥିବା ଫୋଟୋକୁ ପ୍ରଥମେ ରିଭର୍ସ ଇମେଜ କରିଲୁ। ଭାଇରାଲ ହେଉଥିବା ଫୋଟୋ JNU ହିଂସା ମାମଲାରେ ବିଶ୍ୱବିଦ୍ୟାଳୟ ଛାତ୍ରଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନିର ଅଟେ। ଏହି ସମ୍ମିଳନିରେ ଆୟଶି ଘୋଷ ବିଶ୍ୱବିଦ୍ୟାଳୟରେ ହୋଇଥିବା ଆକ୍ରମଣ ଘଟଣା ବିଷୟରେ ବିସ୍ତାରରେ କହୁଥିଲେ। ତେଳେ ଏହି ସାମ୍ବାଦିକ ସମ୍ମିଳନି ଭିଡିଓ ଦେଖିପାରିବେ। ଏଥିରେ ଏହା ସ୍ପଷ୍ଟ ଦେଖା ଯାଉଛି ଯେ, ଆୟଶି ଘୋଷଙ୍କର ବାମ ହାତରେ ପ୍ଲାଷ୍ଟର କରାଯାଇଛି।
ଏହି ସମ୍ବାଦିକ ସମ୍ମିଳନି ଭିଡିଓକୁ ଆମେ ହିନ୍ଦି ନ୍ୟୁଜ ଚ୍ୟାନେଲ NDTV ରେ ମଧ୍ୟ ପାଇଲୁ। ଆମେ ଭାଇରାଲ ହେଉଥିବା ଫୋଟୋକୁ ୱେବସାଇଟ୍ ରେ ଦେଖା ଯାଉଥିବା ଫୋଟୋ ସହିତ ତୁଳନା କଲୁ। ଯେଉଁଥିରୁ ଆମେ ସ୍ପଷ୍ଟ ହେଲୁ ଯେ, ପ୍ରକୃତ ଫୋଟୋର ମିରର ଇମେଜ କରି ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି।

ଏହା ଛଡ଼ା ଆୟଶି ଘୋଷର ଏକ ଫୋଟୋକୁ HINDUSTAN TIMES ମଧ୍ୟ 7 ଜାନୁଆରିରେ ସେୟାର କରାଯାଇଛି । ଯେଉଁଥିରେ ତାଙ୍କର ବାମ ହାତରେ ପ୍ଲାଷ୍ଟର କରାଯାଇଥିବାର ଦେଖା ଯାଇଛି। ANI ନ୍ୟୁଜ ମଧ୍ୟ 8 ଜାନୁଆରିରେ ଆୟଶି ଘୋଷର ଏକ ଇଣ୍ଟରଭ୍ୟ ନେଇଥିଲେ ଏବଂ ଏହି ଇଣ୍ଟରଭ୍ୟୁର ଏକ ଫୋଟୋ ANI ଟ୍ୱିଟର ପେଜରେ ପୋଷ୍ଟ କରାଯାଇଛି। ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ଯେ ଆୟଶିଙ୍କର ବାମ ହାତରେ ଆଘାତ ହେବାରୁ ବାମ ହାତରେ ପ୍ଲାଷ୍ଟର ହୋଇଛି। ତେଳେ ଦିଆ ଯାଇଥିବା ଲିଙ୍କରେ ଦେଖନ୍ତୁ।


ଏଠାରେ ଲିଙ୍କ ଦେଖନ୍ତୁ- HINDUSTAN TIMES । ANI
ଶେଷକଥା-
ଆମ ଅନୁସନ୍ଧାନରୁ ପାଇଲୁ ଯେ, ସୋସିଆଲ ମିଡିଆରେ ଆୟଶି ଘୋଷ ଆଘାତ ହେବାର ନାଟକ କରୁଥିବା ଦାବି ମିଥ୍ୟା ଅଟେ। ସୋସିଆଲ ମିଡିଆରେ ଆୟଶି ଘୋଷର ଡାହାଣ ହାତରେ କେବେ ପ୍ଲାଷ୍ଟର ଦେଖା ଯାଉଛି ତ କେତେବେଳେ ବାମ ହାତରେ ପ୍ଲାଷ୍ଟର କରି ଆଘାତ ହେବାର ଆକ୍ଟିଙ୍ଗ କରୁଥିବାର ଦାବି କରାଯାଇଥିଲା। ଯାହାକି ସମ୍ପୁର୍ଣ୍ଣ ମିଥ୍ୟା ଅଟେ। ଆୟୁଶି ଘୋଷ ପ୍ରକୃତରେ ଆଘାତ ହୋଇଛନ୍ତି ଏବଂ ତାଙ୍କର ବାମ ହାତରେ ପ୍ଲାଷ୍ଟର ହୋଇଛି।

Title:କ’ଣ JNU ଛାତ୍ରୀ ଆୟଶି ଘୋଷ ଆଘାତ ହେବାର ନାଟକ କରଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Saritadevi SamalResult: False