ପାକିସ୍ତାନର ଏକ ଗୁଜରାତି ସ୍କୁଲ ନାଁ ବଦଳାଇ ମୁସ୍ଲିମ ନାମକରଣ କରାଗଲା ?

Explainer Social

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ  ହେବାରେ ଲାଗିଛି। ଯେଉଁଥିରେ ଛୋଟ ବୋର୍ଡର ନାମ “ସେଥ୍ କୁଓଭରଜୀ ଖୀମଜୀ ଲୋହାନା ଗୁଜରାଟୀ ବିଦ୍ୟାଳୟ” ଥିବାବେଳେ ଅନ୍ୟ ଏକ ବୋର୍ଡରେ ଲେଖା ଅଛି “ମଲାଲା ୟୁସୁଫ୍ ଜାଇ ସରକାର, ବାଳିକା ମାଧ୍ୟମିକ ବିଦ୍ୟାଳୟ, ମିଶନ୍ ରୋଡ୍, କରାଚି ”। ପୋଷ୍ଟରେ ଦାବି କରାଯାଇଛି , ଏହିପରି ତେଜୋ ମହାଲୟ ତାଜମହଲ, ରାମ ମନ୍ଦିର ବାବ୍ରି, କାଶୀ ମନ୍ଦିର ଜିଆନଭାପୀ ହୋଇଗଲେ, ଏହିପରି ହଜାର ହଜାର କାହାଣୀ ଅଛି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣତି ହେଲା। 

22 ଜୁଲାଇରେ Manas Bairisalya ନାମକ ଜଣେ8 ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ,  ଏହିପରି ତେଜୋ ମହାଲୟ ତାଜମହଲ, ରାମ ମନ୍ଦିର ବାବ୍ରି, କାଶୀ ମନ୍ଦିର ଜିଆନଭାପୀ ହୋଇଗଲେ, ସେଠାରେ ହଜାର ହଜାର କାହାଣୀ ଅଛି। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଚକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive

ତେବେ କଣ ପାକିସ୍ତାନର ଏକ ଗୁଜରାତି  ସ୍କୁଲ ନାଁ  ବଦଳାଇ ମୁସ୍ଲିମ ନାମକରଣ କରାଗଲା । ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଦାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। 8 ଜୁଲାଇ 2021  Samaa ନ୍ୟୁଜ ପେଜରେ ପ୍ରକାଶିତ ହୋଇଥିବା ଖବର ଅନୁସାରେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପରେ କରାଚି ସ୍କୁଲ ଉପରେ ନାମ ପରିବର୍ତ୍ତନକୁ ଚର୍ଚ୍ଚା ଲାଗି ରହିଲା।  ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ନେତୃତ୍ୱରେ ଚାଲିଥିବା ଅଭିଯାନ ପରେ ସିନ୍ଧ ସରକାର ବିଦ୍ୟାଳୟର ମୂଳ ନାମ ପୁନଃ ସ୍ଥାପନ କରିବାକୁ ରାଜି ହୋଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- SamaaArchive

ଏହା ପରେ ଆମକୁ timesofindia.ପେଜର ଲିଙ୍କ ମଳିଲା। 10 ଜୁଲାଇ 2021ରେ ପ୍ରକାଶତି ହୋଇଥିବା ଖବର ଅନୁସାରେ ପାକିସ୍ତାନର କରାଚିରେ ଥିବା ଏକ ଗୁଜରାଟୀ ବିଦ୍ୟାଳୟର ମୂଳ ନାମ ସିନ୍ଧ ସରକାରଙ୍କ ଦ୍ୱାରା ପୁନଃ ସ୍ଥାପିତ ହେବାକୁ ଯାଉଛି, ସହରର ଇତିହାସକୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ସରକାରଙ୍କୁ ଦାବି କରିବା ପରେ ଏହି ପଦକ୍ଷପ ନିଆ ଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- timesofindiaArchive

ଏହା ପରେ ଆମକୁ ପାକିସ୍ତାନ ସାମ୍ବାଦିକଙ୍କର ଏକ twitter ଆକାଉଣ୍ଟରେ ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖା ଯାଇଛି ଯେ,ସେଠ୍ କୋରଜୀ କେମଜୀ ଲୋହାନା ଗୁଜୁରାତୀ ବିଦ୍ୟାଳୟ କରାଚିକୁ ମାଲାଲା ୟୁସୁଫଜାଇ ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟ ଭାବରେ ନାମିତ କରିବା ଠିକ୍ ନୁହେଁ। କୋରଜୀ କେମଜୀଙ୍କ ନାମ ପରିବର୍ତ୍ତନ ନକରିବାକୁ ସରକାରଙ୍କୁ  ନିବେଦନ କରାଯାଇଛି। ଇତିହାସ ସହିତ ଖେଳିବା ବନ୍ଦ କରନ୍ତୁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

Senator Saeed Ghani ଶିକ୍ଷା ମନ୍ତ୍ରୀ ସୟଦ ଘାନିଙ୍କୁ ଇତିହାସକୁ ସମ୍ମାନ ଦେବା ଏବଂ ବିଦ୍ୟାଳୟର ପୁରୁଣା ନାମ ପୁନଃ ସ୍ଥାପନ କରିବାକୁ ଅନୁରୋଧ କରିଥିଲେ। ଘାନି ଏହି ଆବେଦନକୁ ଜବାବ ଦେଇଛନ୍ତି ଏବଂ ସମାନ କାର୍ଯ୍ୟ କରିବାକୁ ପ୍ରତିଶୃତି ଦେଇଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

Pakistan News ପେଜରେ ମଧ୍ୟ ଭାଇରାଲ ପୋଷ୍ଟ ସମ୍ପର୍କରେ ଖବର ପ୍ରକାଶିତ କରାଯାଇଛି। ଖବର ଅନୁସାରେ ଏଠାରେ ମଧ୍ୟ ଗୁଜରାତି ସ୍କୁଲର ନାମ ବଦଳାିବାକୁ ନେଇ ଲୋକମାନେ ବିରୋଧ କରିଥିବା ଖବର ପ୍ରକାଶିତ କରାଯାଇଛି। ଏହା ଛଡ଼ା ସରକାକର ମଧ୍ୟ ସ୍କୁଲର ନାମ ପୁନଃ ପୂର୍ବ ଅବସ୍ଥାକୁ ଆଣିବା ପାଇଁ ନିଷ୍ପତି ନେଇଛି। ଏହା ଛଡ଼ା  Ziauddin Yousafzai ତାଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ସ୍କୁଲର ନାମ ପରିବର୍ତ୍ତନ ନ କରିବା ପାଇଁ କହିଛନ୍ତି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରୁ ସ୍ପଷ୍ଟ ହେଲା ଯେ, 2012 ରେ ମଲାଲା ପରେ SKKLGS ର ନାମକରଣ କରାଯାଇଥିଲା। କିନ୍ତୁ ସୋସିଆଲ ମିଡିଆ ପରେ ସିନ୍ଧ ଶିକ୍ଷା ମନ୍ତ୍ରୀ ସୟଦ ଘାନି ନିଶ୍ଚିତ କରିଛନ୍ତି ଯେ ବିଦ୍ୟାଳୟର ମୂଳ ନାମ ପୁନଃ ସ୍ଥାପିତ ହେବ।

Avatar

Title:ପାକିସ୍ତାନର ଏକ ଗୁଜରାତି ସ୍କୁଲ ନାଁ ବଦଳାଇ ମୁସ୍ଲିମ ନାମକରଣ କରାଗଲା ?

Fact Check By: Saritadevi Samal 

Result: Explainer

Leave a Reply

Your email address will not be published. Required fields are marked *