କ’ଣ ଏହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିଥିବା ଇଡେଓ ଅଟେ? ଜାଣନ୍ତୁ ସତ୍ୟ।

International Partly False

କିଛି ଦିନ ପୂର୍ବରୁ ଆମେରିକାର ଆକାଶରେ ଏକ ବେଲୁନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ଆମେରିକା ବାୟୁ ସେନା ଏହି ବେଲୁନକୁ ନଷ୍ଟ କରିଲା ପରେ କହିଥିଲା ଯେ ତାହା ଏକ ଗୁପ୍ତଚର ବେଲୁନ୍ ଥିଲା। ଏହି ବେଲୁନ୍ ନେଇ ଆମେରିକା ଚୀନ ଉପରେ ଅଭିଯୋଗ ଲଗାଇଛି ଯେ ଏହା ଚୀନ ଦ୍ଵାରା ଏକ ଷଡଯନ୍ତ୍ର ଅଟେ। ସେହି ସମୟରେ ଚୀନ ଏହି ଅଭିଯୋଗକୁ ଖାରଜ କରିଛି। 

ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଯୁଧ୍ୟ ବିମାନ ଏକ ବେଲୁନ୍ କୁ ମାରି ଖସାଇଛନ୍ତି। ଭିଡିଓରେ ଦାବି କରା ଯାଇଛି ଯେ ଏହି ଭିଡିଓ ଟି ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିବାର ଏକ ସଫଳ ଉଦ୍ଦୟମର ଭିଡିଓ ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ଏକ ଅନିମେସନ୍ ଭିଡିଓ ଅଟେ। ଏହାର ଅସଲି ଘଟଣାର ଭିଡିଓ ହେଇଥିବା ଦାବି ମିଥ୍ୟା ଅଟେ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଦାବି କରା ଯାଇଛି ଯେ, “ଚାଇନା ବେଲୁନକୁ କେମିତି ଟାର୍ଗେଟ କଲା ଆମେରିକା। ଦୁଇଟି ଏଫଟୁଟୁ ଜେଟ୍ ସ୍ପାଏ ବେଲୁନକୁ ଅତି ନିକଟରୁ ଯାଇ ରକେଟ ମାଡ଼ କରିଥିଲେ। ହଜାର ହଜାର ଫୁଟ୍ ଉପରେ ଉଡୁଥିବା ବେଲୁନ୍କୁ ରକେଟ ମାଡ଼ କରି ଖସାଇବା ପାଇଁ ହୋଇଥିଲା ସ୍ବତନ୍ତ୍ର ପ୍ଲାନ୍।

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୫ ଫେବ୍ରୁଆରି ୨୦୨୩ ରେ ଏକ ଭେରୀଫାଏଡ୍ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। 

ଏହି ଭିଡିଓ ସହିତ ଦିଆ ଯାଇଥିବା କ୍ୟାପ୍ସନ୍ ରେ କୁହା ଯାଇଛି ଯେ ଏହା ଏକ ଡିଜିଟାଲ୍ କମ୍ବାଟ୍ ସିମୁଲେଟର ଭିଡିଓ ଅଟେ। ଏହାର ଅର୍ଥ ହେଉଛି ଯେ ଏହି ଭିଡିଓଟି କମ୍ପ୍ୟୁଟର ଗ୍ରାଫିକ୍ସ ବ୍ୟବହାର କରି ସୃଷ୍ଟି କରା ଯାଇଛି। ଏକ ଅସଲି ଘଟଣାକୁ ଦର୍ଶାଇବା ପାଇଁ ଏହି ପରି ଏକ ଏନିମେସନ୍ ଭିଡିଓ ତିଆରି କରା ଯାଇଛି। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ। 

ଏହା ବାବଦ ଆମେ ଜାଣିବାକୁ ପାଇଲୁ ଯେ ଏହି ଚ୍ୟାନାଲ ଉପରୋକ୍ତ ଭିଡିଓ ପରି ଅନ୍ୟ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି ଯେଉଁଥିରେ ବିମାନ-ବିମାନ ମଧ୍ୟରେ ଯୁଧ୍ୟକୁ ଦର୍ଶାଯାଇଛି। ଏହାର ୟୁଟ୍ୟୁବ ଚ୍ୟାନାଲରେ ଆପଣ ମାନେ ଅନୁ ଭିଡିଓ ଗୁଡିକ ଦେଖି ପାରିବେ। 

ର୍ଯୁଟର୍ଷ ୱେବସାଇଟରେ ଏହି ଘଟଣାର କିଛି ଫୋଟୋ ମଧ୍ୟ ପ୍ରକାଶିତ ହୋଇଛି। ଫୋଟୋ ଗୁଡିକ ସହିତ ଉଲ୍ଲେଖ କରା ଯାଇଛି ଯେ ୪ ଫେବ୍ରୁଆରି ୨୦୨୩ ରେ ନଷ୍ଟ କରିବା ପରେ ଚାଇନାର ସନ୍ଦିଗ୍ଧ ଗୁପ୍ତଚର ବେଲୁନ୍ ଆମେରିକାର ଦକ୍ଷିଣ କାରୋଲିନାର ସମୁଦ୍ର କୁଳ ଡ଼ିଆଇଜିରେ ଗତି କରିଥିଲା। ଆମେରିକାର ଯୁଧ୍ୟ ବିମାନ ଏହି ବେଲୁନ୍ କୁ ନଷ୍ଟ କରିଥିଲା। 

ର୍ଯୁଟର୍ଷ ଟୁଇଟରେ ମଧ୍ୟ ଏହି ଘଟଣାର ଫୋଟୋ ପୋଷ୍ଟ କରିଥିଲା। 

ଆମକୁ ଏହି ଘଟଣା ଜଡିତ ଏକ ଭିଡିଓ ଟୁଇଟ ହେଇଥିବା ମିଳିଲା ଯେଉଁଟା ଅନେକ ଗଣମାଧ୍ୟମରେ ପ୍ରକାଶ ପାଇଛି। ଭିଡିଓ ସହିତ କୁହା ଯାଇଛି ଯେ ଆମେରିକାର ଯୁଧ୍ୟ ବିମାନ ସନ୍ଦିଗ୍ଧ ବେଲୁନ୍ ନିକଟରେ ଉଡୁଛନ୍ତି ଏବଂ ତା’କୁ ମାରି ଖସାଇବା ପାଇଁ ପ୍ରସ୍ତୁତ ଅଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଯଦିଓ ଘଟଣାଟି ସତ୍ୟ କିନ୍ତୁ ଭାଇରାଲ ହେଉଥିବା ଭିଡିଓ ଅସଲି ଭିଡିଓ ନୁହେଁ। ଏହା ଏକ ଏନିମେସନ୍ ଭିଡିଓ ଯାହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ମାରି ଖସାଇବାକୁ ଦର୍ଶାଉଛି, 

Avatar

Title:କ’ଣ ଏହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିଥିବା ଇଡେଓ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *