କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ନେଇ ଷଡଯନ୍ତ୍ର କରୁଛି କି? କ’ଣ ଭାଇରାଲ ହେଉଥିବା ମେସେଜ୍ କୋଭିଡର ବିଭିନ୍ନ ଲହର ବିଷୟରେ ଦର୍ଶାଉଛି?ଜାଣନ୍ତୁ ସତ୍ୟ।

Coronavirus False Medical

କରୋନା ଭାଇରସର ଦ୍ଵିତୀୟ ଲହର ଶେଷ ହେଇ ଆସୁଥିବା ସମୟରେ ବର୍ତ୍ତମାନ ସଂସାର ଉପରେ ଏକ ନୂତନ ବିପଦ ଆସିଛି। ଏକ ନୂତନ କରୋନା ଭାଇରସ ବିଷୟରେ ଜାଣିବାକୁ ମିଳିଛି ଯାହା ଖୁବ ତୀବ୍ରରେ ଲୋକଙ୍କ ମଧ୍ୟରେ ବିସ୍ତାର ଯେଉଛି ବୋଲି କୁହା ଯାଉଛି। ଓମିକ୍ରନ ନାମକ ଏହି ନୂତନ କରୋନା ଭାଇରସ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା। ଏହା ପୁଣି ଥରେ ଦୁନିଆରେ କରୋନା ସଙ୍କଟ ସୃଷ୍ଟି କରିଛି। 

ବର୍ତ୍ତମାନ କରୋନାର ନୂତନ ପ୍ରକାରର କାର୍ଯ୍ୟସୂଚୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ କେଉଁ ମାସରେ କେଉଁ ଷ୍ଟ୍ରେନ୍ ଭାଇରସ ବିସ୍ତାର ହେବ। ଏଥିସହ ଏହା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଏକ ଷଡଯନ୍ତ୍ର ବୋଲି ଦାବି କରା ଯାଇଛି। ଏହି ମେସେଜ୍ ରେ ଏହା ମଧ୍ୟ କୁହା ଯାଇଛି ଯେ ଏହି ନୂତନ ଭାଇରସ ଏକ ମିଥ୍ୟା ପ୍ରଚାର ଅଟେ। 

ଆମ ୱ୍ହାଟ୍ସ ଅପ୍ ନମ୍ବର 9049053770 ମାଧ୍ୟମରେ ଏହି ମେସେଜ୍ ର ତଥ୍ୟ ଯାଞ୍ଚ କରିବା ପାଇଁ ଅନୁରୋଧ ଆସିଛି। 

PSX_20211203_181151 copy.jpg

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ସୋସିଆଲ ମିଡିଆରେ କୌଣସି ସ୍ଥାନରେ ଜନ୍ କପାକିନ୍ସ ବିଶ୍ଵବିଦ୍ୟାଳୟ ଏବଂ ୱାର୍ଲ୍ଡ ଇକୋନୋମିକ ଫୋରମ୍ ରେ ଭାଇରାଲ ସୂଚନା ଉପଲବ୍ଧ ନାହିଁ। 

ଭାଇରାଲ ଫୋଟୋକୁ ଗଭୀରତା ସହିତ ଦେଖିବା ପରେ ଜଣା ପଡିଲା ଯେ ଏଥିରେ ଥିବା ସୂଚନା ଭୁଲ ଅଟେ। ଭାଇରାଲ ଫୋଟୋରେ ଦର୍ଶାଯାଇଛି ଯେ ଓମିକ୍ରନ୍ ଭାରିଆଣ୍ଟ ୨୦୨୨ ମସିହା ମଇ ମାସରେ ବିସ୍ତାର ହେବାକୁ ଲାଗିବ। କିନ୍ତୁ ଆମେ ଜାଣିଛୁ ଯେ ଗତ ସପ୍ତାହରେ ଓମିକ୍ରନ୍ ଭାରିଆଣ୍ଟ ଆବିଷ୍କୃତ ହୋଇଛି। ଉପରୋକ୍ତ ପୋଷ୍ଟର ସୂଚନା ସହିତ ତୁଳନାରେ ଓମିକ୍ରନ୍ ୬ ମାସ ପୂର୍ବରୁ ବିସ୍ତାର ହେଇଛି। ଏହି କାରଣରୁ ଭାଇରାଲ ଫୋଟୋର ସତ୍ୟତା ଉପରେ ସନ୍ଦେହ ସୃଷ୍ଟି ହେଉଛି। 

ଆସନ୍ତୁ ବୁଝିବା କରୋନାର ନୂତନ ପ୍ରକାରଗୁଡିକ କ’ଣ ଏବଂ ସେମାନଙ୍କର ନାମ କେଉଁ ପରି ମନୋନୀତ ହୋଇଥାଏ। 

ଭାରିଆଣ୍ଟ ମାନେ କ?

ଜୀବାଣୁଙ୍କର ଏକ ଜେନେଟିକ୍ କୋଡ ଥାଏ ଏବଂ ସମୟ ସହିତ ଏହା ନିଜ ରୂପ ପରିବର୍ତନ କରିଥାଏ। ରୂପ ପରିବର୍ତନ ପରେ ନୂତନ ପ୍ରକାରର ଜୀବାଣୁକୁ ମୂଳ ଜୀବାଣୁର ଭାରିଆଣ୍ଟ କୁହା ଯାଏ। ଯଦି ଆମେ ଜୀବାଣୁକୁ ଏକ ଗଛ ବୋଲି ବିବେଚନା କରୁ, ତେବେ ତାହାର ପରସ୍ପର ଠାରୁ ପୃଥକ କରୁଥିବା ଶାଖାଗୁଡିକକୁ ଭାରିଆଣ୍ଟ ବୋଲି କୁହା ଯାଇ ପାରିବ। 

ଭାରିଆଣ୍ଟର ନାମ କେଉଁ ପରି ମନୋନୀତ ହୁଏ?

ବୈଜ୍ଞାନିକ ମାନେ ଏହି ଭାରିଆଣ୍ଟଗୁଡିକୁ ପରସ୍ପର ସହିତ ତୁଳନା କରି ଅଧ୍ୟୟନ କରିବା ପାଇଁ ଏହାକୁ ବିଭିନ୍ନ ନାମ ଦିଅନ୍ତି। ଏହି ଜୀବାଣୁ ମାନଙ୍କର ନାମ ସାଧାରଣ ଲୋକଙ୍କ ପାଇଁ ଉଚ୍ଚାରଣ କରିବା କଷ୍ଟକର ହେଇଥାଏ। ଏହି ପରି କୋଭିଡ ଭାଇରସର ଶାସ୍ତ୍ରୀୟ ନାମ ହେଉଛି SARS-CoV-2

ସାଧାରଣ ଜନତାଙ୍କୁ କରୋନା ଭାଇରସ ବିଷୟରେ ଜଣାଇବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୩୧ ମଇ ୨୦୨୧ ରେ ଏକ ନାମକରଣ ପ୍ରଣାଳୀ ଗ୍ରହଣ କରିଥିଲା। ସେହି ଅନୁଯାୟୀ, ଗ୍ରୀକ୍ ବର୍ଣ୍ଣମାଳାର ଅକ୍ଷର ଦ୍ଵାରା କରୋନାର ପ୍ରକାରଗୁଡିକ ଚିହ୍ନଟ ହୁଏ। ଆଲଫା (Αα), ବିଟା (Ββ), ଗାମା (Γγ), ଡେଲଟା (Δδ), ଓମିକ୍ରନ୍ (Οο), ଜେଟା (Ζζ) ଗ୍ରୀକ୍ ବର୍ଣ୍ଣମାଳାର ଅକ୍ଷର |

ଆମ ଜାଣିବା ଅନୁଯାୟୀ କରୋନାର ଭାରିଆଣ୍ଟ ଗୁଡିକର ନାମ ପୂର୍ବରୁ ମନୋନୀତ ହେଇ ସାରିଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ କରୋନା ଭାଇରସର ବିଭିନ୍ନ ଭାରିଆଣ୍ଟ ବିସ୍ତାର ହେବା ପାଇଁ ପ୍ରସ୍ତୁତ ଅଛନ୍ତି। 

https://lh3.googleusercontent.com/7kpfIoHJL6iWgOnePSNUj7jkdFMilZ-PnlPxYxMYwvsA1p7FmfLTIObJIevzzioz_IWFSH57DGD0rebra7c0zGkU0viwfRm-QQ9HMkjX6jemppPbnqOcPQGp0foW5JhCrslcIyep

ଏପର୍ଯନ୍ତ କେତେ ପ୍ରକାରର ଭାରିଆଣ୍ଟର ଖୋଜ ହେଇ ସାରିଛି?

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୱେବସାଇଟ ଅନୁଯାୟୀ ଏପର୍ଯନ୍ତ ଆଲଫା, ବିଟା ଗାମା, ଡେଲ୍ଟା ଏବଂ ଓମିକ୍ରନ୍ ଭାରିଆଣ୍ଟର ଖୋଜ ହେଇଛି। ଗତ ବର୍ଷ ଡିସେମ୍ବରରେ ଲଣ୍ଡନ ଏବଂ ଦକ୍ଷିଣ ଆଫ୍ରିକାରେ ବିସ୍ତାର ହୋଇଥିବା କରୋନା ଭାରିଆଣ୍ଟକୁ ଯଥାକ୍ରମେ ଆଲଫା ଏବଂ ବିଟା ନାମକରଣ କରା ଯାଇଥିଲା। ଗତ ବର୍ଷ ଅକ୍ଟୋବରରେ ଭାରତରେ ଡେଲ୍ଟା ଭାରିଆଣ୍ଟ ଆବିଷ୍କୃତ ହେଇଥିଲା ଯାହା ଏହାର ପୂର୍ବ ଭାରିଆଣ୍ଟ ଅପେକ୍ଷା ୬୦ ପ୍ରତିଶତ ଅଧିକ ମାରାତ୍ମକ ଥିଲା। ଚଳିତ ବର୍ଷ ନଭେମ୍ବର ୨୪ ରୁ ୨୬ ତାରିଖ ମଧ୍ୟରେ ଉନ୍ମୋଚିତ ହେଇଥିବା ଭାରିଆଣ୍ଟର ନାମକୁ ଓମିକ୍ରନ୍ ଦିଆ ଯାଇଛି। 

ନିମ୍ନରେ ଥିବା ତାଲିକା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ବିଭିନ୍ନ କରୋନା ଭାରିଆଣ୍ଟର ଭାଇରାଲ ଫୋଟୋ ଭୁଲ ଅଟେ। ଭାଇରାଲ ଦାବି ଅନୁଯାୟୀ ଗତ ୬ ମାସରେ ଏପ୍ପଲନ, ଜେଟା, ଇଟା, ଠେଟା, ଲୋଟା, କାପ୍ପା ଭାରିଆଣ୍ଟ ବିସ୍ତାର ହେଇ ସାରିଥିବା କଥା। କିନ୍ତୁ ଉପରୋକ୍ତ ନାମର କୌଣସି ଭାରିଆଣ୍ଟ ବିସ୍ତାର ହେବା ଦେଖିବାକୁ ମିଳି ନାହିଁ। 

https://lh6.googleusercontent.com/p-xXUCbWGvj-fS6ZuugHMvR8IYcqYgWzKYO5OTkLdIyPy_QMAwQkgFI_h2IeE7RV3Moi_FmF3HkitEr3X5uSMD0lTWQmP9gf9mWu0RHoQA8z_Vcqko3yQSxz1k3ujWwD6BT1O8OT

ବାସ୍ତବରେ ବୈଜ୍ଞାନିକମାନେ ଭବିଷ୍ୟତରେ କରୋନା କେବେ ଏବଂ କେତେ ବିପଜ୍ଜନକ ହେବ ତାହା ପୂର୍ବାନୁମାନ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ମାସିକ କାର୍ଯ୍ୟସୂଚୀ ସୃଷ୍ଟି କରିବା ଏକ ସହଜ କାର୍ଯ୍ୟ ନୁହେଁ। ଏହା କେବଳ ଏକ ଅନୁମାନ ହୋଇପାରେ। 

ଶେଷକଥା:

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ କରୋନା ଭାରିଆଣ୍ଟର ଭାଇରାଲ ହେଉଥିବା କାର୍ଯ୍ୟସୂଚୀ ସଂପୂର୍ଣ୍ଣ ନକଲି ଅଟେ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୌଣସି ପ୍ରକାରର କାର୍ଯ୍ୟସୂଚୀ ଜାରି କରି ନାହିଁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଲୋକଙ୍କୁ ଯଥାଶୀଘ୍ର ଟୀକାକରଣ କରିବାକୁ ଏବଂ ମାସ୍କ ବ୍ୟବହାର କରିବାକୁ ଅନୁରୋଧ କରୁଛି।

Avatar

Title:କ’ଣ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ କୋଭିଡକୁ ନେଇ ଷଡଯନ୍ତ୍ର କରୁଛି କି? କ’ଣ ଭାଇରାଲ ହେଉଥିବା ମେସେଜ୍ କୋଭିଡର ବିଭିନ୍ନ ଲହର ବିଷୟରେ ଦର୍ଶାଉଛି?ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *