
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବା କୁ ମିଳିଛି ଯେ ଜଣେ ପୋଲିସ ଅଧିକାରୀ କିଛି ମହିଳା ମାନଙ୍କ ଠାରୁ ରେଳ ଲାଇନ ରେ ପାଇସା ନେଉଛନ୍ତି। କୋରୋନା ଭାଇରସ ବ୍ୟାପୀ ଥିବାରୁ ସାରା ଦେଶରେ ତାଲାବନ୍ଦ ସ୍ଥିତି ଲାଗୁ ହେଇଛି। ତାଲାବନ୍ଦ ଯୋଗୁ ଦାଦନ ଶ୍ରମିକ ମାନେ ନିଜ ରାଜ୍ୟ ଓ ନିଜ ଘରକୁ ଫେରି ପାରୁ ନାହାନ୍ତି। ଦେଶର ଅନ୍ୟ ଅନ୍ୟ ସ୍ଥାନରେ ଅଟକି ରହି ଯାଇଛନ୍ତି ଶ୍ରମିକ ମାନେ। କିଛି ଖବର ଅନୁସାରେ ଅନେକ ଶ୍ରମିକ ମାନେ ଚାଲି ଚାଲି ନିଜ ଘରକୁ ଫେରିଛନ୍ତି। ବର୍ତମାନ ସମୟରେ ଏହି ଭିଡିଓ ଭାଇରାଲ କରି ଏହା ଦାବି କରା ଯାଇଅଛି ଯେ କୋରୋନା ସମୟରେ ଏଭଳି ପୋଲିସ ଅଧିକାରୀ ମଧ୍ୟ ଅଛନ୍ତି ଯେ ଗରିବ ଲୋକଙ୍କୁ ଲୁଟୁଛନ୍ତି। ଏହି ଭିଡିଓରେ ପୋଲିସ ଅଧିକାରୀଙ୍କୁ ଲାଞ୍ଚ ନେଉଆ ଥିବାର ଦେଖିବା କୁ ମିଳିଛି। ପୋଷ୍ଟ ରେ ଏହା କୁହା ଯାଇଅଛି ଯେ ଏହି ଘଟଣା କେଉଁ ସ୍ଥାନରେ ସେଇଟା ବର୍ତମାନ ଜଣା ନାହିଁ।
ଅନୁସନ୍ଧାନରୁ ଜଣା ପଡ଼ିଲା ଯେ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଏହି ଭିଡିଓଟି କୁ ଇନଭିଡ ଗୁଗୁଲ ଏକ୍ସଟେନସନ ଟୁଲ ସାହାଜ୍ଯତାରେ ବିଭିନ୍ନ ଫ୍ରେମରେ ବିଭାଜିତ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ରିଭର୍ସ ଇମେଜ ସର୍ଚ କରିଲୁ। ରିଭର୍ସ ଇମେଜ ସର୍ଚ କରିଲା ପରେ ଆମକୁ ଖାସ ପ୍ରମାଣ ମିଳିଲା ନାହିଁ।
ଏହା ପରେ ଆମେ ୟୁଟ୍ୟୁବ ଯାଇ ଏହି ଘଟଣା ସମ୍ବନ୍ଧିତ ମୁଖ୍ୟ ଶବ୍ଦ ବ୍ୟବହାର କରି ଏହି ଭିଡିଓ ଖୋଜି ବାହାର କରିଲୁ। ଆମକୁ ଏ.ବି.ପି ଅଶମିତା ନାମକ ନ୍ୟୁଜ ଛେନାଲ ଦ୍ଵାରା ପ୍ରସାରିତ ହେଇ ଥିବା ଗୋଟିଏ ଭିଡିଓ ମିଳିଲା। ଏହି ଭିଡିଓ ୧୧ ଜୁଲାଇ ୨୦୧୯ ମସିହାରେ ୟୁଟ୍ୟୁବରେ ପୋଷ୍ଟ କରା ଯାଇଥିଲା। ଏହି ଭିଡିଓରେ କୁହା ଯାଇଅଛି ଯେ ଏହି ପୋଲିସ ଅଧିକାରୀ ସୁରତରେ ମଦ ହେରାଫେରି କରୁଥିବା ମହିଳା ମାନଙ୍କ ଠାରୁ ଲାଞ୍ଚ ନେଇଥିଲେ। ସୋସିଆଲ ମିଡିଆରେ ପୋଲିସ ଦ୍ଵାରା ଏହି ହଫତା ବସୁଲି କରୁଥିବା ଭିଡିଓ ବହୁତ ଭାଇରାଲ ହେଉଛି। ଏହି ଭିଡିଓ ଶୀର୍ଷକରେ ମଧ୍ୟ ଏହା ଲେଖା ଯାଇଅଛି ଯେ ସୁରତ ରେଲୱେ ପୋଲିସ ମଦ ନେଉଥିବା ମହିଳା ମାନଙ୍କ ଠାରୁ ଟଙ୍କା ନେଉଛନ୍ତି।
୧୮ ଜୁଲାଇ ୨୦୧୯ ମସିହାରେ ଏହମଦାବାଦ ମିରର ପତ୍ରିକାରେ ପ୍ରକାଶିତ ହେଇଥିବା ଗୋଟିଏ ଅନୁଛେଦରେ ଏହା କୁହା ଯାଇଅଛି ଯେ ଜୟକାନ୍ତ ନାମକ ଜଣେ ରେଲୱେ ପୋଲିସ କଂଷ୍ଟେବଲଙ୍କୁ ଏହି ଭିଡିଓ ଭାଇରାଲ ହେଲା ପରେ ଚାକିରିରୁ ବରଖାସ୍ତ କରା ଯାଇଅଛି। ଏହି ଭିଡିଓରେ ସେ ମହିଳା ମାନଙ୍କ ଠାରୁ ଲାଞ୍ଚ ନେବା ଦେଖା ଯାଇଅଛି। ଏହି ଭିଡିଓରେ ଏହା ଦେଖା ଯାଇଅଛି ଯେ ମହିଳା ଜଣକ ଯୁକ୍ତି କରି କହୁଛନ୍ତି ଯେ ସେ ଔ ଜଣେ ପୋଲିସଙ୍କୁ ୫୦୦ ଟଙ୍କା ଦେଇ ସାରିଛନ୍ତି। କିନ୍ତୁ ଏହି କଂଷ୍ଟେବଲ ତାଙ୍କୁ କହୁଛନ୍ତି ଯେ ସେ ମହିଳା ଯେଉଁ ପୋଲିସ କୁ ପଇସା ଦେଇଛନ୍ତି ସେ ପୋଲିସ ତାଙ୍କ ଦଳର ନୁହନ୍ତି। ମହିଳା ମାନେ ପାଇସା ଏକତ୍ର କରି କଂଷ୍ଟେବଲ କୁ କହୁଛନ୍ତି ଯେ ସେମାନେ ୨ ଦିନ ପରେ ପୁଣି ଆସିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଏହା ଜାଣିବାକୁ ପାଇଲୁ ଯେ ଏହା ଗୋଟିଏ ପୁରୁଣା ଭିଡିଓ ଏବଂ ଏହାର ସମ୍ବନ୍ଧ କୋରୋନା ସମୟ ବା କୌଣସି ଦାଦନ ଶ୍ରମିକ ସହିତ ନାହିଁ। ସମସ୍ତ ପ୍ରମାଣ ଯାଞ୍ଚ କରିଲା ପରେ ଆମେ ଏହି ଭିଡିଓରେ କରା ଯାଇଥିବା ଦାବିକୁ ମିଥ୍ୟା ପାଇଲୁ। ସୁରତ ର ବେଆଇନ ମଦ ବ୍ୟାପାର କରୁଥିବା ମହିଳା ମାନଙ୍କ ଠାରୁ ଲାଞ୍ଚ ନେଉଥିବା ପୋଲିସ କଂଷ୍ଟେବଲଙ୍କ ଭିଡିଓ ଭୁଲ ଦାବି ସହିତ ଭାଇରାଲ କରା ଯାଉଅଛି।

Title:କ’ଣ କୋରୋନା ସମୟରେ ଦାଦନ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଛନ୍ତି ଏହି ପୁଲିସ ଅଧିବକାରୀ? ଏହା କେଉଁ ସ୍ଥାନର ଘଟଣା? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False