କ’ଣ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫୋଟୋ ନେଉଥିବା ଏହି ଫୋଟୋଗ୍ରାଫର ଭାବବିହ୍ବଳ ହୋଇ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ଫୋଟୋଗ୍ରାଫରଙ୍କ କାନ୍ଦୁଥିବା ଇମେଜ୍ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ଏହି ଫୋଟୋଗ୍ରାଫର ଅଜୋଧ୍ୟାରେ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଫୋଟୋ ନେଉଥିବା ସମୟରେ ଭାବବିହ୍ବଳ ହୋଇ କାନ୍ଦିଥିଲେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୧୯ ମସିହାର ଏକ ଫୁଟବଲ୍ ମ୍ୟାଚ୍ ସମୟର ଫୋଟୋ ଅଟେ ଯାହାକୁ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଫୋଟୋଗ୍ରାଫର ଅଜୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠାର ଫୋଟ ନେବାକୁ ଆସିଥିଲେ ଏବଂ ସେଠାରେ ସେ ପ୍ରଭୁ ରାମଙ୍କୁ ଦେଖି ଭାବବିହ୍ବଳ ହୋଇ କାନ୍ଦିଥିଲେ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋଗ୍ରାଫର ଆଖିରୁ ଲିଃ ବାହାରୁଥିବା ଫୋଟୋ ୨୦୧୯ ମସିହାର ଅଟେ। ଏହି ଫଟୋରେ ଦେଖାଯାଇଥିବା ଫଟୋଗ୍ରାଫରଙ୍କ ନାମ ମହମ୍ମଦ ଅଲ-ଅଜାୱି ଅଟେ ଏବଂ ସେ ଜଣେ ଇରାକ ଦେଶର ନାଗରିକ।

ଜାନୁଆରୀ ୨୦୧୯ ରେ ୟୁଏଇରେ ଏଫ୍ସି ଏସିଆନ୍ କପ୍ ଫୁଟବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜାନୁଆରୀ ୨୨ ରେ ଇରାକ ଏବଂ କତାର ମଧ୍ୟରେ ଏକ ମ୍ୟାଚ୍ ହୋଇଥିଲା। କାତାର ଏହି ମ୍ୟାଚକୁ 1-0 ରେ ଜିତିଥିଲା। ମ୍ୟାଚ୍ ସମୟରେ ଫଟୋଗ୍ରାଫର ମହମ୍ମଦ ଅଲ-ଅଜାୱି ପଡିଆରେ ଉପସ୍ଥିତ ଥିଲେ।

କତାର ଦ୍ୱାରା ଇରାକ ଦଳର ପରାଜୟ ଦେଖିବା ପରେ ଫଟୋଗ୍ରାଫର କାନ୍ଦିଥିଲେ। ତାଙ୍କର ଏହି ଚିତ୍ର ସେହି ସମୟରେ ବହୁତ ପ୍ରସିଦ୍ଧ ଥିଲା। ଏହି ଫଟୋ ୨୪ ଜାନୁଆରୀ ୨୦୧୯ ରେ ଏସିଆନ୍ କପ୍ ର ଅଫିସିଆଲ୍ ଟୁଇଟର ଆକାଉଣ୍ଟ୍ ଦ୍ୱାରା ମଧ୍ୟ ସେୟାର କରାଯାଇଥିଲା।

Archive

ଇରାକର ପରାଜୟ ପରେ ଇରାକର ଫଟୋଗ୍ରାଫର ଭାବପ୍ରବଣ ହୋଇଥିଲେ ବୋଲି ଟ୍ୱିଟରେ କୁହାଯାଇଛି। ଆହୁରି ମଧ୍ୟ, ଏହି ଫଟୋଗ୍ରାଫରଙ୍କର ଅନ୍ୟ ଫଟୋ ଫୁଟବଲ ଟୁଇଟ୍ ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଥିଲା। ଆପଣ ଏହାକୁ ନିମ୍ନରେ ଦେଖିପାରିବେ।

Archive

ଶେଷକଥା: 

ଆମ ଅନୁସନ୍ଧ୍ଯାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ୨୦୧୯ ମସିହାର ଏକ ଫୁଟବଲ୍ ମ୍ୟାଚ୍ ସମୟର ଫୋଟୋ ଅଟେ ଯାହାକୁ ଅଯୋଧ୍ୟାରେ ରାମଙ୍କର ପ୍ରାଣ ପ୍ରତିଷ୍ଠା ସହିତ ଯୋଡି ଭାଇରାଲ କରା ଯାଉଛି। 

Avatar

Title:କ’ଣ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଫୋଟୋ ନେଉଥିବା ଏହି ଫୋଟୋଗ୍ରାଫର ଭାବବିହ୍ବଳ ହୋଇ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ।

Written By: Siddharth Sahu 

Result: False

Leave a Reply

Your email address will not be published. Required fields are marked *