ଅଖିଳେଶ ଯାଦବଙ୍କ ସହ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସାକ୍ଷାତର ଫୋଟୋ ପୁରୁଣା, ଲୋକସଭା ନିର୍ବାଚନ ସହ ସମ୍ପର୍କ ନାହିଁ। 

Missing Context Political

୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ୪ ଜୁନ୍ ରେ ଘୋଷିତ ହୋଇଥିଲା ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୨୯୩ ଟି ସିଟ୍ ଜିତିଥିବାବେଳେ ବିରୋଧୀ INDI ମିଳିତ ମଞ୍ଚ ୨୩୨ ଟି ସିଟ୍ ଜିତିଥିଲା। କେନ୍ଦ୍ରରେ ସରକାର ଗଠନ ପାଇଁ INDI ମିଳିତ ମଞ୍ଚ ନିତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କର ସମର୍ଥନ ପାଇଁ ଚେଷ୍ଟା କରିଥିଲା। 

ଏହା ମଧ୍ୟରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ନିତୀଶ କୁମାର ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହିତ ସାକ୍ଷାତ କରୁଥିବା ଫଟୋ ଭାଇରାଲ ହେବାରେ ଲାଗିଛି। ପୋଷ୍ଟ ସହ ଦାବି କରା ଯାଉଛି ଯେ, ଭାଇରାଲ ଫୋଟୋ ୨୦୨୪ ନିର୍ବାଚନ ଫଳାଫଳ ଘୋଷିତ ହେବା ପରର ଦୃଶ୍ୟ ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ ହେଉଥିବା ପାଇଲା। ଭାଇରାଲ ହେଉଥିବା ଫୋଟୋ ଗୁଡ଼ିକ ପୁରୁଣା ଅଟେ ଏବଂ ୨୦୨୪ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବି କରା ଯାଇଛି ପୋଷ୍ଟରେ?

ଫୋଟୋ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ତେଜସ୍ୱୀ ଯାଦବ ଙ୍କୁ ଅଖିଳେଶ ଯାଦବ ଭେଟିଥିଲେ। ଦେଖାଯାଉ ଗଣିତ ।

Facebook | Archive

ଆମ ଅନୁସନ୍ଧାନ: 

ପ୍ରଥମ ଫୋଟୋରେ ଅଖିଲେଶ ଯାଦବଙ୍କ ସହିତ ନିତୀଶ କୁମାର ଏବଂ ତେଜସ୍ବୀ ଯାଦବ ସାକ୍ଷାତ କରୁଥିବା ଦେଖିବାକୁ ମିଳିଛି। ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ସମାନ ଫୋଟୋ ୨୫ ଏପ୍ରିଲ୍ ୨୦୨୩ ରେ ଜାଗରଣ ଇଂରାଜୀ ୱେବସାଇଟରେ ପ୍ରକାଶିତ ହେଇଥିବା ମିଳିଲା। 

ରିପୋର୍ଟ ଅନୁଯାୟୀ, ରିପୋର୍ଟ ଅନୁଯାୟୀ, 2023ରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହିତ ଅଖିଲେଶ ଯାଦବ ଏବଂ ଅନ୍ୟାନ୍ୟ ବିରୋଧୀ ଦଳ ନେତାଙ୍କ ସହିତ ସାକ୍ଷାତ କରିଥିଲେ।

ସେହି ସମୟରେ ନିତୀଶ କୁମାର କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁନାହାଁନ୍ତି। ଦେଶର ହିତ ପାଇଁ ସେ ବିରୋଧୀଙ୍କୁ

ଏକଜୁଟ କରିବା ପାଇଁ ପ୍ରୟାସ କରୁଛନ୍ତି।

Archive

ଯେହେତୁ ଏହି ଫୋଟୋ ୨୦୨୩ ର, ଏହା ସ୍ପଷ୍ଟ ଭାବରେ କୁହ ଯାଇ ପାରିବ ଯେ ଏହାର ୨୦୨୪ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ।

ଦ୍ଵିତୀୟ ଫୋଟୋରେ ଅଖିଲେଶ ଯାଦବ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ୨୦୧୯ ର ୱାନ୍ ଇଣ୍ଡିଆ ୱେବସାଇଟର ଏକ ରିପୋର୍ଟ ମିଳିଲା। ରିପୋର୍ଟ ଅନୁଯାୟୀ, ବିଜେପି କୁ କ୍ଷମତାରୁ ହଟାଇବା ପାଇଁ ବିରୋଧୀ ଦଳ ନେତା ମାନେ ଚେଷ୍ଟା କରୁଛନ୍ତି। ଏହା ନେଇ ଟିଡ଼ିପି ନେତା ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ମାୟାବତୀ ଏବଂ ଅଖିଲେଶ ଯାଦବଙ୍କ ସହିତ ସାକ୍ଷାତ କରି ନିର୍ବାଚନ ରଣନୀତି ବିଷୟରେ ଚର୍ଚ୍ଚା କରିଥିଲେ। 

୨୦୧୯ ରେ ଅଖିଲେଶ ଯାଦବ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହିତ ହେଇଥିବା ସାକ୍ଷାତର ଫୋଟୋ ଟୁଇଟ କରିଥିଲେ। ସେହି ଟୁଇଟ ଆପଣ ମାନେ ନିମ୍ନରେ ଦେଖି ପାରିବେ। 

ସିଦ୍ଧାନ୍ତ: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଅଖିଲେଶ ଯାଦବଙ୍କର ନିତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସହିତ ଫୋଟୋର ୨୦୨୪ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଦୁଇଟି ଭାଇରାଲ ଫୋଟୋ ପୁରୁଣା ଅଟେ।

Avatar

Title:ଅଖିଳେଶ ଯାଦବଙ୍କ ସହ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସାକ୍ଷାତର ଫୋଟୋ ପୁରୁଣା, ଲୋକସଭା ନିର୍ବାଚନ ସହ ସମ୍ପର୍କ ନାହିଁ।

Written By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *