କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ବିଜେପି ପ୍ରାର୍ଥୀଙ୍କୁ ଲୋକମାନେ ଜୋତା ହାର ସହିତ ସ୍ଵାଗତ କରିଛନ୍ତି? ଜାଣନ୍ତୁ ସତ୍ୟତା। 

Missing Context Political

ଜଣେ ବିଜେପି ପ୍ରାର୍ଥୀ ପ୍ରଚାର କରିବାକୁ ଯାଇଥିବା ସମୟରେ ସ୍ଥାନୋୟ ଲୋକମାନେ ଟାଣୁଆ ଜୋତାର ହାର ପିନ୍ଧାଉଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦାବି କରା ଯାଉଛି ଯେ ଏହି ଘଟଣା ସମ୍ପ୍ରତ୍ତି ସମୟରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବର ଘଟଣା ଅଟେ। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବୋକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଏହା ମଧ୍ୟପ୍ରଦେଶ ର ୨୦୧୮ ମସିହାର ଏକ ପୁରୁଣା ଘଟଣା ଅଟେ ଯାହାକୁ ସମ୍ପ୍ରତ୍ତି ସମୟର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଭିଡିଓ ସେୟାର କରି ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ପରିହାସ କରି ଲେଖିଛନ୍ତି, “ଦେଶରେ ଅହେତୁକ ବିକାଶ ପାଇଁ ବିଜେପି ନେତାଙ୍କୁ ମିଳିଲା ପୁରସ୍କାର

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ବିଷୟରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୮ ଜାନୁଆରୀ ୨୦୧୮ ରେ ଏଏନଆଇ ନ୍ୟୂଜ୍ ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହା ମଧ୍ୟପ୍ରଦେଶର ଧର୍ ଜିଲ୍ଲାର ଘଟଣା ଅଟେ। 

ଏହି ଭିଡିଓରେ ଆମେ ବିଜେପି ପ୍ରାର୍ଥୀ ଦିନେଶ ଶର୍ମାଙ୍କୁ କହୁଥିବା ଶୁଣିପାରିବା, “ଏପରି ହୁଏ। ଜନପ୍ରତିନିଧି ଯେତେ କାମ କରିଲେ ମଧ୍ୟ କେତେ ଲୋକେ କ୍ରୋଧିତ ରହିଥାନ୍ତି। କିନ୍ତୁ ଚଳିବ। ସେମାନେ ବି ଆମ ଲୋକ ଏବଂ ମୁଁ ମଧ୍ୟ ତାଙ୍କର। କୌଣସି କାରଣରେ ସେମାନେ କ୍ରୋଧିତ ଥିବେ, କିନ୍ତୁ ମୁଁ ତାଙ୍କ ପିଲା ପରି ଏବଂ ଏହା ମୋର ପ୍ରତି ତାଙ୍କର ପ୍ରେମ ଅଟେ। ତାଙ୍କୁ କ’ଣ କଷ୍ଟ ଅଛି ତାହା ସେମାନେ ମତେ ଜଣାଇ ନାହାଁନ୍ତି। ମୁଁ ତାଙ୍କ ସହିତ ସାକ୍ଷାତ କରି ସେମାନଙ୍କୁ ପଚାରିବି। କିନ୍ତୁ ଏପରି ହେବା ସାମାନ୍ୟ କଥା। ମୁଁ ତାଙ୍କ ପିଲା ଏବଂ ଘରେ ମାତା-ପିତା ପିଲାଙ୍କୁ ଗାଳି କରନ୍ତି। ଏହା ମୋର ପରିବାର।

ଏହି ବିଷୟରେ ଅଧିକ ସର୍ଚ୍ଚ କରିବା ପରେ ଆମକୁ ୨୦୧୮ ମସିହାର ଏନଡ଼ିଟିଭି ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ନାଗରିକ ସଂଗଠନ ନିର୍ବାଚନ ପାଇଁ ପ୍ରଚାର କରୁଥିବା ଜଣେ ବିଜେପି ପ୍ରାର୍ଥୀ ରାଜ୍ୟ ରାଜଧାନୀ ଭୋପାଳଠାରୁ ପ୍ରାୟ ୨୭୨ କିଲୋମିଟର ଦୂରରେ ଥିବା ଧର ଜିଲ୍ଲାର ଧାମନୋଡରେ ପ୍ରଚାର କରୁଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକମାନେ ଜୋତା ହାର ପିନ୍ଧାଇଥିଲେ। ଯେଉଁ ବୃଦ୍ଧ ଲୋକ ତାଙ୍କୁ ହାର ପିନ୍ଧାଇଥିଲେ ସେ ଏପରି ପାଣି ସମସ୍ଯାର ସମାଧାନ ହେଇନଥିବାରୁ କରିଥିଲେ। 

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ବିଭ୍ରାନ୍ତକାରୀ ଅଟେ। ଏହା ୨୦୧୮ ମସିହାର ଏକ ପୁରୁଣା ଭିଡିଓ ଅଟେ ଯାହାକୁ ୨୦୨୪ ଲୋକସଭା ନିର୍ବାଚନ ପୂର୍ବ ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

Avatar

Title:କ’ଣ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜଣେ ବିଜେପି ପ୍ରାର୍ଥୀଙ୍କୁ ଲୋକମାନେ ଜୋତା ହାର ସହିତ ସ୍ଵାଗତ କରିଛନ୍ତି? ଜାଣନ୍ତୁ ସତ୍ୟତା।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *